Categories
ଅପରାଧ ଆଜିର ଖବର ଜାତୀୟ ଖବର

ପରକୀୟା ପ୍ରୀତି ଲୁଚାଇବା ପାଇଁ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ

ଆଗ୍ରା : ପରକୀୟା ପ୍ରୀତି ଲୁଚାଇବା ପାଇଁ ନିଜ ସ୍ତ୍ରୀକୁ ହତ୍ୟା କରିଛି ସ୍ବାମୀ । ଉତ୍ତର ପ୍ରଦେଶର ଆଗ୍ରା ଅନ୍ତର୍ଗତ ପାଲାମରେ ଏହି ଘଟଣା ଘଟିଛି । ପୋଲିସ୍‌ ଅଭିଯୁକ୍ତକୁ ନେତ୍ରପାଲ ସିଂ ବୋଲି ଚିହ୍ନଟ କରିଛି । ଘରେ ଡକାୟତ ପଶି ଲୁଟ କରିବା ସମୟରେ ସ୍ତ୍ରୀକୁ ହତ୍ୟା କରିଛନ୍ତି ବୋଲି ନେତ୍ରପାଲ ପ୍ରକାଶ କରିଥିଲେ । 30 ବର୍ଷୀୟ ନେତ୍ରପାଲ୍‌ 2011 ମସିହାରେ ରାକ୍ଷୀଙ୍କୁ ବିବାହ କରିଥିବା ବେଳେ ଉଭୟଙ୍କର ଦୁଇ ପୁଅ ରହିଛନ୍ତି । ଶନିବାର ରାତିରେ ଏକ ବିବାହରୁ ଫେରିବା ପରେ ନିଜ ପତ୍ନୀଙ୍କୁ ନିଜ ଦେଶୀ ବନ୍ଧୁକରୁ ଗୁଳି ଚଳାଇ ହତ୍ୟା କରିଥିଲେ । ଏହାପରେ ଏହାକୁ ଡକାୟତିର ରୂପ ଦେବା ପାଇଁ ନିଜ ଘରେ ଥିବା 1.25 ଲକ୍ଷ ଟଙ୍କାକୁ ନିଜେ ଚୋରି କରିଥିଲେ । ପୋଲିସ୍‌କୁ ନେତ୍ରପାଲ୍‌ ମିଥ୍ୟା କାହାଣୀ କହିଥିବା ବେଳେ ପିଲାଙ୍କୁ ପଚରା ଉଚୁରା ପରେ ବାସ୍ତବ କଥା ସାମ୍ନାକୁ ଆସିଥିଲା । ଅନ୍ୟ ଜଣେ ମହିଳାଙ୍କ ସହିତ ଅନୈତିକ ସମ୍ପର୍କ ରଖିଥିବାରୁ ନିଜ ପତ୍ନୀଙ୍କୁ ହତ୍ୟା କରିଥିବା ନେଇ ତାଙ୍କର ଦୁଇ ପୁତ୍ର ପ୍ରକାଶ କରିବା ପରେ ପୋଲିସ୍‌ ନେତ୍ରପାଲ୍‌ଙ୍କୁ ଗିରଫ କରିଥିଲା । (ଏଜେନ୍ସି)