Categories
ଆଜିର ଖବର ଜାତୀୟ ଖବର

ଯାତ୍ରୀଙ୍କ ପାଇଁ ଖୁସି ଖବର : ମାଘମେଳା ପାଇଁ ଚାଲିବ ସ୍ବତନ୍ତ୍ର ଟ୍ରେନ୍‌

ନୂଆଦିଲ୍ଲୀ : ମକର ସଂକ୍ରାନ୍ତି ଅବସରରେ ପ୍ରୟାଗରାଜଠାରେ ମାଘମେଳାରେ ସାମିଲ୍‌ ହେବାକୁ ଇଚ୍ଛା ରଖିଥିବା ରେଳଯାତ୍ରୀଙ୍କ ପାଇଁ ଖୁସି ଖବର। ଉତ୍ତର ମଧ୍ୟ ରେଳବାଇ ମକର ସଂକ୍ରାନ୍ତି ଏହି ଅବସରରେ ଆହ୍ଲାବାଦରେ କିଛି ସ୍ପେଶାଲ୍‌ ଟ୍ରେନ୍‌ ଚଳାଇବା ନେଇ ନିଷ୍ପତ୍ତି ନିଆଯାଇଛି। ଏହି ସ୍ପେଶାଲ୍‌ ଟ୍ରେନ୍‌ର ରୁଟ୍‌, ଟାଇମିଂ ଓ ସମ୍ପୂର୍ଣ୍ଣ ବିବରଣୀ ରହିଛି ।

ଉତ୍ତର ମଧ୍ୟ ରେଳବାଇ ତରଫରୁ ଦିଆଯାଇଥିବା ସୂଚନା ଅନୁସାରେ ଗାଡି ନଂ 00101 ଆହ୍ଲାବାଦ ଓ କାନପୁରର ସେଣ୍ଟ୍ରାଲ୍‌ ପର୍ଯ୍ୟନ୍ତ ଚାଲିବ। ଏହି ଟ୍ରେନ୍‌ ସକାଳ 6ଟାରୁ ଆହ୍ଲାବାଦରୁ ବାହାରି ସାଢେ 11ଟାରେ କାନପୁରରେ ପହଞ୍ଚିବ। ଟ୍ରେନ୍‌ଟି ସୁବେଦାରଗଂଜ, ଭରବାରୀ, ସିରାଥୁ, ଖାଗା, ଫତେପୁର ଓ ବିନ୍ଦକୀ ରୋଡ୍‌ ଷ୍ଟେସନରେ ରହିବ। ଗାଡି ନଂ 001002 ଆହ୍ଲାବାଦରୁ ଫତେପୁରରୁ ଟ୍ରେନ୍‌ ଚାଲିବ ।

ଟ୍ରେନ୍‌ ସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ :

ଗାଡିନଂ 00101 ଆହ୍ଲାବାଦ ଷ୍ଟେସନଠାରୁ ସକାଳ 6.30ରୁ ବାହାରି କାନପୁର ସେଣ୍ଟ୍ରାଲ୍‌ଠାରେ ସକାଳ 11.30ରେ ପହଞ୍ଚିବ । ଏହି ଗାଡିଟି ସୁବେଦାରଗଞ୍ଜ, ଭରବାରୀ, ସିରାଧୁ, ଖଶଗା, ଫତେପୁର, ବିନ୍ଧକୀ ରୋଡ୍‌ରେ ଅଟକିବ ।

ଗାଡିନଂ 00102 ଆହ୍ଲାବାଦ ଷ୍ଟେସନଠାରୁ 10.15 ମିନିଟ୍‌ରେ ବାହାରି ଫତେପୁର ଷ୍ଟେସନ ପର୍ଯ୍ୟନ୍ତ ଏହି ଗାଡିଟି ସୁବେଦାରଗଞ୍ଜ, ଭରବାରୀ, ସିରାଥୁ, ଖାଗା ଆଦି ଷ୍ଟେସନରେ ଅଟକିବ । ଏହା ବ୍ୟତୀତ 00201, 00202, 00301,00303 ଆଦି ବିଶେଷ ଟ୍ରେନ୍‌ ମଧ୍ୟ ଚାଲିବ । ଏହି ସମସ୍ତ ଟ୍ରେନ୍‌ 16 ଜାନୁଆରୀରେ ମଧ୍ୟ ଚାଲିବ ।

ମାଘମେଳା 2020ରେ ଅବସରରେ ଶ୍ରଦ୍ଧାଳୁଙ୍କ ପାଇଁ ଭାରତର ରେଳବାଇ ବିଶେଷ ସୁବିଧା କରିଛନ୍ତି । ଆହ୍ଲାବାଦ ରେଳବାଇ ମଣ୍ଡଳ ତରଫରୁ ଅତ୍ୟାଧୁନିକ ସୁବିଧାଯୁକ୍ତ 4ଟି ଆଶ୍ରୟ ଗୃହର ନିର୍ମାଣ ମଧ୍ୟ କରାଯାଇଛି । ଏହି ଆଶ୍ରୟ ସ୍ଥଳରେ ପାଖାପାଖି 3000 ଯାତ୍ରୀ ରହିପାରିବେ । ଟିକେଟ ସୁବିଧା ପାଇଁ ଆଶ୍ରୟ ସ୍ଥଲରେ 3ଟି ୟୁଟିଏସ୍‌ କାଉଣ୍ଟର, 02ଟି ଏମଟିଭିଏମ୍‌ର ବ୍ୟବସ୍ଥା ରହିଛି ।

ସମସ୍ତ ଆଶ୍ରୟସ୍ଥଳରେ ଇନ୍‌କ୍ବାରୀ କାଉଣ୍ଟର, ଟ୍ରେନ୍‌ ଟାଇମିଂର ଡିସ୍‌ପ୍ଲେ ବୋର୍ଡ, ଉଦ୍‌ଘୋଷଣା ପ୍ରଣାଳୀ, ପିଇବା ପାଣି, ଶୌଚାଳୟର ବ୍ୟବସ୍ଥା କରାଯାଇଛି ।  (ଏଜେନ୍ସି)