ମୁମ୍ବାଇ : ଏହି ରାଜ୍ୟ ଇନ୍ଧନ ଉପରେ ଭାଟ୍ ୧୮% ରୁ ୭% କୁ ହ୍ରାସ କରି, ମୁଦ୍ରାସ୍ଫୀତି ମଧ୍ୟରେ ଜନସାଧାରଣଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି ମହାରାଷ୍ଟ୍ର ସରକାର । ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବଂ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତି ମଧ୍ୟରେ, ମହାରାଷ୍ଟ୍ର ସରକାର ବିମାନ ଯାତ୍ରୀମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ମହାରାଷ୍ଟ୍ର ସରକାର ବିମାନ ଟର୍ବାଇନ୍ ଇନ୍ଧନ (ATF) ଉପରେ VATକୁ ଯଥେଷ୍ଟ ହ୍ରାସ କରିଛନ୍ତି। ପୂର୍ବରୁ ୧୮% ଥିବା VATକୁ ଏବେ ୭% ହ୍ରାସ କରାଯାଇଛି। ରାଜ୍ୟ ସରକାରଙ୍କ ଏହି ହ୍ରାସ ଆଜି, ଶୁକ୍ରବାର, ମେ ୧୫ତାରିଖରୁ ଲାଗୁ ହୋଇଛି ଏବଂ ନଭେମ୍ବର ୧୪ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କିଞ୍ଜରାପୁ ରାମ ମୋହନ ନାଇଡୁ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏହି ଘୋଷଣା ସେୟାର କରିଛନ୍ତି। ତାଙ୍କ ପୋଷ୍ଟରେ, ସେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସଙ୍କ ପ୍ରତି ମଧ୍ୟ କୃତଜ୍ଞତା ପ୍ରକାଶ କରିଛନ୍ତି।


