Categories
ଆଜିର ଖବର ମନୋରଂଜନ ସିନେମା

ଅପ୍‌କମିଙ୍ଗ ଫିଲ୍ମ ନେଇ ଘୋଷଣା କଲେ ତାମିଲ ସୁପରଷ୍ଟାର ସୂର୍ଯ୍ୟା

ଚେନ୍ନାଇ : ତାମିଲ ସୁପରଷ୍ଟାର ସୂର୍ଯ୍ୟା ନିଜର ଅପ୍‌କମିଙ୍ଗ ଫିଲ୍ମ ନେଇ ଘୋଷଣା କରିଛନ୍ତି । ହରିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ନାମ ଅରୁଭା ରହିଛି । ରବିବାର ସୂର୍ଯ୍ୟା ଟ୍ବିଟ୍ଟର ଜରିଆରେ ନିଜର ଫିଲ୍ମ ଏବଂ ଟାଇଟଲ୍‌ ନେଇ ଘୋଷଣା କରିଛନ୍ତି । ଫିଲ୍ମରେ ସୂର୍ଯ୍ୟାଙ୍କ ଚରିତ୍ର ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ହରିଙ୍କର ଏହା 16 ତମ ଫିଲ୍ମ । ଅଜିତ୍‌ଙ୍କ ସହିତ ଫିଲ୍ମର ସୁଟିଂ ଶେଷ ହେବା ପରେ ଏହି ଫିଲ୍ମର ସୁଟିଂ ଆରମ୍ଭ ହେବ । ଦୀପାବଳି ଅବସରରେ ଏହି ଫିଲ୍ମଟି ରିଲିଜ୍‌ ହେବାକୁ ଯାଉଛି । ଡି ଇମ୍ମାନ ଏହି ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶନା ଦେଉଛନ୍ତି । (ଏଜେନ୍ସି)

Categories
ଆଜିର ଖବର ମନୋରଂଜନ ସିନେମା

ସୂର୍ଯ୍ୟାଙ୍କ ଫିଲ୍ମ ସୁରାରାଇ ପୋଟ୍ରୁର ଟିଜର ରିଲିଜ୍‌

ଚେନ୍ନାଇ : ତାମିଲ ଅଭିନେତା ସୂର୍ଯ୍ୟାଙ୍କ ଅପ୍‌କମିଙ୍ଗ ଫିଲ୍ମ ସୁରାରାଇ ପୋଟ୍ରୁର ଟ୍ରେଲର ରିଲିଜ୍‌ ହୋଇଛି । ମଙ୍ଗଳବାର ରିଲିଜ୍‌ ହୋଇଥିବା ଟିଜରକୁ ଦର୍ଶକ ପସନ୍ଦ କରିଥିବା ବେଳେ ପ୍ରାୟ 5 ମିଲିୟନ୍‌ ଲୋକ ଟ୍ରେଲରଟିକୁ ଦେଖି ସାରିଛନ୍ତି । ଏହା ସହିତ ଟିଜରଟି ୟୁଟ୍ୟୁବ୍‌ ଟ୍ରେଣ୍ଡରେ 34 ତମ ସ୍ଥାନରେ ରହିଛି । ଫିଲ୍ମର ଟିଜରରେ 80 ଦଶକର ପାଇଲଟ୍‌ ଭୂମିକାରେ ନଜର ଆସିଛନ୍ତି ସୂର୍ଯ୍ୟା । ମାତ୍ର 6 ହଜାର ଟଙ୍କାରେ ଏକ ବିମାନ କମ୍ପାନୀ ଆରମ୍ଭ କରିବାର ସ୍ବପ୍ନ ଦେଖୁଥିବା ଜଣେ ପାଇଲଟ୍‌ ନେଡୁମାରାନ୍‌ ରାଜାଙ୍ଗମ୍‌ଙ୍କ କାହାଣୀ ଦେଖିବାକୁ ମିଳିଛି । ଫିଲ୍ମଟି ପାଇଲଟ୍‌ କ୍ୟାପ୍‌ଟେନ୍‌ ଜିଆର ଗୋପୀନାଥଙ୍କ ଜିବନୀ ଉପରେ ଆଧାରିତ । ଗୋପୀନାଥ ଶସ୍ତା ବିମାନସେବା ଯୋଗାଉଥିବା ଏୟାର ଡେକାନ୍‌ କମ୍ପାନୀର ପ୍ରତିଷ୍ଠାତା ଥିଲେ । ଫିଲ୍ମରେ ସୂର୍ଯ୍ୟାଙ୍କ ସହିତ ଅପର୍ଣ୍ଣା ବାଲମୁରଲୀ, ଜ୍ୟାକି ଶ୍ରଫ୍‌ ଏବଂ ପରେଶ ରାଓ୍ବଲ୍‌ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ନଜର ଆସିବାକୁ ଯାଉଛନ୍ତି । ଫିଲ୍ମଟି 9 ଏପ୍ରିଲ୍‌ 2020ରେ ରିଲିଜ୍‌ ହେବାକୁ ଯାଉଛି । (ଏଜେନ୍ସୀ)