Categories
ଆଜିର ଖବର ଜାତୀୟ ଖବର

କୁନାଲ କାମ୍ରାଙ୍କୁ ବିମାନ ଯାତ୍ରା ଉପରେ 6 ମାସର ବାସନ୍ଦାଦେଶ

ନୂଆଦିଲ୍ଲୀ : ଷ୍ଟାଣ୍ଡଅପ୍‌ କମେଡିଆନ୍‌ କୁନାଲ୍‌ କାମ୍ରାଙ୍କୁ 6 ମାସ ପାଇଁ ବାସନ୍ଦ କରିଛନ୍ତି ଇଣ୍ଡିଗୋ ଏୟାରଲାଇନ୍ସ ଏବଂ ଏୟାର ଇଣ୍ଡିଆ । ଇଣ୍ଡିଗୋରେ ବିମାନ ଯାତ୍ରା ସମୟରେ ସାମ୍ବାଦିକ ଅର୍ଣ୍ଣବ ଗୋସ୍ବାମୀଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ କାମ୍ରାଙ୍କୁ ଇଣ୍ଡିଗୋ ଏୟାର ଲାଇନ୍ସ ପକ୍ଷରୁ 6 ମାସ ପାଇଁ ବାସନ୍ଦ କରାଯାଇଛି । ଅନ୍ୟ ଯାତ୍ରୀଙ୍କ ନିମନ୍ତେ ଅସୁବିଧା ସୃଷ୍ଟି କରୁଥିବାରୁ ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ 6 ମାସ ପାଇଁ ବାସନ୍ଦ କରାଯାଇଥିବା ନେଇ ଏକ ଟ୍ବିଟ୍‌ରେ ସୂଚନା ଦିଆଯାଇଥିବା ବେଳେ ଏହି ଟ୍ବିଟ୍‌ରେ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ଟ୍ୟାଗ୍‌ କରାଯାଇଥିଲା । ଏହାପରେ ଏୟାର ଇଣ୍ଡିଆ ପକ୍ଷରୁ ମଧ୍ୟ କାମ୍ରାଙ୍କ ବିମାନ ଯାତ୍ରା ଉପରେ ରୋକ୍‌ ଲଗାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ, ମୁମ୍ବାଇରୁ ଲକ୍ଷ୍ନୌ ଯାଉଥିବା ସମୟରେ ଅର୍ଣ୍ଣବଙ୍କୁ ଦୁର୍ବ୍ୟବହାର କରିଥିଲେ କୁନାଲ କାମ୍ରା ।