Categories
ଆଜିର ଖବର

ଦିଲ୍ଲୀ ନିର୍ବାଚନରେ କେଜ୍ରିଓ୍ବାଲଙ୍କୁ ସହାୟତା କରିବେ ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ, 14/12 : 2014 ନିର୍ବାଚନରେ ବିଜେପି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପ୍ରଶାନ୍ତ କିଶୋର ଦିଲ୍ଲୀ ବିଧାନସଭା ନିର୍ବାଚନରେ କେଜ୍ରିଓ୍ବାଲଙ୍କୁ ସହାୟତା କରିବାକୁ ଯାଉଛନ୍ତି । ସୋସିଆଲ ମିଡିଆ ସାଇଟ୍‌ ଟ୍ବିଟ୍ଟର ଜରିଆରେ କେଜ୍ରିଓ୍ବାଲ ଏହି ଘୋଷଣା କରିଛନ୍ତି । ପ୍ରଶାନ୍ତ କିଶୋରଙ୍କ ନେତୃତ୍ବରେ ପରିଚାଳିତ ଇଣ୍ଡିଆନ୍‌ ପଲିଟିକାଲ ଆକ୍ସନ୍‌ କମିଟି (ଆଇ-ପିଏସି) ସହିତ ଆପ୍‌ କାମ କରିବାକୁ ଯାଉଛି ବୋଲି କେଜ୍ରିଓ୍ବାଲ ଘୋଷଣା କରିଛନ୍ତି । ବିଜେପି ସହିତ ସମସ୍ତ ସମ୍ପର୍କ ଛିନ୍ନ ପରେ ଆଇ ପିଏସି ବିରୋଧୀ ଦଳଙ୍କ ସହିତ ଏକତ୍ର କାମ କରୁଛି । ଆଇ ପିଏସି 2021 ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ମମତା ବାନାର୍ଜୀଙ୍କ ସହିତ ମଧ୍ୟ କାମ କରୁଥିବା ଜଣାପଡିଛି ।(ଏଜେନ୍ସୀ)

Categories
ଆଜିର ଖବର

କେଜ୍ରିଓ୍ବାଲଙ୍କ ବିରୋଧରେ ନିର୍ବାଚନ ଆୟୋଗଙ୍କ ନିକଟରେ ଫେରାଦ ହେଲା ବିଜେପି

ଆମ ଆଦମୀ ପାର୍ଟିର ମୁଖ୍ୟ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୀୱାଲଙ୍କ ବିରୁଦ୍ଧରେ ମତଦାତାଙ୍କୁ ଏଫଏମ ରେଡିଓରେ ବିଜ୍ଞାପନ ଜରିଆରେ ଭ୍ରମିତ ତଥା ନିଜ ଆଡକୁ ଆକର୍ଷିତ କରିବା ନେଇ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ ହୋଇଛି। ଅରବିନ୍ଦ କେଜ୍ରିଓ୍ବାଲ ବିଜେପି ପାର୍ଟି ଅଧ୍ୟକ୍ଷ ଅମିତ ଶାହାଙ୍କ ବୟାନକୁ ମଧ୍ୟ ଭୁଲ ଶୈଳୀରେ ଉପସ୍ଥାପନ କରିବା ନେଇ ମଧ୍ୟ ଅଭିଯୋଗ ଆଣିଛି ବିଜେପି। ଦିଲ୍ଲୀ ବିଜେପି ମୁଖପାତ୍ର ପ୍ରବୀଣ ଶଙ୍କର କପୁର ନିର୍ବାଚନ ଆୟୋଗଙ୍କ ନିକଟରେ ଏକ ଅଭିଯୋଗ ପତ୍ର ପଠାଇଛନ୍ତି। ଏଥିରେ ଆପ ଏଫଏମ ରେଡିଓରେ ବିଜ୍ଞାପନ ଦେଇଥିବା ଅଭିଯୋଗ ହୋଇଛି।  ଅଭିଯୋଗରେ ପ୍ରବୀଣ କହିଛନ୍ତି, ରେଡିଓ ବିଜ୍ଞାପନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଲୋକଙ୍କୁ କହିଛନ୍ତି, କେନ୍ଦ୍ର ସରକାର ଦିଲ୍ଲୀର ଲୋକଙ୍କ ଠାରୁ ହଜାର କୋଟି ଟଙ୍କା ରାଜସ୍ୱ ସଂଗ୍ରହ କରି କେବଳ ୩୨୫ କୋଟି ଟଙ୍କା ଦିଲ୍ଲୀକୁ ଦେଇଛନ୍ତି। ସେ ନିର୍ବାଚନ ଆୟୋଗଙ୍କୁ ଆପର ବିଜ୍ଞାପନ ବିଷୟ-ବସ୍ତୁର ସମୀକ୍ଷା କରିବାକୁ ଅନୁରୋଧ କରିଛନ୍ତି।

Categories
ଆଜିର ଖବର

କେଜ୍ରିଓ୍ବାଲ, ସିସୋଦିଆ ଏବଂ ଯୋଗେନ୍ଦ୍ର ଯାଦବଙ୍କ ବିପକ୍ଷର ଜାମିନ ବିହୀନ ପରଓ୍ବାନା

ଦିଲ୍ଲୀର ଏକ କୋର୍ଟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଏବଂ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିପକ୍ଷରେ ଏକ ଜାମିନ ବିହୀନ ପରଓ୍ବାନା ଜାରି କରିଛନ୍ତି। ଏମାନଙ୍କ ସହିତ ସ୍ବରାଜ ଇଣ୍ଡିଆ ଦଳର ପ୍ରତିଷ୍ଠାତା ଯୋଗେନ୍ଦ୍ର ଯାଦବଙ୍କ ନାମରେ ମଧ୍ୟ ପରଓ୍ବାନା ଜାରି କରାଯାଇଛି। ଏହି ତିନି ଜଣଙ୍କ ବିରୋଧରେ ୨୦୧୩ରେ ରହିଥିବା ଏକ ଅପରାଧିକ ମାମଲା ଉପରେ ବିଚାର କରି କୋର୍ଟ ଏହି ଆଦେଶ ଶୁଣାଇଛନ୍ତି। ତିନି ଜଣଙ୍କ ବିରୋଧରେ ଜାରି ହୋଇଥିବା ଏନ୍‌ବିଡବ୍ଲ୍ୟୁ ର ଉତ୍ତର ନଦେବା ପରେ ମାଜିଷ୍ଟ୍ରେଟ୍‌ ସମର ବିଶାଲ ଏହି ଆଦେଶ ଦେଇଛନ୍ତି। ଏପ୍ରିଲ୍‌ ୨୯ରେ ମାମଲାର ଶୁଣାଣି ହେବ। ଉଲ୍ଲେଖଯୋଗ୍ୟ ଯେ, ୨୦୧୩ରେ ଦିଲ୍ଲୀର ଜନୈକ ଓକିଲ ସୁରେନ୍ଦ୍ର କୁମାର ଶର୍ମା ଏହି ମାମଲା ଦାୟର କରିଥିଲେ। ଶର୍ମାଙ୍କୁ ଦଳୀୟ ଟିକଟ ଦିଆଯିବା ପରେ ସେ ନାମାଙ୍କନ ଦାଖଲ କରିଥିଲେ ଏଆଂ ପରବର୍ତ୍ତୀ ସମୟରେ ତାଙ୍କର ଟିକଟ ପ୍ରତ୍ୟାହର କରି ନିଆଯାଇଥିଲା। ଏହା ତାଙ୍କର ସମ୍ମାନ ହାନି କରିଥିବା ନେଇ ସେ ମାମଲା ଦାଏର କରିଥିଲେ।

Categories
ଆଜିର ଖବର

ମୋଦିଙ୍କୁ ଆକ୍ରମଣ କଲେ କେଜ୍ରିଓ୍ବାଲ : ହିଟ୍‌ଲରଙ୍କ ରାସ୍ତାରେ ମୋଦି

ଚଳିତ ଲାେକସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ପୁନର୍ବାର ଆକ୍ରମଣ କରିଛନ୍ତି। ମୋଦି ଜର୍ମାନର ଏକଛତ୍ରବାଦୀ ନେତା ଆଡଲ୍ଫ ହିଟ୍‌ଲର୍‌ଙ୍କ  ରାସ୍ତାରେ ଯାତ୍ରା କରୁଛନ୍ତି ବୋଲି ସମାଲୋଚନା କରିଛନ୍ତି କେଜ୍ରିଓ୍ବାଲ। ଇଣ୍ଡିଆନ୍‌ ଏକ୍ସପ୍ରେସ୍‌ର ଏକ ଖବରକୁ ଟ୍ବିଟ୍ଟର ଜରିଆରେ ସେୟାର କରିଛନ୍ତି କେଜ୍ରିଓ୍ବାଲ। ଏହି ଖବର ଅନୁଯାୟୀ ହୋଲି ସନ୍ଧ୍ୟାରେ ମୁସଲିମ୍‌ ପରିବାର ଉପରେ ୨୦-୨୫ ଜଣ ଲୋକ ଆକ୍ରମଣ କରିଥିଲେ ଏବଂ ପାକିସ୍ତାନ ଫେରିଯାଅ ନାରା ଲଗାଇଥିଲେ। କେଜ୍ରିଓ୍ବାଲ କହିଛନ୍ତି ହିଟ୍‌ଲର ମଧ୍ୟ ନରସଂହାର ଏବଂ ଲୋକଙ୍କୁ ଆକ୍ରମଣ କରି ସତ୍ତାରେ ରହିଥିଲେ। କ୍ଷମତାରେ ରହିବା ପାଇଁ ମୋଦି ମଧ୍ୟ ସମାନ ରଣନୀତି ଆପଣାଇଛନ୍ତି। ଏହି ଟ୍ବିଟ୍‌ରେ ବିଜେପିରେ ଯୋଗ ଦେଇଥିବା ଗୌତମ ଗମ୍ଭୀରଙ୍କୁ ସ୍ବାଗତ କରିଛନ୍ତି କେଜ୍ରିଓ୍ବାଲ।

Categories
ଆଜିର ଖବର

ବିଜେପି ଓ କଂଗ୍ରେସ ମଧ୍ୟରେ ଗୁପ୍ତ ବୁଝାମଣା ରହିଛି – ଅରବିନ୍ଦ କେଜ୍‌ରୀଓ୍ବାଲ

କଂଗ୍ରେସ ଓ ଆମ୍‌ଆଦ୍‌ମୀ ପାର୍ଟି ମଧ୍ୟରେ ହେବାକୁ ମେଣ୍ଟ ଆଶା ମଉଳି ଗଲା ପରେ  ଆମ୍‌ ଆଦ୍‌ମୀ ପାର୍ଟି ଅଧ୍ୟକ୍ଷ ଅରବିନ୍ଦ କେଜ୍‌ରୀଓ୍ବାଲ କଂଗ୍ରେସକୁ ଟାର୍ଗେଟ୍‌ କରିଛନ୍ତି ।  କଂଗ୍ରେସ ଉପରେ ଆରୋପ ଲଗାଇ କେଜ୍‌ରୀଓ୍ବାଲ କହିଛନ୍ତି ଯେ, ପରୋକ୍ଷରେ ବିଜେପି ସହ କଂଗ୍ରେସ ମିଶି ଯାଇଛି ଏବଂ ଏହାଦ୍ବାରା ବିଜେପିକୁ ଲୋକସଭା ନିର୍ବାଚନରେ ଲାଭ ମିଳୁଛି । ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଟ୍ବିଟ୍‌ କରି କହିଛନ୍ତି ଯେ – ଯେଉଁ ସମୟରେ ସାରା ଦେଶବାସୀ ମୋଦି-ଶାହାଙ୍କ ଯୋଡ଼ିକୁ ହରାଇବାକୁ ଚାହୁଁଛନ୍ତି, କଂଗ୍ରେସ ବିଜେପି ଭୋଟ୍‌କୁ ଭାଗ ଭାଗ କରି ବିଜେପିକୁ ସାହାଯ୍ୟ କରୁଛି ।  ବିଜେପି ଓ କଂଗ୍ରେସ ମଧ୍ୟରେ ଗୁପ୍ତ ବୁଝାମଣା ରହିଛି । ତେବେ ଦିଲ୍ଲୀ କଂଗ୍ରେସ-ବିଜେପିର ମେଣ୍ଟକୁ ଲଢିବାକୁ ପ୍ରସ୍ତୁତ ରହିଛି । ଲୋକ ଏହି ମେଣ୍ଟକୁ ହରାଇଦେବେ । ବିଜେପିକୁ ଶାସନର ହଟାଇବା ପାଇଁ କଂଗ୍ରେସ ସହ ହାତ ମିଳାଇ ଚାହୁଁଥିଲେ ଅରବିନ୍ଦ କେଜ୍‌ରୀଓ୍ବାଲ । ଏଥିପାଇଁ ଦିଲ୍ଲୀରେ କଂଗ୍ରେସ  ଓ ଆପ୍‌ ସହ ଆସନ ବୁଝାମଣା ନେଇ ଚର୍ଚ୍ଚା ଜୋର୍‌ ରହିଥିଲା । କିନ୍ତୁ ଆଜି କଂଗ୍ରେସର ଦିଲ୍ଲୀ ଅଧ୍ୟକ୍ଷା ଶୀଲା ଦୀକ୍ଷିତ୍‌ ଏହି ଗଠବନ୍ଧନରେ ବିରାମ ଲଗାଇ ଦେଇଛନ୍ତି । କିଛିବର୍ଷ ପୂର୍ବେ ଆପ୍‌ କଂଗ୍ରେସର ଦୃଢ ବିରୋଧ ରହିଥିଲା । ୨୦୧୩ ପୂର୍ବରୁ ଓ ପରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲ କଂଗ୍ରେସ ବିରୋଧୀ ଆନ୍ଦୋଳନର ନେତୃତ୍ବ ନେଇ ରାଜନୈତିକ କ୍ୟାରିୟର୍‌ ଆରମ୍ଭ କରିଥିଲେ ।  ୨୦୧୩ ବିଧାନସଭାରେ ଆମ୍‌ ଆଦ୍‌ମୀ ପାର୍ଟି କଂଗ୍ରେସକୁ ହରାଇକୁ ପ୍ରଥମଥର ପାଇଁ ଗୋଟେ ବଡ଼ ଦଳ ରୂପେ ଉଭା ହୋଇଥିଲା ଏହି ନିର୍ବାଚନରେ ଆପ୍‌ ୨୮ଟି ସିଟ୍‌ ଜିତିଥିବାବେଳେ କଂଗ୍ରେସ୍‌ ମାତ୍ର ୮ଟି ସିଟ୍‌ ପାଇଥିଲା । ମାତ୍ର ୪୭ ଦିନ ସରକାର ଚଳାଇବା ପରେ କେଜ୍‌ରୀଓ୍ବାଲ ଇସ୍ତଫା ଦେଇଦେଇଥିଲେ । ତା’ପରେ ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ହୋଇଥିଲା । ପୁନର୍ବାର ୨୦୧୫ରେ ବିଧାନସଭା ନିର୍ବାଚନରେ ଆମ୍‌ ଆଦ୍‌ମୀ ପାର୍ଟି ଐତିହାସିକ ୬୭ ସିଟ୍‌ ଜିତି ସରକାର ଗଠନ କରିଥିଲା । ଏହି ନିର୍ବାଚନରେ କଂଗ୍ରେସ କୌଣସି ଆସନ ଜିତିନଥିବାବେଳେ ବିଜେପି ମାତ୍ର ତିନୋଟି ସିଟ୍‌ ପାଇଥିଲା ।

Categories
ଆଜିର ଖବର

ସମଗ୍ର ଦେଶ ଏବେ ସରକାର ଓ ପିଏମ୍‌ଙ୍କ ସହ ଅଛନ୍ତି : ଅରବିନ୍ଦ କେଜ୍‌ରୀୱାଲ

ପୁଲୱାମା ଆକ୍ରମଣର ୧୨ ଦିନ ପରେ ପ୍ରତିଶୋଧ ସ୍ଵରୂପ ଭାରତ ପକ୍ଷରୁ କରାଯାଇଥିବା ବାୟୁସେନାର ପିଓକେ ଉପରେ ଆକ୍ରମଣକୁ ସମର୍ଥନ ଜଣାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରୀୱାଲ । ସେ ସେନାକୁ ପ୍ରଶଂସା କରିବା ସହିତ ଏହି ସମୟରେ ସମଗ୍ର ଦେଶ ସରକାର ଓ ପ୍ରଧାନମନ୍ତ୍ରୀଙ୍କ ସହିତ ଅଛନ୍ତି ବୋଲି କହିଛନ୍ତି । ସମଗ୍ର ଦେଶ ଏବେ ଗର୍ବିତ ଅନୁଭବ କରୁଛି କହିବା ସହିତ ଭାରତୀୟ ସେନାକୁ ଅଭିନନ୍ଦନ ଜଣାଇଛନ୍ତି ।

Categories
ଆଜିର ଖବର

କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ କେଜରିୱାଲ ! ମୋଦି-ଶାହଙ୍କ ଯୋଡ଼ି ଗଣତନ୍ତ୍ର ପାଇଁ ବିପଦ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବିରେ ଅନଶନ ଆରମ୍ଭ କରିବା ପାଇଁ ଯାଉଛନ୍ତି । ଅନଶନ ପୂର୍ବରୁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଅରବିନ୍ଦ କେଜରିୱାଲ କେନ୍ଦ୍ର ସରକାରଙ୍କୁ କଟାକ୍ଷ କରି  କହିଛନ୍ତି ଯେ, ୭୦ ବର୍ଷରେ ଯେଉଁ କାମ ପାକିସ୍ତାନ କରିପାରିଲା ନାହିଁ ସେହି କାମକୁ ମାତ୍ର ୫ ବର୍ଷରେ ମୋଦି-ଶାହ ଯୋଡ଼ି କରିଦେଖାଇଛନ୍ତି । ଦେଶରେ ଶାନ୍ତି ଭଙ୍ଗ କରିଛନ୍ତି ମୋଦି ସରକାର । ଦେଶରେ ଶାନ୍ତି ବଜାୟ ନ ରହିଲେ ଦେଶର ବିକାଶ ହେବନାହିଁ । ଦେଶ ଭିତରେ ଏବେ ଭୟର ବାତାବରଣ । ସାଧାରଣ ଲୋକେ ଭୟରେ ଜୀବନ ବ୍ୟତିତ କରୁଛନ୍ତି । ଯାଂଚ ଏଜେନ୍ସି ଗୁଡ଼ିକର ଦୂରପୋଯୋଗ କରାଯାଉଛି ବୋଲି କହିଛନ୍ତି ଅରବିନ୍ଦ । ଏବେ ଜନତାଙ୍କ ସମୟ ଆସିଛି ଏବଂ ମୋଦି-ଶାହଙ୍କ ଯୋଡ଼ିକୁ ମୁକାବିଲା କେବଳ ଜନତା ହିଁ କରିପାରିବେ ବୋଲି କହିଛନ୍ତି କେଜ୍‌ରୀଓ୍ବାଲ ।  ନିର୍ବାଚନକୁ ଆଖିଆଗରେ ରଖି ମୋଦି ଶାହାଙ୍କ ଯୋଡ଼ିଙ୍କୁ ଗାଦିରୁ ହଟାଇବା ପାଇଁ ସେ ଜନତାଙ୍କୁ ଆହ୍ବାନ କରିଛନ୍ତି ।ଦେଶରେ ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି କରିଛନ୍ତି ମୋଦି ଶାହା । ପୁଣିଥରେ ମୋଦି ସରକାର ଗାଦି ଅକ୍ତିଆର କଲେ ନିର୍ବାଚନ ହେବା ମଧ୍ୟ ବନ୍ଦ ହୋଇଯିବ । ମୋଦି ସରକାରକୁ ହିଟଲର୍‌ଙ୍କ ଶାସନ କହିବା ସହିତ ଏହା ବଦଳିବା ନିହାତି ଦରକାର ବୋଲି କହିଛନ୍ତି ।  ସେହିପରି ମହାଗଠବନ୍ଧନକୁ ନା କହିବା ସହିତ ଏକା ଲଢିବେ ବୋଲି ସ୍ପଷ୍ଟ କରିଛନ୍ତି ଅରବିନ୍ଦ ।