Categories
ଆଜିର ଖବର

10 ଲକ୍ଷ କୋଟିର ବ୍ୟବସାୟ ଛୁଇଁଲା ରିଲାଏନ୍ସ

ମୁମ୍ବାଇ,28/11: ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଏକ ନୂତନ ମାଇଲଖୁଣ୍ଟ ଛୁଇଁଛି । ପ୍ରଥମ ଭାରତୀୟ କମ୍ପାନୀ ଭାବରେ 10 ଲକ୍ଷ କୋଟିର ବ୍ୟବସାୟ ହାସଲରେ ସଫଳ ହୋଇଛି ରିଲାଏନ୍ସ । ପୂର୍ବରୁ ରିଲାଏନ୍ସର ବଜାର ଆୟତନ 9 କୋଟି 95 ଲକ୍ଷ 083 ହଜାର ଛୁଇଁଥିବା ବେଳେ ପ୍ରଥମ ଥର ପାଇଁ ଏହା 10 ଲକ୍ଷ କୋଟି ଛୁଇଁଛି । ଏହା ସହିତ ରିଲାଏନ୍ସ ନିଜକୁ ଦେଶର ଅନ୍ୟତମ ଅଗ୍ରଣୀ କମ୍ପାନୀ ଭାବରେ ଅବସ୍ଥାପିତ କରିବା ସହିତ ଦେଶର ଏକ ନମ୍ବର କମ୍ପାନୀର ମାନ୍ୟତା ହାସଲ କରିଛି । ରିଲାଏନ୍ସ ପଛକୁ ଟିସିଏସ୍‌ର ବଜାର ଆୟତନ 7.84 ଲକ୍ଷ କୋଟି ରହିଛି । ଶ୍ରେଷ୍ଠ 7ଟି ସ୍ଥାନ ମଧ୍ୟରେ ରହିଥିବା ଅନ୍ୟ କମ୍ପାନୀ ଗୁଡିକ ହେଉଛନ୍ତି ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ହିନ୍ଦୁସ୍ତାନ ୟୁନିଲିଭର, ଆଇସିଆଇସିଆଇ ବ୍ୟାଙ୍କ ଏବଂ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ । ରିଲାଏନ୍ସର ଏହି ନୂତନ ମାଇଲଖୁଣ୍ଟର ପ୍ରଭାବ ସେୟାର ବଜାରରେ ଦେଖିବାକୁ ମିଳିଛି । ରିଲାଏନ୍ସର ଅଂଶଧନର ମୂଲ୍ୟ 1575.70ରୁ ବୃଦ୍ଧି ପାଇ 2081.00 ଟଙ୍କାରେ ପହଞ୍ଚିଛି । (ଏଜେନ୍ସୀ)