Categories
ଆଜିର ଖବର

ନାରାୟଣପୁରରେ ମାଓବାଦୀ-ସୁରକ୍ଷାକର୍ମୀ ଗୁଳି ବିନିମୟ, ଜଣେ ମାଓବାଦୀ ନିହତ

ଛତିଶଗଡ଼ ନାରାୟଣପୁର ଅର୍ଚ୍ଛା ଥାନା ଅଂଚଳରେ ମାଓବାଦୀ ଓ ସୁରକ୍ଷାବଳଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏହି ଗୁଳି ବିନିମୟରେ ଜଣେ ନକ୍ସଲ ନିହତ ହୋଇଛି। ଏହା ପୂର୍ବରୁ ଆଇଟିବିପି ଓ ରାଜ୍ୟ ପୁଲିସର ଏକ ମିଳିତ ବାହିନୀ ଉପରେ ମଧ୍ୟ ନକ୍ସଲମାେନ ଆଇଇଡି ବିସ୍ଫୋରଣ କରିଥିଲେ। ତେବେ ସୁରକ୍ଷାବଳ ଏହି ବିସ୍ଫୋରଣରୁ ନିଜକୁ ରକ୍ଷା କରିବା ସହ ନକ୍ସଲଙ୍କ ଉପରକୁ ଗୁଳି ଚଳାଇଥିଲେ। ଗତ କାଲି ମଧ୍ୟ ଗଡଚିରୋଲୀ ଜିଲ୍ଲାରେ ନକ୍ସଲମାନେ ଆଇଇଡି ବିସ୍ଫୋରଣ ଘଟାଇଥିଲେ। ଗତ ମଙ୍ଗଳବାରଦିନ ରାଜ୍ୟର ଦାନ୍ତେଓ୍ଵାଡ଼ା ଜିଲ୍ଲାର କୁଆଗୁଡ଼ା ନାମକ ସ୍ଥାନରେ ମାଓବାଦୀମାନେ ଆଇଡି  ବିସ୍ଫୋରଣ କରିବା ଫଳରେ ବିଜେପି ବିଧାୟକ ଭୀମା ମଣ୍ଡାଭୀ ନିହତ ହୋଇଥିଲେ। ଏହା ସହିତ ତାଙ୍କ ସହିତ ଥିବା ୫ ଜଣ ଯବାନ ସହିଦ ହୋଇଥିଲେ।