Categories
ଆଜିର ଖବର ରାଜ୍ୟ ଖବର

ଫାଇନାନ୍ସ କର୍ମଚାରୀଙ୍କୁ ଲୁଟ୍ ଘଟଣା : 9 ଆନ୍ତଃଜିଲ୍ଲା ଲୁଟେରା ଗିରଫ

ସମୀକ୍ଷା ବ୍ୟୁରୋ
ବ୍ରହ୍ମପୁର, 04/01: ଫାଇନାନ୍ସ କର୍ମଚାରୀଙ୍କୁ ଲୁଟ ଘଟଣାରେ ଗଞ୍ଜାମ ପୋଲିସ୍‌ 9 ଜଣ ଆନ୍ତଃରାଜ୍ୟ ଲୁଟେରାଙ୍କୁ ଗିରଫ କରାଯାଇଛି । ଶୁକ୍ରବାର ଗଞ୍ଜାମ ପୋଲିସ୍‌ ଏହି ରାକେଟ୍‌ର ପର୍ଦ୍ଦାଫାଶ କରିବା ସହିତ 9 ଜଣଙ୍କୁ ଗିରଫ କରିଛି । 9 ଜଣଙ୍କୁ ଗିରଫ କରାଯିବା ସହିତ ପୋଲିସ୍‌ ଦୁଇଟି ଦେଶୀ ବନ୍ଧୁକ, ଗୋଟିଏ ଖେଳଣା ବନ୍ଧୁକ ଏବଂ 16ଟି ମୋବାଇଲ୍‌ ଫୋନ୍‌ ଜବତ କରାଯାଇଛି । ଗିରଫ ଅଭିଯୁକ୍ତଙ୍କ ନିକଟରୁ 6ଟି ସିକ୍ସ ରାଉଣ୍ଡ ଗୁଳି, 4ଟି ଫୋର୍ ରାଉଣ୍ଡ ଗୁଳି, 4ଟି ଖାଲି ଖୋକା ଏବଂ ଏକ ଖଣ୍ଡା ଜବତ କରିଛି । ଏହା ସହିତ ପୋଲିସ୍‌ ଅଭିଯୁକ୍ତଙ୍କ ନିକଟରୁ 4ଟି ବାଇକ୍‌ ଜବତ କରିଛି । ଗିରଫ ଅଭିଯୁକ୍ତ ମାନେ ହେଉଛନ୍ତି ଯୋଗୀ ଗୌଡ, ଶିବରାମ ଦାସ, ସୁନିଲ ମହାନ୍ତି, ଅଶ୍ବିନୀ ଗୌଡ, ତନୁଜା ସ୍ବାଇଁ, ମନୋଜ ଗୌଡ, ଭାରତ ପ୍ରଧାନ, ସଞ୍ଜୟ ନାୟକ । ଏହା ବ୍ୟତିତ ଗିରଫଙ୍କ ମଧ୍ୟରେ ଜଣେ ନାବାଳକ ରହିଥିବା ସୂଚନା ମିଳିଛି ।

ଉଲ୍ଲେଖଯୋଗ୍ୟ ଯେ, ଅକ୍ଟୋବର 3 ତାରିଖରେ ପୁରୁଷୋତ୍ତମପୁର ଥାନା ସିକୁଳା ଗ୍ରାମର ଫାଇନାନ୍ସ କର୍ମଚାରୀ ସୁଦାମ ଗୌଡ଼ ଇଣ୍ଡସଇଣ୍ଡ ବ୍ୟାଙ୍କରୁ ଟଙ୍କା ଉଠାଇ ଗ୍ରାମରେ ବଣ୍ଟନ କରିବାକୁ ଯାଉଥିବା ବେଳେ ତିନିଜଣ ଅଜଣା ଯୁବକ ଆସି ତାଙ୍କ ବାଇକ୍କୁ ଲାତ ମାରି ବନ୍ଧୁକ ଦେଖାଇ 1 ଲକ୍ଷ 22ହଜାର ଟଙ୍କା ଲୁଟି ନେଇଥିଲେ ।