ଓଡ଼ିଶା ରାଜନୀତିରେ ଏବେ ଚାଲିଛି ଦଳବଦଳ କାର୍ଯ୍ୟକ୍ରମ। ଟିକେଟ୍ ନ ପାଇବା ପରେ ଅସନ୍ତୋଷ ବ୍ୟକ୍ତ କରି ଦଳ ବଦଳ କରୁଛନ୍ତି ପ୍ରାର୍ଥୀମାନେ। ତେବେ ଏଥିରେ ଟିକେ ବ୍ୟତିକ୍ରମ ଦେଖାଦେଇଛି। ଟିକେଟ ପାଇସାରିବା ପରେ ବି ଦଳ ବଦଳ କରି ଚର୍ଚ୍ଚାରେ ରହିଛନ୍ତି ଭାଗିରଥୀ। ଆଜି ବିଜେଡ଼ିରେ ଯୋଗଦେଲେ ବିଜେପିର ଆନନ୍ଦପୁର ବିଧାୟକ ପ୍ରାର୍ଥୀ ଭାଗିରଥୀ ସେଠୀ। କେନ୍ଦୁଝର ଆନନ୍ଦପୁର ବିଧାନସଭା ଆସନ ପାଇଁ ଭାରତୀୟ ଜନତା ଦଳ ତରଫରୁ ଟିକେଟ ପାଇସାରିବା ପରେ ଦଳ ପ୍ରତି ଧୋକାଦେଇ ପଦ୍ମ ଛାଡ଼ି ଶଙ୍ଖନାଦ କରୁଛନ୍ତି। ଆଜି ବିଧିବଦ୍ଧଭାବରେ ନବୀନ ନିବାସରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତରେ ଯୋଗ ଦେଇଛନ୍ତି ଭାଗିରଥୀ। ସେ ଯୋଗଦେଇ କହିଛନ୍ତି ଯେ, ସେ ପୂର୍ବରୁ ବିଜୁ ପରିବାରର ସଦସ୍ୟଥିଲେ, ଏବେ ଘରବାହୁଡ଼ା କଲେ ବୋଲି କହିଛନ୍ତି। ଦଳ ଯେଉଁ ଦାୟିତ୍ବ ଦେବ, ତାହା କରିବେ ବୋଲି କହିଛନ୍ତି। ଭାଗିରଥୀ ୨୦୦୯ରୁ ୨୦୧୪ ଯାଏ ବିଜେଡ଼ି ବିଧାୟକ ଥିଲେ। କିନ୍ତୁ ୨୦୧୪ରେ ଟିକେଟ୍ ନ ପାଇବା ପରେ ସେ ଦଳ ଛାଡ଼ିଥିଲେ। ଏହା ପରେ ସେ ବିଜେପିରେ ଯୋଗ ଦେଇଥିଲେ। ପୁନର୍ବାର ବିଜେପି ତରଫରୁ ଟିକେଟ୍ ପାଇସାରିବା ପରେ ବିଜେପି ଛାଡ଼ି ପୁନଶ୍ଚ ବିଜେଡ଼ିରେ ଯୋଗ ଦେଇଛନ୍ତି।
Tag: thesamikhsya
ଶୁକ୍ରବାର ସୁପ୍ରିମ୍କୋର୍ଟ ଚେନ୍ନାଇର ସର୍ବଣା ଭବନ ହତ୍ୟା ମାମଲାର ଦଣ୍ଡାଦେଶ କାଏମ ରଖିଛନ୍ତି । ମାଡ୍ରାସ ହାଇକୋର୍ଟ ସର୍ବଣା ଭବନ ମାଲିକ ପି. ରାଜଗୋପାଳଙ୍କୁ ନିଜର ଜନୈକ କର୍ମଚାରୀ ପ୍ରିନ୍ସ ଶାନ୍ତାକୁମାରଙ୍କ ହତ୍ୟା ଅଭିଯୋଗରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ଜଷ୍ଟିସ୍ ଏନ୍ ଭି ରମନାଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ରାଜଗୋପାଳଙ୍କୁ ଜୁଲାଇ ୭ ପୂର୍ବରୁ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଘଟଣା ପାଇଁ ରାଜଗୋପାଳଙ୍କୁ୨୦୦୯ରେ ସ୍ବାସ୍ଥ୍ୟଗତ କାରଣ ନେଇ ଜାମିନରେ ଛାଡିଥିଲେ । ସେହିପରି ଘଟଣାର ଅନ୍ୟ ଅଭିଯୁକ୍ତ ଡାନିଏଲ କର୍ମେଗାମ୍, ଜାକିର ହୁସେନ୍, କାଶୀ ବିଶ୍ବନାଥ ଏବଂ ପଟ୍ଟୁ ରାଜନଙ୍କୁ ମଧ୍ୟ ୨୦୦୯ରେ ଜାମିନ ମିଳିଥିଲା । ସର୍ବଣା ଭବନର ମାଲିକ ରାଜଗୋପାଳ ଜନୈକ କର୍ମଚାରୀ ରାମାସ୍ବାମୀଙ୍କ ଝିଅ ଜୀବା ଜ୍ୟୋତିଙ୍କୁ ବିବାହ କରିବାକୁ ଚାହିଁଥିଲେ । ମାତ୍ର ସେ ଶାନ୍ତାକୁମାରଙ୍କୁ ବିବାହ କରିବା ପରେ ପ୍ରତିଶୋଧ ପରାୟଣ ହୋଇ ରାଜଗୋପାଳ ଶାନ୍ତାକୁମାରଙ୍କୁ ହତ୍ୟା କରିଥିଲେ । ଏହି ମାମଲାରେ ସମସ୍ତ ୫ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି ।
ଓଡ଼ିଶାରେ ବିଜେପି ଆଜି ନିର୍ବାଚନୀ ଶଙ୍ଖନାଦ କରିଛି। ପ୍ରଧାନମନ୍ତ୍ରୀ ମୋଦି ଜୟପୁର ଜନସମାବେଶେର ଯୋଗ ଦେଇ ଉଭୟ ବିଜେଡ଼ି ଓ କଂଗ୍ରେସ ଉପରେ ଖୁବ୍ ଜୋରରେ ବର୍ଷିଛନ୍ତି। ବିଜେପି ସିଧାସଳଖ ନିଶାନା କରିଛି ବିଜେଡ଼ିକୁ। ଏହି ଅବସରରେ ବିଜେଡିକୁ ପ୍ରତ୍ୟାଖାନ କରି ବିଜେପିକୁ ଭୋଟ ଦେବାର ମନ୍ତ୍ର ଫୁଙ୍କିଛନ୍ତି ପ୍ରଧାନମନ୍ତ୍ରୀ। ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ସ୍ଥାନୀୟବାସୀଙ୍କ ଆଗରେ ମୋଦି ବିଜେଡି ବିରୋଧରେ ବିଫଳତାର ଫର୍ଦ୍ଦ ଖୋଲିଛନ୍ତି। ଦୀର୍ଘ ୧୯ ବର୍ଷ ହେବ ରାଜ୍ୟରେ ସ୍ଥିର ସରକାର ଥିଲେ ମଧ୍ୟ ବିକାଶ ହୋଇପାରୁନି କାହିଁକି ବୋଲି ପ୍ରଶ୍ନ କରିଛନ୍ତି ପ୍ରଧାନମନ୍ତ୍ରୀ। ଖଣିଜ ସମ୍ପଦଭରା ରାଜ୍ୟରେ ଯୁବକଙ୍କୁ ନିଯୁକ୍ତି ଦେବାରେ ବିଫଳ ରାଜ୍ୟ ସରକାର। ଏପରିକି ବିଭିନ୍ନ ଖଣି ମାଫିଆଙ୍କୁ ସୁରକ୍ଷା ଦେବା ସହ ଚିଟଫଣ୍ଡ ଘୋଟାଲାକାରୀଙ୍କୁ ମଧ୍ୟ ସୁରକ୍ଷା ଦେଉଛନ୍ତି। ରାଜ୍ୟବାସୀଙ୍କ ଭରସା ସହିତ ବିଜେଡି ଖେଳିଛି ବୋଲି ଅଭିଯୋଗ କରିଛନ୍ତି ମୋଦି। ତେଣୁ ଏଭଳି ସରକାରକୁ ତାହାର ଦଣ୍ଡ ଦେବାର ଉଚିତ୍ ସମୟ ଆସିଛି ବୋଲି କହିଛନ୍ତି ମୋଦି। ସେହିପରି ରାଜ୍ୟର ବିକାଶ କରିବାକୁ ହେଲେ, ଏଥର ଚୌକିଦାର ସରକାରଙ୍କୁ ବାଛିବାକୁ ହେବ। ତେଣୁ ଦେଶ ଓ ରାଜ୍ୟରେ ଗୋଟେ ମଜବୁତ ସରକାର ଦରକାର ନା ଦୁର୍ବଳ ସରକାର ଦରକାର ସେ ଉପରେ ନିଷ୍ପତ୍ତି ନେବାର ସମୟ ଏବେ ଉପନୀତ, ତେଣୁ ପୋଲିଂ ବୁଥ ଯିବା ପୂର୍ବରୁ ସରକାରର କାର୍ଯ୍ୟାବଳୀକୁ ତର୍ଜମା କରି ଭୋଟ ଦିଅନ୍ତୁ ବୋଲି ମୋଦି କହିଛନ୍ତି। ଓଡ଼ିଶାର ବିକାଶ ପାଇଁ କେନ୍ଦ୍ରରେ ବିଜେପି ସରକାର ଭଳି ଓଡ଼ିଶାରେ ବିଜେପି ସରକାର ଆସିବା ଦରକାର। ଓଡ଼ିଶାରେ ଡବଲ ଇଞ୍ଜିନ ଲାଗିଲେ ଦ୍ରୁତ ବିକାଶ ହୋଇପାରିବ ବୋଲି ମୋଦି କହିଛନ୍ତି।
ସବ୍ରିମାଳା ମନ୍ଦିରରେ ପ୍ରବେଶରୁ ରୋକିବା ପାଇଁ ଜଣେ ମଧ୍ୟ ବୟସ୍କା ମହିଳାଙ୍କୁ ଆକ୍ରମଣ ଅଭିଯୋଗରେ କେରଳ ବିଜେପିର ଜନୈକ ଲୋକସଭା ପ୍ରାର୍ଥୀଙ୍କୁ କେରଳ ପୋଲିସ ଗିରଫ କରିଛି। କୋଝିକୋଡରୁ ବିଜେପିର ଲୋକସଭା ପ୍ରାର୍ଥୀ ଥିବା ପ୍ରକାଶ ବାବୁଙ୍କୁ ୧୪ ଦିନ ପାଇଁ ଗିରଫ କରି ନେଇଛି। ପଥନମ୍ଥିଟ୍ଟାର ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟ୍ କୋର୍ଟ ପ୍ରକାଶ ବାବୁଙ୍କୁ ରିମାଣ୍ଡରେ ନେବା ପାଇଁ ପୋଲିସକୁ ଆଦେଶ ଦେଇଥିଲେ। ୨୮ ସେପ୍ଟେମ୍ବରରେ ସୁପ୍ରିମ୍କୋର୍ଟ ମହିଳାଙ୍କ ପ୍ରବେଶ ଉପରେ ଥିବା କଟକଣାକୁ ହଟାଇବା ପରେ ଏହି ଆକ୍ରମଣ କରାଯାଇଥିଲା। ପୂବର୍ରୁ ଏହି ଆକ୍ରମଣ ପାଇଁ ପ୍ରକାଶ ବାବୁ କେରଳ ହାଇକୋର୍ଟରୁ ଆଗୁଆ ଜାମିନ ଆବେଦନ କରିଥିଲେ ମଧ୍ୟ ତାହା ଖାରଜ ହୋଇଥିଲା। ଏହି ମାମଲା ସହିତ ପୋଲିସ ପ୍ରକାଶଙ୍କ ଉପରେ ଆହୁରି ୭ଟି ମାମଲା ରୁଜୁ କରିଛି। ବାବୁଙ୍କ ଗିରଫଦାରୀ ଉପରେ ବିଜେପି ରାଜ୍ୟ ସଭାପତି ବିଏସ୍ ଶଶୀଧରନ୍ ପିଲାଇ କହିଛନ୍ତି ଆସନ୍ତା ଲୋକସଭା ନିର୍ବାଚନରେ ଦଳ ସବ୍ରିମାଳା ପ୍ରସଙ୍ଗକୁ ନେଇ ମଇଦାନକୁ ଓହ୍ଲାଇବ।
ଯମୁନା ଏକ୍ସପ୍ରେସୱରେ ଶୁକ୍ରବାର ପ୍ରାୟ ୫ଟାରେ ଆଗ୍ରାରୁ ନୋଏଡା ଯାଉଥିବା ଏକ ଯାତ୍ରୀବାହୀ ପର୍ଯ୍ୟଟକ ବସ ଏକ ଡମ୍ପରକୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୯ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଏବଂ ଦୁଇ ଜଣ ମହିଳା ରହିଥିବା ଜଣା ପଡିଛି। ଏହା ସହ ବସରେ ଥିବା ୨୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସୂଚନା ପାଇ ଘଟଣାସ୍ଥଳରେ ପୁଲିସ, ଉଦ୍ଧାରକାରୀ ଦଳ ସମେତ ଜିଲା ପ୍ରଶାସନ ଅଧିକାରୀ ପହଞ୍ଚି ଦୁଇଟି ଆମ୍ବୁଲାନ୍ସ ସାହାଯ୍ୟରେ ଜେବର ସ୍ଥିତି କୈଳାଶ ହସ୍ପିଟାଲରେ ଆହତଙ୍କୁ ଭର୍ତ୍ତି କରିଛନ୍ତି। ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବଦ୍ଧିୃ ପାଇବାର ଆଶଙ୍କା କରାଯାଉଛି। ଦୁର୍ଘଟଣା ସମୟରେ ବସ୍ରେ ୪୦ ଲୋକ ଉପସ୍ଥିତ ରହିଥିଲେ।
ପାକିସ୍ତାନରେ ରହିଥିବା ସବୁ ଆତଙ୍କୀ ଶିବିରକୁ ଧ୍ଵଂସ କରିବାକୁ ଆମେରିକା ସଂସଦରେ ପ୍ରସ୍ତାବ ଆଗତ କରାଯାଇଛି। ଆମେରିକା କଂଗ୍ରେସର ସାଂସଦ ସ୍କଟ ପେରି ଏହ ପ୍ରସ୍ତାବ ଆଣିଛନ୍ତି। ପାକିସ୍ତାନ ଆତଙ୍କବାଦୀଙ୍କ ଭୂସ୍ବର୍ଗ ପାଲଟିଛି। ଏହି ଦେଶର ମାଟିରେ ଆଦଙ୍କାବାଦୀଙ୍କ ଜନ୍ମ ହେଉଛି। ତେଣୁ ଏଠାରୁ ଆତଙ୍କବାଦୀମାନଙ୍କୁ ସମ୍ପୂର୍ଣ୍ଣ ନିପାତ କରିବା ଜରୁରୀ। ସଂସଦରେ ଅନୁଷ୍ଠିତ ପ୍ରତିନିଧିମାନଙ୍କ ସଭାରେ ସ୍କଟ ପେରିଙ୍କ ଦ୍ବାରା ଆଗତ ହୋଇଥିବା ପ୍ରସ୍ତାବରେ ଭାରତର ପୁଲୱାମାରେ ଗତ ଫେବୃୟାରୀ ୧୪ରେ ହୋଇଥିବା ଆତଙ୍କବାଦୀ ଅକ୍ରମଣକୁ ନିନ୍ଦା କରାଯାଇଛି, ଯେଉଁଥିରେ ୪୦ରୁ ଊର୍ଦ୍ଧ୍ଵ ଯବାନଙ୍କ ମୃତ୍ୟୁ ଘଟିଥିଲା। ଏହି ଆକ୍ରମଣ ପାଇଁ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ନିଜକୁ ଦାୟୀ କରିଥିଲା। ସ୍କଟ ପେରି କହିଛନ୍ତି ଯେ, ଆତଙ୍କବାଦ ପାଇଁ ପାକିସ୍ତାନ ଉତ୍ତରଦାୟୀ ରହିବାର ସମୟ ଆସିଛି। ପାକିସ୍ତାନ ମାଟିରୁ ଆତଙ୍କବାଦୀଙ୍କୁ ମୂଳରୁ ନିପାତ କରିବାକୁ ଆମେରିକା ପ୍ରୟାସ କରୁଛି। ଏହାସତ୍ବେ ପାକିସ୍ତାନ ଆତଙ୍କବାଦୀଙ୍କ ପ୍ରତି ସହାନୁଭୂତି ଦେଖାଉଛି, ଯାହାର ଲମ୍ବା ଇତିହାସ ରହିଛି। ସେ ଆହୁରି କହିଛନ୍ତି, ଆତଙ୍କବାଦୀ ଆକ୍ରମଣ ଯୋଗୁ ସାଧାରଣ ଜନତାଙ୍କ ଜୀବନ ହାନି ଘଟୁଛି। ଆକ୍ରମଣକୁ ରୋକିବା ବଦଳରେ ପାକିସ୍ତାନ କଠୋରପନ୍ଥୀ ଆତଙ୍କୀମାନଙ୍କୁ ଆଲିଙ୍ଗନ କରୁଛି।
କଂଗ୍ରେସ ପକ୍ଷରୁ ଚଳିତ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହି ଆସନ ତାଲିକାରେ ରହିଛି ପୁରୀ, କେନ୍ଦୁଝର, କେନ୍ଦ୍ରାପଡା, ଜଗତସିଂହପୁର, ଢେଙ୍କାନାଳ, ଭଦ୍ରକ ଏବଂ ବାଲେଶ୍ବର।
ଲୋକସଭା ପ୍ରାର୍ଥୀ-
୧-ପୁରୀ- ସତ୍ୟପ୍ରକାଶ ନାୟକ
୨-କେନ୍ଦୁଝର-ଫକୀର ମୋହନ ନାୟକ
୩-କେନ୍ଦ୍ରାପଡା- ଧରଣୀଧର ନାୟକ
୪-ଜଗତସିଂହପୁର- ପ୍ରତିମା ମଲ୍ଲିକ
୫-ଢେଙ୍କାନାଳ- କାମାକ୍ଷା ପ୍ରସାଦ ସିଂ ଦେଓ
୬-ଭଦ୍ରକ- ମଧୁମିତା ସେେଠୀ
୭-ବାଲେଶ୍ବର- ନବଜ୍ୟେତି ପଟ୍ଟନାୟକ
ବିଧାୟକ ପ୍ରାର୍ଥୀ-
୧-ତେଲକୋଇ-ଶ୍ରୀ ମୋହନ ହେମ୍ବ୍ରମ
୨-ପାଟଣା-ଶ୍ରୀ ଗୋପେଶ୍ୱର ନାୟକ
୩-ଯଶିପୁର- ଶ୍ରୀ ମହେନ୍ଦ୍ର ନାୟକ
୪-ଉଦଳା- ଶ୍ରୀ ବେଣୁଧର ମହାପାତ୍ର
୫-ବାରିପଦା- ଶ୍ରୀ ଦଶରଥ ସିଂହ
୬-ଭୋଗରାଇ- ଶ୍ରୀ ସତ୍ୟଶିବ ଦାସ
୭-ବସ୍ତା- ଶ୍ରୀ ବିଜୟ ନାୟକ
୮-ରେମୁଣା- ଶ୍ରୀ ପ୍ରତାପ ସେଠୀ
୯-ବାସୁଦେବପୁର- ଶ୍ରୀ ଅଶୋକ କୁମାର ଦାସ
୧୦-ଧାମନଗର- ଶ୍ରୀ ବିଦ୍ୟାଧର ଜେନା
୧୧-ବିଝାଂରପୁର- ଶ୍ରୀ ମନୋରଂଜନ ଦାସ
୧୨-ବରି- ଶ୍ରୀ ଉମେଶ ଜେନା
୧୩-ସୁକିନ୍ଦା- ଶରତ ରାଉତ
୧୪-ପରଜଙ୍ଗ- ଜସସ୍ୱିନୀ ରାଉତ
୧୫-ନିଆଳି- ମମତା ଭୋଇ
୧୬-ମାହାଙ୍ଗା- ଦେବେନ୍ଦ୍ର କୁମାର ସାହୁ
୧୭-ପାଟକୁରା- ଜୟନ୍ତ ମହାନ୍ତି
୧୮-ତିର୍ତୋଲ- ବିଭୁପ୍ରସାଦ ତରାଇ
୧୯-ପୁରୀ-ଅରୋ ପ୍ରସାଦ ମିଶ୍ର
୨୦-ନୟାଗଡ-ମନୋଜ କୁମାର ସାହୁ
ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ୨୦ଟି ବିଧାନସଭା ଆସନ ପାଇଁ ଏହାର ପ୍ରାର୍ଥୀତାଲିକା ଘୋଷଣା କରାଯାଇଛି।
୧-ତେଲକୋଇ-ଶ୍ରୀ ମୋହନ ହେମ୍ବ୍ରମ
୨-ପାଟଣା-ଶ୍ରୀ ଗୋପେଶ୍ୱର ନାୟକ
୩-ଯଶିପୁର- ଶ୍ରୀ ମହେନ୍ଦ୍ର ନାୟକ
୪-ଉଦଳା- ଶ୍ରୀ ବେଣୁଧର ମହାପାତ୍ର
୫-ବାରିପଦା- ଶ୍ରୀ ଦଶରଥ ସିଂହ
୬-ଭୋଗରାଇ- ଶ୍ରୀ ସତ୍ୟଶିବ ଦାସ
୭-ବସ୍ତା- ଶ୍ରୀ ବିଜୟ ନାୟକ
୮-ରେମୁଣା- ଶ୍ରୀ ପ୍ରତାପ ସେଠୀ
୯-ବାସୁଦେବପୁର- ଶ୍ରୀ ଅଶୋକ କୁମାର ଦାସ
୧୦-ଧାମନଗର- ଶ୍ରୀ ବିଦ୍ୟାଧର ଜେନା
୧୧-ବିଝାଂରପୁର- ଶ୍ରୀ ମନୋରଂଜନ ଦାସ
୧-ବରି- ଶ୍ରୀ ଉମେଶ ଜେନା
୧୩-ସୁକିନ୍ଦା- ଶରତ ରାଉତ
୧୪-ପରଜଙ୍ଗ- ଜସସ୍ୱିନୀ ରାଉତ
୧୫-ନିଆଳି- ମମତା ଭୋଇ
୧୬-ମାହାଙ୍ଗା- ଦେବେନ୍ଦ୍ର କୁମାର ସାହୁ
୧୭-ପାଟକୁରା- ଜୟନ୍ତ ମହାନ୍ତି
୧୮-ତିର୍ତୋଲ- ବିଭୁପ୍ରସାଦ ତରାଇ
୧୯-ପୁରୀ-ଅରୋ ପ୍ରସାଦ ମିଶ୍ର
୨୦-ନୟାଗଡ-ମନୋଜ କୁମାର ସାହୁ
ଜମ୍ମୁର ବୁଡ଼ଗମ ଜିଲ୍ଲାରେ ସେନାର ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ଗାଁରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ସୂଚନା ମିଳିବା ପରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ସେନା ଓ ଆତଙ୍କବାଦୀଙ୍କ ମଧ୍ଯରେ ଗୁଳି ବିନିମୟ ଫଳରେ ୪ ଯବାନ ଆହତ ହୋଇ ଚିକିତ୍ସାଧୀନ ରହିଛନ୍ତି। ସୂଚନାଯୋଗ୍ୟ ଗତକାଲି ମଧ୍ୟ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ। ଦୁଇଟି ସ୍ଥାନରେ ହୋଇଥିବା ଏନ୍କାଉଣ୍ଟରରେ ୪ ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ କେବଳ ସୋପିଆଁରେ ୩ଜଣ ଆତଙ୍କବାଦୀ ପ୍ରାଣ ହରାଇଥିଲେ। ଆଉ କିଛି ଆତଙ୍କବାଦୀ ଲୁଚି ରହିଥିବାର ଆଶଙ୍କା କରାଯାଉଥିବାବେଳେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅଭିଯାନ ଜାରି ରହିଛି।
କଂଗ୍ରେସ ପକ୍ଷରୁ ଚଳିତ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହି ଆସନ ତାଲିକାରେ ରହିଛି ପୁରୀ, କେନ୍ଦୁଝର, କେନ୍ଦ୍ରାପଡା, ଜଗତସିଂହପୁର, ଢେଙ୍କାନାଳ, ଭଦ୍ରକ ଏବଂ ବାଲେଶ୍ବର।
୧-ପୁରୀ- ସତ୍ୟପ୍ରକାଶ ନାୟକ
୨-କେନ୍ଦୁଝର-ଫକୀର ମୋହନ ନାୟକ
୩-କେନ୍ଦ୍ରାପଡା- ଧରଣୀଧର ନାୟକ
୪-ଜଗତସିଂହପୁର- ପ୍ରତିମା ମଲ୍ଲିକ
୫-ଢେଙ୍କାନାଳ- କାମାକ୍ଷା ପ୍ରସାଦ ସିଂ ଦେଓ
୬-ଭଦ୍ରକ- ମଧୁମିତା ସେେଠୀ
୭-ବାଲେଶ୍ବର- ନବଜ୍ୟେତି ପଟ୍ଟନାୟକ
25 ଲକ୍ଷର ସୁନା ଲୁଟ୍
ରାଜଧାନୀରେ ବଡ ଧରଣର ଲୁଟ୍ ହୋଇଛି। ଭୁବନେଶ୍ବରର ଆଇଡି ମାର୍କେଟ୍ରୁ ୨୫ ଲକ୍ଷ ଟଙ୍କାର ସୁନା ଲୁଟ୍ ହୋଇଛି।ନୟାପଲ୍ଲୀ ଥାନା ଅନ୍ତର୍ଗତ ଇନ୍ଦ୍ରଧନୁ ମାର୍କେଟରେ ଥିବା ଏକ ଗହଣା ଦୋକାନ ଆଗରୁ ୨୫ ଲକ୍ଷ ଟଙ୍କାର ସୁନା ଲୁଟି ନେଇଛନ୍ତି ଲୁଟେରା। ସୁନା ଭର୍ତ୍ତି ବ୍ୟାଗକୁ ତଳେ ରଖି ଗହଣା ଦୋକାନୀ ଦୋକାନରେ ତାଲା ପକାଉଥିବା ବେଳେ ଲୁଟେରାମାନେ ଏହାକୁ ନେଇ ଚମ୍ପଟ ମାରିଥିଲେ। ଗତକାଲି ରାତିରେ ଏହି ଘଟଣା ଘଟିଛି। ଏନେଇ ନୟାପଲ୍ଲୀ ଥାନାରେ ଜୁଏଲାରୀ ଦୋକାନର ମାଲିକ ଏତଲା ଦେଇଛନ୍ତି। ପୁଲିସ୍ ଘଟଣାର ତଦନ୍ତ କରୁଛି। ତେବେ ଲୁଟ୍ ବେଳର ସମସ୍ତ ଦୃଶ୍ୟ ସିସିଟିଭିରେ ରେକର୍ଡ ହୋଇଥିବା ଜଣାପଡିଛି।
ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର କହିଛନ୍ତି ଭାରତର ପାକିସ୍ତାନ ଲୋକଙ୍କ ବିରୋଧରେ କୌଣସି ଦ୍ବେଷ ନାହିଁ। ଭାରତର ଲଢେଇ ଆତଙ୍କବାଦ ବିରୋଧରେ ବୋଲି ମୋଦି କହିଛନ୍ତି। ଏକ ସାକ୍ଷାତକାରଗ ଅବସରରେ ମୋଦି କହିଛନ୍ତି, ବର୍ତ୍ତମାନ ପାକିସ୍ତାନ ନିକଟରେ ଆତଙ୍କବାଦ ବିରୋଧରେ କଡା ଏବଂ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବା ବ୍ୟତିତ ଅନ୍ୟ କୌଣସି ରାସ୍ତା ଉପଲବ୍ଧ ନାହିଁ। ୨୬/୧୧ ଆକ୍ରମଣରେ ସଂଶ୍ଲିଷ୍ଟ ଥିବା ନେଇ ଜୈସ୍ ଏ ମହମ୍ମଦ ସ୍ବୀକାର କରିଥିଲେ ମଧ୍ୟ ପାକିସ୍ତାନ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ପ୍ରତ୍ୟେକ ଆତଙ୍କୀ ଆକ୍ରମଣ ପରେ କଡା କାର୍ଯ୍ୟାନୁଷ୍ଠାନ ନେବାର ପ୍ରତିଜ୍ଞା କରିବା ପରେ ଚୁପ୍ ବସିଥାଏ ତେଣୁ ଏବେ ଭାରତ ପାକିସ୍ତାନର ଜାଲରେ ଫସିବ ନାହିଁ। ଏହା ସହିିତ ସର୍ଜିକାଲ୍ ଷ୍ଟ୍ରାଇକ୍ ଏବଂ ଏୟାର ଷ୍ଟ୍ରାଇକ୍ ଉପରେ ମୋଦି କହିଥିଲେ କୌଣସି ବି ଲୋକ ନରେନ୍ଦ୍ର ମୋଦିଙ୍କ ଦେଶଭକ୍ତି ଉପରେ ସନ୍ଦେହ ପ୍ରକଟ କରି ପାରିବେ ନାହିଁ। ସେହିପରି ଅସ୍ତ୍ରଶସ୍ତ୍ର କିଣାରେ ଆସୁଥିବା ଦୁର୍ନୀତି ଅଭିଯୋଗ ଉପରେ ବିପକ୍ଷ କଂଗ୍ରସ ଦଳକୁ ସମାଲୋଚନା କରିବା ସହିତ କହିଥିଲେ, କଂଗ୍ରେସ ନେତା ମାନେ ଏହି ଡିଲ୍କୁ ଏଟିଏମ୍ ଭଳି ବ୍ୟବହାର କରୁଥିଲେ। ସ୍ବଚ୍ଛତାର ସହିତ ଅସ୍ତ୍ରଶସ୍ତ୍ର କିଣା ସେମାନେ କଦାପି ଭାବିପାରନ୍ତି ନାହିଁ। ସେହିପରି ବିଭିନ୍ନ ରାଷ୍ଟ୍ରାୟତ ବ୍ୟାଙ୍କରୁ ଅର୍ଥନେଇ ବିଦେଶ ପଳାୟନ କରିଥିବା ବ୍ୟକ୍ତିବିଶେଷଙ୍କ ବିଷୟରେ ମୋଦି କହିଥିଲେ ପୂରାତନ ସରକାର ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିଲେ। ମାତ୍ର ଚଳିତ ସରକାର ପଳାୟନକାରୀଙ୍କ ସମସ୍ତ ସମ୍ପତ୍ତି ବାଜ୍ୟାପ୍ତ କରିବା ସହିତ ସମସ୍ତ ଅର୍ଥ ଭରଣା କରୁଛି। ଉଦାହରଣ ସ୍ବରୂପ ମୋଦି କହିଥିଲେ, ବିଜୟ ମାଲ୍ୟା ବିଭିନ୍ନ ରାଷ୍ଟ୍ରାୟତ ବ୍ୟାଙ୍କରୁ ୯ ହଜାର କୋଟିର ଋଣ ନେଇ ପଳାୟନ କରିଥିଲେ ମାତ୍ର ସରକାର ମାଲ୍ୟାଙ୍କର ୧୪ ହଜାର କୋଟିର ସମ୍ପତ୍ତି ବାଜ୍ୟାପ୍ତ କରିଛନ୍ତି ।
ମୁଜାଫରପୁର ମହିଳା ଆଶ୍ରୟ ସ୍ଥଳୀରେ ଯୌନ ଉତ୍ପୀଡନ ମାମଲାରେ ଯାଚିକା କର୍ତ୍ତା ଅସଲି ଅପରାଧୀଙ୍କ ସିିବିଆଇ ଯାଞ୍ଚ କରୁନଥିବାର ଅଭିଯୋଗ କରିଛନ୍ତି। ଏହି ସମ୍ପର୍କିତ ଏକ ପିଟିସନ୍ ଉପରେ ଶୁଣାଣି କରି ଦୁଇ ସପ୍ତାହ ପରେ ଏହା ଉପରେ ଶୁଣାଣି କରାଯିବ ବୋଲି କୋର୍ଟ ନିଷ୍ପତ୍ତି ଦେଇଛନ୍ତି। ଜଷ୍ଟିସ୍ ଏସ୍ ଏ ବୋବଡେ ଏବଂ ଜଷ୍ଟିସ ଏସ୍ ଅବ୍ଦୁଲ୍ ନଜୀରଙ୍କ ଦ୍ବାରା ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି ଦୁଇ ସପ୍ତାହରେ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବିହାର ପୋଲିସ ଏହି ମାମଲାକୁ ସଠିକ ଭାବରେ ଅନୁସନ୍ଧାନ କରୁନଥିବାରୁ ମାମଲା ସିବିଆଇ ହାତକୁ ଯାଇଥିଲା। ମାତ୍ର ସିବିଆଇ ତଦନ୍ତ ମଧ୍ୟ ସଠିକ୍ ଦିଗରେ ହେଉନଥିବା ଦର୍ଶାଇ ସୁପ୍ରିମ୍କୋର୍ଟରେ ଦାୟର କରାଯାଇଥିଲା ଏହି ପିଟିସନ୍। ଏହି ସେଲଟର ହୋମ୍ରେ ହତ୍ୟା, ସାମୂହିକ ବଳାତ୍କାର, ଜବରଦସ୍ତି ବେଶ୍ୟାବୃତ୍ତି ପରି ଅପରାଧିକ କାର୍ଯ୍ୟକଳାପ ହେଉଥିବାର ଅଭିଯୋଗ ହୋଇଥିଲା। ସିବିଆଇ ପକ୍ଷରୁ ଦାଖିଲ ହୋଇଥିବା ଚାର୍ଜସିଟ୍ରେ ପୋସ୍କୋ ଆକ୍ଟର ଧାରା ଲଗାଯାଇଥିବାବେଳେ ଆଇିପଏସ୍ ଅନ୍ତର୍ଗତ ସଙ୍ଗୀନ ଧାରାକୁ ଏଥିରେ ଛାଡ କରାଯାଇଥିଲା। ଯାଚିକା କର୍ତ୍ତା ସେଲଟର୍ ହୋମରେ ହୋଇଥିବା ହତ୍ୟା ତଥା ବଳାତ୍କାରର ମାମଲା ଉପରେ ଅଲଗା ଅଲଗା ମୋକଦ୍ଦମା ଚଳାଇବାକୁ ଦାବି କରିଛନ୍ତି। ସିବିଆଇ ଚାର୍ଜସିଟ୍ରେ ୨୧ ଜଣଙ୍କ ନାମ ରଖିଛି ଯାହା ମଧ୍ୟରେ ଅଛନ୍ତି ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ବ୍ରଜେଶ ଠାକୁର।
ଟିକେଟ ବଣ୍ଟନ ପରେ ଦଳରେ ଏବେ ଦଳ ବଦଳ ତଥା ଦଳ ଛାଡ଼ିବା ରାଜନୀତି ଚାଲିଛି। ଆଶାୟୀ ପ୍ରାର୍ଥୀମାନେ ଟିକେଟ ନ ପାଇବା ପରେ ଦଳ ଛାଡୁଛନ୍ତି। ଆଜି ବିଜେଡ଼ିରୁ ଦୁଇଜଣ ଇସ୍ତଫା ଦେଇଛନ୍ତି। ପୁରୀର ପୌରପାଳିକାର ଉପାଧ୍ୟକ୍ଷ ଥିଲେ ଜୟନ୍ତ କୁମାର ଷଡ଼ଙ୍ଗୀ। ଦଳ ପକ୍ଷରୁ ତାଙ୍କୁ ଅଣଦେଖା କରାଯିବାରୁ ଦଳରୁ ଇସ୍ତଫା ଦେବା ସହ ପ୍ରାଥମିକ ସଭ୍ୟପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଛନ୍ତି। ମନ୍ତ୍ରୀ ମହେଶ୍ବର ମହାନ୍ତିଙ୍କ ଏକଚାଟିଆ ଅଧିକାରରେ ଅତିଷ୍ଠ ହୋଇ ଦଳ ଛାଡ଼ିଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି। ସେହିପରି ଯାଜପୁରର ପୂର୍ବତନ ସାଂସଦ ମୋହନ ଜେନା ମଧ୍ୟ ଆଜି ଦଳ ଛାଡ଼ିଛନ୍ତି। ଟିକେଟ ବଣ୍ଟନକୁ ନେଇ ଅସନ୍ତୁଷ୍ଟ ରହିଥିଲେ। ଟିକେଟ ନ ପାଇବା କ୍ଷୋଭରେ ଦଳରୁ ଇସ୍ତଫା ଦେଇଛନ୍ତି ମୋହନ।
ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସର ପ୍ରମୁଖ ମମତା ବାନାର୍ଜୀ ନିର୍ବାଚନୀ ଘୋଷଣାପତ୍ର ଜାରି କରିଛନ୍ତି। ଏହି ଘୋଷଣାପତ୍ରରେ ଲୋକସଭା ନିର୍ବାଚନ ପରେ ଯଦି ମେଣ୍ଟ ସରାକର ଶାସନକୁ ଆସନ୍ତି, ତେବେ ବିମୁଦ୍ରାକରଣ ଉପରେ ଯାଞ୍ଚ କରାଯିବ ବୋଲି ଘୋଷଣା କରିଛନ୍ତି। ଏହି ଅବସରରେ ୧୦୦ ଦିନର କାର୍ଯ୍ୟର ଯୋଜନାକୁ ବଢାଇ ୨୦୦ ଦିନ କରାଯିବା ସହିତ ମଜୁରୀକୁ ଦ୍ବିଗୁଣ କରାଯିବ ବୋଲି କହିଛନ୍ତି। ସେହିପରି ଜିଏସ୍ଟି ଉପରେ ମଧ୍ୟ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ଏହା ଉପରେ ବିଶେଷ ନିଷ୍ପତ୍ତି ଦିଆଯିବ ବୋଲି କହିଛନ୍ତି ମମତା। ସେହିପରି ମହିଳା, ସାଧାରଣ ବର୍ଗ, ଓବିସି ତଥା ଅନ୍ୟାନ୍ୟ ଲୋକହିତକାରୀ ଯୋଜନା ସମ୍ପର୍କରେ ମଧ୍ୟ ଏହି ଘୋଷଣା ପତ୍ରରେ ଉଲ୍ଲେଖ ରହିଛି। ଏପ୍ରିଲ୍ ୧୧ରୁ ପଶ୍ଚିମବଙ୍ଗରେ ନିର୍ବାଚନ ଆରମ୍ଭ ହେବାକୁ ଥିବାବେଳେ ୭ଟି ପର୍ଯ୍ୟାରେ ନିର୍ବାଚନ ଅନୁଷ୍ଠିତ ହେବ।
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିରଟ୍ ରାଲିରେ ରାହୁଲ୍ଙ୍କ ସର୍ବନିମ୍ନ ନିଶ୍ଚିତ ଆୟ ଯୋଜନାକୁ କଟାକ୍ଷ କରିଛନ୍ତି। ଏହାକୁ ନେଇ କଂଗ୍ରେସ ପ୍ରତିକ୍ରିୟା ରଖିଛି। ମୋଦିଙ୍କୁ “ଡ୍ରାମା କିଙ୍ଗ୍” କହିବା ସହିତ କଂଗ୍ରେସ ପ୍ରବକ୍ତା ରଣଦୀପ୍ ସୁରଜେୱାଲା ମୋଦି ଜୀଙ୍କୁ ଦିନରାତି ରାହୁଲ ଗାନ୍ଧୀ ଏବଂ କଂଗ୍ରେସର ହିଁ ସ୍ୱପ୍ନ ଆସୁଛି। ଯଦି ସେ ସ୍ୱଳ୍ପ ସମୟ ଦେଶ ପାଇଁ ଲଗାନ୍ତେ ତେବେ ତାଙ୍କର ଆଜି ଏଭଳି ଅବସ୍ଥା ହୋଇନଥାନ୍ତା ବୋଲି କହିଛନ୍ତି। ଏହି ରାଲିରେ ପ୍ରଧାନମନ୍ତ୍ରୀ ମୋଦି ନ୍ୟାୟ ଯୋଜନାକୁ ପରିହାସ କରି ଦେଶର ଗରିବଙ୍କୁ ପରିହାସ ମଧ୍ୟ କରିଛନ୍ତି। ତେଣୁ ଗରିବଙ୍କୁ ମୋଦି କ୍ଷମା ମାଗିବା ଉଚିତ୍ ବୋଲି କହିଛନ୍ତି ସୁରଜେଓ୍ବାଲା। ମିରଟ୍ର କୃଷକମାନଙ୍କୁ ବିଜେପି ଦେଇଥିବା ପ୍ରତିଶ୍ରୁତିର ଜବାବ୍ ଦିଅନ୍ତୁ ବୋଲି ସେ କହିଛନ୍ତି। ସେହିପରି ଏସପି,ଆରଏଲଡି ଏବଂ ବିଏସପିକୁ ‘ମଦ’ ସହ ତୁଳନା କରି ମୋଦି ମର୍ଯ୍ୟାଦା ଉଲ୍ଲଘଂନ କରିଛନ୍ତି ବୋଲି କଂଗ୍ରେସ ଦାବି କରିଛି।
୨୦୧୯ ଲୋକସଭା ନିର୍ବାଚନ ପାଇଁ ମେରଠରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନିର୍ବାଚନୀ ଅଭିଯାନ ଆରମ୍ଭ କରିଛନ୍ତି। ଏହି ସମୟରେ ମୋଦୀ ବିପକ୍ଷଙ୍କ ଉପରେ ଜୋରଦାର ବର୍ଷିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଚୌକିଦାର ବାହାନା କରି ସେ ସମସ୍ତ ବିପକ୍ଷଙ୍କୁ ଘେରିଛନ୍ତି। ଏହି ଅବସରରେ ମୋଦୀ କହିଛନ୍ତି, ଚୌକିଦାର କେବେ ଅନ୍ୟାୟ କରେ ନାହିଁ। ସେ ସମସ୍ତଙ୍କ ହିସାବ ଦେବ ସତ କିନ୍ତୁ ସବୁ ହିସାବ ମଧ୍ୟ ନେବ ବୋଲି ମୋଦି କହିଛନ୍ତି। ସେହିପରି ମିଶନ ଶକ୍ତିକୁ ନେଇ ରାହୁଲ ଗାନ୍ଧୀ କରିଥିବା ଟ୍ୱିଟକୁ ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ଆକ୍ରମଣ କରିଛନ୍ତି। କଂଗ୍ରେସର ନ୍ୟାୟ ଯୋଜନାକୁ ମଧ୍ୟ ଟାର୍ଗେଟ କରିଛନ୍ତି ମୋଦି। ଯେଉଁ ସରକାର ୭୦ ବର୍ଷ ଧରି ଗରୀବଙ୍କ ପାଇଁ ଖାତା ଖୋଲି ପାରି ନାହିଁ ସେ ଗରୀବଙ୍କ ଖାତାରେ କଣ ଟଙ୍କା ରଖିବ ବୋଲି କହିଛନ୍ତି। ସେହିପରି ବିଏସ୍ପି-ଏସ୍ପି ଓ ଆରଏଲ୍ଡିର ମହାଗଠବନ୍ଧନ ଉପରେ କଟାକ୍ଷ କରି ତାକୁ ‘ଶରାବ’ ବୋଲି ଆକ୍ଷେପ କରିଛନ୍ତି। ବିପକ୍ଷଙ୍କ ଉପରେ ବିଷୋଦଗାର୍ କରିବା ସହିତ ନିଜ ସରକାରର ଗୁଣ କୀର୍ତ୍ତନ କରିଛନ୍ତି ମୋଦି। ସରକାରଙ୍କ ସମସ୍ତ ବ୍ୟବସ୍ଥା ବିଷୟର ବର୍ଣ୍ଣନା କରିବା ସହ ଭାରତକୁ ପୂର୍ବଭଳି ଗୌରବଶାଳୀ କରିବାକୁ ବିଜେପିର ଲକ୍ଷ୍ୟ ବୋଲି ମୋଦି କହିଛନ୍ତି।
ସୁନ୍ଦର ପିଚାଇଙ୍କୁ ଭେଟିଲେ ଟ୍ରମ୍ପ
ଆମେରିକୀୟ ରାଷ୍ଟ୍ରପତିି ଡୋନାଲ୍ଡ ଟ୍ରମ୍ପ ଗୁଗୁଲ୍ ସିଇଓ ସୁନ୍ଦର ପିଚାଇଙ୍କୁ ଭେଟିଛନ୍ତି। ପିଚାଇଙ୍କୁ ଭେଟିବା ପରେ ଟ୍ରମ୍ପ ଏକ ଟ୍ବିଟ୍ ଜରିଆରେ ଗୁଗୁଲ ଆମେରିକାର ସୁରକ୍ଷା ବ୍ୟବସ୍ଥା ପାଇଁ ପ୍ରତିବଦ୍ଧ, ଚୀନ୍ ସେନାବାହିନୀ ପ୍ରତି ନୁହେଁ ବୋଲି କହିଛନ୍ତି। ପୂର୍ବରୁ ଆମେରିକୀୟ କଂଗ୍ରେସ ଗୁଗୁଲ ଚୀନ୍ ସେନାକୁ ପ୍ରତିନିଧିତ୍ବ କରୁଥିବାର ଅଭିଯୋଗ ଆଣିଥିଲେ। ଗୁଗୁଲର କାର୍ଯ୍ୟ ଚୀନ୍ ସେନାବାହିନୀକୁ ପରୋକ୍ଷ ଭାବରେ ସହୟତା କରୁଛି ବୋଲି ଯୋଶେଫ ଡନ୍ଫୋର୍ଡ ଯୁଗ୍ମ ସୁରକ୍ଷା ନିର୍ଦ୍ଦେଶକ କହିଥିଲେ। ଏହି ଅଭିଯୋଗ ପରେ ଟ୍ରମ୍ପ ଶ୍ରୀ ପିଚାଇଙ୍କୁ ଭେଟିବା ସହିତ ଏ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଏହି ସମୟରେ ଆମେରିକାରେ କାର୍ଯ୍ୟ କରୁଥିବା ଚୀନୀ କମ୍ପାନୀ ହୁଆଓ୍ବେ ଉପରେ ମଧ୍ୟ ରୋକ ଲଗାଯାଇଛି।
ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପୁଣି ଏକ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ତାହା ହେଉଛି ଭାରତୀୟ ପ୍ରତିରକ୍ଷା ଗବେଷଣା ସଂସ୍ଥା (ଡିଆରଡିଓ) ପାଇଁ ଏକ ଇଲେକ୍ଟ୍ରୋନିକ ସର୍ଭିଲାନ୍ସ ସାଟେଲାଇଟ ( ଏମିସାଟ) ଲଞ୍ଚ୍ କରିବାକୁ ଯାଉଛି। ଏହା ସହିତ ୨୮ଟି ଉପଗ୍ରହ ମଧ୍ୟ ପ୍ରେରଣ କରିବ। ୪୩୬କେଜିର ଏମିସାଟ୍କୁ ଆସନ୍ତା ଏପ୍ରିଲ ପହିଲା ସକାଳ ୯.୩୦ରେ ଏହି ସାଟେଲାଇଟକୁ ପିଏସଏଲଭି ରକେଟ ମାଧ୍ୟମରେ ଶ୍ରୀହରିକୋଟାଠାରେ ଥିବା ସତୀଶ ଧଓ୍ଵନ ମହାକାଶ କେନ୍ଦ୍ରରୁ ଲଞ୍ଚ୍ କରାଯିବ। ପୂର୍ବରୁ ଏହି ଲଞ୍ଚ ମାର୍ଚ୍ଚ ୨୧ରେ ହେବାର ଥିଲା ମାତ୍ର ପରବର୍ତ୍ତୀ ସମୟର ଏହାକୁ ଏପ୍ରିଲ୍ ୧କୁ ଘୁଞ୍ଚାଇ ଦିଆଯାଇଥିଲା। କେବଳ ଏହି ସାଟେଲାଇଟ ନୁହେଁ, ବିଭିନ୍ନ ଦେଶର ପ୍ରାୟ ୨୮ ଟି ସାଟେଲାଇଟ ମଧ୍ୟ ଲଞ୍ଚ୍ କରାଯିବ। ଏସବୁ ଦେଶମାନଙ୍କ ମଧ୍ୟରେ ଅଛନ୍ତି ଲିଥୁଆନିଆ, ଆମେରିକା,ସ୍ପେନ, ସ୍ୱିଜରଲ୍ୟାଣ୍ଡ ପରି ଦେଶ ରହିଛନ୍ତି। ଏଥର ପିଏସଏଲଭି ଏକ ନୂଆ ପ୍ରକାରର ଟେକନଲୋଜୀ ପ୍ରଦର୍ଶନ କରିବ- ଏହି ରକେଟ ଉପଗ୍ରହଗୁଡ଼ିକୁ ୩ଟି ଭିନ୍ନ ଭିନ୍ନ କକ୍ଷପଥରେ ସାମିଲ କରିବ। ତେବେ ଡିଆରଡିଓ ପଇଁ ଇସ୍ରୋ ଯେଉଁ ଏମିସ୍ୟାଟ୍ ସାଟେଲାଇଟ ଲଞ୍ଚ୍ କରିବାକୁ ଯାଉଛି ତାହାର ପ୍ରକୃତ କାର୍ଯ୍ୟ ସଂପର୍କରେ ଗୋପନୀୟତା ଅବଲମ୍ବନ କରାଯାଉଛି।
୨ ମହିଳାଙ୍କ ସମେତ ୧୦ ନକ୍ସଲଙ୍କ ଆତ୍ମସମର୍ପଣ
ଛତିଶଗଡର ନକ୍ସଲ ପ୍ରଭାବିତ ସୁକୁମା ଜିଲାରେ ଦୁଇ ଜଣ ମହିଳା ସମେତ ୧୦ ଜଣ ନକ୍ସଲ ଗୁରୁବାର ଆତ୍ମସମର୍ପଣ କରିଛନ୍ତି। ନକ୍ସଲନେତାଙ୍କ ଦ୍ବାରା ସେମାନେ ଶୋଷଣର ଶିକାର ହେଉଥିଲେ ବୋଲି ଆତ୍ମସମର୍ପଣ କରିଥିବା ନକ୍ସଲମାନେ କହିଛନ୍ତି। ସୁକମା ଜିଲାର ପୁଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ସୁକୁମା ଜିଲାର କୋଣ୍ଟା ଥାନା ଅନ୍ତର୍ଗତ ବାଲେଙ୍ଗତୋଙ୍ଗ ଗ୍ରାମରେ ରହୁଥିବା ୧୦ ଜଣ ନକ୍ସଲ ସ୍ଥାନୀୟ ପୁଲିସ ଓ କେନ୍ଦ୍ର ରିଜର୍ଭ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରେ ଦୁଇ ଜଣ ମହିଳା ନକ୍ସଲ ରହିଛନ୍ତି। ଆତ୍ମସମର୍ପଣ କରିଥିବା ସମସ୍ତ ନକ୍ସଲଙ୍କ ବିରୋଧରେ ବସ୍ ଓ ଅନ୍ୟ ଯାନବାହନରେ ନିଆଁ ଲଗାଇବା ଏବଂ ବୋମା ବିସ୍ଫୋରଣ କରିବା ଭଳି ସାଂଘାତିକ ଅଭିଯୋଗ ରହିଛି। ଆତ୍ମସମର୍ପଣ କରିଥିବା ନକ୍ସଲ ସରକାରୀ ଯୋଜନାର ଲାଭ ପାଇପାରିବେ ବୋଲି ପୁଲିସ ଅଧିକାରୀ କହିଛନ୍ତି। ଆତ୍ମସମର୍ପଣ କରିଥିବା ନକ୍ସଲ ମାନେ ଡିଏକେଏମ୍ଏସ୍ ନକ୍ସଲୀ ସଙ୍ଗଠନର ସଦସ୍ୟ।
ଦିଲ୍ଲୀପ ସାବତ
ସିନେମା କଳାକାରମାନେ ଲୋକପ୍ରିୟତାକୁ ହାସଲ କରି ରାଜନୀତିରେ ଯୋଗ ଦେଇଥାନ୍ତି। ଅଭିନୟର ଏକ ଲମ୍ବା ଅଧ୍ୟାୟ ଅତିକ୍ରମ କଲାପରେ ଦର୍ଶକଙ୍କ ପାଖରେ ରାଜନୈତିକ ଏକ ଲୋକପ୍ରିୟ ସିନେତାରକାମାନଙ୍କ ରାଜନୀତିରେ ସଂପୃକ୍ତି, ସୁସ୍ଥ ଓ ସଫଳ ପଦ ମର୍ଯ୍ୟାଦା ହାସଲ ଦିଗରେ ସହାୟକ ହୋଇଥାଏ। ହେଲେ ସଂସଦରେ ତଥାକଥିତ ତାରକା ସାଂସଦମାନଙ୍କ ଉପସ୍ଥାନ ଓ ସକ୍ରିୟତା ନେଇ ନିକଟରେ ସଂସଦୀୟ କାର୍ଯ୍ୟାବଳୀ ଉପରେ ତଥ୍ୟ ଭିତ୍ତିକ ଗବେଷଣା ଓ ପର୍ଯ୍ୟବେକ୍ଷଣ ରଖୁଥିବା ସଂସ୍ଥା ପିଆରଏସ୍ ଲେଜିସଲେଟିଭର ଏକ ଅନୁସନ୍ଧାନଧର୍ମୀ ରିପୋର୍ଟରୁ ଜଣାଯାଇଛି।
ଲୋକସଭାରେ ଜଣେ ସଦସ୍ୟଙ୍କ ହାରାହାରି ଉପସ୍ଥାନ ୮୨। ସେହିପରି ବରିଷ୍ଠଙ୍କ ସଦନ କୁହାଯାଉଥିବା ରାଜ୍ୟସଭାରେ ଉପସ୍ଥାନ ହେଉଛି ୭୯ ପ୍ରତିଶତ। ଯଦି ଏହାକୁ ମାପକ ଭାବେ ଗ୍ରହଣ କରାଯାଏ ତେବେ ଉଭୟ ଗୃହର ସଦସ୍ୟ ହୋଇଥିବା ତଥାକଥିତ ତାରକା ସାଂସଦଙ୍କ ଉପସ୍ଥାନ ଅତ୍ୟନ୍ତ ନୈରାଶ୍ୟଜନକ। ଏହି ରିପୋର୍ଟରେ ତଥ୍ୟ ରଖାଯାଇଛି ଯେ ଲୋକସଭାରେ କେବଳ ଜଣଙ୍କୁ ଛାଡ଼ିଦେଲେ ଅନ୍ୟ ସବୁ ତାରକା ସାଂସଦଙ୍କ ଉପସ୍ଥାନ ଜାତୀୟ ହାରାହାରି ଅର୍ଥାତ୍ ୮୨ ପ୍ରତିଶତ ଠାରୁ କମ୍। ତେବେ ଖୁସିର କଥା ପଞ୍ଜାବର ଚଣ୍ଡୀଗଡ଼ ଲୋକସଭା ନିର୍ବାଚନରୁ ବିଜୟ ଲାଭ କରିଥିବା ବିଜେପି ସାଂସଦ ତଥା ବରିଷ୍ଠ ସିନେକଳାକାର କିରଣ ଖେରଙ୍କ ଉପସ୍ଥାନ ହେଉଛି ୮୫ ପ୍ରତିଶତ। ତାଙ୍କ ଉପସ୍ଥିତି ଦର୍ଶାଉଛି ଯେ,ସେ କେବଳ ଜାତୀୟ ହାର ଠାରୁ ଅନ୍ୟ ତାରକା ସାଂସଦଙ୍କ ଉପସ୍ଥାନ ଠାରୁ ସବୁଠାରୁ ଉପରେ ରହିଛନ୍ତି। ସେହିପରି ବିଜେପି ସାଂସଦ ତଥା ବେଶ୍ ପରିଚିତ ଅଭିନେତା ପରେଶ ରାୱଲ ତୃତୀୟ ସ୍ଥାନରେ ରହିଥିବାବେଳେ ବିଜେପିର ବିହାରୀ ଓ ଭୋଜପୁରୀ ଅଭିନେତା ମନୋଜ ତିୱାରୀ ଓ ତୃଣମୂଳ କଂଗ୍ରେସର ପଶ୍ଚିମବଙ୍ଗର ବର୍ଷିଆନ ଅଭିନେତ୍ରୀ ଶତାବ୍ଦୀ ରାୟ ଏହି ଦୁଇଜଣ ୭୬ ପ୍ରତିଶତ ଉପସ୍ଥାନ ରହି ମିଳିତ ଭାବରେ ଦ୍ୱିତୀୟ ସ୍ଥାନ ପାଇଛନ୍ତି।
ତେବେ ବିହାରରୁ ବିଜେପି ଟିକେଟରୁ ଜିତିଥିବା ବରିଷ୍ଠ ଅଭିନେତା ତଥା ବିହାରୀ ବାବୁ ଭାବେ ପରିଚିତ ଶତ୍ରୁଘ୍ନ ସିହ୍ନାଙ୍କ ଉପସ୍ଥାନ ୬୮ ପ୍ରତିଶତ। ଉତ୍ତରପ୍ରଦେଶର ମଥୁରାରୁ ବିଜେପି ଟିକେଟରେ ଜିତିଥିବା ସମସ୍ତଙ୍କର ଅତି ପରିଚିତ ଡ୍ରିମଗାର୍ଲ ଭାବେ ଜଣାଶୁଣା ହେମାମାଳିନୀଙ୍କ ଉପସ୍ଥାନ ହେଉଛି ମାତ୍ର ୩୭ ପ୍ରତିଶତ। ଯଦିଓ ସେ ସଂସଦରେ ଦଶଟି ବିତର୍କରେ ଭାଗ ନେଇ ୧୧୩ଟି ପ୍ରଶ୍ନ ପଚାରିଛନ୍ତି। ଜାତୀୟ ସ୍ତରର ନେତାମାନଙ୍କ ତଥ୍ୟ ଉପସ୍ଥାପନ ବେଳେ ଆମ ଓଡ଼ିଶା କଥା ବିଚାର କରାଯାଉ। ଓଡ଼ିଶାରେ ବେଶ ନାଁ କରିଥିବା ସିନେ ତାରକା ତଥା ବ୍ରହ୍ମପୁରରୁ ଲଗାତର ଭାବେ ବିଜେଡ଼ି ଟିକେଟରୁ ଜିତୁଥିବା ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କ ଲୋକସଭାରେ ଉପସ୍ଥାନ ହେଉଛି ୬୮ ପ୍ରତିଶତ। ସେ ୨୦୯ଟି ବିଭିନ୍ନ ପ୍ରଶ୍ନ ପଚାରିଛନ୍ତି ୩୧ଟି ବିତର୍କରେ ଯୋଗଦେଇଛନ୍ତି। ସେହିପରି ଓଡ଼ିଶାର ଅନ୍ୟଜଣେ ବିଶିଷ୍ଟ ଅଭିନେତା ଓଲିଉଡ ତାରକା ଅନୁଭବ ମହାନ୍ତି ରାଜ୍ୟସଭାକୁ ନିର୍ବାଚିତ ହୋଇ ୭୦ ପ୍ରତିଶତ ତାଙ୍କ ଉପସ୍ଥିତି ଥିବାର ଏହି ରିପୋର୍ଟ ଦର୍ଶାଇଛି।
ଏହି ରିପୋର୍ଟରେ ତଥ୍ୟ ରଖାଯାଇଛି ଯେ ଲୋକସଭା ଏହି ତଥାକଥିତ ତାରକା ସାଂସଦ ମାନଙ୍କ ଅପେକ୍ଷା ରାଜ୍ୟ ସଭାରେ ତାରକା ସାଂସଦଙ୍କ ଉପସ୍ଥାନ ଅତ୍ୟନ୍ତ ନୈରାଶ୍ୟଜନକ। ଏହି ରିପୋର୍ଟର ତଥ୍ୟ ଅନୁଯାୟୀ ୨୦୧୪ରୁ ରାଜ୍ୟସଭା ସଦସ୍ୟ ହୋଇଥିବା ତୃଣମୂଳ କଂଗ୍ରେସର ବିଶିଷ୍ଟ ରାଜନେତା ମିଥୁନ ଚକ୍ରବର୍ତ୍ତୀଙ୍କ ଉପସ୍ଥାନ ହେଉଛି ମାତ୍ର ୧୦ ପ୍ରତିଶତ। ସବୁଠାରୁ ଚିନ୍ତାଜନକ ଚିତ୍ରଟି ହେଉଛି ମିଥୁନଦା କୌଣସି ଗୋଟିଏ ବିତର୍କରେ ଭାଗ ନେଇନାହାନ୍ତି କି ଗୋଟିଏ ପ୍ରଶ୍ନ ବି ପଚାରି ନାହାଁନ୍ତି। କେବଳ ମିଥୁନ ଦା ନୁହଁନ୍ତି ୨୦୧୨ରୁ ରାଜ୍ୟସଭା ସଭ୍ୟ ହୋଇଥିବା ଭାରତର ବିଶିଷ୍ଟ ଅଭିନେତ୍ରୀ ରେଖା ଗଣେଶନଙ୍କ ଉପସ୍ଥାନ ହେଉଛି ମାତ୍ର ୫ ପ୍ରତିଶତ। ସେ ନାଁ ଗୋଟିଏ ପ୍ରଶ୍ନ ପଚାରିଛନ୍ତି ନାଁ କୌଣସି ଗୋଟିଏ ବିତର୍କରେ ଭାଗ ନେଇଛନ୍ତି। ଉତ୍ତରପ୍ରଦେଶରୁ ରାଜ୍ୟସଭାକୁ ସମାଜବାଦୀ ପାର୍ଟିରୁ ନିର୍ବାଚିତ ହୋଇଥିବା ଜୟାବଚ୍ଚନଙ୍କ ରାଜ୍ୟସଭାରେ ଉପସ୍ଥାନ ହେଉଛି ୭୪ ପ୍ରତିଶତ। ସେହିପରି ବଙ୍ଗୀୟ ଅଭିନେତା ତାପସ ପାଲ ଓ ଅଭିନେତ୍ରୀ ମୁନମୁନ୍ ସେନଙ୍କ ଉପସ୍ଥାନ ହେଉଛି ୭୦ ପ୍ରତିଶତ।
ସମଗ୍ର ପୃଥିବୀରେ ଭାରତ ହେଉଛି ଏକ ସର୍ବବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର। ଗଣତାନ୍ତ୍ରିକ ବ୍ୟବସ୍ଥାରେ ଭାରତର ଶାସନ ବ୍ୟବସ୍ଥା ଲୋକସଭା ଓ ରାଜ୍ୟସଭାକୁ ନେଇ ପରିଚାଳିତ ହୁଏ। ଜଣେ ଜଣେ ସାଂସଦଙ୍କ ପାଇଁ ସରକାରଙ୍କ ରାଜସ୍ୱରୁ ଲକ୍ଷ ଲକ୍ଷ ଟଙ୍କା ସେମାନଙ୍କ ବେତନ, ଭତ୍ତା ଓ ଆନୁସଙ୍ଗିକ ଖର୍ଚ୍ଚ ପାଇଁ ବ୍ୟୟିତ ହୋଇଥାଏ। ସେହିପରି ସେମାନଙ୍କ ସାଂସଦ ପାଣ୍ଠି ପାଇଁ କୋଟି କୋଟି ଟଙ୍କାର ଅନୁଦାନ ପ୍ରଦାନ କରାଯାଏ। ଅନେକ କ୍ଷେତ୍ରରେ ସେମାନଙ୍କ ହାତ ପାଣ୍ଠି ନିର୍ଦ୍ଦିଷ୍ଟ ସମୟ ଭିତରେ ଖର୍ଚ୍ଚ ନ ହୋଇ ଫେରିଯିବାର ଅଭିଯୋଗ ହୁଏ। ଯେଉଁଠି ପାଣ୍ଠି ଅଭାବରୁ ଜନସାଧାରଣଙ୍କର ଅନେକ ସର୍ବନିମ୍ନ ଆବଶ୍ୟକତା ମେଣ୍ଟିନଥାଏ। ପାନୀୟଜଳ, ସଡ଼କ,ଶିକ୍ଷା ବ୍ୟବସ୍ଥା, ଡାକ୍ତରୀସେବା ପରି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ପ୍ରଭାବିତ ହୁଏ। ପ୍ରଶ୍ନ ଉଠୁଛି ଯେ, ରାଜନୈତିକ ଦଳମାନେ ଏହି ତାରକା ସାଂସଦମାନଙ୍କ ପାଇଁ କ‘ଣ ପାଇଁ ଅଲଗା ଦୃଷ୍ଟିଭଙ୍ଗୀ ରଖିଥାନ୍ତି। ଏହି ତଥାକଥିତ ତାରକାମାନେ ନିଜ ଚଳଚ୍ଚିତ୍ରର ଅଭିନୟ ଯାଦୁପାଇଁ ଭୋଟରଙ୍କୁ ଆକୃଷ୍ଟ କରିବାରେ ସହାୟକ ହୋଇଥାନ୍ତି। କିନ୍ତୁ ସେମାନେ ଯଦି ସଂସଦରେ ସେମାନଙ୍କ ସୁଖଦୁଃଖ ଅଭିଯୋଗ କରିବାତ ଦୂରର କଥା ସର୍ବନିମ୍ନ ଉପସ୍ଥାନ ଠାରୁ ଯଦି ପଛେଇ ଥାଆନ୍ତି ତାହାଲେ ଭାରତର ଗଣତାନ୍ତ୍ରିକ ବ୍ୟବସ୍ଥା ପାଇଁ ଏହାଠାରୁ ଦୁର୍ଭାଗ୍ୟ ଜନକ ପ୍ରସଙ୍ଗ ଆଉ କିଛି ନଥାଇପାରେ।
ଅପର୍ଯ୍ୟାପ୍ତ ସୁବିଧା ସୁଯୋଗ ପ୍ରଦାନ କରାଯାଉଥିବା ଏହି ତଥାକଥିତ ତାରକା ସାଂସଦ ମାନଙ୍କ ତାରକାମୟ ବ୍ୟକ୍ତିତ୍ୱ ବହୁତ କିଛି ଥାଇପାରେ ସତ କିନ୍ତୁ ସେମାନଙ୍କୁ ନିର୍ବାଚିତ କରି ଭାରତ ରାଜନୈତିକ ଦଳମାନେ ଖୁସି ମନେକରିପାରୁଥାନ୍ତି ସତ କିନ୍ତୁ ସେମାନେ ଯେଉଁମାନଙ୍କ ସ୍ୱାର୍ଥ ପାଇଁ ନିର୍ବାଚିତ ଯଦି ସେମାନଙ୍କ ଭଲମନ୍ଦ ସଂସଦରେ ଉପସ୍ଥାପନ କରି ସେମାନଙ୍କ ସୁବିଧା ସୁଯୋଗ ପାଇଁ ବ୍ୟବସ୍ଥା ନକରି ପାରନ୍ତି ତାହେଲେ ସେମାନଙ୍କ ନିର୍ବାଚିତ ହେବାର ଆବଶ୍ୟକତା କ‘ଣ ପାଇଁ? ଆମରି ମାନଙ୍କ ଝାଳବୁହା ଧନର ଟିକସରୁ ସେମାନଙ୍କ ସମସ୍ତ ସୁବିଧା ସୁଯୋଗ ଭରଣ ହୋଇଥାଏ। ଆମରି ମାନଙ୍କ ଦୁଃଖ ଦୁର୍ଦ୍ଦଶା, ଅଭାବ, ଆବଶ୍ୟକୀୟତାର ଚିତ୍ର ସେମାନେ ଆମରି ମାନଙ୍କ ପ୍ରତିନିଧି ଅଥଚ ଆମ ମାନଙ୍କ ପାଇଁ ନିର୍ବାଚିତ, ମନୋନୀତ ହୋଇ ସେମାନେ ଯଦି ସଂସଦରେ ପାଦଟି ପକେଇ ପାରୁନାହାନ୍ତି ବା ସରକାରଙ୍କ ତର୍କବିତର୍କରେ ଆଲୋଚନାରେ ଭାଗ ନେଇପାରୁନାହାନ୍ତି ତାହାଲେ ସେମାନଙ୍କୁ ସଂସଦକୁ ପଠଉଥିବା ରାଜନୈତିକ ଦଳମାନେ ଥରଟିଏ ଚିନ୍ତା କରନ୍ତୁ ଆଉ ସେମାନେ ନିଜ ବିବେକକୁ ମଧ୍ୟ ଏହି ପ୍ରଶ୍ନଟି ପଚାରନ୍ତୁ ଯେ, ସେମାନେ ସାମଗ୍ରିକ ଭାବେ ଜଣେ ନେତା ନହେଲେ ଆମମାନଙ୍କର ଜନପ୍ରତିନିଧି ତ? ଏ ବିଚାର ସେମାନଙ୍କର। ସେମାନଙ୍କ ଜନପ୍ରତିନିଧି ଭାବରେ ସକ୍ରିୟତା ଓ ସଂସଦୀୟ କାର୍ଯ୍ୟକ୍ରମରେ ଯୋଗଦାନ ଦ୍ୱାରା କେବଳ ଆମ ମାନଙ୍କର ନୁହେଁ ଦେଶର ମଙ୍ଗଳ ସାଧନା ହେବ ଏବଂ ସେମାନଙ୍କର ଦୀର୍ଘଦିନର ଅଭିଜ୍ଞତା ଏବଂ ବିଜ୍ଞତାର ସଦୁପଯୋଗ ମଧ୍ୟ ହୋଇପାରିବ।