Categories
ଆଜିର ଖବର ଜାତୀୟ ଖବର

ନିର୍ଭୟା ଦୁଷ୍କର୍ମ ମାମଲା : ଦୋଷୀଙ୍କୁ ଅଲଗା ଅଲଗା ଫାଶୀ ଦିଆଯାଇପାରିବ

ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦୋଷୀଙ୍କୁ ଅଲଗା ଅଲଗା ଫାଶୀ ଦିଆଯାଇ ପାରିବ ବୋଲି ସୁପ୍ରିମକୋର୍ଟଙ୍କ ପକ୍ଷରୁ ଦିଲ୍ଲୀ ହାଇକୋର୍ଟଙ୍କୁ କୁହାଯାଇଛି । ଶନିବାର ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଏହି ସୂଚନା ଦେଇଛନ୍ତି । ଜଷ୍ଟିସ୍‌ ସୁରେଶ କୁମାର କେତ୍‌ ଏହି ମାମଲାର ବିଚାର କରିଛନ୍ତି । ମୃତ୍ୟୁ ସୁନିଶ୍ଚିତ ବୋଲି ଜାଣିବା ପରେ ଜଣେ ବ୍ୟକ୍ତିଙ୍କୁ ରଖିବା ଅମାନବିକ ବୋଲି ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ବିଚାରପତିଙ୍କ ନିକଟରେ ଯୁକ୍ତି ରଖିଥିଲେ । ମୁକେଶର ଫାଶୀ ପାଇବା ରାସ୍ତା ପ୍ରଶସ୍ତ ହୋଇଥିବା ବେଳେ ପଓ୍ବନ୍‌ ପକ୍ଷରୁ ରାଜକ୍ଷମା କିମ୍ବା କ୍ୟୁରେଟିଭ୍‌ ଯାଚିକା ଦାଖଲ କରାଯାଇନାହିଁ । ଏହି ଦୁଇ ଜଣଙ୍କୁ ଅଲଗା ଫାଶୀ ଦିଆ ଯାଇପାରିବ ବୋଲି ମେହେଟ୍ଟା ଯୁକ୍ତି କରିଥିଲେ । ସେହିପରି ଶୁକ୍ରବାର ଦିନ ରାୟ ପ୍ରଦାନ ସମୟରେ କୋର୍ଟ ବନ୍ଦୀ ଅଧିନିୟମ 834ର ଉଲ୍ଲଂଘନ କରିଛନ୍ତି ବୋଲି ମେହେଟ୍ଟା ପ୍ରକାଶ କରିଛନ୍ତି । (ଏଜେନ୍ସୀ)