Categories
ଅପରାଧ ଆଜିର ଖବର ଜାତୀୟ ଖବର

ମହିଳା ବନ୍ଧୁଙ୍କ ସହ ମିଶି ନିଜ ସ୍ବାମୀକୁ ହତ୍ୟା କଲେ ସ୍ତ୍ରୀ

ଆଲିଗଡ :  ସ୍ତ୍ରୀଙ୍କ ସମଲିଙ୍ଗୀ ସମ୍ପର୍କ ଜାଣିବା ପରେ ସ୍ବାମୀଙ୍କୁ ବେଶ୍‌ ମହଙ୍ଗା ପଡିଲା । ଏହି ସମ୍ପର୍କକୁ ବିରୋଧ କରିବାରୁ ତାଙ୍କୁ ଜୀବନ ଦେବାକୁ ପଡିଛି । ନିଜ ଘରେ ଭଡ଼ାରେ ରହୁଥିବା ମହିଳାଙ୍କ ସହ ତାଙ୍କ ସ୍ତ୍ରୀ ସମଲିଙ୍ଗୀ ସମ୍ପର୍କ ରଖିଥିଲେ । ମହିଳଙ୍କ ସ୍ବାମୀ ଏସବୁ ଜାଣିବା ପରେ ଏହାକୁ ବିରୋଧ କରିବା ସହ ଏପରି ସମ୍ପର୍କରୁ ନିବୃତ୍ତ ରହିବାକୁ ଆଦେଶ ଦେଲେ । ଏହାପରେ  ତାଙ୍କ ସ୍ତ୍ରୀ ଓ ତାଙ୍କ ସମଲିଙ୍ଗୀ ପାର୍ଟନର୍‌ ଏକ ବିପଦପୂର୍ଣ୍ଣ ପଦକ୍ଷେପ ଉଠାଇଛନ୍ତି। ଦୁଇ ମହିଳା ଜଣକ ହୋଲି ଦିନ  ତାଙ୍କ  ଗଳା ଚିପି ହତ୍ୟା କରିଦେଇଛନ୍ତି । ଏହିପରି ଏକ ଘଟଣା ଉତ୍ତରପ୍ରଦେଶର ଆଲିଗଡ ଜିଲ୍ଲାରେ ଘଟିଛି ।

ଆଲିଗଡରେ ମାର୍ଚ୍ଚ 11 ତାରିଖରେ ମୃତକଙ୍କ ଭାଇ ତାଙ୍କ ହତ୍ୟା ସମ୍ବନ୍ଧରେ ଥାନାରେ ଏତଲା ଦେଇଥିଲେ।  ପୋଲିସ୍‌ ଛାନ୍‌ଭିନ୍‌ କରି ଶେଷରେ ଅଭିଯୁକ୍ତଙ୍କ ନିକଟରେ ପହଞ୍ଚିଥିଲେ । ହତ୍ୟ ଅଭିଯୋଗରେ ତାଙ୍କ ସ୍ତ୍ରୀ ଓ ତାଙ୍କ ସମଲିଙ୍ଗୀ ପାର୍ଟନର୍‌ଙ୍କ ସହ ହତ୍ୟା ମାମଲା ରୁଜୁ କରାଯାଇଛି।

ଦୁହେଁ ସମ୍ପର୍କକୁ ସ୍ବୀକାର କରି କହିଛନ୍ତି ଯେ, ଦୁଇ ବର୍ଷ ଧରି ସେମାନେ ଏପରି ସମ୍ପର୍କରେ ରହିଛନ୍ତି।  ନିକଟରେ ତାଙ୍କର ଏହି ସମ୍ପର୍କ ବିଷୟରେ ତାଙ୍କ ସ୍ବାମୀ ଜାଣି ପାରି ତାଙ୍କୁ ବିରୋଧ କରିଥିଲେ। ଏହା ପରେ ସେ ଓ ତାଙ୍କ ମହିଳା ପାର୍ଟନର୍‌ ଦୀର୍ଘ ଏକମାସ ଧରି ତାଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ହୋଲି ଦିନ ସେମାନେ ଏହି ଘଟଣା ଘଟାଇଥିଲେ। ଦୁହେଁ ତାଙ୍କୁ ହତ୍ୟା କରି ତାଙ୍କ ଶବକୁ ମୃତକଙ୍କ ଭାଇ ଘର ପାଖରେ ପକାଇଦେଇଥିଲେ । ଯେପରିକି ହତ୍ୟାର ଅଭିଯୋଗ ମୃତକଙ୍କ ଭାଇ ଉପରେ ରହିବ। କିନ୍ତୁ ଘଟଣାର ସତ୍ୟ ସାମ୍ନାକୁ ଆସିଛି । ହତ୍ୟା ଅଭିଯୋଗରେ ମହିଳା ଓ ତାଙ୍କ ସମଲିଙ୍ଗୀ ପାର୍ଟନର୍‌ଙ୍କୁ ପୋଲିସ୍‌ ଗିରଫ କରି ଜେଲ୍‌କୁ ପଠାଇଛି।