Categories
ଆଜିର ଖବର ଜାତୀୟ ଖବର

ମୁମ୍ବାଇର ଧାରାବୀରୁ ପୁଣି ଆସିଲା 15ଟି ନୂଆ ମାମଲା, ଘର ଘର ବୁଲି କରାଯାଉଛି ସ୍କ୍ରିନିଂ

 

ମୁମ୍ବାଇ : ମୁମ୍ବାଇର ଧାରାବୀ ଅଞ୍ଚଳରେ କରୋନା ଜନିତ 15ଟି ନୂଆ ମାମଲା ସାମ୍ନାକୁ ଆସିଛି । ଧାରାବୀରେ ଏପର୍ଯ୍ୟନ୍ତ କରୋନା ଭାଇରସ୍‌ ଜନିତ 43ଟି ମାମଲା ସାମ୍ନାକୁ ଆସିଛି। ଏଥିରୁ 4 ଜଣଙ୍କର ମୃତ୍ୟୁ ହୋଇଛି । ମୁମ୍ବାଇର ସବୁଠୁ ଅଧିକ ଲୋକ ଏହି ଧାରାବୀ ବସ୍ତି ଅଞ୍ଚଳରେ ରହିଥା’ନ୍ତି । ଏସିଆର ସର୍ବବୃହତ ବସ୍ତି ଭାବେ ଧାରାବୀରେ ମୋଟ 15ଲକ୍ଷ ଲୋକ ଏଠାରେ ବାସ କରନ୍ତି । ସେହିପରି ଦେଶର ସର୍ବାଧିକ କରୋନା ସଂକ୍ରମିତ ଓ ମୃତ୍ୟୁ ମହାରାଷ୍ଟ୍ରରେ ହିଁ ହୋଇଛି । ଏଠାରେ ମୃତ୍ୟୁ ସଂଖ୍ୟା 127ରେ ପହଞ୍ଚିଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା 1700 ଟପିସାରିଛି ।

ମୁମ୍ବାଇର ଏହି ଧାରାବୀ ଅଞ୍ଚଳରେ ଶନିବାର ଠାରୁ ସ୍କ୍ରିନିଂ ଆରମ୍ଭ କରାଯାଇଛି । ଏହି ଅଞ୍ଚଳରେ ବିଏମ୍‌ସି ଘର ଘର ବୁଲି ସ୍କ୍ରିନିଂ କରୁଛି । ସେହିପରି ଏହି ଅଞ୍ଚଳରେ ରହିଥିବା ଲୋକଙ୍କ ମଧ୍ୟରେ ଯଦି କେହି ଥଣ୍ଡା, କାଶ, ଜ୍ବର ବା କଫର ରୋଗୀ ରହିଛନ୍ତି ତାଙ୍କ ଯାତ୍ରାର ବିବରଣୀ ସହ ତାଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କ ସମ୍ପର୍କରେ ଅନୁସନ୍ଧାନ କରାଯାଇ ଯାଞ୍ଚ କରାଯାଉଛି ।

ମୁମ୍ବାଇରେ କରୋନା ସ୍ଥିତି ବେଶ୍‌ ଗମ୍ଭୀର ରହିଥିବାବେଳେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଲକ୍ ଡାଉନ୍‌ର ଅବଧି ଏପ୍ରିଲ୍‌ 30 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । (ଏଜେନ୍ସି)