Categories
ଆଜିର ଖବର

ଫ୍ରାନ୍ସର ଲିଓନ୍‌ରେ ବିସ୍ଫୋରଣ, ୧୩ରୁ ଅଧିକ ଆହତ

ଫ୍ରାନ୍ସର ଲିଓନ୍‌ରେ ଏକ ପାର୍ସଲ ବୋମା ବିସ୍ଫୋରଣ ଘଟିଛି। ଫ୍ରାନ୍ସର ଦକ୍ଷିଣପୂର୍ବ ଭାଗର ପ୍ରେସିଡେନ୍ସିଆଲ୍‌ ଷ୍ଟ୍ରିଟ୍‌ରେ ଏହି ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣରେ ୧୩ରୁ ଅଧିକ ବ୍ୟକ୍ତି ଆହତ ହୋଇଛନ୍ତି। ଦେଶର ନିର୍ବାଚନ ଅନୁଷ୍ଠିତ ହେବାର ଦୁଇ ଦିନ ପୂର୍ବରୁ ଏହି ବିସ୍ଫୋରଣକୁ ନିନ୍ଦା କରିଛନ୍ତି ରାଷ୍ଟ୍ରପତି ଏମାନୁଏଲ୍‌ ମାକ୍ରନ୍‌। ଜଣେ ୩୦ବର୍ଷୀୟ ବ୍ୟକ୍ତି ଏହି ବିସ୍ଫୋରଣରେ ସମ୍ପୃକ୍ତ ଥିବା ଜଣା ପଡିଛି। ବିସ୍ଫୋରଣର ଠିକ୍‌ ପୂର୍ବରୁ ଉକ୍ତ ଯୁବକଙ୍କୁ ସିସିଟିଭିରେ ଦେଖିବାକୁ ମିଳିଛି। ଆହତଙ୍କ ମଧ୍ୟରୁ ୧୩ ଜଣ ଗୁରୁତର ରହିଥିବା ବେଳେ ସମସ୍ତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏକ ବେକରୀ କାଉଣ୍ଟର ସମ୍ମୁଖରେ ଏକ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣରେ ନିକଟସ୍ଥ ଘର ଗୁଡିକର କାଚ ଭାଙ୍ଗି ଯାଇଛି। କୌଣସି ଆତଙ୍କୀ ସଙ୍ଗଠନ ଏନେଇ ନିଜକୁ ଦାୟୀ କରି ନଥିବା ବେଳେ ଅପରାଧୀଙ୍କ ବିପକ୍ଷରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଷ୍ଟ୍ରପତି ମାକ୍ରନ୍‌ ସୂଚନା ଦେଇଛନ୍ତି।