Categories
ଆଜିର ଖବର ଜାତୀୟ ଖବର

ଜମ୍ମୁ ଓ କଶ୍ମୀରର ସରକାରୀ ହିତାଧିକାରୀ ନାଜିମଙ୍କ ସହ ସେଲଫି ଉଠାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜମ୍ମୁ ଓ କଶ୍ମୀରର ପୁଲଓ୍ଵାମାର ଜଣେ ଉଦ୍ୟୋଗୀ ଏବଂ ସରକାରୀ ହିତାଧିକାରୀ ନାଜିମଙ୍କ ସହ ଏକ ସେଲ୍ଫି ଉଠାଇଛନ୍ତି।

ପ୍ରଧାନମନ୍ତ୍ରୀ ଟ୍ବିଟରରେ ପୋଷ୍ଟ କରି କହିଛନ୍ତି ଯେ, “ମୋର ବନ୍ଧୁ ନାଜିମଙ୍କ ସହ ଏକ ସ୍ମରଣୀୟ ସେଲ୍ଫି। ସେ କରୁଥିବା ଭଲ କାମ ଦେଖି ମୁଁ ପ୍ରଭାବିତ ହୋଇଥିଲି। ସାଧାରଣ ସଭାରେ ସେ ସେଲଫି ନେବାକୁ ଅନୁରୋଧ କରିଥିଲେ ଏବଂ ତାଙ୍କୁ ଭେଟି ଖୁସି ହୋଇଥିଲି। ତାଙ୍କ ଭବିଷ୍ୟତ ପ୍ରୟାସ ପାଇଁ ମୋର ଶୁଭେଚ୍ଛା।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ପିସ୍ତଲ ସହ ସେଲ୍‌ଫି ନେଇ ମୃତ୍ୟୁବରଣ କଲେ 22ବର୍ଷୀୟ ଯୁବକ

ନୋଏଡା: ପୁଣି ଥରେ ସେଲ୍‌ଫି କାଳ ହୋଇଛି । ସେଲ୍‌ଫି ନେବା ପାଇଁ ଆଜିକାଲିର ଯୁବପିଢି ମାନେ ବିପଦକୁ ବରଣ କରୁଛନ୍ତି। ପ୍ରାୟ ସବୁଦିନେ ସେଲ୍‌ଫି ନେଇ ଜୀବନ ଯାଉଥିବାର ଖବର ଶୁଣିବାକୁ ମିଳିଛି । ନୋଏଡାର ଜଣେ 22 ବର୍ଷୀୟ ଯୁବକ ଗୁଳି ଭର୍ତ୍ତି ପିସ୍ତଲ ସହ ସେଲ୍‌ଫି ନେଇ ମୃତ୍ୟୁବରଣ କରିଛନ୍ତି । ସେଲ୍‌ଫି ନେବା ସମୟରେ ପିସ୍ତଲରୁ ଗୁଳି ଯୁବକଙ୍କୁ ବାଜି ଥିଲା । ତାଙ୍କୁ ତତ୍‌କ୍ଷଣାତ୍‌ ହସ୍ପିଟାଲ ନିଆଯାଇଥିଲା । କିନ୍ତୁ ଯୁବକ ଜଣକ ବଞ୍ଚିନଥିଲେ । ତେବେ ଯୁବକ ଜଣ ସେଲ୍‌ଫି ନେବାବେଳେ ତାଙ୍କ ସାଙ୍ଗରେ ତାଙ୍କର ଜଣେ ବନ୍ଧୁ ରହିଥିଲେ । ପୋଲିସ୍‌ ଯୁବକଙ୍କ ମୃତଦେହକୁ ଜବତ କରିବା ସହ ତାଙ୍କ ବନ୍ଧୁଙ୍କୁ ପଚରାଉଚୁରା କରୁଛି । ଉକ୍ତ ପିସ୍ତଲର ମଧ୍ୟ ଫରେନସିକ୍‌ ଯାଞ୍ଚ ହେଉଛି ।

ମିଳିଥିବା ସୂଚନା ଅନୁସାରେ ମୃତକ ଜଣକ ଗ୍ରେଟର ନୋଏଡା ବାଦଲପୁରର 22 ବର୍ଷୀୟ ସୌରଭ । ସେ ତାଙ୍କ ବନ୍ଧୁ ନକୁଲଙ୍କ ସହ ଅନ୍ୟ ଜଣେ ବନ୍ଧୁଙ୍କ ସାକ୍ଷାତ କରିବାକୁ ଯାଉଥିଲେ । ଦୁହେଁ କାର୍‌ରେ ଯାଉଥିବାବେଳେ ସୌରଭ ପିସ୍ତଲ ବାହାର କରି ମୋବାଇଲ୍‌ରେ ସେଲ୍‌ଫି ନେଉଥିଲେ । ପିସ୍ତଲ୍‌ରେ ଗୁଳି ଭର୍ତ୍ତି ଥିବାବେଳେ ସେ ଏହା ଜାଣିନଥିଲେ । ପିସ୍ତଲ୍‌ର ଟ୍ରିଗର୍‌ ଚାପି ସେଲ୍‌ଫି ନେବା ସମୟରେ ଗୁଳିଟି ତାଙ୍କ ଦେହରେ ବାଜି ଯାଇଥିଲା । ସୌରଭଙ୍କ ବନ୍ଧୁ ତାଙ୍କୁ ତତକ୍ଷଣାତ୍‌ ହସ୍ପିଟାଲ ନେଇଥିଲେ।  ତେବେ ଡାକ୍ତରଖାନାରେ ଡାକ୍ତର ସୌରଭଙ୍କୁ ମୃତ ଘୋଷଣା କରିଥିଲେ । (ଏଜେନ୍ସି)

Categories
ଆଜିର ଖବର ବ୍ୟବସାୟ

ସେଲ୍ଫି ଲଭର୍‌ଙ୍କ ପାଇଁ ଓପ୍ପୋର ରେନୋ 3

ମୁମ୍ବାଇ : ସେଲ୍ଫି ଲଭରଙ୍କ ପାଇଁ ଖୁସି ଖବର । ଓପ୍ପୋ ପକ୍ଷରୁ ରେନୋ 3 ନାମକ ଏକ ନୂତନ ଫୋନ୍‌ର ଲଞ୍ଚ କରାଯାଇଛି । ଡିସେମ୍ବରରେ ଚୀନ୍‌ ବଜାରରେ ଏହି ଫୋନ୍‌ ଲଞ୍ଚ ହୋଇଥିବା ବେଳେ ସୋମବାର ଏହି ଫିଲ୍ମଟି ଭାରତୀୟ ବଜାରରେ ଲଞ୍ଚ ହୋଇଛି । ଫୋନ୍‌ରେ ପ୍ରଥମ ଥର ପାଇଁ 48 ମେଗା ପିକ୍ସେଲ୍‌ର ସେଲ୍‌ଫି କ୍ୟାମେରା ରହିଥିବା ବେଳେ ପଛରେ 64 ମେଗାପିକ୍ସେଲର କ୍ୟାମେରା ରହିଛି । ଏହି ଫୋନ୍‌ରେ 5ଜି ବୈଶିଷ୍ଟ୍ୟ ରହିଥିବା ବେଳେ ଭାରତୀୟ ବଜାରରେ ଏହାର ମୂଲ୍ୟ 29990 ଟଙ୍କା ରହିଛି । ଏହି ଫୋନ୍‌ ସହିତ ଓପ୍ପୋ ପକ୍ଷରୁ ଦୁଇଟି ଇୟର ବଡ୍‌ ମଧ୍ୟ ଲଞ୍ଚ କରାଯାଇଛି । ଏନ୍‌କୋ ଡବ୍ଲ୍ୟୁ ସିରିଜ୍‌ର ଏହି ଇୟର୍‌ବଡ୍‌ ଦୁଇଟିର ମୂଲ୍ୟ ଯଥାକ୍ରମେ 4499 ଏବଂ 7990 ଟଙ୍କା ରହିଛି । (ଏଜେନ୍ସି)