Categories
ଆଜିର ଖବର

ବାରବାଟୀ ଦିନିକିଆ : ଭାରତ ସମ୍ମୁଖରେ 316 ରନ୍‌ର ବିଜୟଲକ୍ଷ୍ୟ

ସମୀକ୍ଷା ବ୍ୟୁରୋ
କଟକ,22/12 : ବାରବାଟୀରେ ଅନୁଷ୍ଠିତ ଦିନିକିଆ ମ୍ୟାଚ୍‌ରେ ଭାରତ ସମ୍ମୁଖରେ 316 ରନ୍‌ର ବିଜୟ ଲକ୍ଷ୍ୟ ରହିଛି । ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଓ୍ବେଷ୍ଟଇଣ୍ଡିଜ୍‌ ପୋଲାର୍ଡ ଏବଂ ପୁରନ୍‌ଙ୍କ ଅର୍ଦ୍ଧଶତକ ସହାୟତାରେ ନିର୍ଦ୍ଧାରିତ ଓଭରରେ 5 ଓ୍ବିକେଟ ହରାଇ 315 ରନ୍‌ ସଂଗ୍ରହ କରିଛି । ଦଳ ପକ୍ଷରୁ ଅଧିନାୟକ କିରନ ପୋଲାର୍ଡ ଅପରାଜିତ 74 ରନ୍‌ କରିଥିବା ବେଳେ ନିକୋଲାସ୍‌ ପୁରନ୍‌ 89 ରନ୍‌ ସଂଗ୍ରହ କରିଥିଲେ । ଉଭୟ ଷଷ୍ଠ ଓ୍ବିକେଟ୍‌ରେ 145 ରନ୍‌ ଯୋଡିଥିଲେ । ପୁରନ୍‌ 64 ବଲ୍‌ର ସମ୍ମୁଖୀନ ହୋଇ 10ଟି ଚୌକା ଏବଂ 3ଟି ଛକ୍କା ମାରିଥିବା ବେଳେ ପୋଲାର୍ଡ 51 ଟି ବଲ୍‌ର ସମ୍ମୁଖୀନ ହୋଇ 3ଟି ଚୌକା ଏବଂ 7ଟି ଛକ୍କା ମାରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାଇ ହୋପ୍‌(42), ଏଭିନ୍‌ ଲୁଇସ୍‌(21), ରଷ୍ଟନ୍‌ ଚେଜ୍‌(38) ଏବଂ ସିମରନ୍‌ ହିଟ୍‌ମେୟର(37) ରନ୍‌ର ଯୋଗଦାନ କରିଥିଲେ । ଭାରତ ପକ୍ଷରୁ ପଦାର୍ପଣକାରୀ ନବ୍‌ଦୀପ୍‌ ସାଇନି 59 ରନ୍‌ରେ ଦୁଇଟି ଓ୍ବିକେଟ୍‌ ଅକ୍ତିଆର କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜାଡେଜା, ସାମି ଏବଂ ଶାର୍ଦ୍ଦୁଲ ଠାକୁର ଗୋଟିଏ ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ ।