Categories
ଆଜିର ଖବର ରାଜ୍ୟ ଖବର

ହାଇଦ୍ରାବାଦରେ ଫସିଥିବା ଶ୍ରମିକଙ୍କୁ ସହଯୋଗର ହାତ ବଢାଇଲେ କୋରେଇର ଯୁବନେତା

ଦେବାଶିଷ ପାଢୀ
କୋରେଇ: ଦେଶବ୍ୟାପୀ ଲକଡାଉନ୍ କାରଣରୁ ବିଭିନ୍ନ ରାଜ୍ୟର ଶତାଧିକ ଶ୍ରମିକ ପଡୋଶୀ ରାଜ୍ୟ ମାନଙ୍କରେ ଫସି ରହିଛନ୍ତି। ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ଶ୍ରମିକଙ୍କ ସହାୟତା ପାଇଁ ସରକାରଙ୍କ ପକ୍ଷରୁ ଉଦ୍ୟମ କରାଯାଉଥିବା ବେଳେ ଅନେକ ରାଜନେତା ଏବଂ ସାମାଜିକ ସଙ୍ଗଠନ ମଧ୍ୟ ଆଗକୁ ଆସୁଛନ୍ତି। ଲକ୍‌ଡାଉନ୍‌ କାରଣରୁ ହାଇଦ୍ରାବାଦର ହାଇଟେକ୍‌ ସିଟିରେ କୋରେଇ, କେନ୍ଦୁଝର ଏବଂ ଆନନ୍ଦପୁର ଅଞ୍ଚଳର ପ୍ରାୟ ୭୦ ଜଣ ଯୁବକ ଫସି ରହିଥିଲେ।

ଲକ୍‌ଡାଉନ୍‌ କାରଣରୁ ବିଗତ ୯ ଦିନ ହେବ ନାନାଦି ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ରାଜ୍ୟ ସରକାରଙ୍କୁ ସହାୟତାର ନିବେଦନ କରି ଏକ ଭିଡିଓ ଜାରି କରିଥିଲେ। ରାଜ୍ୟ ବିଜେଡିର ଉପ ସଭାପତି ତଥା କୋରେଇର ଯୁବନେତା ପ୍ରିତିରଞ୍ଜନ ସାହୁ (ଲିପା) ତୁରନ୍ତ ସହାୟତାର ହାତ ବଢାଇଥିଲେ। ତୁରନ୍ତ ଆର୍ଥିକ ସହାୟତା ପ୍ରଦାନ କରିବା ସହିତ ରାସନ୍‌ର ବ୍ୟବସ୍ଥା ମଧ୍ୟ କରିଥିଲେ। ଯୁବନେତାଙ୍କ ସେବା ମନୋବୃତି କାରଣରୁ ଫସି ରହିଥିବା ଶ୍ରମିକ ମାନେ ଧନ୍ୟବାଦ ଜ୍ଞାପନ କରିଛନ୍ତି।