Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କେନ୍ଦ୍ର ନିଟ୍ ଏବଂ ଜେଇଇ ପରୀକ୍ଷା ଘୁଞ୍ଚାଇଲେ ନାହିଁ, ଏକ ଅଭିମାନ ଭରା କଣ୍ଠରେ କହିଲେ ନବୀନ

ଭୁବନେଶ୍ବର, ନିଟ୍ ଓ ଜେଇଇ ପରୀକ୍ଷା ଘୁଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ ମଧ୍ୟ କେନ୍ଦ୍ର ଶୁଣିଲା ନାହିଁ। ବର୍ତ୍ତମାନ କୋଭିଡ ପରିସ୍ଥିତିରେ ପରୀକ୍ଷାର୍ଥୀଙ୍କ ସ୍ବାସ୍ଥ୍ୟ ପ୍ରାଥମିକତା। ସେଥିପାଇଁ ନବୀନ କେନ୍ଦ୍ରଙ୍କୁ ଚିଠି ଲେଖିବା ସହିତ ପ୍ରଧାନମନ୍ତ୍ରୀଙ୍କୁ ଫୋନ ଯୋଗେ ମଧ୍ୟ କଥା ହୋଇଥିଲେ। ହେଲେ କେନ୍ଦ୍ର ଶୁଣି ନାହିଁ ବୋଲି ଏକ ଅଭିମାନ ଭରା କଣ୍ଠରେ ନବୀନ ବିଜେଡି ବିଧାୟକମାନଙ୍କୁ କହିଥିଲେ।

ଆଜି ନବୀନ କୋଭିଡ ମୁକାବିଲା ନେଇ ବିଜେଡି ବିଧାୟକଙ୍କ ସହିତ ଭିଡିଓ କଂନଫ୍ରେସିଂ ମାଧ୍ୟମରେ ଏକ ବୈଠକ କରିଥିଲେ। ଏହି ବୈଠକରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରର ଏପରି ଆଭିମୁଖ୍ୟ ସଂପର୍କରେ ବିଧାୟକଙ୍କୁ ଅବଗତ କରାଇଥିଲେ। ତେବେ ଏହି ପରୀକ୍ଷା ବର୍ତ୍ତମାନ ହେଉଥିବାରୁ ବିଧାୟକମାନେ ତାଙ୍କ ଅଞ୍ଚଳର ପରୀକ୍ଷାର୍ଥିଙ୍କୁ ସହଯୋଗ କରନ୍ତୁ ବୋଲି ନବୀନ ପରାମର୍ଶ ଦେଇଛନ୍ତି।

ପୂର୍ବରୁ ରାଜ୍ୟ ସରକାର ଏହି ପରୀକ୍ଷାର୍ଥୀଙ୍କ ପାଇଁ ମାଗଣାରେ ପରିବହନ ଓ ରହିବାର ବ୍ୟବସ୍ଥା କରିଛନ୍ତି।