Categories
ଆଞ୍ଚଳିକ ରାଜ୍ୟ ଖବର

ବିଦ୍ୟୁତ ସଂସ୍ପର୍ଶରେ ଆସି ଚାଷୀଙ୍କ ପ୍ରାଣହାନି

ସମୀକ୍ଷା ବ୍ୟୁରୋ
ସାନଖେମୁଣ୍ଡି : ବିଦ୍ୟୁତ୍‌ ଆଘାତରେ ସାନଖେମୁଣ୍ଡିର ଜଣେ ଚାଷୀ ପ୍ରାଣ ହରାଇଛନ୍ତି । ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଗଙ୍ଗାପୁର ପଞ୍ଚାୟତର ସନ୍ତୋଷ କୁମାର ପାଢ଼ୀ(55) ନିଜ ଜମିରେ ପାଣି ମଡାଇବାକୁ ଯାଇଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ପ୍ରାଣ ହରାଇଛନ୍ତି । ବିଦ୍ୟୁତ୍‌ ଆଘାତରେ ଗୁରୁତର ସନ୍ତୋଷଙ୍କୁ ତୁରନ୍ତ ଦିଗପହଣ୍ଡି ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ୍‌ ପକ୍ଷରୁ ତଦନ୍ତ ପରେ ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁରକୁ ପଠାଇ ଦିଆଯାଇଛି ।