Categories
ଆଜିର ଖବର

ବିଜେଡିରୁ ଇସ୍ତଫା ଦେଲେ ମୋରଡା ବିଧାୟକ ପ୍ରବୀଣ ଭଞ୍ଜଦେଓ

ବିଜେଡିରୁ ଇସ୍ତଫା ପ୍ରଦାନ କରିଛନ୍ତି ମୋରଡା ବିଧାୟକ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ। ଶ୍ରୀ ଭଞ୍ଜଦେଓ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରିବା ସହିତ ଜିଲ୍ଲା ସଭାପତି ପଦବୀରୁ ମଧ୍ୟ ଇସ୍ତଫା ପ୍ରଦାନ କରିଛନ୍ତି। ନିଜର ଇସ୍ତଫାପତ୍ର ଶ୍ରୀ ଭଞ୍ଜଦେଓ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇଛନ୍ତି। ଅନ୍ୟ ଦଳରୁ ଆସୁଥିବା ପ୍ରାର୍ଥୀଙ୍କୁ ଟିକଟ ଦିଆଯିବାକୁ ବିରାେଧ କରି ନିଜର ଇସ୍ତଫା ପ୍ରଦାନ କରିଥିବା କହିଛନ୍ତି। ଦଳରେ ବିଶୃଙ୍ଖଳା ଅନେକ ଦିନରୁ ରହିଛି ଏବଂ ପୁରାତନ ନେତାଙ୍କୁ ଅଣଦେଖା କରାଯିବା ନେଇ ପୂର୍ବରୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ଜବାବ ମିଳିନଥିଲା। ଅନ୍ୟ ଦଳରୁ ଆସୁଥିବା ପ୍ରାର୍ଥୀଙ୍କୁ ପ୍ରାଧାନ୍ୟ ଦିଆଯାଉଥିବା ବେଳେ ତିନିତିନି ଥର ନିର୍ବାଚନ ହାରିଥିବା ନେତାଙ୍କୁ ଟିକଟ ଦିଆଯିବା ନେଇ ନିଜର ଅସନ୍ତୋଷ ଜାହିର କରିବା ସହିତ ଇସ୍ତଫା ପ୍ରଦାନ କରିଛନ୍ତି।