Categories
ଆଜିର ଖବର

ଅକ୍ଷୟଙ୍କ ବଦାନ୍ୟତା : ଶହୀଦ୍‌ ଯବାନ୍‌ଙ୍କ ପରିବାରଙ୍କ ପାଇଁ ‘ଭାରତ କେ ବୀର’ ଫଣ୍ଡକୁ ୫ କୋଟି ଦାନ  କରିଛନ୍ତି 

ବଲିଉଡ୍‌ ଖିଲାଡ଼ିଷ୍ଟାର୍‌ ସବୁବେଳେ କିଛି ନା କିଛି କାମ ପାଇଁ ଚର୍ଚ୍ଚାରେ ଥା’ନ୍ତି । ତେବେ ସାମାଜିକ କ୍ଷେତ୍ରରେ ସାହାଯ୍ୟ କରି ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଅକ୍ଷୟ କୁମାର। ଶହୀଦଙ୍କ ପରିବାରକୁ ହେଉ ଅଥବା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ହେଉ ସବୁବେଳେ ବଦାନ୍ୟତାର ହାତ ବଢାଇଛନ୍ତି ଏହି ସୁପରଷ୍ଟାର୍‌ ଜଣକ । ନିକଟରେ ମହାରାଷ୍ଟ୍ରରେ ଏକ ସାମୁହିକ ବିବାହରେ ୧୦୦ ଯୋଡା ବରକନ୍ୟାଙ୍କୁ ୧ଲକ୍ଷ ଲେଖାଁ ଟଙ୍କା ଦାନ କରିଛନ୍ତି । କାରଣ ଏମାନେ ସମସ୍ତେ ଥିଲେ ଅତି ଗରବି ଘରର ପିଲା। ନିକଟରେ ଅକ୍ଷୟ କୁମାର ପୁଲ୍‌ୱାମା ଆକ୍ରମଣରେ ଶହୀଦ୍‌ ଯବାନ୍‌ଙ୍କ ପରିବାରଙ୍କ ପାଇଁ ‘ଭାରତ କେ ବୀର’ ଫଣ୍ଡକୁ ୫ କୋଟି ଦାନ କରିଥିଲେ । ଅକ୍ଷୟଙ୍କ ଅପ୍‌କମିଙ୍ଗ୍‌ ଫିଲ୍ମ ‘କେଶରୀ’ ପରଦା ଉପରକୁ ଆସିବାର ରହିଛି । ଏଥିରେ ସେ ଜଣେ ଶିଖ୍‌ ଯୋଦ୍ଧା ଭୂମିକାରେ ନଜର ଆସିଛନ୍ତି । ଏହାର ଟ୍ରେଲର୍‌କୁ ଦର୍ଶକ ବହୁତ ପସନ୍ଦ କରିଛନ୍ତି । ନିକଟରେ ଏହି ଫିଲ୍ମର ଗୋଟିଏ ଗୀତ ରିଲିଜ୍‌ ହୋଇଛି, ଏଥିରେ ଅକ୍ଷୟଙ୍କ ଡ୍ୟାନ୍ସ ବେଶ୍‌ ଲାଜଓ୍ବାବ୍‌ ରହିଛି ।