Categories
ଆଜିର ଖବର

ଆତ୍ମଘୋଷିତ ବାବା ନିତ୍ୟାନନ୍ଦ ଅହମ୍ମଦାବାଦରୁ ଗିରଫ

ନାବାଳିକାଙ୍କୁ ନିର୍ଯାତନା ଅଭିଯୋଗରେ ଆତ୍ମଘୋଷିତ ବାବା ନିତ୍ୟାନନ୍ଦଙ୍କୁ ପୋଲିସ୍‌ ଗିରଫ କରିଛି । ଅହମ୍ମଦାବାଦ ପୋଲିସ୍‌ ନିତ୍ୟାନନ୍ଦଙ୍କ ସମେତ ଆଶ୍ରମର ଅନ୍ୟ ଦୁଇ ଜଣ ପରିଚାଳକଙ୍କୁ ଗିରଫ କରିଛି । ଏହା ସହିତ ଗୁଜରାଟ ହାଇକୋର୍ଟଙ୍କ ପକ୍ଷରୁ ନିତ୍ୟାନନ୍ଦଙ୍କୁ ଏକ ନୋଟିସ୍‌ ଜାରି କରାଯାଇଛି । ତିନି ଜଣଙ୍କୁ ନାବାଳିକାଙ୍କୁ ନିର୍ଯାତନା ଏବଂ ଆଶ୍ରମରେ ଅଟକ ରଖିବା ଅଭିଯୋଗରେ ଗଗିରଫ କରାଯାଇଛି । ନିତ୍ୟାନନ୍ଦଙ୍କ ସହିତ ଗିରଫ ଦୁଇ ପରିଚାଳକ ହେଉଛନ୍ତି ହରିଣୀ ଚେଲାପ୍ପାନ ଏବଂ ରିଦ୍ଧି ରବିକିରଣ । ଉଭୟ ମହୀଶୂରର ବାସିନ୍ଦା ଏବଂ ଉଭୟଙ୍କୁ ଅହମ୍ମଦାବାଦର ହୀରାପୁର ଆଶ୍ରମରୁ ଗିରଫ କରାଯାଇଛି । ସମସ୍ତଙ୍କୁ କୋର୍ଟରେ ହାଜର କରାଯାଇଥିବା ବେଳେ କୋର୍ଟଙ୍କ ପକ୍ଷରୁ 5 ଦିନିଆ ରିମାଣ୍ଡରେ ପଠାଯାଇଛି । ପୂର୍ବରୁ 2010ରେ ନିତ୍ୟାନନ୍ଦଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆସିଥିବା ବେଳେ 2014ରେ ତାଙ୍କ ଆଶ୍ରମରେ ଜଣେ ମହିଳା ପ୍ରାଣ ହରାଇଥିଲେ ।