Categories
ଆଜିର ଖବର

ରୋହିତ ଶେଖର ହତ୍ୟା ମାମଲାରେ ପତ୍ନୀ ଗିରଫ

ଏନ୍‌ଡି ତିଓ୍ବାରୀଙ୍କ ପୁତ୍ର ରୋହିତ ଶେଖରଙ୍କ ହତ୍ୟା ମାମଲାରେ ପୋଲିସ୍‌ ରୋହିତଙ୍କ ପତ୍ନୀଙ୍କୁ ଗିରଫ କରିଛି। ପୂର୍ବରୁ ଅପୂର୍ବା ଶୁକ୍ଲାଙ୍କୁ ପୋଲିସ ମୁଖ୍ୟ ଅଭିଯୁକ୍ତ ଭାବରେ ସନ୍ଦେହ କରୁଥିଲା। ରୋହିତଙ୍କୁ ହତ୍ୟା କରିଥିବା ନେଇ ଅପୂର୍ବା ସ୍ବୀକାର କରିଥିବା ପୋଲିସ ପକ୍ଷରୁ ପ୍ରକାଶ ପାଇଛି। ଦିଲ୍ଲିର ଡିଫେନ୍ସ କଲୋନୀରୁ ଅପୂର୍ବାଙ୍କୁ ଗିରଫ କରାଯାଇଥିବା ନେଇ ସହକାରୀ କମିଶନର ରାଜୀବ ରଞ୍ଜନ ପ୍ରକାଶ କରିଛନ୍ତି। ଏହି ମାମଲାରେ ଦୁଇ ଜଣ ଚାକରଙ୍କ ସହିତ ଅପୂର୍ବାଙ୍କୁ ପୋଲିସ୍‌ ଜେରା କରୁଥିଲା। ଏପ୍ରିଲ୍‌ ୧୬ ତାରିଖରେ ରୋହିତଙ୍କୁ ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ତିନି ଦିନ ପରେ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ରୋହିତଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ସ୍ପଷ୍ଟ ହେବା ପରେ ହତ୍ୟ ମାମଲା ଦାୟର କରାଯାଇଥିଲା।