Categories
ଆଜିର ଖବର ରାଜ୍ୟ ଖବର

କ୍ବାରେଣ୍ଟାଇନ୍‌ରୁ ମୁକ୍ତ ହେଲେ 1700 କିମି ଯାତ୍ରା କରିଥିବା ଯୁବକ

ଭୁବନେଶ୍ବର : ଶେଷରେ କ୍ବାରେଣ୍ଟାଇନ୍‌ରୁ ମୁକ୍ତ ହୋଇଛନ୍ତି 1700 କିମି ଯାତ୍ରା କରିଥିବା ଯୁବକ । ମହାରାଷ୍ଟ୍ରରୁ ସାଇକେଲ ଯୋଗେ ଯାତ୍ରା କରି 1700 କିମି ପଥ ଅତିକ୍ରମ କରି ଓଡିଶାରେ ପହଞ୍ଚିଥିବା ଏହି 20 ବର୍ଷୀୟ ଯୁବକ ଜଣକ ସୋମବାର କ୍ବାରେଣ୍ଟାଇନ୍‌ରୁ ମୁକ୍ତ ହୋଇଛନ୍ତି । ମହେଶ ଜେନା ନାମକ ଏହି ଯୁବକ ଜଣକ ଏକ ସାଇକେଲ୍‌ ଯୋଗେ ମୁମ୍ବାଇର ସାଙ୍ଗଲିରୁ ଯାତ୍ରା ଆରମ୍ଭ କରି ଏପ୍ରିଲ୍‌ 7 ତାରିଖରେ ଯାଜପୁରରେ ପହଞ୍ଚିଥିଲେ । ମହେଶଙ୍କୁ ଏପ୍ରିଲ୍‌ ମାସର ବେତନ ମିଳିନଥିବା ବେଳେ ସାଙ୍ଗ ନିକଟରୁ 3 ହଜାର ଟଙ୍କା ଧାର କରି ମହେଶ ଗାଁକୁ ଫେରିଥିଲେ । ରାତିରେ ବିଭିନ୍ନ ମନ୍ଦିରରେ ଆଶ୍ରୟ ନେବା ସହିତ ଗାଁକୁ ଫେରିଥିଲେ । ଗାଁକୁ ଫେରିବା ପରେ 14 ଦିନ କ୍ବାରେଣ୍ଟାଇନ୍‌ରେ ରହିବା ପରେ ସୋମବାର ମହେଶଙ୍କୁ କ୍ବାରେଣ୍ଟାଇନ୍‌ରୁ ମୁକ୍ତ କରାଯାଇଛି ।