Categories
ଆଜିର ଖବର ଜାତୀୟ ଖବର

ପ୍ରଥମ ରାଜ୍ୟ ଭାବେ ସିଏଏ ବିରୋଧରେ ସୁପ୍ରିମ୍‌କୋର୍ଟକୁ ଗଲେ କେରଳ ସରକାର

କେରଳ : ନାଗରିକତା ସଂଶୋଧନ ଆଇନ (ସିଏଏ) ଓ ଏନ୍‌ଆରସିକୁ ନେଇ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ଚାଲୁ ରହିଛି। ଏବେ ସିଏଏକୁ ନେଇ ଏବେ ବଡ଼ ଖବର ସାମ୍ନାକୁ ଆସିଛି । ପ୍ରଥମ ରାଜ୍ୟ ଭାବେ କେରଳ ସରକାର ସୁପ୍ରିମ୍‌କୋର୍ଟ ଏହି ଆଇନ ବିରୁଦ୍ଧରେ ଏକ ଯାଚିକା ଦାୟର କରିଛନ୍ତି । ତେବେ ସିଏଏକୁ ନେଇ ସାମ୍ବିଧାନିକ ବୈଧତା ଖିଲାପରେ ସୁପ୍ରିମ୍‌କୋର୍ଟରେ ପାଖାପାଖି 60ଟି ଯାଚିକା ଦାଏର କରାଯାଇଛି ।

କେରଳ ସରକାରଙ୍କ ତରଫରୁ ଦାଏର କରାଯାଇଛି ଯାଚିକାରେ ନାଗରିକତା ସଂଶୋଧନ ଆଇନ୍‌ରେ ଧର୍ମନିରପେକ୍ଷତା ବିରୁଦ୍ଧ ବୋଲି ଦର୍ଶାଯାଇଛି । ରାଜ୍ୟସରକାର ସୁପ୍ରିମ୍‌କୋର୍ଟରେ ଏହି ଆଇନକୁ ଅସାମ୍ବିଧାନିକ କରିବା ନେଇ ଦାବି କରାଯାଇଛି । ସିଏଏ ସମ୍ପର୍କିତ ସମସ୍ତ ଯାଚିକାର ଶୁଣାଣି ଆସନ୍ତା 22 ତାରିଖରେ କରାଯିବ । ଏହି ଯାଚିକାଟି ଅନ୍ୟ ସମସ୍ତ ଯାଚିକା ସହିତ ଶୁଣାଣି ହେବ ।

ସିଏଏ ସମ୍ପର୍କିତ ଅନ୍ୟ ଯାଚିକାରେ ଧର୍ମକୁ ଆଧାର କରି ଶରଣାର୍ଥୀଙ୍କୁ ନାଗରିକତା ପ୍ରମାଣ ବିରୋଧରେ କରାଯାଇଛି । ନାଗରିକତା ଆଇନରେ ରହିଥିବା ଭାରତର ପଡୋଶୀ ଦେଶ ହିନ୍ଦୁ, ବୌଦ୍ଧ, ଇଶାଇ, ପାର୍ସୀ, ଶିଖ, ଜୈନ୍‌ ସମୁଦାୟ ଲୋକଙ୍କୁ ଭାରତୀୟ ନାଗରିକତା ଦେବାର ପ୍ରାବଧାନ ରହିଥିବାବେଳେ ମୁସଲମାନଙ୍କୁ ସାମିଲ୍‌ କରାଯାଇନାହିଁ । ଭାରତ ସମ୍ବିଧାନ ଏପରି ଭେଦଭାବ କରିବାକୁ ଅଧିକାର ଦେଇନାହିଁ । ଧର୍ମନିରପେକ୍ଷତା ବିରୁଦ୍ଧରେ ଏହି ଆଇନକୁ ସୁପ୍ରିମ୍‌କୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି । (ଏଜେନ୍ସି)