Categories
ଆଜିର ଖବର ରାଜ୍ୟ ଖବର

ମହିଳାଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ : ଥାନାରେ ଅଭିଯୋଗ

ରଞ୍ଜିତ ପଣ୍ଡା
କୁଜଙ୍ଗ : କୁଜଙ୍ଗର ଜନୈକ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ ହୋଇଥିବା ନେଇ ଥାନାରେ ଅଭିଯୋଗ କରାଯାଇଛି । କୁଜଙ୍ଗ ସମାଗଳର ପ୍ରମିଳା ବେହେରା (42) ଜଣେ ଦିନ ମଜୁରିଆ ଭାବରେ କାର୍ଯ୍ୟ କରନ୍ତି । ନିଜ ଭିବଷ୍ୟତ ନିମନ୍ତେ ପ୍ରମିଳା ନିଜ ଆକାଉଣ୍ଟ ନମ୍ବର 31521530275ରେ 22 ହଜାର 675ଟଙ୍କା ଜମା କରିଥିଲେ । ମାତ୍ର ଶାଶୁଙ୍କ ଦେହ ଖରାପ କାରଣରୁ ଟଙ୍କା ଉଠାଇବାକୁ ଯାଇଥିବା ବେଳେ ଆକାଉଣ୍ଟରେ ଟଙ୍କା ନଥିବା ଦେଖିଥିଲେ । ଏ ନେଇ ବ୍ୟାଙ୍କ ମ୍ୟାନେଜରଙ୍କ ନିକଟରେ ଅଭିଯୋଗ କରାଯାଇଥିବା ବେଳେ କୌଣସି ସନ୍ତୋଷଜନକ ଉତ୍ତର ମିଳିନଥିଲା । ଏହା ପରେ ପ୍ରମିଳା କୁଜଙ୍ଗ ଥାନାରେ ଅଭିଯୋଗ କରିଥିଲେ ।

Categories
ଆଜିର ଖବର

ସୁଧହାରରେ ହ୍ରାସ ଘଟାଇଲା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ

ନୂଆଦିଲ୍ଲୀ,9/12: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ପକ୍ଷରୁ ଏହାର ସୁଧହାରରେ ସଂଶୋଧନ କରାଯାଇଛି । ସୋମବାର ପ୍ରକାଶିତ ସଂଶୋଧନ ପରେ ଏମ୍‌ସିଏଲ୍‌ଆରରେ 10 ବିପିଏସ୍‌ ବା 0.10 ପ୍ରତିଶତ ହ୍ରାସ କରାଯାଇଛି । ଏହା ଦ୍ବାରା ସୁଧହାରରେ ହ୍ରାସ ଘଟିବ । ଫଳସ୍ବରୂପ କାର ଋଣ, ଗୃହ ଋଣ ଏବଂ ଅନ୍ୟାନ୍ୟ ବ୍ୟକ୍ତିଗତ ଋଣ ଉପରେ ସୁଧ ହାର ହ୍ରାସ କରାଯାଇଛି । ଏହି ସଂଶୋଧନ ମଙ୍ଗଳବାର ଠାରୁ ଲାଗୁ କରାଯିବ ବୋଲି ଏସ୍‌ବିଆଇ ପକ୍ଷରୁ ଜଣାପଡିଛି । ଏକ ବର୍ଷିଆ ଋଣ ଉପରେ ସୁଧହାର 8 ପ୍ରତିଶତରୁ 7.90 ପ୍ରତିଶତ ହ୍ରାସ କରାଯାଇଛି । (ଏଜେନ୍ସୀ)