ସୂର୍ଯ୍ୟାଙ୍କ ଫିଲ୍ମ ସୁରାରାଇ ପୋଟ୍ରୁର ଟିଜର ରିଲିଜ୍‌

Published: Jan 8, 2020, 2:27 pm IST

ଚେନ୍ନାଇ : ତାମିଲ ଅଭିନେତା ସୂର୍ଯ୍ୟାଙ୍କ ଅପ୍‌କମିଙ୍ଗ ଫିଲ୍ମ ସୁରାରାଇ ପୋଟ୍ରୁର ଟ୍ରେଲର ରିଲିଜ୍‌ ହୋଇଛି । ମଙ୍ଗଳବାର ରିଲିଜ୍‌ ହୋଇଥିବା ଟିଜରକୁ ଦର୍ଶକ ପସନ୍ଦ କରିଥିବା ବେଳେ ପ୍ରାୟ 5 ମିଲିୟନ୍‌ ଲୋକ ଟ୍ରେଲରଟିକୁ ଦେଖି ସାରିଛନ୍ତି । ଏହା ସହିତ ଟିଜରଟି ୟୁଟ୍ୟୁବ୍‌ ଟ୍ରେଣ୍ଡରେ 34 ତମ ସ୍ଥାନରେ ରହିଛି । ଫିଲ୍ମର ଟିଜରରେ 80 ଦଶକର ପାଇଲଟ୍‌ ଭୂମିକାରେ ନଜର ଆସିଛନ୍ତି ସୂର୍ଯ୍ୟା । ମାତ୍ର 6 ହଜାର ଟଙ୍କାରେ ଏକ ବିମାନ କମ୍ପାନୀ ଆରମ୍ଭ କରିବାର ସ୍ବପ୍ନ ଦେଖୁଥିବା ଜଣେ ପାଇଲଟ୍‌ ନେଡୁମାରାନ୍‌ ରାଜାଙ୍ଗମ୍‌ଙ୍କ କାହାଣୀ ଦେଖିବାକୁ ମିଳିଛି । ଫିଲ୍ମଟି ପାଇଲଟ୍‌ କ୍ୟାପ୍‌ଟେନ୍‌ ଜିଆର ଗୋପୀନାଥଙ୍କ ଜିବନୀ ଉପରେ ଆଧାରିତ । ଗୋପୀନାଥ ଶସ୍ତା ବିମାନସେବା ଯୋଗାଉଥିବା ଏୟାର ଡେକାନ୍‌ କମ୍ପାନୀର ପ୍ରତିଷ୍ଠାତା ଥିଲେ । ଫିଲ୍ମରେ ସୂର୍ଯ୍ୟାଙ୍କ ସହିତ ଅପର୍ଣ୍ଣା ବାଲମୁରଲୀ, ଜ୍ୟାକି ଶ୍ରଫ୍‌ ଏବଂ ପରେଶ ରାଓ୍ବଲ୍‌ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ନଜର ଆସିବାକୁ ଯାଉଛନ୍ତି । ଫିଲ୍ମଟି 9 ଏପ୍ରିଲ୍‌ 2020ରେ ରିଲିଜ୍‌ ହେବାକୁ ଯାଉଛି । (ଏଜେନ୍ସୀ)

Related posts