Categories
ଆଜିର ଖବର

ବିଧାୟକ ପଦରୁ ଇସ୍ତଫା ଦେଲେ ରାଧାକୃଷ୍ଣ ବିଖେ ପାଟିଲ

ଲୋକସଭା ନିର୍ବାଚନର ପରାଜୟ ପରେ କଂଗ୍ରେସର ବହୁ ତୁଙ୍ଗ ନେତା ଇସ୍ତଫା ଦେଉଛନ୍ତି। ଏହି କ୍ରମରେ ସାମିଲ୍‌ ହୋଇଛନ୍ତି କଂଗ୍ରେସ ବିଧାୟକ ରାଧାକୃଷ୍ଣ ବିଖେ ପାଟିଲ୍‌। ମହାରାଷ୍ଟ୍ରର କଂଗ୍ରେସ ବିଧାୟକ ରାଧାକୃଷ୍ଣ ବିଖେ ପାଟିଲ ମଙ୍ଗଳବାର ଦିନ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବା ସମୟରେ ସେ କହିଛନ୍ତି ଯେ, ଲୋକସଭା ନିର୍ବାଚନରେ ସେ ପ୍ରଚାର କରିନାହାଁନ୍ତି। ଦଳ ହାଇକମାଣ୍ଡଙ୍କ ସହ ତାଙ୍କର ସେମିତି କୌଣସି ମନୋମାଳିନ୍ୟ ମଧ୍ୟ ନାହିଁ। ବରଂ ଦଳ ତାଙ୍କୁ ବିରୋଧୀ ଦଳର ନେତା ଭାବେ ସୁଯୋଗ ଦେଇଥିବାରୁ ସେ ଧନ୍ୟବାଦ ଜଣାଇଛନ୍ତି। ଏବେ ପରିସ୍ଥିତିକୁ ଦେଖି ସେ ଇସ୍ତଫା ଦେଇଥିବା ପ୍ରକାଶ କରିଛନ୍ତି।