Categories
ଆଜିର ଖବର ମନୋରଂଜନ ସିନେମା

ଏକ ଭିଲେନ୍‌ ସିକ୍ବେଲ୍‌ରେ ଦିଶା ପଟାନୀ

ମୁମ୍ବାଇ : ମଲଙ୍ଗର ସଫଳତା ପରେ ମୋହିତ ସୂରୀଙ୍କ ସହିତ ଦ୍ବିତୀୟ ଫିଲ୍ମ କରିବାକୁ ଯାଉଛନ୍ତି ଦିଶା ପଟାନୀ । ମୋହିତ ସୂରୀଙ୍କ ନିର୍ଦ୍ଦେଶିତ ଏକ୍‌ ଭିଲେନ୍‌ ବ୍ଲକ୍‌ବଷ୍ଟର ଫିଲ୍ମ ରହିଥିବା ବେଳେ ସୋମବାର ମୋହିତ ଏହି ଫିଲ୍ମର ସିକ୍ବେଲ ନେଇ ଘୋଷଣା କରିଛନ୍ତି । ଏହି ଫିଲ୍ମରେ ଆଦିତ୍ୟ ରୟ କପୁର ଏବଂ ଜନ୍‌ ଆବ୍ରାହାମ୍‌ଙ୍କ ସହିତ ସ୍କ୍ରିନ୍‌ ସେୟାର କରିବେ ଦିଶା । ଏହି ଫିଲ୍ମ ବ୍ୟତିତ ଦିଶା ସଲ୍‌ମାନ୍‌ ଖାନ୍‌ଙ୍କ ସହିତ ରାଧେରେ ନଜର ଆସିବାକୁ ଯାଉଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଏକ୍‌ ଭିଲେନ୍‌ର ପ୍ରଥମ ଭାଗରେ ସିଦ୍ଧାର୍ଥ ମାଲହୋତ୍ରା, ଶ୍ରଦ୍ଧା କପୁର ଏବଂ ରୀତେଶ ଦେଶମୁଖ ନଜର ଆସିଥିଲେ । (ଏଜେନ୍ସି)

Categories
ଆଜିର ଖବର ମନୋରଂଜନ

ମଲାଙ୍ଗ : ପ୍ରେମ ଓ ପ୍ରତିଶୋଧ ପରାୟଣତାର ଭିନ୍ନ ଏକ କାହାଣୀ

ମୁମ୍ବାଇ : ମୋହିତ ସୁରୀଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ମଲାଙ୍ଗର ଟ୍ରେଲର ରିଲିଜ୍‌ ହୋଇଛି । ଏହି ଟ୍ରେଲରରେ ପ୍ରେମ ଓ ପ୍ରତିଶୋଧ ପରାୟଣତାର ଭିନ୍ନ ଏକ କାହାଣୀ ଦେଖିବାକୁ ମିଳିଛି । ଆଶିକି-2 ଏବଂ ହାଫ୍‌ ଗର୍ଲଫ୍ରେଣ୍ଡ ପରେ ମୋହିତ ସୂରୀ ଥ୍ରୀଲର ଫିଲ୍ମକୁ ପ୍ରତ୍ୟାବର୍ତ୍ତନ କରୁଥିବା ବେଳେ ଏହାକୁ ନେଇ ଫିଲ୍ମପ୍ରେମୀ ଉତ୍ସାହିତ ରହିଛନ୍ତି । ଫିଲ୍ମରେ ଆଦିତ୍ୟ ରୟ କପୁର ଏବଂ କୁନାଲ ଖେମୁ ଗ୍ୟାଙ୍ଗଷ୍ଟର ଭୂମିକାରେ ନଜର ଆସିଥିବା ବେଳେ ଅନୀଲ କପୁର ପୋଲିସ୍‌ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି । ଫିଲ୍ମରେ ଆଦିତ୍ୟଙ୍କ ସହିତ ଦିଶା ପଟ୍ଟାନୀଙ୍କୁ ଦେଖିବାକୁ ମିଳିବ । 2.45 ମିନିଟ୍‌ର ଟ୍ରେଲରରେ ସମସ୍ତ ଚରିତ୍ର ନଜର ଆସିଛନ୍ତି । ଆଦିତ୍ୟ ରୟ କପୁର ପ୍ରଥମ ଥର ପାଇଁ ଜବରଦସ୍ତ ଆକ୍ସନ୍‌ ଭୂମିକାରେ ନଜର ଆସିଛନ୍ତି । ଦିଶାଙ୍କ ହତ୍ୟାର ପ୍ରତିଶୋଧ ପାଇଁ ଆଦିତ୍ୟ ହତ୍ୟା କରୁଥିବାର ଦେଖିବାକୁ ମିଳିଛି । ଟ୍ରେଲରରେ କୁନାଲଙ୍କ ଭୂମିକା ନେଇ ସ୍ପଷ୍ଟ ସୂଚନା ନଥିଲେ ମଧ୍ୟ ସେ ନକରାତ୍ମକ ଚରିତ୍ରରେ ନଜର ଆସୁଥିବା ଜଣାପଡିଛି । ଫେବୃୟାରୀ 7 ତାରିଖରେ ମଲାଙ୍ଗ ରିଲିଜ୍‌ ହେବାକୁ ଯାଉଛି । ରିଲିଜ୍‌ର ଏକ ଘଣ୍ଟା ମଧ୍ୟରେ ଏହାକୁ ଏକ ମିଲିୟନ୍‌ ଦର୍ଶକ ଦେଖି ସାରିଲେଣି । (ଏଜେନ୍ସୀ)

Categories
ଆଜିର ଖବର ମନୋରଂଜନ ସିନେମା

ମଲାଙ୍ଗରେ ଆଦିତ୍ୟ ରୟ କପୁରଙ୍କ ପ୍ରଥମ ପୋଷ୍ଟର ରିଲିଜ୍‌

ମୁମ୍ବାଇ,03/01: ମୋହିତ ସୂରୀଙ୍କ ନିର୍ଦ୍ଦେଶିତ ଫିଲ୍ମ ମଲାଙ୍ଗର ପ୍ରଥମ ପୋଷ୍ଟର ରିଲିଜ୍‌ ହୋଇଛି । ଆଦିତ୍ୟ ରୟ କପୁରଙ୍କ ପ୍ରଥମ ପୋଷ୍ଟର ଶୁକ୍ରବାର ଦିନ ରିଲିଜ୍‌ ହୋଇଛି । ଫିଲ୍ମରେ ଆଦିତ୍ୟଙ୍କୁ ସମ୍ପୂର୍ଣ୍ଣ ଗମ୍ଭୀର ମୁଦ୍ରାରେ ଦେଖିବାକୁ ମିଳିଛି । ପ୍ରଥମ ପୋଷ୍ଟର ରିଲିଜ୍‌ ସହିତ ‘ଯେପରି ପ୍ରେମ ଶୁଦ୍ଧ ଓ ପବିତ୍ର, ସେହିପରି ଘୃଣା ମଧ୍ୟ ଶୁଦ୍ଧ ଓ ପବିତ୍ର’ ବୋଲି ଆଦିତ୍ୟ ଏକ କ୍ୟାପ୍‌ସନ୍‌ ଲେଖିଛନ୍ତି । ଫିଲ୍ମର ଟ୍ରେଲର ଆସନ୍ତା ଜାନୁୟାରୀ 6 ତାରିଖରେ ରିଲିଜ୍‌ ହେବା ନେଇ ଆଦିତ୍ୟ ଘୋଷଣା କରିଛନ୍ତି । ଏହି ଫିଲ୍ମରେ ଆଦିତ୍ୟଙ୍କ ବ୍ୟତୀତ ଦିଶା ପଟାନୀ, ଅନୀଲ କପୁର ଏବଂ କୁନାଲ ଖେମୁ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି । ଫିଲ୍ମଟି ଫେବୃୟାରୀ 7 ତାରିଖରେ ରିଲିଜ୍‌ ହେବାକୁ ଯାଉଛି । (ଏଜେନ୍ସୀ)