Categories
ଆଜିର ଖବର ରାଜ୍ୟ ଖବର

ମନରେଗା ଶ୍ରମିକଙ୍କ ପାଇଁ ଲକ୍‌ଡାଉନ୍ ଭତ୍ତା ପାଇଁ ମୋଦିଙ୍କୁ ନବୀନଙ୍କ ଚିଠି

ସମୀକ୍ଷା ବ୍ୟୁରୋ
ଭୁବନେଶ୍ୱର : ଦେଶରେ ୨୧ ଦିନିଆ ଲକ୍‌ଡାଉନ୍ ଘୋଷଣା କରାଯାଇଥିବା ବେଳେ ଦିନମଜୁରିଆ ମାନେ ଏହା ଦ୍ୱାରା ବିଶେଷ ଭାବରେ ପ୍ରଭାବିତ ହୋଇଛନ୍ତି । ମହାତ୍ମାଗାନ୍ଧୀ ନିଶ୍ଚିନ୍ତ କର୍ମନିଯୁକ୍ତି ଯୋଜନା (ମନରେଗା)ରେ ଅନ୍ତର୍ଭୁକ୍ତ ଶ୍ରମିକଙ୍କ ନିମନ୍ତେ ଲକ୍‌ଡାଉନ୍ ପ୍ୟାକେଜ୍ ଘୋଷଣା ପାଇଁ ମୋଦିଙ୍କୁ ଚିଠି ଲେଖିଛନ୍ତି ନବୀନ । ରାଜ୍ୟରେ ସମୁଦାୟ ୩୬ ଲକ୍ଷ ୧୦ ହଜାର ୭୯୭ ଜଣ ମନରେଗା ଶ୍ରମିକ ରହିଛନ୍ତି । ଏହି ୨୧ ଦିନ ପାଇଁ ଶ୍ରମିକ ମାନଙ୍କୁ ସେମାନଙ୍କ ମଜୁରୀର ଏକ ଚତୁର୍ଥାଂଶ ପ୍ରଦାନ କରିବା ପାଇଁ ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି । ଶ୍ରମିକଙ୍କ ପାଇଁ ସମୁଦାୟ ୩୮୦.୩୯ କୋଟି ଟଙ୍କା ଦାବି କରିଛନ୍ତି ନବୀନ । ୨୫ ମାର୍ଚ୍ଚରୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ୧୮୮ ଟଙ୍କା ହିସାବରେ ୧୧୮.୭୯ କୋଟି ଟଙ୍କା ଏବଂ ୧ ଏପ୍ରିଲ୍‌ରୁ ୧୪ ଏପ୍ରିଲ୍ ପର୍ଯ୍ୟନ୍ତ ଦୌନିକ ୨୦୭ଟଙ୍କା ହିସାବରେ ୨୬୧.୬୦ କୋଟି ଟଙ୍କା ପ୍ରଦାନ କରିବାକୁ ଅନୁରୋଧ କରାଯାଇଛି ।