Categories
ଆଜିର ଖବର

ଛପାକ୍‌ର ଫାଷ୍ଟଲୁକ୍‌ ପୋଷ୍ଟର

ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କ ଅଭିନୀତ ଚଳଚିତ୍ର ‘ଛପାକ୍‌’ର ଫାଷ୍ଟଲୁକ୍‌ ପୋଷ୍ଟର ରିଲିଜ ହୋଇଛି। ଏହି ଚଳଚିତ୍ରରେ ଦୀପିକା ଏସିଡ୍‌ ଆକ୍ରମଣର ଶିକାର ହୋଇଥିବା ଲକ୍ଷ୍ମୀ ଅଗ୍ରଓ୍ବାଲଙ୍କ ଚରିତ୍ରରେ ନଜର ଆସିବେ। ମେଘନା ଗୁଲଜାର ଏହି ଚଳଚିତ୍ରର ନିର୍ଦ୍ଦଶନା ଦେଉଥିବା ବେଳେ ପ୍ରଯୋଜକ ଭାବରେ ପଦାର୍ପଣ କରୁଛନ୍ତି ଦୀପିକା। ଫାଷ୍ଟଲୁକ୍‌ ପୋଷ୍‌ଟରକୁ ଦୀପିକା ନିଜର ସୋସିଆଲ ମିଡିଆ ସାଇଟ୍‌ରେ ସେୟାର କରିଛନ୍ତି। ଫଟୋ ସହିତ ଦୀପିକା ଲେଖିଛନ୍ତି ଏହି ଚରିତ୍ରଟି ସଦାସର୍ବଦା ମୋ ସହିତ ରହିବ। ୧୦ ଜାନୁୟାରୀ ୨୦୨୦ରେ ରିଲିଜ୍‌ ହେବାକୁ ଥିବା ଏହି ଫିଲ୍ମଟି ଅଜୟ ଦେବଗନଙ୍କ ତାନାଜୀ ସହିତ ରିଲିଜ୍‌ ହେବ ବୋଲି ଜଣାପଡିଛି। ବିବାହ ପରେ ଏହା ଦୀପିକାଙ୍କ ପ୍ରଥମ ଫିଲ୍ମ ହୋଇଥବାରୁ ଫ୍ୟାନ୍‌ ମାନେ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଅନ୍ୟପକ୍ଷରେ ରାଜିର ସଫଳତା ପରେ ମେଘନା ପ୍ରଥମ ଥର ପାଇଁ ଦୀପିକାଙ୍କ ସହିତ କାମ କରୁଥିବାରୁ ଏହାକୁ ନେଇ ମଧ୍ୟ ଚଳଚିତ୍ରପ୍ରେମୀ ଅଧିକ ଉତ୍ସାହ ଦେଖାଇଛନ୍ତି। ଦୀପିକାଙ୍କ ଫାଷ୍ଟଲୁକ୍‌କୁ ବଲିଉଡ୍ ଅଭିନେତା ବରୁଣ ଧଓ୍ବନ୍‌, ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡେଜ୍‌ ଏବଂ ଗଜରାଜ ରାଓ ପ୍ରଶଂସା କରିଛନ୍ତି।