Categories
ଆଜିର ଖବର ମନୋରଂଜନ ସିନେମା

ଅଜିତ୍‌ କୁମାରଙ୍କ ବିପକ୍ଷରେ ନଜର ଆସିବେ ହୁମା କ୍ୟୁରେଶୀ

ଚେନ୍ନାଇ : ବଲିଉଡ ଅଭିନେତ୍ରୀ ହୁମା କ୍ୟୁରେଶୀ ନିଜର ଦ୍ବିତୀୟ ତାମିଲ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି । ତାମିଲ ସୁପରଷ୍ଟାର ଅଜିତ୍‌ କୁମାରଙ୍କ ଅପକମିଙ୍ଗ ଫିଲ୍ମ ବାଲିମଇରେ ଅଜିତଙ୍କ ବିପକ୍ଷରେ ହୁମା ନଜର ଆସିବାକୁ ଯାଉଛନ୍ତି । ଅଜିତ୍‌ଙ୍କ ସହିତ ଫିଲ୍ମ ନେଇ ହୁମା କିମ୍ବା ପ୍ରଯୋଜକଙ୍କ ପକ୍ଷରୁ କୌଣସି ସୂଚନା ମିଳିନଥିଲେ ମଧ୍ୟ ହୁମାଙ୍କ ଟ୍ବିଟ୍‌ରୁ ଦ୍ବିତୀୟ ଫିଲ୍ମ ନେଇ ସ୍ପଷ୍ଟ ହୋଇଛି । ମୁମ୍ବାଇରେ ଉମଙ୍ଗ କାର୍ଯ୍ୟକ୍ରମରେ ଅନୁପସ୍ଥିତ ରହିବା ନେଇ ହୁମା ଏକ ଟ୍ବିଟ୍‌ କରିଥିଲେ । ଚେନ୍ନାଇରେ ଏକ ଫିଲ୍ମ ସୁଟିଂରେ ବ୍ୟସ୍ତ ରହିଥିବା କାରଣରୁ ଉମଙ୍ଗରେ ଯୋଗ ଦେଇ ପାରିବେ ନାହିଁ ବୋଲି ଟ୍ବିଟ୍‌ କରିବା ପରେ ଏହି ଖବର ପ୍ରକାଶ ପାଇଛି । (ଏଜେନ୍ସୀ)

Categories
ଆଜିର ଖବର ମନୋରଂଜନ ସିନେମା

ସୂର୍ଯ୍ୟାଙ୍କ ଫିଲ୍ମ ସୁରାରାଇ ପୋଟ୍ରୁର ଟିଜର ରିଲିଜ୍‌

ଚେନ୍ନାଇ : ତାମିଲ ଅଭିନେତା ସୂର୍ଯ୍ୟାଙ୍କ ଅପ୍‌କମିଙ୍ଗ ଫିଲ୍ମ ସୁରାରାଇ ପୋଟ୍ରୁର ଟ୍ରେଲର ରିଲିଜ୍‌ ହୋଇଛି । ମଙ୍ଗଳବାର ରିଲିଜ୍‌ ହୋଇଥିବା ଟିଜରକୁ ଦର୍ଶକ ପସନ୍ଦ କରିଥିବା ବେଳେ ପ୍ରାୟ 5 ମିଲିୟନ୍‌ ଲୋକ ଟ୍ରେଲରଟିକୁ ଦେଖି ସାରିଛନ୍ତି । ଏହା ସହିତ ଟିଜରଟି ୟୁଟ୍ୟୁବ୍‌ ଟ୍ରେଣ୍ଡରେ 34 ତମ ସ୍ଥାନରେ ରହିଛି । ଫିଲ୍ମର ଟିଜରରେ 80 ଦଶକର ପାଇଲଟ୍‌ ଭୂମିକାରେ ନଜର ଆସିଛନ୍ତି ସୂର୍ଯ୍ୟା । ମାତ୍ର 6 ହଜାର ଟଙ୍କାରେ ଏକ ବିମାନ କମ୍ପାନୀ ଆରମ୍ଭ କରିବାର ସ୍ବପ୍ନ ଦେଖୁଥିବା ଜଣେ ପାଇଲଟ୍‌ ନେଡୁମାରାନ୍‌ ରାଜାଙ୍ଗମ୍‌ଙ୍କ କାହାଣୀ ଦେଖିବାକୁ ମିଳିଛି । ଫିଲ୍ମଟି ପାଇଲଟ୍‌ କ୍ୟାପ୍‌ଟେନ୍‌ ଜିଆର ଗୋପୀନାଥଙ୍କ ଜିବନୀ ଉପରେ ଆଧାରିତ । ଗୋପୀନାଥ ଶସ୍ତା ବିମାନସେବା ଯୋଗାଉଥିବା ଏୟାର ଡେକାନ୍‌ କମ୍ପାନୀର ପ୍ରତିଷ୍ଠାତା ଥିଲେ । ଫିଲ୍ମରେ ସୂର୍ଯ୍ୟାଙ୍କ ସହିତ ଅପର୍ଣ୍ଣା ବାଲମୁରଲୀ, ଜ୍ୟାକି ଶ୍ରଫ୍‌ ଏବଂ ପରେଶ ରାଓ୍ବଲ୍‌ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ନଜର ଆସିବାକୁ ଯାଉଛନ୍ତି । ଫିଲ୍ମଟି 9 ଏପ୍ରିଲ୍‌ 2020ରେ ରିଲିଜ୍‌ ହେବାକୁ ଯାଉଛି । (ଏଜେନ୍ସୀ)