Categories
ଆଜିର ଖବର

କଂଗ୍ରେସ ସଂସଦୀୟ ଦଳ ବୈଠକ : ମୋଦି-ଶାହାଙ୍କୁ ସୋନିଆଙ୍କ ସମାଲୋଚନା

ନୂଆଦିଲ୍ଲୀ,28/11 : କଂଗ୍ରେସର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀଙ୍କ ନେତୃତ୍ବରେ କଂଗ୍ରେସର ସଂସଦୀୟ ଦଳ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପୂର୍ବତନ ସଭାପତି ରାହୁଲ ଗାନ୍ଧୀ, ଏକେ ଅଣ୍ଟୋନୀ ଏବଂ ଗୁଲାମ ନବୀ ଆଜାଦ ପ୍ରମୁଖ ଯୋଗ ଦେଇଥିଲେ । ଜମ୍ମୁ କାଶ୍ମୀରରେ ଧାରା 370 ଉଚ୍ଛେଦ ଏବଂ ମହାରାଷ୍ଟ୍ର ସରକାର ଗଠନକୁ ନେଇ ହୋଇଥିବା ସମସ୍ୟା ପାଇଁ କେନ୍ଦ୍ରୀୟ ନେତୃତ୍ବକୁ ଦାୟୀ କରିଥିଲେ । ଜମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ ପରେ ଲାଗି ରହିଥିବା ଅଚଳାବସ୍ଥା ପାଇଁ ମୋଦି-ଶାହାଙ୍କ ନେତୃତ୍ବକୁ ଦାୟୀ କରିଥିଲେ ସୋନିଆ । ମହାରାଷ୍ଟ୍ରରେ ମଧ୍ୟ ସମାନ ଭାବରେ କେନ୍ଦ୍ରୀୟ ନେତୃତ୍ବ କ୍ଷମତାର ଅପ ବ୍ୟବହାର କରିଛନ୍ତି ବୋଲି ସୋନିଆ ଅଭିଯୋଗ କରିଥିଲେ ।