ମଲାଙ୍ଗ : ପ୍ରେମ ଓ ପ୍ରତିଶୋଧ ପରାୟଣତାର ଭିନ୍ନ ଏକ କାହାଣୀ

Published: Jan 6, 2020, 4:38 pm IST

ମୁମ୍ବାଇ : ମୋହିତ ସୁରୀଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ମଲାଙ୍ଗର ଟ୍ରେଲର ରିଲିଜ୍‌ ହୋଇଛି । ଏହି ଟ୍ରେଲରରେ ପ୍ରେମ ଓ ପ୍ରତିଶୋଧ ପରାୟଣତାର ଭିନ୍ନ ଏକ କାହାଣୀ ଦେଖିବାକୁ ମିଳିଛି । ଆଶିକି-2 ଏବଂ ହାଫ୍‌ ଗର୍ଲଫ୍ରେଣ୍ଡ ପରେ ମୋହିତ ସୂରୀ ଥ୍ରୀଲର ଫିଲ୍ମକୁ ପ୍ରତ୍ୟାବର୍ତ୍ତନ କରୁଥିବା ବେଳେ ଏହାକୁ ନେଇ ଫିଲ୍ମପ୍ରେମୀ ଉତ୍ସାହିତ ରହିଛନ୍ତି । ଫିଲ୍ମରେ ଆଦିତ୍ୟ ରୟ କପୁର ଏବଂ କୁନାଲ ଖେମୁ ଗ୍ୟାଙ୍ଗଷ୍ଟର ଭୂମିକାରେ ନଜର ଆସିଥିବା ବେଳେ ଅନୀଲ କପୁର ପୋଲିସ୍‌ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି । ଫିଲ୍ମରେ ଆଦିତ୍ୟଙ୍କ ସହିତ ଦିଶା ପଟ୍ଟାନୀଙ୍କୁ ଦେଖିବାକୁ ମିଳିବ । 2.45 ମିନିଟ୍‌ର ଟ୍ରେଲରରେ ସମସ୍ତ ଚରିତ୍ର ନଜର ଆସିଛନ୍ତି । ଆଦିତ୍ୟ ରୟ କପୁର ପ୍ରଥମ ଥର ପାଇଁ ଜବରଦସ୍ତ ଆକ୍ସନ୍‌ ଭୂମିକାରେ ନଜର ଆସିଛନ୍ତି । ଦିଶାଙ୍କ ହତ୍ୟାର ପ୍ରତିଶୋଧ ପାଇଁ ଆଦିତ୍ୟ ହତ୍ୟା କରୁଥିବାର ଦେଖିବାକୁ ମିଳିଛି । ଟ୍ରେଲରରେ କୁନାଲଙ୍କ ଭୂମିକା ନେଇ ସ୍ପଷ୍ଟ ସୂଚନା ନଥିଲେ ମଧ୍ୟ ସେ ନକରାତ୍ମକ ଚରିତ୍ରରେ ନଜର ଆସୁଥିବା ଜଣାପଡିଛି । ଫେବୃୟାରୀ 7 ତାରିଖରେ ମଲାଙ୍ଗ ରିଲିଜ୍‌ ହେବାକୁ ଯାଉଛି । ରିଲିଜ୍‌ର ଏକ ଘଣ୍ଟା ମଧ୍ୟରେ ଏହାକୁ ଏକ ମିଲିୟନ୍‌ ଦର୍ଶକ ଦେଖି ସାରିଲେଣି । (ଏଜେନ୍ସୀ)

Related posts