Categories
ଆଜିର ଖବର ମନୋରଂଜନ

ବିଜୟଙ୍କ 64 ତମ ଫିଲ୍ମରେ ନଜର ଆସିବେ ମାଲବିକା ମୋହନନ୍‌

ଚେନ୍ନାଇ,30/12 : ତାମିଲ ଫିଲ୍ମ ଅଭିନେତା ବିଜୟଙ୍କ 64 ତମ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି ମାଲାୟଲମ ଅଭିନେତ୍ରୀ ମାଲବିକା ମୋହନନ୍‌ । ଲୋକେଶ କଙ୍ଗାରାଜଙ୍କ ଅଭିନୀତ ଏହି ଅନ୍‌ଟାଇଟଲ୍‌ଡ ଫିଲ୍ମର ସୁଟିଂ ଆଫ୍ରିକା ଏବଂ ଟାଞ୍ଜାନିଆରେ ଆରମ୍ଭ ହୋଇଛି । ମାଲବିକା ମୋହନନ ଟାଞ୍ଜାନିଆର ଏକ ଚିଡିଆଖାନାର ଫଟୋ ସେୟାର କରିଛନ୍ତି । ବିଜୟ ଏବଂ ମାଳବିକାଙ୍କ ବ୍ୟତୀତ ବିଜୟ ସେଥୁପତି, ଶାନ୍ତନୁ, ଅର୍ଜୁନ ଦାସ, ଗୌରୀ କିଶାନ ଏବଂ ଭିଜେ ରମ୍ୟା ପ୍ରମୁଖ ଚରିତ୍ରରେ ନଜର ଆସିବାକୁ ଯାଉଛନ୍ତି । ପ୍ରଥମ ଥର ବିଜୟ ଏବଂ ବିଜୟ ସେଥୁପତି ଏକତ୍ର ନଜର ଆସିବାକୁ ଯାଉଛନ୍ତି । ଫିଲ୍ମଟି ଜୁନ୍‌ 2020ରେ ରିଲିଜ୍‌ ହେବାକୁ ଯାଉଛି ।

Categories
ଆଜିର ଖବର

ବିଜୟଙ୍କ ଜନ୍ମଦିନରେ ବିଗିଲ୍‌ର ପୋଷ୍ଟର ରିଲିଜ୍‌

ତାମିଲ୍‌ ସୁପରଷ୍ଟାର ବିଜୟଙ୍କ ଜନ୍ମଦିନରେ ରିଲିଜ୍‌ ହୋଇଛି ବିଜୟଙ୍କ ୬୩ ତମ ଚଳଚିତ୍ର ବିଗିଲ୍‌ର ପୋଷ୍ଟର। ବିଜୟଙ୍କ ଜନ୍ମଦିନ ଅବସରରେ ଫିଲ୍ମର ନିର୍ଦ୍ଦେଶକ ଅଟ୍‌ଲୀ ଫିଲ୍ମର ପୋଷ୍ଟର ରିଲିଜ୍‌ କରାଇଛନ୍ତି। ଏହି ଫିଲ୍ମରେ ବିଜୟଙ୍କୁ ତିନୋଟି ଭିନ୍ନ ଭିନ୍ନ ରୂପରେ ଦେଖିବାକୁ ମିଳିଛି। ପ୍ରଥମଟିରେ ଜଣେ ମାଞ୍ଚେଷ୍ଟର ୟୁନାଇଟେଡ ଫୁଟବଲର ଭୂମିକାରେ ନଜର ଆସିଥିବା ବେଳେ ଅନ୍ୟଟିରେ କୋଟ ସୁ୍‌ଟ ପିନ୍ଧିଛନ୍ତି ଏବଂ ଅନ୍ୟ ଏକ ଭୂମିକାରେ ଲୁଙ୍ଗି ପିନ୍ଧିଥିବା ଜଣେ ବୟସ୍କ ଚରିତ୍ରରେ ନଜର ଆସିଛନ୍ତି। ଥେରୀ ଏବଂ ମର୍ଶାଲ୍‌ ପରେ ଏହା ଅଟ୍‌ଲୀଙ୍କ ସହିତ ବିଜୟଙ୍କ ତୃତୀୟ ଫିଲ୍ମ। ଏହି ଫିଲ୍ମର ପୋଷ୍ଟରକୁ ବିଜୟଙ୍କର ଜନ୍ମଦିନ ଭେଟି ବୋଲି କହିଛନ୍ତି ଅଟ୍‌ଲୀ।