Categories
ଆଜିର ଖବର ରାଜ୍ୟ ଖବର

ମହଙ୍ଗା ହେଲା ପେଟ୍ରୋଲ୍‌, ଡିଜେଲ୍‌

ଭୁବନେଶ୍ବର : ପେଟ୍ରୋଲ୍‌ ଓ ଡିଜେଲ୍‌ ଉପରେ ଭାଟ୍‌ ବଢାଇଲେ ରାଜ୍ୟ ସରକାର। ପେଟ୍ରୋଲରେ 26 ପ୍ରତିଶତରୁ 32 ପ୍ରତିଶତକୁ ଭାଟ ବୃଦ୍ଧି ହୋଇଥିବାବେଳେ ଡିଜେଲ୍‌ରେ 26 ପ୍ରତିଶତରୁ 28 ପ୍ରତିଶତକୁ ଭାଟ୍‌ ବୃଦ୍ଧି କରାଯାଇଛି । ପେଟ୍ରୋଲ୍‌ର ଦର 3ଟଙ୍କା 11 ପଇସା ବୃଦ୍ଧି ହୋଇଥିବାବେଳେ ଡିଜେଲରେ 1 ଟଙ୍କା 03 ପଇସା ବୃଦ୍ଧି କରାଯାଇଛି। ଭୁବନେଶ୍ବରରେ ପେଟ୍ରୋଲ୍‌ ଦର 71 ଟଙ୍କା 69 ପଇସାକୁ ବୃଦ୍ଧି ହୋଇଥିବାବେଳେ ଡିଜେଲ୍‌ ଦର 67ଟଙ୍କା 73 ପଇସାକୁ ବୃଦ୍ଧି ହୋଇଛି। କାଲିଠୁ ପେଟ୍ରୋଲ୍‌, ଡିଜେଲରେ ଏହି ନୂଆ ଦର ଲାଗୁ ହେବ ବୋଲି ସୂଚନା ରହିଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ପେଟ୍ରୋଲ ଓ ଡିଜେଲ ଉପରେ 30 ପ୍ରତିଶତର ଅତିରିକ୍ତ ଟିକସ ଲଗାଇଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ : ମଦ ଉପରେ ସ୍ବତନ୍ତ୍ର କରୋନା ଫି ଲାଗୁ କରିବା ପରେ ଦିଲ୍ଲୀ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ମଧ୍ୟ ଅତିରିକ୍ତ ଟିକସ ଲାଗୁ କରିଛନ୍ତି । ସୋମବାର ମଧ୍ୟରାତ୍ରରୁ ପେଟ୍ରୋଲ ଏବଂ ଡିଜେଲ ଉପରେ 30 ପ୍ରତିଶତର ଭ୍ୟାଟ୍‌ ଲାଗୁ କରାଯାଇଛି । ମଦ ଉପରେ 70 ପ୍ରତିଶତର କରୋନା ଫି ଲାଗୁ କରିବା ପରେ ଆଜିଠାରୁ ପେଟ୍ରୋଲ ଏବଂ ଡିଜେଲ ଉପରେ ମଧ୍ୟ ଅତିରିକ୍ତ ଟିକସ ଲାଗୁ କରାଯାଇଛି । ଏହି ଅତିରିକ୍ତ ଟିକସ୍‌ ଲାଗୁ କରାଯିବା ପରେ ପେଟ୍ରୋଲର ମୂଲ୍ୟ 71.26 ଟଙ୍କା ରହିଥିବା ବେଳେ ଡିଜେଲ୍‌ର ମୂଲ୍ୟ 69.39 ପଇସା ରହିଛି । କରୋନା ପ୍ରଭାବରେ ଦେଖାଦେଇଥିବା ଅର୍ଥନୈତିକ ସଙ୍କଟର ମୁକାବିଲା ପାଇଁ କେଜ୍ରିଓ୍ବାଲ ଏହି ନିଷ୍ପତ୍ତି ନେଇଥିବା ଜଣାପଡିଛି । (ଏଜେନ୍ସି)