Categories
ଆଜିର ଖବର

ଫ୍ରାନ୍ସ ଓ ତୁର୍କୀର ବୈଦେଶିକ ମନ୍ତ୍ରୀଙ୍କ ସହିତ ଏସ୍‌ ଜୟଶଙ୍କରଙ୍କ ଆଲୋଚନା

ଭାରତର ନୂତନ ବୈଦେଶିକ ସଚିବ ଏସ୍‌ ଜୟଶଙ୍କର ଫ୍ରାନ୍ସ ଓ ତୁର୍କୀର ବୈଦେଶିକ ମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି। ଉଭୟ ରାଷ୍ଟ୍ର ସହିତ ଦ୍ବିପାକ୍ଷିକ ସମ୍ପର୍କରେ ଉନ୍ନତି କରିବା ପାଇଁ ଜୟଶଙ୍କର ଏହି ଆଲୋଚନା କରିଛନ୍ତି। ଉଭୟ ନେତୃବୃନ୍ଦଙ୍କ ସହିତ ଫୋନ୍‌ରେ କଥା ହୋଇଥିଲେ ଏସ୍‌ ଜୟଶଙ୍କର। ଫ୍ରାନ୍ସ ବୈଦେଶିକ ମନ୍ତ୍ରୀ ଜିନ୍‌ ୟେସ୍‌ ଲେ ଡ୍ରିଆନ୍‌ଙ୍କ ସହ ଫୋନ୍‌ରେ ବାର୍ତ୍ତାଳାପ ନେଇ ଟ୍ବିଟ୍ଟରରେ ସୂଚନା ଦେଇଛନ୍ତି ଜୟଶଙ୍କର। ଉଭୟ ରାଷ୍ଟ୍ର ମଧ୍ୟରେ ଦୃଢ ଏବଂ ସଫଳ କୂଟନୈତିକ ସମ୍ପର୍କ ନେଇ ଉଭୟ ଆଲୋଚନା କରିଥିବା ନେଇ ଜୟଶଙ୍କର ଟ୍ବିଟ୍ କରିଛନ୍ତି। ସେହିପରି ତୁର୍କୀର ବୈଦେଶିକ ମନ୍ତ୍ରୀ ମେଭ୍‌ଲଟ୍‌ କାଭୁସୋଗ୍ଲୁଙ୍କ ସହିତ ମଧ୍ୟ ଫୋନ୍‌ରେ ବାର୍ତ୍ତାଳାପ କରିଛନ୍ତି। ଏହି ବାର୍ତ୍ତାଳାପରେ ଉଭୟ ରାଷ୍ଟ୍ର ମଧ୍ୟରେ ବ୍ୟକ୍ତିଗତ ଏବଂ ପେଶାଦାର ସମ୍ପର୍କକୁ ସୁଦୃଢ କରିବାରେ ସହାୟକ ହେବ।