Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବେସାହାରାଙ୍କୁ ସାହା ହେଲା ସୋଆ, ବିଭିନ୍ନ ବସ୍ତିରେ ଶୁଖିଲା ଖାଦ୍ୟ ଓ ମାସ୍କ ବଣ୍ଟନ

ଭୁବନେଶ୍ୱର: କରୋନା ମହାମାରୀରେ କବଳିତ ବିଭିନ୍ନ ବସ୍ତିର ଗରିବ ବେସାହାରା ଲୋକଙ୍କୁ ସହଯୋଗ ଓ ସହାୟତା ଯୋଗାଇଛି ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ।

ଲକଡାଉନ ଯୋଗୁଁ ବସ୍ତିରେ ରହୁଥିବା ଗରିବ, ଦିନ ମଜୁରିଆ ଓ ଶ୍ରମିକ ଶ୍ରେଣୀର ଲୋକଙ୍କ ରୋଜଗାର ବନ୍ଦ ହୋଇଯାଇଛି। ଏଭଳି ଅସମୟରେ ସେମାନଙ୍କୁ ସହାୟତା କରିବାକୁ ଆଗେଇ ଆସିଛି ସୋଆର ଜାଗୋ ଏବଂ ଏନଏସଏସ ଶାଖା। ସ୍ବେଚ୍ଛାସେବୀ ମାନେ ବିଭିନ୍ନ ବସ୍ତିରେ ଶୁଖିଲା ଖାଦ୍ୟ ଓ ମାସ୍କ ବଣ୍ଟନ କରିଛନ୍ତି। ଖଣ୍ଡଗିରି ଓ ଘଟିକିଆ ଅଂଚଳ ଅନ୍ତର୍ଗତ ୱାର୍ଡ ନମ୍ବର 22 ର ହନୁମନ୍ତ ପ୍ରସାଦ ଓ ମା ତାରିଣୀ ବସ୍ତି, ୱାର୍ଡ ନମ୍ବର 23 ର ଚାଳସାହି, ଉଦୟଗିରି ବସଷ୍ଟାଣ୍ଡ, ଶାରଦାପଲି ବସ୍ତି, ଦୁର୍ଗାମାଧବ ବସ୍ତି ଓ ଶଙ୍କରେଶ୍ୱର ବସ୍ତି ଏବଂ ୱାର୍ଡ ନମ୍ବର 49 ର ଫୁଲେଶ୍ଵରୀ ଓ ଆଇଗିଣିଆ ବସ୍ତିରେ ଶୁଖିଲା ଖାଦ୍ୟ ଓ ମାସ୍କ ବଣ୍ଟନ କରାଯାଇଛି।

ସୋଆ ନିର୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ, ଛାତ୍ରମଙ୍ଗଳ ଡିନ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ବରିଷ୍ଠ ଅଧିକାରୀ ଶ୍ରୀ ସୁଧାଂଶୁ ପଟ୍ଟନାୟକ ଓ ଏନଏସଏସ କୋଅରଡିନେଟର ଡକ୍ଟର ନଚିକେତା ଶର୍ମା ପ୍ରମୁଖ ଏହି ବଣ୍ଟନ କାର୍ଯ୍ୟ ପରିଚାଳନା କରିଥିଲେ। ଏହି ବଣ୍ଟନ କାର୍ଯ୍ୟରେ 22 ନମ୍ବର ୱାର୍ଡର କର୍ପୋରେଟର ଶ୍ରୀ ହରେକୃଷ୍ଣ ନାୟକ, 23 ନମ୍ବର ୱାର୍ଡର କର୍ପୋରେଟର ଶ୍ରୀ ଦିଲୀପ ମାଝୀ ଓ 49 ନମ୍ବର ୱାର୍ଡର କର୍ପୋରେଟର ଶ୍ରୀ ଅଶ୍ୱିନୀ ସୁନ୍ଦରରାଏ ପ୍ରମୁଖ ସହଯୋଗ କରିଥିଲେ।

Categories
ବିଶେଷ ଖବର

ଆଜିର ସମୟରେ ଶବ୍ଦର ଦୁରୁପଯୋଗକୁ ରୋକିବା ସାହିତ୍ୟିକର ସବୁଠୁ ବଡ ଧର୍ମ- ଶୀତାଂଶୁ ଯଶଶ୍ଚନ୍ଦ୍ର

ସମୀକ୍ଷା ବ୍ୟୁରୋ

ଆଜିର ସମୟରେ ଶବ୍ଦର ଯେଉଁ ପ୍ରଚଣ୍ଡ ଶକ୍ତି ରହିଛି ତାକୁ ଭାରତ ସମେତ ପୃଥିବୀର ବହୁ ରାଜନେତାମାନେ ଦୁରୁପଯୋଗ କରି ମଣିଷ ସମାଜକୁ ବିଭ୍ରାନ୍ତ କରୁଛନ୍ତି। ମଣିଷ ସମାଜକୁ ଏହି ସଙ୍କଟରୁ ରକ୍ଷା କରିବା ସାହିତ୍ୟର ପ୍ରଥମ ଧର୍ମ ବୋଲି ବିଶିଷ୍ଟ ଗୁଜରାଟୀ କବି ତଥା ନାଟ୍ୟକାର ଶୀତାଂଶୁ ଯଶଶ୍ଚନ୍ଦ୍ର କହିଛନ୍ତି। “ଶିକ୍ଷା ଓ ଅନୁସନ୍ଧାନ” ବିଶ୍ୱବିଦ୍ୟାଳୟ ତରଫରୁ ଆୟୋଜିତ ପ୍ରଥମ ସାହିତ୍ୟ ଉତ୍ସବରେ ଭିତ୍ତି ବକ୍ତବ୍ୟ ରଖି ପ୍ରଫେସର ଯଶଶ୍ଚନ୍ଦ୍ର ଶବ୍ଦ ଓ ଅର୍ଥକୁ ନେଇ ଆଜିର ରାଜନୀତି ଭୟଙ୍କର ଭାବରେ ମଣିଷ ଭିତରେ ବିଦ୍ଵେଷ ସୃଷ୍ଟି କରୁଛି ବୋଲି କହିଥିଲେ। ସୋଆ ବିଶ୍ଵ ବିଦ୍ୟାଳୟ ପରିସରରେ ଆୟୋଜିତ ଏହି ସାହିତ୍ୟ ଉତ୍ସବରେ ଦେଶର ଶତାଧିକ ଖ୍ୟାତନାମା ଲେଖକ ଓ କଳାକାର ଯୋଗଦାନ କଇଛନ୍ତି। ଫେବ୍ରୁଆରି ୧ ଓ ୨ ତାରିଖ, ଦୁଇ ଦିନ ବ୍ୟାପୀ ହେବାକୁ ଥିବା ଏହି ଉତ୍ସବ ଆଜି ପୂର୍ବାହ୍ନରେ ଉଦଘାଟିତ ହୋଇଛି। ସୋଆର କୁଳପତି ଆରକେ ଚୌହାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ବିଶିଷ୍ଟ ସିନ୍ଧୀ କବି ବାସୁଦେବ ମୋହୀ ଓ ମରାଠୀ ଲେଖକ ଧ୍ୟାନଚାନ୍ଦ ମୁଲେ ଅତିଥି ଭାବରେ ଯୋଗଦାନ କରିଥିଲେ। କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ପାଇଥିବା ବିଶିଷ୍ଟ ଗାଳ୍ପିକ ତରୁଣକାନ୍ତି ମିଶ୍ର ଓ ସାନ୍ତାଳି ଲେଖକ କାହ୍ନୁ ହେମ୍ବରମଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। ଉତ୍ସବର ନିର୍ଦ୍ଦେଶିକା ତଥା ବିଶିଷ୍ଟ ଓଡିଆ କବି ଗାୟତ୍ରୀବାଳା ପଣ୍ଡା ଉତ୍ସବର ସ୍ଵାଗତ ବଚନ ରଖିଥିଲେ।

ଦିବସବ୍ୟାପୀ ଚାଲିଥିବା ଏହି ସମାରୋହରେ ବିଶିଷ୍ଟ ଇଂରାଜୀ କବି ଜୟନ୍ତ ମହାପାତ୍ରଙ୍କ ସହ ଦୀପକ ସାମନ୍ତରାୟଙ୍କର ଅନ୍ତରଙ୍ଗ ଆଳାପ, କେଦାର ମିଶ୍ରଙ୍କ ସଂଯୋଜନାରେ କେଆର ମୀରା, ଦେବଦାସ ଛୋଟରାୟ ଓ ପାରମିତା ଶତପଥିଙ୍କର ଗଳ୍ପ ଆଲୋଚନା, ଅନୁବାଦ ସମ୍ପର୍କରେ ଯତୀନ୍ଦ୍ର ନାୟକଙ୍କ ସଂଯୋଜନାରେ ରାଜେନ୍ଦ୍ର ପ୍ରସାଦ ମିଶ୍ର, ନିର୍ମଳକାନ୍ତି ଭଟ୍ଟାଚାର୍ୟୀ, ସ୍ନେହପ୍ରଭା ଦାସ ଓ ରୀତାନାଥ କେଶରୀଙ୍କ ଆଲୋଚନା, ସୁଜିତ ମହାପାତ୍ରଙ୍କ ସହ ଯୁବ ଲେଖକ ବିକ୍ରମ ସମ୍ପତଙ୍କର ଆଳାପ ଇତ୍ୟାଦି ଆଲୋଚିତ ହୋଇଥିଲା। ଏହି ଉତ୍ସବରେ ବିଶିଷ୍ଟ କବି ରାଜେନ୍ଦ୍ର କିଶୋର ପଣ୍ଡା, ସୌଭାଗ୍ୟ କୁମାର ମିଶ୍ର, ପ୍ରତିଭା ଶତପଥି, ଅରୁଣ କମଲ, ଏଜେ ଥୋମାସ, ଯଶୋଧାରା ରାୟ ଚୌଧୁରୀ, ରାନୁ ଉନ୍ନୀୟାଲ, କୁମାର ଅନୁପମ, ଆଶୁତୋଷ ପରିଡା, ସୂର୍ୟ ମିଶ୍ର, ସ୍ଵପ୍ନାମିଶ୍ର, ପ୍ରୀତିଧାର ସାମଲ, ଭାରତ ମାଝୀ, ମନୋଜ ମେହେରେ, ଦୂର୍ଗା ପ୍ରସାଦ ପଣ୍ଡା, ସୂର୍ଯାସ୍ନାତ ତ୍ରିପାଠୀ, ସୁବ୍ରତା ଜେନା ପ୍ରମୁଖ ନିଜର କବିତା ପଢିଥିଲେ।

ଜଗନ୍ନାଥ ସଂସ୍କୃତି ସମ୍ପର୍କିତ  ଆଲୋଚନାରେ ଅସିତ ମହାନ୍ତି, ଭାସ୍କର ମିଶ୍ର, ନରେଶ ଚନ୍ଦ୍ର ଦଶ, ରବୀନ୍ଦ୍ର ପ୍ରତିହାରୀ ଓ ବିଶ୍ଵନାଥ ସାମନ୍ତରାୟ, ଓଡିଆ କଥା ସାହିତ୍ୟ ସମ୍ପର୍କରେ ବିୟତପ୍ରଜ୍ଞା ତ୍ରିପାଠୀ, ସୂର୍ୟସ୍ନାତ ତ୍ରିପାଠୀ  ଓ ହିରଣ୍ମୟୀ ମିଶ୍ର, ଗାନ୍ଧୀ ଆଲୋଚନା ସମ୍ପର୍କରେ ପବିତ୍ର ମୋହନ ଦାଶ, ପ୍ରୀତିଶ ଆଚାର୍ୟ, ପ୍ରକାଶନ ସମ୍ପର୍କରେ ଅଶୋକ ମାହେଶ୍ଵରୀ, ମନୁ ଦାଶ ଓ ସଂଗ୍ରାମ ଜେନା ପ୍ରମୁଖ ଆଲୋଚନା କରିଥିଲେ।

ସୋଆର ପ୍ରତିଷ୍ଠାତା ପ୍ରଫେସର ମନୋଜ ନାୟକଙ୍କ ପୃଷ୍ଠପୋଷକତାରେ ଏହି ଉତ୍ସବର ଆୟୋଜନ କରା ଯାଇଛି।