ଥିରୁଅନନ୍ତପୁରମ୍ : କେରଳରେ 5 ଜଣ ନୂତନ କୋରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ନୂତନ 5 ଜଣଙ୍କୁ ମିଶାଇ ଭାରତରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 39ରେ ପହଞ୍ଚିଛି । କେରଳ ସ୍ବାସ୍ଥ୍ୟମନ୍ତ୍ରୀ କେକେ ଶୈଳଜା 5 ଜଣ ଆକ୍ରାନ୍ତଙ୍କ ସମ୍ପର୍କରେ ସୂଚନା ଦେଇଛନ୍ତି । କେରଳର ପଥନମଥିଟ୍ଟାରେ ଏହି 5 ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଇଟାଲୀ ଯାଇଥିବା ବେଳେ ଅନ୍ୟମାନେ ତାଙ୍କର ସମ୍ପର୍କୀୟ ବୋଲି ଜଣା ପଡିଛି । ପ୍ରଥମେ ସମ୍ପର୍କୀୟ ମାନେ ଜ୍ବରରେ ପୀଡିତ ହେବା ପରେ ଯୁବକଙ୍କ ଠାରେ କୋରୋନା ଭାଇରସ୍ର ଲକ୍ଷଣ ଦେଖାଦେଇଥିଲା । ସମସ୍ତ 5 ଜଣ ଆକ୍ରାନ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପ୍ରତିଶେଧକ ମୂଳକ ପଦକ୍ଷେପ ସ୍ବରୂପ ବର୍ତ୍ତମାନ ସୁଦ୍ଧା କେରଳରେ 637 ଜଣଙ୍କୁ ହସ୍ପିଟାଲରେ ରଖାଯାଇଛି । (ଏଜେନ୍ସି)
Tag: kerala
କେରଳ : କେରଳରେ କରୋନା ଭାଇରସରେ ଆକ୍ରାନ୍ତ ଥିବା ତୃତୀୟ ବ୍ୟକ୍ତିଙ୍କର ଚିହ୍ନଟ କରାଯାଇଛି। ଏହାପୂର୍ବରୁ ୨ଜଣଙ୍କ ନିକଟରେ କରୋନାଭାଇରସ ପଜିଟିଭ ମିଳିବା ପରେ ଏମାନଙ୍କର ଏବେ ଆଇସୋଲେଶନ ଓ୍ବାର୍ଡରେ ଚିକିତ୍ସା ଚାଲିଛି। ତୃତୀୟ ବ୍ୟକ୍ତି ଜଣଙ୍କ କାସରାଗଡ ଅଞ୍ଚଳର ହୋଇଥିବା ବେଳେ ଏବେ ସେ କନଜାନଗଡ ଜିଲା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସୂଚନାଯୋଗ୍ୟ, ଚାଇନାରେ କରୋନା ଭାଇରସ ମହାମାରୀର ରୂପ ନେଇଛି । ଏଥିରେ ମୃତ୍ୟୁ ସଂଖ୍ୟା 300ରୁ ଉର୍ଦ୍ଧ୍ବରେ ପହଞ୍ଚିଥିବାବେଳେ ଏଥିରେ 17ହଜାରରୁ ଉର୍ଦ୍ଧ୍ବ ବ୍ୟକ୍ତି ସଂକ୍ରମିତ ହୋଇଥିବା ସୂଚନା ରହିଛି । (ଏଜେନ୍ସି)
ଥିରୁଅନନ୍ତପୁରମ : କେରଳର ଦ୍ବିତୀୟ କୋରୋନା ଭାଇରସ୍ ରୋଗୀ ଚିହ୍ନଟ ହୋଇଛି । ତିନି ଦିନ ପୂର୍ବରୁ ପ୍ରଥମ ରୋଗୀ ଚିହ୍ନଟ ହୋଇଥିବା ବେଳେ ରବିବାର ଦିନ ଦ୍ବିତୀୟ ରୋଗୀଙ୍କୁ ଚିହ୍ନଟ କରାଯାଇଛି । କେରଳ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ସୂଚନା ଅନୁଯାୟୀ ସଂକ୍ରମିତଙ୍କ ଅବସ୍ଥା ସ୍ଥିର ରହିଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସଂକ୍ରମିତ ଉପରେ କଡା ନଜର ରଖାଯାଇଛି । ପୂର୍ବରୁ ଗୁରୁବାର ଦିନ ଚୀନ୍ର ୟୁହାନ୍ ବିଶ୍ବବିଦ୍ୟାଳୟରେ ପାଠ ପଢୁଥିବା ଜଣେ ଛାତ୍ରଙ୍କ ଠାରେ ଗୁରୁବାର ଦିନ ପ୍ରଥମ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲା । (ଏଜେନ୍ସି)
କେରଳର ତିନି ସ୍ଥାନରେ ଏନ୍ଆଇଏର ଚଢାଉ
ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) କେରଳର କାସରଗୋଡ଼ ଓ ପାଲାକ୍କଡରେ ତିନି ସନ୍ଦିଗ୍ଧ ଆତଙ୍କୀକୁ ଜେରା କରୁଛି। ଏହି ତିନି ଜଣ ଆଇଏସ୍ଆଇଏସ୍ ସହ ସଂଶ୍ଳିଷ୍ଟ ଥିବା ଆଶଙ୍କାରେ ଚଢାଉ କରିଛି। ଏଜେନ୍ସିର ସନ୍ଦେହ ଯେ ଏହି ତିନି ଜଣ ଦୁର୍ଦ୍ଦାନ୍ତ ଆତଙ୍କୀ ସଂଗଠନ ଇସଲାମିକ ଷ୍ଟେଟରେ ସାମିଲ ହେବା ପାଇଁ ଦେଶ ଛାଡିବାକୁ ଥିବା ଲୋକଙ୍କ ସଂପର୍କରେ ଥିଲେ। ଏହା ବ୍ୟତୀତ ଏନଆଇଏ କାସରଗୋଡରେ ରହୁଥିବା ଅବୁ ବକର ଓ ଅହମ୍ମଦକୁ ସୋମବାର ସୁଦ୍ଧା କୋଚି ସ୍ଥିତ ସ୍ଥାନୀୟ ଏନଆଇଏ ଅଫିସରେ ହାଜର ହେବାକୁ କହିଛନ୍ତି। ସନ୍ଦିଗ୍ଧଙ୍କ ଘରେ ଚଢାଉ ସମୟରେ ଧାର୍ମିକ ଉପଦେଶ ସହ ଜଡିତ ଡିଭିଡି ଏବଂ ସିଡି କ୍ୟାସେଟ୍ ବ୍ୟତୀତ ଇସଲାମିକ ପ୍ରଚାରକ ଜାକିର ନାଇକର ଭାଷଣର କ୍ୟାସେଟ୍ ମିଳିଛି। ଏଥି ସହିତ ଜାକିର ନାଇକ ଏବଂ ସୈୟଦ କୁଠେବଙ୍କ ପୁସ୍ତକ ମଧ୍ୟ ଜବତ କରାଯାଇଛି। ଚଢାଉ ବେଳେ ଏନଆଇଏକୁ ମୋବାଇଲ ଫୋନ, ସିମକାର୍ଡ, ମେମୋରୀ କାର୍ଡ୍ସ, ପେନ ଡ୍ରାଇଭ, ଅରବୀ ଓ ମଲୟାଲି ଭାଷାରେ ଲେଖାହୋଇଥିବା ହାତଲେଖା ଚିଠି ମିଳିଛି। ୨୦୧୬ରେ ଗିରଫ ହୋଇଥିବା ଯୁବକ ହବିବ ରହମାନଙ୍କ ସୂଚନା ଅନୁଯାୟୀ କେରଳରୁ ୧୪ ଜଣ ଯୁବକ ଆଇଏସ୍ରେ ଯୋଗ ଦେବାର ଯୋଜନା କରୁଛନ୍ତି।
କେରଳର ବହୁଚର୍ଚ୍ଚିତ ସିଷ୍ଟର ଅଭୟା (ବୀନା ଥୋମାସ) ହତ୍ୟା ମାମଲାରେ ଆରୋପୀଙ୍କ ଖଲାସ ହେବା ଅନୁରୋଧକୁ କେରଳ ହାଇକୋର୍ଟ ଖାରଜ କରି ଦେଇଛନ୍ତି। ମଙ୍ଗଳବାର ମାମଲାର ମୁଖ୍ୟ ଅଭିଯୁକ୍ତ ଡ. ଥୋମାସ କୋଟ୍ଟୁର୍ ଏବଂ ସିଷ୍ଟର ସେଫିଙ୍କ ଆବେଦନକୁ ଖାରଜ କରିଛନ୍ତି କେରଳ ହାଇକୋର୍ଟ। ଉଭୟଙ୍କ ବିପକ୍ଷରେ ସିବିଆଇ ତରଫରୁ ଦାଏର କରାଯାଇଥିବା ମାମଲା ଅନୁଯାୟୀ ଉଭୟଙ୍କୁ ନ୍ୟାୟିକ ପ୍ରକ୍ରିୟାର ସମ୍ମୁଖୀନ ହେବାକୁ ପଡିବ ବୋଲି ଜଷ୍ଟିସ୍ ସୁନିଲ୍ ଥୋମାସ୍ କହିଛନ୍ତି। ସିବିଆଇ ତରଫରୁ ଉଭୟଙ୍କ ବିରୋଧରେ ହତ୍ୟା, ପ୍ରମାଣ ନଷ୍ଟ ପ୍ରଭୃତି ଅଭିଯୋଗ ଅଣାଯାଇଛି। ମାମଲାର ଅନ୍ୟତମ ଅଭିଯୁକ୍ତ ଫାଦର୍ ଜୋସ୍ ପୁଥିରିକାୟାଲୀଙ୍କୁ ପ୍ରମାଣ ଅଭାବରୁ କୋର୍ଟ ଖଲାସ କରିଛନ୍ତି। ସୂଚନାଯୋଗ୍ୟ ଯେ, ୧୯୯୨ ମସିହାରେ ଘଟିଥିଲା ଏହି ହତ୍ୟାକାଣ୍ଡ। କୋଟୁର ଏବଂ ସେଫିଙ୍କୁ ଅନୈତିକ ଅବସ୍ଥାରେ ଦେଖିବା ପରେ ଉଭୟ ବୀନାଙ୍କୁ ହତ୍ୟା କରି କୂଅରେ ଫିଙ୍ଗିଦେଇଥିଲେ। ପ୍ରାରମ୍ଭରୁ ସ୍ଥାନୀୟ ପୋଲିସ ଏବଂ କେରଳ କ୍ରାଇମବ୍ରାଞ୍ଚ ଏହି ମାମଲାର ତଦନ୍ତ କରୁଥିଲେ। ପରବର୍ତ୍ତୀ ସମୟରେ ସିବିଆଇ ମାମଲାର ତଦନ୍ତ କରିବା ସହିତ ୨୦୦୮ରେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଏହି ମାମଲାରେ ପ୍ରମାଣ ନଷ୍ଟ ଅଭିଯୋଗରେ କ୍ରାଇମବ୍ରାଞ୍ଚ ଏସ୍ପି କେଟି ମାଇକେଲଙ୍କ ନାମରେ ଚାର୍ଜସିଟ୍ ଦାଖଲ କରିଥିଲା ସିବିଆଇ। କୋର୍ଟ ଏହି ଅନୁରୋଧକୁ ଖାରଜ କରିବା ସହିତ ମାଇକେଲଙ୍କୁ ତଦନ୍ତରେ ସହାୟତା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
କେରଳରେ ଲୁରେ ଦୁଇଜଣଙ୍କର ମୃତ୍ୟୁ
ସମଗ୍ର ଦେଶରେ ଗ୍ରୀଷ୍ମ ଋତୁ ଅନୁଭୂତ ହେଉଥିବାବେଳେ ତା’ର କରାଳ ରୂପ ପ୍ରସାର ହେବାକୁ ଲାଗିଲାଣି। ଗ୍ରୀଷ୍ମ ଋତୁର ଆରମ୍ଭରେ କେରଳରେ ଲୁ ପାଇଁ ଦୁଇଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪୪ ଜଣ ଗଭୀର ଭାବରେ ପ୍ରଭାବିତ ହୋଇଛନ୍ତି। କେରଳରେ ବର୍ତ୍ତମାନ ଦିନକୁ ଦିନ ତାପମାତ୍ରା ବଢିବାରେ ଲାଗିଛି। ମିଳିଥିବା ସୂଚନା ଅନୁସାରେ ଉପନଗର ପରସାଲା ନିକଟବର୍ତ୍ତୀ ମୁରିଉଥୋମ୍ର ଜଣେ କୃଷକ ଉନ୍ନୀକୃଷ୍ଣନ୍ ଓ ପଲକ୍କଡ ସହରର ନୈଲୁରର ଜଣେ ମହିଳା ଶ୍ରମିକଙ୍କର ଗତକାଲି ଲୁ ପାଇଁ ମୃତ୍ୟୁ ହୋଇଛି। କେରଳର ଥିରୁଅନନ୍ତପୁରମ୍, କୋଲ୍ଲମ, ପଥାନ୍ନମଥିଟ୍ଟା, ଅଲ୍ଲାପୁଝା, କୋଟ୍ଟୟମ୍, ଇଡୁକ୍କି, ଏର୍ଣ୍ଣାକୁଲମ୍, ତ୍ରିଶୁର୍, ମଲ୍ଲପୁରମ୍, କୋଝିକୋଡ, କନ୍ନୁର ଓ କାସରଗୋଡ଼ ଜିଲ୍ଲାରେ ଅଧିକ ତାପାମାତ୍ରା ରହିଛି। ଏହି ସମସ୍ତ ଜିଲ୍ଲାରେ ୪୪ ଜଣ ପାଖାପାଖି ଲୋକେ ଲୁ’ରେ ପ୍ରଭାବିତ ହୋଇଛନ୍ତି।