Categories
ଆଜିର ଖବର ଜାତୀୟ ଖବର

ବେରୋଜଗାରକୁ ନେଇ ମୋଦି ସରକାରଙ୍କୁ ଘେରିଲେ ରାହୁଲ୍‌

ନୂଆଦିଲ୍ଲୀ : ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଅଧିକାଂଶ ସମୟରେ ମୋଦି ସରକାରଙ୍କୁ ଟାର୍ଗେଟ କରୁଛନ୍ତି । ଏବେ ଯୁବବର୍ଗଙ୍କ ବେରୋଜଗାର ସମସ୍ୟାକୁ ନେଇ ବିଜେପିକୁ ବର୍ଷିଛନ୍ତି ରାହୁଲ୍‌ । ଅଗଷ୍ଟ 9ରେ ଯୁବ କଂଗ୍ରେସ ସ୍ଥାପନା ଦିବସ ପାଳନ ଅବସରରେ ବିଜେପିକୁ ଘେରିଛନ୍ତି ରାହୁଲ୍‌ । ବେରୋଜଗାର ସମସ୍ୟାକୁ ନେଇ ମୋଦି ସରକାରଙ୍କୁ ଘେରିଛନ୍ତି ରାହୁଲ୍‌ । ରାହୁଲ୍‌ କହିଛନ୍ତି ଯେ, ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ଦାୟିତ୍ବ ନେବାବେଳେ 2 କୋଟି ନିଯୁକ୍ତି ନେଇ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ମୋଦି ସରକାରଙ୍କ ଭୁଲ୍‌ ନୀତି ଏବେ 14 କୋଟି ଲୋକଙ୍କୁ ବେରୋଜଗାର କରି ସାରିଲେଣି ।  ମୋଦି ସରକାରଙ୍କ ବିମୁଦ୍ରୀକରଣ, ଜିଏସ୍‌ଟି ଓ ଲକ୍‌ଡାଉନ୍‌ ନିଷ୍ପତ୍ତି ଯୋଗୁଁ ଦେଶର ଏପରି ଅବସ୍ଥା ହୋଇଛି । ଏହି ତିନୋଟି ଭୁଲ୍‌ ଅର୍ଥନୀତିକୁ ଷ୍ଟ୍ରକ୍ଚରକୁ ପୂରାପୂରି ନଷ୍ଟ କରିଛି ।  ଏହି ବେରୋଜଗାରୀ ପ୍ରସଙ୍ଗକୁ ନେଇ ଯୁବ କଂଗ୍ରେସ ରାସ୍ତାକୁ ଓହ୍ଲାଇଛି ବୋଲି କହିଛନ୍ତି ରାହୁଲ୍‌ ।