Categories
ଆଜିର ଖବର

ମୋଦି ସରକାରଙ୍କ କ୍ୟାବିନେଟ୍‌ କମିଟି : ଶାହା ବିଜେପିରେ ଦ୍ବିତୀୟ ଶକ୍ତିଶାଳୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ସରକାର ପରିଚାଳନା କରିବା ପାଇଁ ବିଭିନ୍ନ କ୍ୟାବିନେଟ କମିଟି ଗଠନ କରିଛନ୍ତି। ୭ଟି କ୍ୟାବିନେଟ୍‌ କମିଟିରେ ଅମିତ ଶାହାଙ୍କ ଉପସ୍ଥିତି ତାଙ୍କୁ ବିଜେପିର ଦ୍ବିତୀୟ ଶକ୍ତିଶାଳୀ ନେତା ଭାବରେ ଉପସ୍ଥିତ କରିଛି। ଏହା ସହିତ ଅର୍ଥନୈତିକ ଅଭିବୃଦ୍ଧି ଏବଂ ନିଯୁକ୍ତି ଓ ଦକ୍ଷତା ବିକାଶ ପାଇଁ ଦୁଇଟି ନୂତନ କ୍ୟାବିନେଟ କମିଟି ମଧ୍ୟ ଗଠନ କରାଯାଇଛି। ପ୍ରତିରକ୍ଷା ପାଇଁ ଗଠିତ କ୍ୟାବିନେଟ୍‌ କମିଟିରେ ଅମିତ ଶାହ, ରାଜନାଥ ସିଂ, ଏସ୍‌ ଜୟଶଙ୍କର ଏବଂ ନିର୍ମଳା ସୀତାରମଣ ଏହି କମିଟିରେ ରହିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କମିଟିର ଅଧ୍ୟକ୍ଷ ରହିଛନ୍ତି। ଅମିତ ଶାହାଙ୍କ ବ୍ୟତିତ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ସମସ୍ତ ୭ଟି ଯାକ କ୍ୟାବିନେଟ୍‌ରେ ସ୍ଥାନ ପାଇଛନ୍ତି।