Categories
ଆଜିର ଖବର ରାଜ୍ୟ ଖବର

Padampur Byelection: ଆଜି ସବୁ ଦଳ ଭରିବେ ନାମାଙ୍କନ ପତ୍ର

ଭୁବନେଶ୍ବର: ଆଜି ହେଉଛି ପଦ୍ମପୁର ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ। ଫଳରେ ଆଜି ସବୁ ଦଳ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିବେ। ଚାଷୀ ଆନ୍ଦୋଳନକୁ ସମର୍ଥନ କରି ଦଳଗୁଡିକ ଛକାଛକି ହୋଇ କେହି ନାମାଙ୍କନ ଭରି ନ ଥିଲେ। ହେଲେ ଆଜି ଶେଷ ତାରିଖ ଥିବାରୁ ସବୁ ଦଳ ନାମାଙ୍କନ ଦାଖଲ ପାଇଁ ପ୍ରସ୍ତୁତ ହେଉଛନ୍ତି।

ଏହି ଉପ ନିର୍ବାଚନରେ ବିଜେପି ପ୍ରଦୀପ ପୁରୋହିତଙ୍କ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ସତ୍ୟ ଭୂଷଣ ସାହୁଙ୍କୁ ପୁଣି ଥରେ ମଇଦାନରେ ଛିଡା କରିଛି। ସେହିପରି ବହୁ ତର୍କବିତର୍କ ପରେ ବିଜେଡି ପରଲୋକଗତ ବିଧାୟକ ବିଜୟ ରଂଜନ ସିଂ ବରିହାଙ୍କ ଝିଅ ବର୍ଷା ବରିହାଙ୍କୁ ପ୍ରାର୍ଥ କରିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଏଚଡିଏଫସି ବୀମା କଂପାନୀକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶ୍ନ ବାଣ ଛାଡିଲା ବିଜେଡି

ଭୁବନେଶ୍ୱର : ଓଡିଶାର ଲୋକମାନେ ବିଜେପିର ଚାଷୀ ବିରୋଧୀ ମନୋଭାବ ଦେଖୁଛନ୍ତି। ଓଡିଶାର ଚାଷୀଙ୍କ ପ୍ରକୃତ ଫସଲ ବୀମା ପ୍ରାପ୍ୟ ଦୀର୍ଘ ସମୟ ଧରି ଅଟକି ରହିଥିଲା। ଓଡିଶାର ମୁଖ୍ୟମନ୍ତ୍ରୀ ଏବଂ ସମବାୟମନ୍ତ୍ରୀଙ୍କ ନିୟମିତ ଯୋଗାଯୋଗ ସତ୍ୱେ କେନ୍ଦ୍ର ଚାଷୀଙ୍କ ଫସଲ୍ ବୀମା ଅଟକାଇଥିଲେ ବୋଲି କହିଛନ୍ତି ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର।

କେନ୍ଦ୍ରମନ୍ତ୍ରୀ ଶ୍ରୀ ତୋମାରଙ୍କୁ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି ଲେଖାର ଜବାବ ଦେଇ ଡକ୍ଟର ପାତ୍ର କହିଛନ୍ତି ଯେ ଚାଷୀଙ୍କ ଚାପ ଏବଂ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ନିରନ୍ତର ଯୋଗାଯୋଗ ପରେ ଫସଲ ବୀମା ଅର୍ଥ ମଞ୍ଜୁର କରାଯାଇଛି । ଓଡିଶାର ଫସଲ ବୀମାକୁ ଅଟକାଇବା ନେଇ ବିଜେପି ପ୍ରତି କୃଷକଙ୍କ କ୍ରୋଧ ଦେଖିବାକୁ ମିଳିଛି ।

ସେହିପରି ୨୦୧୯ ରେ ବିଜେପି କାଳିଆ ଯୋଜନାକୁ ରୋକିବାକୁ ଚେଷ୍ଟା କରିଥିଲା ଯାହା କୃଷକ ସହାୟତା ପାଇଁ ଥିଲା। ଓଡିଶାର ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) କାର୍ଯ୍ୟାଳୟକୁ ଯାଇ ବ୍ୟକ୍ତିଗତ ଭାବେ ଏଥିରେ ହସ୍ତକ୍ଷେପ କରି ଏ ବିଷୟରେ ବୁଝାଇଥିଲେ। ଶେଷରେ ଏହି ଯୋଜନା ସଂକ୍ରାନ୍ତରେ ସ୍ପଷ୍ଟ ହୋଇଥିଲା। ବିଜୁ ଜନତା ଦଳ କୃଷକ ପ୍ରସଙ୍ଗରେ ରାଜନୀତି କରିବାକୁ ବିଶ୍ୱାସ କରେ ନାହିଁ। ରାଜନୀତି କରିବାକୁ ଆହୁରି ଅନେକ ପ୍ରସଙ୍ଗ ଅଛି ବୋଲି ଡକ୍ଟର ପାତ୍ର କହିଛନ୍ତି।

ଏହି ଯୋଜନାଟି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଭାବରେ ନାମିତ ହୋଇଛି। ତେଣୁ ଫସଲ ବୀମା ଅର୍ଥ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିବାକୁ ପଡିବ। କିନ୍ତୁ ଏତେ ମାସ ଧରି କେନ୍ଦ୍ର ଏହାକୁ ବିଳମ୍ବ କରି ଚାଲିଥିଲା। କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭଲଭାବେ ଜାଣିଛନ୍ତି ଯେ ତାଙ୍କ ଚିଠିରେ କୌଣସି ସତ୍ୟତା ନାହିଁ।

ତଥାକଥିତ ଏଚଡିଏଫସି କମ୍ପାନୀ କେନ୍ଦ୍ର ଦ୍ୱାରା ତାଲିକାଭୁକ୍ତ ହୋଇଥିଲା। ଯଦି ଏହି କମ୍ପାନୀ ଏତେ ଦୁର୍ନୀତିଗ୍ରସ୍ତ ତେବେ କେନ୍ଦ୍ର କିପରି ଏହି କମ୍ପାନୀକୁ ତାଲିକାଭୁକ୍ତ କଲା? ଶ୍ରୀ ପ୍ରଧାନ ପ୍ରଥମେ ଏହାର ଉତ୍ତର ଦେବା ଉଚିତ। ତେବେ ଏହି କମ୍ପାନୀ କିପରି ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ, କର୍ଣ୍ଣାଟକ, ଆସାମ, ତ୍ରିପୁରା ଏବଂ ମହାରାଷ୍ଟ୍ର ଭଳି ବିଜେପି ଶାସିତ ରାଜ୍ୟଗୁଡିକରେ କାର୍ଯ୍ୟ କରୁଛି ବୋଲି ଡକ୍ଟର ପାତ୍ର ପ୍ରଶ୍ନ କରିଛନ୍ତି।

ଦ୍ୱିତୀୟରେ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଏକ ଚକ୍ରାନ୍ତ ହୋଇଥିବା ଉଲ୍ଲେଖ କରି ଏହି କେନ୍ଦ୍ରୀୟ କାର୍ଯ୍ୟକ୍ରମରେ ନିଜ ସରକାର ଅନିୟମିତତା କରିଥିବା ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି। ଏକ ସ୍ୱଚ୍ଛ କେନ୍ଦ୍ର ସରକାରୀ କାର୍ଯ୍ୟକ୍ରମ ଚଳାଇବାରେ ସେମାନେ ବିଫଳ ହୋଇଛନ୍ତି କି ନାହିଁ ତାହା ବର୍ତ୍ତମାନ କେନ୍ଦ୍ର ସ୍ୱୀକାର କରିବା ଉଚିତ।

ଓଡିଶାର କୃଷକମାନଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିବାର ଏହା ହେଉଛି ଅନ୍ୟ ଏକ ଉତ୍କୃଷ୍ଟ ଉଦାହରଣ, ଏହା ହେଉଛି ଫସଲ୍ ବୀମା ଦେୟକୁ ଅଟକାଇଥିବା କେନ୍ଦ୍ର। ଏତେ ଦିନ ଧରି କେନ୍ଦ୍ର କାହିଁକି ଏପରି କରୁଥିଲା ବୋଲି ଉଭୟ ଶ୍ରୀ ପ୍ରଧାନ ଏବଂ କେନ୍ଦ୍ର ସରକାର ପଦମପୁରର ଚାଷୀଙ୍କୁ ଉତ୍ତର ଦେବା ଉଚିତ ବୋଲି ଡକ୍ଟର ପାତ୍ର କହିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ଫସଲ ବୀମା ପାଇଁ ଏଚ୍‍ଡିଏଫ୍‍ସି ବ୍ୟାଙ୍କ ପ୍ରସଙ୍ଗରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଘେରିଲା ବିଜେଡି

ଭୁବନେଶ୍ୱର : ଓଡିଶା ଚାଷୀଙ୍କ ସହ ଜଡିତ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟବାସୀ ବିଜେପିର ନାଟକବାଜି, ମିଥ୍ୟା ପ୍ରଚାର ଏବଂ ନକଲି କାରବାରକୁ ଦେଖୁଥିବା କହିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମତୀ ଶ୍ରୀମୟୀ ମିଶ୍ର । ଶ୍ରୀମତୀ ମିଶ୍ର କହିଛନ୍ତି ଗତକାଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଦମପୁରରେ ତାଙ୍କ ଅଭିଭାଷଣରେ ଅଭିଯୋଗ କରିଥିଲେ ଯେ ଓଡ଼ିଶା ସରକାର କାହିଁକି ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନା କାର୍ଯ୍ୟକାରୀରେ ବୀମା କମ୍ପାନୀ ଭାବରେ ଏଚଡିଏଫ୍‍ସିକୁ ମନୋନୀତ କରିଛନ୍ତି ?

ବୋଧହୁଏ ସେ ଜାଣି ନାହାଁନ୍ତି ଯେ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ, କର୍ଣ୍ଣାଟକ, ଆସାମ, ତ୍ରିପୁରା ଏବଂ ମହାରାଷ୍ଟ୍ର ଭଳି ନିଜ ଦଳ-ବିଜେପି ଶାସିତ ରାଜ୍ୟ ମଧ୍ୟ ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନା ପାଇଁ ଏକ କାର୍ଯ୍ୟକାରୀ କମ୍ପାନୀ ଭାବରେ ଏଚଡିଏଫ୍‍ସିକୁ ବାଛିଛନ୍ତି । ଏହି ବିଜେପି ଶାସିତ ରାଜ୍ୟମାନେ ମଧ୍ୟ ଅନ୍ୟାୟ କରିଥିବା ସେ କହିବାକୁ ଚାହୁଁଛନ୍ତି କି ବୋଲି ଶ୍ରୀମତୀ ମିଶ୍ର ପ୍ରଶ୍ନ କରିଛନ୍ତି ।

ଓଡ଼ିଶାର ଲୋକମାନେ ସତ କ’ଣ ଜାଣିବାକୁ ଚାହାନ୍ତି । ପିଏମ୍‍ଏଫ୍‍ବିୱାଇ ପାଇଁ ବୀମା ଏଜେନ୍ସିଗୁଡିକ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଜାତୀୟ ଟେଣ୍ଡର ଜରିଆରେ ମନୋନୀତ ହୋଇଛନ୍ତି ଏବଂ କେନ୍ଦ୍ର ସରକାରଙ୍କ ଦ୍ୱାରା ତାଲିକାଭୁକ୍ତ ହୋଇଛନ୍ତି । ଏଚଡିଏଫ୍‍ସି କେନ୍ଦ୍ର ସରକାରଙ୍କ ଦ୍ୱାରା ତାଲିକାଭୁକ୍ତ । କେନ୍ଦ୍ର ମନ୍ତ୍ରୀ ଏହାକୁ ଅସ୍ୱୀକାର କରିପାରିବେ କି? ରାଜ୍ୟଗୁଡିକ କେବଳ ତାଲିକାଭୁକ୍ତ ବୀମା କମ୍ପାନୀଗୁଡିକ ମଧ୍ୟରେ ଟେଣ୍ଡର କରିଥାନ୍ତି । ଏହି ପ୍ରକ୍ରିୟା ସର୍ବତ୍ର ହୋଇଥାଏ ଏବଂ ଓଡିଶାରେ ସମାନ ପ୍ରକ୍ରିୟା ଅନୁସରଣ କରାଯାଇଛି ।

ପିଏମ୍‍ବିଏସୱାଇ ହେଉଛି ଏକ କେନ୍ଦ୍ରୀୟ ଯୋଜନା । ଏଥିପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ବଜେଟ୍ ପାରିତ ହୋଇଛି ଏବଂ ଯେତେବେଳେ କୃଷକ ଏବଂ ବୀମା କମ୍ପାନୀ ମଧ୍ୟରେ ବିବାଦ ଦେଖାଦିଏ ସେତେବେଳେ କେନ୍ଦ୍ର ସରକାର ହେଉଛନ୍ତି ‘ଆପିଲେଟ ଅଥରିଟୀ’ । ବର୍ତ୍ତମାନ ମାମଲାରେ ଆବେଦନ କେନ୍ଦ୍ର ସରକାରଙ୍କ ନିକଟରେ ବିଚାରାଧୀନ ଅଛି ।

ଯଦି କେନ୍ଦ୍ର ମନ୍ତ୍ରୀଙ୍କର କୃଷକମାନଙ୍କ ପାଇଁ ପ୍ରକୃତ ଚିନ୍ତା ଅଛି ତେବେ ସେ ମିଥ୍ୟା ପ୍ରଚାର କରିବା ପରିବର୍ତ୍ତେ ଓଡିଶାର କୃଷକମାନଙ୍କୁ ନ୍ୟାୟ ଦେବାପାଇଁ ତାଙ୍କ ସହଯୋଗୀ କେନ୍ଦ୍ର କୃଷି ମନ୍ତ୍ରୀଙ୍କ ସହ କଥା ହେବା ଉଚିତ । ବାସ୍ତବରେ ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀ ବାରମ୍ବାର କେନ୍ଦ୍ର ସରକାରଙ୍କ ନିକଟରେ ଏହି ପ୍ରସଙ୍ଗ ଉଠାଇ ଆସୁଛନ୍ତି ।

ଚାଷୀ ପ୍ରସଙ୍ଗରେ ବିଜେପି ଦ୍ୱାରା ପ୍ରଦର୍ଶିତ ହେଉଥିବା ନାଟକବାଜି ଏବଂ ମିଥ୍ୟାକୁ ଓଡିଶାର ଲୋକମାନେ ପସନ୍ଦ କରନ୍ତି ନାହିଁ ଏବଂ ଏଥିପାଇଁ ସେମାନଙ୍କୁ ଉପଯୁକ୍ତ ଜବାବ ଦେବେ ବୋଲି ଶ୍ରୀମତୀ ମିଶ୍ର କହିଛନ୍ତି ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପଦ୍ମପୁରରେ ଘଟିଲା ଏକ ବିରଳ ସଂଯୋଗ: ବିଜେଡିର ପ୍ରାର୍ଥୀ ହେଲେ ବିଜେପି ନେତାଙ୍କ ବୋହୂ

ଭୁବନେଶ୍ବର: ଶେଷରେ ବିଜେଡି ତାହାର ପଦ୍ମପୁର ଉପନିର୍ବାଚନ ପାଇଁ ତାହାର ପ୍ରାର୍ଥୀ ଘୋଷଣା କରିଛି। ସେ ହେଉଛନ୍ତି ସ୍ବର୍ଗତ ବିଜୟ ରଂଜନ ସିଂ ବରିହାଙ୍କ ବଡ ଝିଅ ବର୍ଷା ସିଂ ବରିହା। ସେ ପ୍ରାର୍ଥୀ ହେବେ ବୋଲି ପୂର୍ବରୁ ବେଶ୍ ଚର୍ଚ୍ଚା ଚାଲିଥିଲା। ସେ ଉଚ୍ଚ ଶିକ୍ଷିତା ହୋଇଥିବାରୁ ବିଜେଡି ତାଙ୍କୁ ପ୍ରାର୍ଥୀ କରିଛି।

ତେବେ ମୁଖ୍ୟକଥା ହେଲା ବର୍ଷା ହେଉଛି ବିଜେପି ନେତା ତଥା ସତ୍ୟବାଦୀର ପୂର୍ବତନ ବିଧାୟକ ରମା ରଂଜନ ବଳିୟାରସିଂଙ୍କ ବୋହୁ। ବର୍ଷା ରମାରଂଜନଙ୍କ ପୁଅ ସୌରଭ ବଳିଆରସିଂଙ୍କ ପତ୍ନୀ। ବର୍ଷା ଇତିହାସରେ ସ୍ନାତକ କରିଛନ୍ତି। ତେବେ ବୋହୂ ପ୍ରାର୍ଥୀ ହେବା ପରେ ରଂମାରଞ୍ଜନ କଣ କରିବେ ସେ ନେଇ ସେ ଦ୍ବନ୍ଦରେ ପଡିଯାଇଛନ୍ତି।

ଏ ନେଇ ରମାରଂଜନଙ୍କୁ ପ୍ରଶ୍ନ କରାଯାଇଥିଲା। ତାଙ୍କର ବୋହୂଙ୍କୁ ବିଜେଡି ପ୍ରାର୍ଥୀ କରିବା ନେଇ ଚର୍ଚ୍ଚା ଚାଲିଛି, ଆପଣ କଣ କରିବେ ବୋଲି ପଚରାଯାଇଥିଲା। ତେବେ ଏହାର ଉତ୍ତରରେ ରମାରଂଜନ ଚତୁରତାର ସହ ଏଡେଇ ଯାଇଥିଲେ।

ସେ କହିଥିଲେ ଯେ, ବିଜେଡି ଟିକେଟ ଦେବା ପରେ କଣ କରାଯିବ ସେ ନେଇ ନିଷ୍ପତି କରିବି ବୋଲି କହିଥିଲେ। ତେବେ ତାଙ୍କ ବୋହୂ ପ୍ରାର୍ଥୀ ହେବା ପରେ ରମାରଂଜନଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଚାଷୀପାଇଁ ପ୍ରାର୍ଥୀପତ୍ର ଦାଖଲ କଲେନି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ, ବିରୋଧୀ କହିଲେ ନାଟକ

ବରଗଡ: ଆଜି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ପ୍ରାର୍ଥୀପତ୍ର ଦାଖଲ କରିବା ପାଇଁ ଏକ ବିରାଟ ଶୋଭାଯାତ୍ରାରେ ଉପଜିଲ୍ଲାପାଳ ଅଫିସକୁ ଯାଇଥିଲେ। ହେଲେ ସେ ସେଠାରେ ସେ ପ୍ରାର୍ଥୀପତ୍ର ଦାଖଲ ନ କରି ଫେରି ଆସିଲେ। ପ୍ରାର୍ଥୀପତ୍ର ଦାଖଲ ପାଇଁ ଆଉ ମାତ୍ର ଛଅ ମିନିଟ ସମୟ ଥିଲେ ମଧ୍ୟ ସେ ଉପଜିଲ୍ଲାପାଳ ଅଫିସର ଦୁଆର ମୁହଁରୁ ଫେରି ଆସିଲେ।

ତେବେ କାରଣରେ କୁହାଯାଇଛି ଯେ, ପଦ୍ମପୁର ଚାଷୀଙ୍କ ସମସ୍ୟାକୁ ସମର୍ଥନ କରି ପ୍ରାର୍ଥୀପତ୍ର ଦାଖଲ କଲେ ନାହିଁ। ଏନେଇ ବିରୋଧୀ ଦଳର ନେତା ତଥା ବିଜେପି ବିଧାୟକ ଜୟନାରାୟଣ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ଚାଷୀଙ୍କ ସମସ୍ୟା ରାଜ୍ୟ ସରକାର ବୁଝୁ ନାହାଁନ୍ତି। ପଦ୍ମପୁରରେ ଚାଷୀମାନେ ଆନ୍ଦୋଳନ କରି ବସି ରହିଛନ୍ତି। ଏହାକୁ ଆମେ ସମର୍ଥନ କରି ପ୍ରାର୍ଥିପତ୍ର ଦାକଳ କଲୁ ନାହିଁ।

ଆଜି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଏକ ବିରାଟ ଶୋଭାଯାତ୍ରାରେ ପ୍ରାର୍ଥୀପତ୍ର ଦାଖଲ ପାଇଁ ଯାଇଥିଲେ। ଏହି ଶୋଭାଯାତ୍ରାରେ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମନ୍ତ୍ରୀ ବିଶେଶ୍ବର ଟୁଡୁ, ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର ଏବଂ ସାଂସଦ ସୁରେଶ ପୂଜାରୀ ପ୍ରମୁଖ ସାମିଲ ହୋଇଥିଲେ। ଏହି ଶୋଭାଯାତ୍ରା ଉପଜିଲ୍ଲାପାଳ ଅଫିସ ଆଡକୁ ଯାଇଥିଲା। ଗାଡିରୁ ଓହ୍ଲାଇ କାଗଜପତ୍ର ଧରି ପ୍ରାର୍ଥୀ ପ୍ରଦୀପ ପୁରୋହିତ ନାମାଙ୍କନ ଦାଖଲ ପାଇଁ ଯାଇଥିଲେ।

ହେଲେ ସେଠାରେ ଆନ୍ଦୋଳନରତ ଚାଷୀମାନେ ତାଙ୍କୁ ପ୍ରାର୍ଥୀପତ୍ର ଦାଖଲ ନ କରିବା ପାଇଁ ଅନୁରୋଧ କରିଥିଲେ। ତାଙ୍କ ଅନୁରୋଧକୁ ସମର୍ଥନ ଜଣାଇ ସେ ପ୍ରାର୍ଥୀପତ୍ର ଦାଖଲ ନ କରି ସେଠାରୁ ଫେରି ଆସିଲେ। ପୂର୍ବରୁ ଚାଷୀମାନେ ସର୍ବଦଳୀୟ ବୈଠକ କରି କେହି ଏହି ନିର୍ବାଚନରେ ଭାଗ ନ  ନେବା ପାଇଁ ଅନୁରୋଧ କରିଥିଲେ। ସେହି ଅନୁସାରେ ପ୍ରଦୀପ ଏହି ଦାଖଲକରୁ ଓହରି ଯାଇଛନ୍ତି।

ତେବେ ଅନ୍ୟଦଳରୁ ଯଦି କେହି ପ୍ରାର୍ଥୀ ପତ୍ର ଦାଖଲ କରେ ତେବେ ପ୍ରଦୀପ ପୁରୋହିତ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ଜଣାପଡିଛି। ତେବେ ପ୍ରଦୀପଙ୍କ ପ୍ରାର୍ଥୀପତ୍ର ଦାଖଲ ନ କରିବା ଏକ ନାଟକ ବୋଲି କହିଛି ବିରୋଧୀ ଦଳ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

Breaking News: ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜୁ ଜନତା ଦଳ

ଭୁବନେଶ୍ବର: ଶେଷରେ ବିଜୁ ଜନତା ଦଳ ପଦ୍ମପୁର ଉପନିର୍ବାଚନ ପାଇଁ ତାହାର ପ୍ରାର୍ଥୀ ଘୋଷଣା କରିଛି। ସେ ହେଉଛନ୍ତି ସ୍ବର୍ଗତ ବିଜୟ ରଂଜନ ସିଂ ବରିହାଙ୍କ ଝିଅ ବର୍ଷା ବରିହା। ଆଜି ଏ ନେଇ ବିଜେଡି ସଭାପତି ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।

ବର୍ଷା ହେଉଛନ୍ତି ବିଜେପି ନେତା ତଥା ସତ୍ୟବାଦୀର ପୂର୍ବତନ ବିଧାୟକ ରମାରଂଜନ ବଳିଆୟରସିଂଙ୍କ ବୋହୁ। ସେ ହେଉଛନ୍ତି ରମାରଂଜନଙ୍କ ପୁତ୍ର ସୌରଭ ବଳିଆରସିଂଙ୍କ ଧର୍ମପତ୍ନୀ। ବର୍ଷାଙ୍କୁ ଟିକେଟ ମିଳିବ ବୋଲି ପୂର୍ବରୁ ଚର୍ଚ୍ଚା ଚାଲିଥିଲା।

Categories
ଆଜିର ଖବର ରାଜ୍ୟ ଖବର

କିଏ ହେବ ପଦ୍ମପୁର ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ, ଚାଲିଛି ଦଳର ଅଙ୍କ କଷା

ଭୁବନେଶ୍ବର: ବର୍ତ୍ତମାନ ଦୁଇ ପ୍ରମୁଖ ଦଳ ବିଜେପି ଓ କଂଗ୍ରେସ ସେମାନଙ୍କର ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି। ବିଜେପିରୁ ପ୍ରଦପ ପୁରୋହିତ ଏବଂ କଂଗ୍ରେସରୁ ସତ୍ୟଭୂଷଣ ସାହୁ ପ୍ରାର୍ଥୀ ହେବେ ବୋଲି ଘୋଷଣା ହୋଇସାରିଛି। ହେଲେ ବିଜେଡି ଏ ପର୍ଯ୍ୟନ୍ତ କାହାକୁ ପ୍ରାର୍ଥୀ କରିବ ତାହା ଏ ପର୍ଯ୍ୟନ୍ତ ନିଷ୍ପତି ହୋଇପାରି ନାହିଁ।

ତେବେ ଯେଉଁମାନଙ୍କ ନାଁ ଚର୍ଚ୍ଚାକୁ ଆସୁଛି ସେଥିରେ ପରଲୋକଗତ ବିଜୟ ବରିହାଙ୍କ ପତ୍ନୀ ତିଳୋତମା ସିଂ ବରିହାଙ୍କ ନାମ ପ୍ରଥମେ ରହିଛି। ସେହିପରି ତାଙ୍କର ବଡ ଝିଅ ବର୍ଷାରାଣୀ ଏବଂ ସାନ ଝିଅ କାଦମ୍ବିନୀଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି। ଅନ୍ୟପକ୍ଷରେ ନୂଆପଡା ଜିଲ୍ଲାରେ କାର୍ଯ୍ୟରତ ସହକାରୀ ଜିଲ୍ଲାପାଳ ମହେନ୍ଦ୍ର ବଢେଇଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି। ସେ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି କୁଆଡେ ଇସ୍ତଫା ଦେଇଥିବାର ଶୁଣାଯାଉଛି।

Categories
ଆଜିର ଖବର ବିଶେଷ ଖବର ରାଜ୍ୟ ଖବର

ପଦ୍ମପୁର ଉପନିର୍ବାଚନ ପ୍ରଚାରରେ ହେବ ଟୋକା ଲଢେଇ, ବିଜେଡିର ରୁଦ୍ର ବନାମ ବିଜେପିର ସୂର୍ଯ୍ୟ

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ ଏଥର ବିଭିନ୍ନ ଦୃଷ୍ଟିରୁ ନିଆରା ହେବ। କାରଣ ଏଥର ଏହି ନିର୍ବାଚନ ଯୁଦ୍ଧରେ ଦୁଇ ଟୋକା ମଧ୍ୟରେ ହେବ ଲଢେଇ। ସେମାନେ ହେଲେ ରୁଦ୍ର ଆଉ ସୂର୍ଯ୍ୟ। ଅର୍ଥାତ ଏଥର ପଦ୍ମପୁରରେ ବିଜେଡି ତରଫରୁ ଯୁବ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପିପିଲି ବିଧାୟକ ରୁଦ୍ରପ୍ରତାପ ମହାରଥୀ ମଙ୍ଗ ଧରିବେ। ବିଜେଡିର ପ୍ରାର୍ଥୀ ଘୋଷଣା ହୋଇ ନ ଥିଲେ ମଧ୍ୟ ରୁଦ୍ର ବର୍ତ୍ତମାନଠାରୁ ଡେରା ପକାଇ ପ୍ରଚାର କଲେଣି।

ସେହିପରି ଯୁବ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପଦ୍ମପୁର ମଇଦାନରେ ଅବତିଣ୍ଣ ହେବେ ନବ ନିର୍ବାଚିତ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ। ଏଥର ସୂର୍ଯ୍ୟବଂଶୀ ପଥର ପାହଡରେ ପଦ୍ମ ଫୁଟାଇବାରେ ସକ୍ଷମ ହୋଇଛନ୍ତି। ଫଳରେ ତାଙ୍କର କ୍ରେଜ ବେଶ ବୃଦ୍ଧି ପାଇଛି। ଯାହାକୁ ପଦ୍ମପୁର ଉପନିର୍ବାଚନରେ ବିଜେପି ବ୍ୟବହାର କରିବାକୁ ନିଷ୍ପତି କରିଛି।

ଉଭୟ ରୁଦ୍ର ଏବଂ ସୂର୍ଯ୍ୟଙ୍କୁ ଯଦି ଦେଖାଯାଏ ତେବେ ସେମାନଙ୍କ ମଧ୍ୟରେ ରହିଛି ଅନେକ ସାମଞ୍ଜସ୍ୟ। ପ୍ରଥମତଃ ଉଭୟଙ୍କ ପିତାଙ୍କ ପରଲୋକ ପରେ ଟିକେଟ ପାଇଁ ବିଜୟ ଲାଭ କରିଛନ୍ତି। ଉଭୟଙ୍କ ଶରୀରରେ ପ୍ରବାହିତ ହେଉଛି ଯୁବ ରକ୍ତ। ତେବେ ଆଉ ଏକ ସାମଞ୍ଜସ୍ୟ ହେଲା ଉଭୟଙ୍କ ପିତା ଓଡିଶା ରାଜନୀତିରେ ଥିଲେ ବେଶ୍ ଚର୍ଚ୍ଚିତ ଆଉ ମଜଦାର ନେତା। ଉଭୟ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ମଧ୍ୟ ଥିଲେ ବେଶ ଲୋକପ୍ରିୟ।

ରୁଦ୍ରଙ୍କ ବାପା ପ୍ରଦୀପ ମହାରାଥୀ ଏବଂ ସୂର୍ଯ୍ୟଙ୍କ ବାପା ବିଷ୍ଣୁ ସେଠୀ ଯେତେବେଳେ ବିଧାନସଭାରେ ଭାଷଣ ପ୍ରଦାନ କରନ୍ତି ସେତେବେଳେ ତାହା ବେଶ୍ ଚର୍ଚ୍ଚା ହୋଇଥାଏ। ପ୍ରଦୀପ ମହାରାଥୀ ଯାତ୍ରା ଡାଇଲଗ ମାରି ଲୋକଙ୍କୁ ଆକୃଷ୍ଟ କରିପାରୁଥିବା ବେଳେ ବିଷ୍ଣୁ ମଧ୍ୟ କବିତା ତଥା ତାଙ୍କର ଡାଇଲଗ ମଧ୍ୟ ଚର୍ଚ୍ଚାକୁ ଆସିଥାଏ। ଏବେ ସେମାନଙ୍କ ପୁତ୍ର ଓଡିଶା ରାଜନୀତିରେ ସେମିତି କିଛି କରିବେ ବୋଲି ଆଶା କରାଯାଉଛି।

ରୁଦ୍ର ପୁରୁଣା ହୋଇଯାଇଥିବାରୁ ସେ ପୂର୍ବରୁ ବିଭିନ୍ନ ଉପନିର୍ବାଚନ ପ୍ରଚାରରେ ଭାଗ ନେଇଛନ୍ତି। ନିକଟରେ ଧାମନଗର ଉପନିର୍ବାଚନରେ ରୁଦ୍ର ତାଙ୍କ ବାପାଙ୍କ ପରି ଡାଇଲଗ ମାରି ଯୁବ ଭୋଟରଙ୍କୁ ଆକୃଷ୍ଟ କରିବାରେ ସକ୍ଷମ ହୋଇଥିଲେ। ତାଙ୍କର ପ୍ରଚାର ଶୈଳୀ ମଧ୍ୟ ଥିଲା ନିଆରା, ଯାହା ବିଜେଡି ନେତାମାନେ ବେଶ୍ ଖୁସି କରିପାରିଥିଲା।

ତେବେ ପ୍ରଥମ ଥର ପାଇଁ ଉପନିର୍ବାଚନ ପ୍ରଚାରରେ ଯୋଗଦେବେ ସୂର୍ଯ୍ୟବଂଶୀ। ପଦ୍ମପୁରରେ ନିଜର ପତିୟାରା ଦେଖାଇବା ପାଇଁ ଆରମ୍ଭ କରିଛନ୍ତି ପ୍ରସ୍ତୁତି। ତାଙ୍କ ଭାଷଣ ତାଙ୍କ ବାପାଙ୍କ ପରି କିପରି ଲୋକଙ୍କୁ ଆକୃଷ୍ଟ କରିବ ସେଥିପାଇଁ ସେ ଚେଷ୍ଠା କରିବେ। ହେଲେ ଏହା ନିଶ୍ଚିତ ଯେ, ପଦ୍ମପୁର ମଇଦାନରେ ଏହି ଦୁଇ ଟୋକା ବିଧାୟକ ନିଜ ନିଜ ଶୈଳୀରେ ଦେଖାଇବେ କରିସ୍ମା।

Categories
ଆଜିର ଖବର ରାଜ୍ୟ ଖବର

Padampur Byelection: ବିଜେପି, କଂଗ୍ରେସ କଲେ ଘୋଷଣା, ଅପେକ୍ଷା ବିଜେଡିକୁ

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ ପାଇଁ ଆସନ୍ତା ୧୭ ତାରିଖରେ ପ୍ରାର୍ଥୀ ପତ୍ର ଦାଖଲର ଶେଷ ତାରିଖ। ସେଥିପାଇଁ ବିଜେପି ଏବଂ କଂଗ୍ରେସ ତାହାର ପ୍ରାର୍ଥୀ ଘୋଷଣା କରିସାରିଛି। ହେଲେ ଏ ପର୍ଯ୍ୟନ୍ତ ବିଜେଡି କାହାକୁ ପ୍ରାର୍ଥୀ କରିବ ସେ ନେଇ ଘୋଷଣା ହୋଇ ନାହିଁ। ଏଥର ବିଜେଡି ବେଶ ଭାବି ଚିନ୍ତି ପ୍ରାର୍ଥୀ ଦେବ ବୋଲି ଜଣାପଡିଛି। ସେଥିପାଇଁ ଏପରି ଡେରି ହେଉଛି ବୋଲି କୁହାଯାଉଛି।

ପ୍ରଥମେ ବିଜେପି ତାହାର ପ୍ରାର୍ଥୀ ଭାବେ ପ୍ରଦୀପ ପୁରୋହିତଙ୍କ ନାମ ଘୋଷଣା କରିଛି। ସେହିପରି କଂଗ୍ରେସ ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁଙ୍କ ନାମ ଘୋଷଣା କରିସାରିଛି।ଆସନ୍ତା ଡିସେମ୍ବର ୫ ତାରିଖରେ ପଦ୍ମପୁର ଉପନିର୍ବାଚନ ହେବ ବୋଲି ଘୋଷଣା ହୋଇଛି।

ସେହି ଅନୁସାରେ ନଭେମ୍ବର ୧୭ ତାରିଖରେ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି। ୧୮ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ ଓ ୨୧ ତାରିଖରେ ନାମାଙ୍କନ ପ୍ରତ୍ୟାହରର ଶେଷ ତାରିଖ ରହିଛି। ଡିସେମ୍ବର ୫ରେ ଭୋଟିଂ ହେବାକୁ ଥିବାବେଳେ ୮ ତାରିଖରେ ଭୋଟ ଗଣତି ହେବ। ସେଥିପାଇଁ ସବୁ ଦଳ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି।

Categories
ବିଶେଷ ଖବର ରାଜ୍ୟ ଖବର

Padampur Byelection: ଉପନିର୍ବାଚନ ପାଇଁ ବିଜେଡି ଖେଳିଲା ମାଷ୍ଟ୍ରର ଷ୍ଟ୍ରୋକ

ଭୁବନେଶ୍ୱର : ପଦ୍ମପୁର ଉପନିର୍ବାଚନ ପୂର୍ବରୁ ବିଜେଡି ଖେଳିଲା ମାଷ୍ଟ୍ରର ଷ୍ଟ୍ରୋକ। ପଦ୍ମପୁରକୁ ଏକ ଜିଲ୍ଲା ଘୋଷଣାକୁ ପୂର୍ଣ୍ଣ ସମର୍ଥନ କରିଛି ବିଜୁ ଜନତା ଦଳ।  ଏହି ଦାବି ପୂରଣ ପାଇଁ ଗଠିତ କ୍ରିୟାନୁଷ୍ଠାନ କମିଟି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଆଜି ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ ମଧ୍ୟ ଯୁକ୍ତିଯୁକ୍ତ ଦାବିକୁ ଶୁଣିବା ସହିତ ସକରାତ୍ମକ ଆଲୋଚନା କରିଥିବା କହିଛନ୍ତି ବିଜେଡିର ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ସୁଶାନ୍ତ ସିଂହ।

ଶ୍ରୀ ସିଂହ କହିଛନ୍ତି ଯେ ପଦ୍ମପୁରକୁ ଜିଲ୍ଲା ଗଠନ ପାଇଁ ଥିବା କ୍ରିୟାନୁଷ୍ଠାନ କମିଟି ତାଙ୍କ ନେତୃତ୍ୱରେ ଯାଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଭେଟିବା ସହିତ ଏ ସଂକ୍ରାନ୍ତରେ ଆଲୋଚନା କରିଥିଲେ । ଭୌଗଳିକ ସ୍ଥିତି ଦୃଷ୍ଟିରୁ ପଦ୍ମପୁର ଏକ ବଡ ଅଞ୍ଚଳ। ତେଣୁ ଏଭଳି ଦାବି ପ୍ରତି ବିଜେଡିର ପୂର୍ଣ୍ଣ ସମର୍ଥନ ରହିଛି।

ଶ୍ରୀ ସିଂହ କହିଛନ୍ତି ବିଜୁ ପଟ୍ଟନାୟକ ଓଡିଶାର ୧୩ଟି ଜଲ୍ଲାକୁ ୩୦ଟି ଜିଲ୍ଲାରେ ପରିଣତ କରିଥିବାବେଳେ ଅବିଭକ୍ତ ସମ୍ବଲପୁର ଜିଲ୍ଲା ୪ଟି ଜିଲ୍ଲା ହୋଇଥିଲା। ପରବର୍ତ୍ତୀ ସମୟରେ ରାଜ୍ୟରେ ଜିଲ୍ଲା ପୁର୍ନଗଠନ ବେଳେ ପଦ୍ମପୁରକୁ ନିଶ୍ଚିତ ଭାବେ ଜିଲ୍ଲା ଘୋଷଣା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଥିବା ଶ୍ରୀ ସିଂହ କହିଛନ୍ତି।

ଆଗାମୀ ଦିନରେ ଏହି ଦାବି ନେଇ ଆମେ ସକରାତ୍ମକ ଭାବେ ଲଢିବୁ ଏବଂ ପଦ୍ମପୁର ଯେଭଳି ଭାବେ ଜିଲ୍ଲାର ମାନ୍ୟତା ପାଇବ ସେଥିପାଇଁ ଆମେ ପ୍ରଚେଷ୍ଟା ଜାରି ରଖିବୁ ବୋଲି ଶ୍ରୀ ସିଂହ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

Padampur Byelection: ବିଜେପିର ଭୋଟ କିଣା ମନ୍ତବ୍ୟକୁ ବିଜେଡିର ତୀବ୍ର ବିରୋଧ

ଭୁବନେଶ୍ୱର : ୨୦୧୯ ନିର୍ବାଚନରେ ପଦ୍ମପୁରରେ ୧୦,୦୦୦ ଭୋଟ କିଣାଯାଇଥିବା ନେଇ ବିଜେପିର ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ଯାହା କହିଛନ୍ତି ତାହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଏବଂ ପଦ୍ମପୁରବାସୀଙ୍କ ପ୍ରତି ଘୋର ଅପମାନ ବୋଲି କହିଛନ୍ତି ବିଜେଡି ନେତା ରାଜୁ ଘିବେଲା ।

ଶ୍ରୀ ଘିବେଲା କହିଛନ୍ତି ଯେ ଗତବର୍ଷ ପଦ୍ମପୁରରେ ୧୦ ହଜାର ଭୋଟ୍ କିଣାଯାଇଥିବା ବୋଲି କହିବା ପଦ୍ମପୁରବାସୀଙ୍କ ପାଇଁ ଅପମାନ । କାରଣ ପଦ୍ମପୁରବାସୀ ବିକ୍ରି ହେବାର ଲୋକ ନୁହନ୍ତି । କାହାରି ପଇସାରେ ସେମାନେ ଭୋଟ ଦିଅନ୍ତି ନାହିଁ । ଯଦି ତାଙ୍କ ପାଖରେ ଏହାର କିଛି ପ୍ରମାଣ ଅଛି ତେବେ ଶ୍ରୀ ପୁରୋହିତ ତାହା ପ୍ରଦାନ କରନ୍ତୁ ।

ଏଠି ସ୍ୱାଭିମାନୀ ଲୋକେ ରୁହନ୍ତି । ଘୋଡାସମ୍ବର ମାଝିର ଲୋକେ କେବେ ବିକ୍ରି ହେବାର ଲୋକ ନୁହନ୍ତି । ପ୍ରଦୀପ ପୁରୋହିତ ଯେଭଳି ବିବୃତ୍ତି ଦେଉଛନ୍ତି ସେଥିରୁ ତାଙ୍କ ମୁଣ୍ଡ କାମ କରୁନଥିବା ଜଣାପଡୁଛି ।

ଶ୍ରୀ ପୁରୋହିତଙ୍କ ଏଭଳି ମନ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଭାରତୀୟ ଜନତା ପାର୍ଟି ନୀତି ଆଦର୍ଶର ଦ୍ୱାହି ଦେଉଥିବା ଏକ କେନ୍ଦ୍ରୀୟ ଦଳ । ସେହି ଦଳର ପୂର୍ବତନ ବିଧାୟକ ଏଭଳି ମନ୍ତବ୍ୟ ଦେବା ପଦ୍ମପୁରବାସୀଙ୍କ ପ୍ରତି ଘୋର ଅପମାନ।

ତାଙ୍କ ବିବୃତ୍ତିରୁ ଜଣାପଡୁଛି ଯେ ତାଙ୍କୁ ହାରିବାର ଭୟ ଘାରିଛି । ଏହା ଏକ ବିବୃତ୍ତି ନୁହେଁ କି ତାଙ୍କର କଥା ନୁହେଁ, ଏହା ଏକ ପାଗଳର ପ୍ରଳାପ ଭଳି ମନେ ହେଉଛି । ତେଣୁ ଏଭଳି ଅପମାନଜନକ ମନ୍ତବ୍ୟ ପାଇଁ ପଦ୍ମପୁରବାସୀ ତାଙ୍କୁ ଠିକଣା ଜବାବ ଦେବେ ବୋଲି ଶ୍ରୀ ଘିବେଲା କହିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଛି। ଏହି ଉପନିର୍ବାଚନ ପାଇଁ ବିଜେପି ତରଫରୁ ପ୍ରାର୍ଥୀ ହୋଇଛନ୍ତି ପ୍ରଦୀପ ପୁରୋହିତ। ଆଜି ଏ ନେଇ ରାଷ୍ଟ୍ରୀୟ ବିଜେପି ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜେପିର ମହାସଚିବ ତଥା କାର୍ଯ୍ୟାଳୟ ପ୍ରଭାରୀ ଅରୁଣ ସିଂଙ୍କ ଦସ୍ତଖତରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି।

ପୂର୍ବରୁ ପ୍ରଦୀପ ବିଜେପିର ପ୍ରାର୍ଥୀ ହେବେ ବୋଲି ନିଶ୍ଚିତ ଥିଲା। କାରଣ ସେ ସେହି ନିର୍ବାଚନ ମଣ୍ଡଳୀର ଗତ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏଥିସହିତ ତାଙ୍କର ପଦ୍ମପୁରରେ ଭଲ ସଂଗଠନ ମଧ୍ୟ ରହିଛି। ସେଥିପାଇଁ ରାଜ୍ୟ ବିଜେପି ତାଙ୍କର ନାମକୁ ହିଁ ସୁପାରିଶ କରିଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପଦ୍ମପୁର ଉପନିର୍ବାଚନ ନିମନ୍ତେ କମିଟି ଗଠନ କଲା କଂଗ୍ରେସ

ଭୁବନେଶ୍ୱର: ଆଗାମୀ ପଦ୍ମପୁର ଉପନିର୍ବାଚନ ନିମନ୍ତେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଏକ କମିଟି ଗଠନ କରିଛନ୍ତି । ଏହି କମିଟିରେ ପୂର୍ବତନ ମନ୍ତ୍ରୀ ଶ୍ରୀ କିଶୋର ଚନ୍ଦ୍ର ପଟେଲ ଅଧ୍ୟକ୍ଷ ରହିଥିଲା ବେଳେ ବିଧାୟକ ଶ୍ରୀ ସନ୍ତୋଷ ସିଂ ସାଲୁଜା ଆବାହକ ଭାବରେ ଓ ବିଧାୟକ ଶ୍ରୀ ଅଧିରାଜ ମୋହନ ପାଣିଗ୍ରାହୀ ଏବଂ ବିଧାୟକ ଡ. ସି. ଏସ ରାଜନ ଏକା ସଭ୍ୟ ଭାବରେ ରହିଛନ୍ତି ।

ଉକ୍ତ କମିଟି ଖୁବଶୀଘ୍ର ପଦ୍ମପୁର ଅଂଚଳ ଗ୍ରସ୍ତକରି ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀ ନିହାର ରଞ୍ଜନ ମହାନନ୍ଦ, ଜିଲ୍ଲା କଂଗ୍ରେସ ସାମ୍ମୁଖ୍ୟ, ବିଭାଗ ଓ ପ୍ରକୋଷ୍ଠର ମୁଖ୍ୟ ଏବଂ ଅନ୍ୟାନ୍ୟ କର୍ମକର୍ତାଙ୍କୁ ଭେଟି ସମ୍ଭାବ୍ୟ ବିଜୟୀ ପ୍ରାର୍ଥୀ ମାନଙ୍କ ନାମ ପ୍ରସ୍ତାବ ପ୍ରଦେଶ କଂଗ୍ରେସ କମିଟିକୁ ପ୍ରଦାନ କରିବାପାଇଁ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି ବୋଲି ପିସିସି କାର୍ଯ୍ୟାଳୟ ସୂତ୍ରରୁ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି ।