Categories
ଆଜିର ଖବର ମନୋରଂଜନ ସିନେମା

ଏକ ଭିଲେନ୍‌ ସିକ୍ବେଲ୍‌ରେ ଦିଶା ପଟାନୀ

ମୁମ୍ବାଇ : ମଲଙ୍ଗର ସଫଳତା ପରେ ମୋହିତ ସୂରୀଙ୍କ ସହିତ ଦ୍ବିତୀୟ ଫିଲ୍ମ କରିବାକୁ ଯାଉଛନ୍ତି ଦିଶା ପଟାନୀ । ମୋହିତ ସୂରୀଙ୍କ ନିର୍ଦ୍ଦେଶିତ ଏକ୍‌ ଭିଲେନ୍‌ ବ୍ଲକ୍‌ବଷ୍ଟର ଫିଲ୍ମ ରହିଥିବା ବେଳେ ସୋମବାର ମୋହିତ ଏହି ଫିଲ୍ମର ସିକ୍ବେଲ ନେଇ ଘୋଷଣା କରିଛନ୍ତି । ଏହି ଫିଲ୍ମରେ ଆଦିତ୍ୟ ରୟ କପୁର ଏବଂ ଜନ୍‌ ଆବ୍ରାହାମ୍‌ଙ୍କ ସହିତ ସ୍କ୍ରିନ୍‌ ସେୟାର କରିବେ ଦିଶା । ଏହି ଫିଲ୍ମ ବ୍ୟତିତ ଦିଶା ସଲ୍‌ମାନ୍‌ ଖାନ୍‌ଙ୍କ ସହିତ ରାଧେରେ ନଜର ଆସିବାକୁ ଯାଉଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଏକ୍‌ ଭିଲେନ୍‌ର ପ୍ରଥମ ଭାଗରେ ସିଦ୍ଧାର୍ଥ ମାଲହୋତ୍ରା, ଶ୍ରଦ୍ଧା କପୁର ଏବଂ ରୀତେଶ ଦେଶମୁଖ ନଜର ଆସିଥିଲେ । (ଏଜେନ୍ସି)

Categories
ଆଜିର ଖବର ମନୋରଂଜନ

ଟାଇଗର୍‌- ଦିଶାଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲ୍‌

ମୁମ୍ବାଇ : ବଲିଉଡ୍‌ ଅଭିନେତା ଟାଇଗର୍‌ ଶ୍ରଫ୍‌ ଏବଂ ଦିଶା ପଟାନୀଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲ୍‌ ହୋଇଛି । ଟାଇଗର୍‌ ଶ୍ରଫ୍‌ଙ୍କ ଅଭିନୀତ ଫିଲ୍ମ ଓ୍ବାରର ଏକ ଗୀତରେ ଉଭୟ ଜବରଦସ୍ତ ନୃତ୍ୟ ପ୍ରଦର୍ଶନ କରିଛନ୍ତି । ଦିଶା ନିଜର ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ଏହି ଡ୍ୟାନ୍ସ ଭିଡିଓଟିକୁ ସେୟାର କରିଛନ୍ତି । ନିକଟରେ ଟାଇଗର୍‌ ଏବଂ ଦିଶା ଏକତ୍ର ବାଗୀ-3ର ଆଇଟମ ନମ୍ବର ଡୁ ୟୁ ଲଭ୍‌ ମିରେ ନଜର ଆସୁଛନ୍ତି । ଦିଶା ଶେଷଥର ପାଇଁ ମଲଙ୍ଗରେ ନଜର ଆସିଥିବା ବେଳେ ଟାଇଗର୍‌ ଓ୍ବାର୍‌ରେ ନଜର ଆସିଥିଲେ ।

ଅହମଦ୍‌ ଖାନ୍‌ଙ୍କ ନିର୍ଦ୍ଦେଶନାରେ ଟାଇଗର୍‌ ସ୍ରଫ୍‌ଙ୍କ ବାଗୀ-3 ମାର୍ଚ୍ଚ 6 ତାରିଖରେ ପରଦାକୁ ଆସୁଛି । (ଏଜେନ୍ସି)

Categories
ଆଜିର ଖବର ମନୋରଂଜନ ସିନେମା

ଦର୍ଶକଙ୍କ ହୃଦୟ ଜିଣୁଛି ଦିଶାଙ୍କ ବୋଲ୍ଡ ଡ୍ୟାନ୍ସ

ମୁମ୍ବାଇ :  ଅଭିନେତ୍ରୀ ଦିଶା ପଟ୍ଟାନୀ ନିଜ ଡ୍ୟାନ୍ସ ଜରିଆରେ ଦର୍ଶକଙ୍କ ହୃଦୟ ଜିତିପାରିଛନ୍ତି। ଅପକମିଙ୍ଗ ଫିଲ୍ମ ‘ବାଗୀ 3’ରେ ଏକ ଆଇଟମ ଡ୍ୟାନ୍ସ କରି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଏହି ଗୀତର ଫାଷ୍ଟ ଲୁକ୍‌ ରିଲିଜ୍‌ ହୋଇଛି। ଏଥିରେ ଦିଶା ବହୁତ ହଟ୍‌  ଅନ୍ଦାଜ୍‌ରେ ନଜର ଆସିଛନ୍ତି। ଏହି ଗୀତରେ ଦିଶାଙ୍କ ସହିତ ଅଭିନେତା ଟାଇଗର୍‌ ଶ୍ରଫ୍‌ ବି ରହିଛନ୍ତି । କି। ‘ବାଗୀ 3’ର  ଡୁ ୟୁ ଲଭ ମି’ରେ ସଙ୍ଗୀତ ବି ବେଶ୍‌ ଦମଦାର ରହିଛି। ଗୀତଟି ପୂରା ରିଲିଜ୍‌ ହୋଇନଥିବାବେଳେ ଏହାର ଟିଜର୍‌ କିନ୍ତୁ ୟୁଟ୍ୟୁବରେ ଧୁମ୍‌ ମଚାଇଛି।

ତନିଷ୍କ ବାଗଚୀଙ୍କ ରଚିତ ଏହି ଗୀତରେ ସ୍ବରବଦ୍ଧ କରିଛନ୍ତି ନିଖିତ ଗାନ୍ଧି । ଏହି ଗୀତ ଟ୍ରାକ୍‌ଟି ବ୍ରିଟିଶ୍‌ ରେକର୍ଡ ନିର୍ମାତା ଟ୍ରୟବୟର ଡୁୟୁ ରିମେକ୍‌ ଅଟେ। ଏହି ଗୀତରେ ହୁକ୍‌ ଲାଇନ୍‌କୁ ଛାଡି ଆଉ ସମସ୍ତ ଲାଇନ୍‌ ହିନ୍ଦୀରେ ରହିଛି।

‘ବାଗୀ 2’ରେ ଦିଶା ପଟ୍ଟାନୀଙ୍କୁ ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିଥିଲା । କିନ୍ତୁ ବାଗୀ -3ରେ ଟାଇଗର୍‌ଙ୍କ ସହ ନଜର ଆସୁଛନ୍ତି ଶ୍ରଦ୍ଧା କପୁର୍‌ । ଫିଲ୍ମର ପ୍ରଥମ ଭାଗରେ ବି ଶ୍ରଦ୍ଧା ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ତେବେ ‘ବାଗୀ 3’ରେ ଶ୍ରଦ୍ଧା-ଟାଇଗର୍‌ଙ୍କ ବ୍ୟତୀତ ରିତେଶ ଦେଶମୁଖ ଓ ଜ୍ୟାକି ଶ୍ରଫ୍‌ ପ୍ରମୁଖ ନଜର ଆସିବେ । (ଏଜେନ୍ସି)

Categories
ଆଜିର ଖବର ମନୋରଂଜନ

ମଲାଙ୍ଗ : ପ୍ରେମ ଓ ପ୍ରତିଶୋଧ ପରାୟଣତାର ଭିନ୍ନ ଏକ କାହାଣୀ

ମୁମ୍ବାଇ : ମୋହିତ ସୁରୀଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ମଲାଙ୍ଗର ଟ୍ରେଲର ରିଲିଜ୍‌ ହୋଇଛି । ଏହି ଟ୍ରେଲରରେ ପ୍ରେମ ଓ ପ୍ରତିଶୋଧ ପରାୟଣତାର ଭିନ୍ନ ଏକ କାହାଣୀ ଦେଖିବାକୁ ମିଳିଛି । ଆଶିକି-2 ଏବଂ ହାଫ୍‌ ଗର୍ଲଫ୍ରେଣ୍ଡ ପରେ ମୋହିତ ସୂରୀ ଥ୍ରୀଲର ଫିଲ୍ମକୁ ପ୍ରତ୍ୟାବର୍ତ୍ତନ କରୁଥିବା ବେଳେ ଏହାକୁ ନେଇ ଫିଲ୍ମପ୍ରେମୀ ଉତ୍ସାହିତ ରହିଛନ୍ତି । ଫିଲ୍ମରେ ଆଦିତ୍ୟ ରୟ କପୁର ଏବଂ କୁନାଲ ଖେମୁ ଗ୍ୟାଙ୍ଗଷ୍ଟର ଭୂମିକାରେ ନଜର ଆସିଥିବା ବେଳେ ଅନୀଲ କପୁର ପୋଲିସ୍‌ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି । ଫିଲ୍ମରେ ଆଦିତ୍ୟଙ୍କ ସହିତ ଦିଶା ପଟ୍ଟାନୀଙ୍କୁ ଦେଖିବାକୁ ମିଳିବ । 2.45 ମିନିଟ୍‌ର ଟ୍ରେଲରରେ ସମସ୍ତ ଚରିତ୍ର ନଜର ଆସିଛନ୍ତି । ଆଦିତ୍ୟ ରୟ କପୁର ପ୍ରଥମ ଥର ପାଇଁ ଜବରଦସ୍ତ ଆକ୍ସନ୍‌ ଭୂମିକାରେ ନଜର ଆସିଛନ୍ତି । ଦିଶାଙ୍କ ହତ୍ୟାର ପ୍ରତିଶୋଧ ପାଇଁ ଆଦିତ୍ୟ ହତ୍ୟା କରୁଥିବାର ଦେଖିବାକୁ ମିଳିଛି । ଟ୍ରେଲରରେ କୁନାଲଙ୍କ ଭୂମିକା ନେଇ ସ୍ପଷ୍ଟ ସୂଚନା ନଥିଲେ ମଧ୍ୟ ସେ ନକରାତ୍ମକ ଚରିତ୍ରରେ ନଜର ଆସୁଥିବା ଜଣାପଡିଛି । ଫେବୃୟାରୀ 7 ତାରିଖରେ ମଲାଙ୍ଗ ରିଲିଜ୍‌ ହେବାକୁ ଯାଉଛି । ରିଲିଜ୍‌ର ଏକ ଘଣ୍ଟା ମଧ୍ୟରେ ଏହାକୁ ଏକ ମିଲିୟନ୍‌ ଦର୍ଶକ ଦେଖି ସାରିଲେଣି । (ଏଜେନ୍ସୀ)