Categories
ଆଜିର ଖବର ଜାତୀୟ ଖବର

ଆଚରଣ ବିଧି ଉଲ୍ଲଂଘନକୁ ଦର୍ଶାଇବା ପାଇଁ ଅତ୍ୟନ୍ତ ପ୍ରଭାବଶାଳୀ ଅସ୍ତ୍ର ଭାବେ ଉଭା ହୋଇଛି ସିଭିଜିଲ୍ ଆପ୍

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନକୁ ଦର୍ଶାଇବା ପାଇଁ ଲୋକଙ୍କ ହାତରେ ଏକ ଅତ୍ୟନ୍ତ ପ୍ରଭାବଶାଳୀ ଅସ୍ତ୍ର ଭାବେ ଉଭା ହୋଇଛି ଭାରତୀୟ ନିର୍ବାଚନ କମିଶନଙ୍କ ସିଭିଜିଲ୍ ଆପ୍। ୨୦୨୪ ସାଧାରଣ ନିର୍ବାଚନ ଘୋଷଣା ହେବା ପରଠାରୁ ୨୦୨୪ ମେ ୧୫ ତାରିଖ ସୁଦ୍ଧା ଏହି ଆପ୍ ଜରିଆରେ .୨୪ ଲକ୍ଷରୁ ଅଧିକ ଅଭିଯୋଗ ଆସିଛି।  ସେଥିମଧ୍ୟରୁ  ଲକ୍ଷ ୨୩ ହଜାର ୯୦୮ଟି ଅଭିଯୋଗର ସମାଧାନ ହୋଇଥିବା ବେଳେ ବାକି ୪୦୯ ଟି ମାମଲାର ବିଚାର ଚାଲିଛି।  ପ୍ରାୟ ୮୯% ଅଭିଯୋଗର ସମାଧାନ ୧୦୦ ମିନିଟ୍ ସମୟ ସୀମା ମଧ୍ୟରେ ହୋଇଥିଲା, ଯାହାକୁ ଇସିଆଇ ଦୃଢ଼ତାର ସହ ଗ୍ରହଣ କରିଥିଲା।

ନିର୍ଦ୍ଧାରିତ ସମୟ କିମ୍ବା ଶବ୍ଦ ସ୍ତରଠାରୁ ଅଧିକ ଲାଉଡସ୍ପିକର ବ୍ୟବହାରରେ ନିର୍ବାଚନୀ ଦୁର୍ନୀତିକୁ ରୋକିବା, ନିଷିଦ୍ଧ ଅବଧିରେ ପ୍ରଚାର କରିବା, ବିନା ଅନୁମତିରେ ବ୍ୟାନର କିମ୍ବା ପୋଷ୍ଟର ଲଗାଇବା, ଅନୁମୋଦିତ ସୀମାଠାରୁ ଅଧିକ ଗାଡି ମୁତୟନ, ସମ୍ପତ୍ତି ବିକୃତି, ଅସ୍ତ୍ରଶସ୍ତ୍ର/ ଧମକ ଦେବା ଏବଂ ପ୍ରଲୋଭନ ରୋକିବାରେ ନାଗରିକମାନେ ଏହି ଆପ୍ ବ୍ୟବହାର କରିଛନ୍ତି।  ଶ୍ରେଣୀଭିତ୍ତିକ ଅଭିଯୋଗ ନିମ୍ନରେ ଦିଆଯାଇଛି:

ସିଭିଜିଲ୍ ହେଉଛି ଏକ ଉପଭୋକ୍ତା-ଅନୁକୂଳ ଏବଂ ପରିଚାଳନା କରିବାକୁ ସହଜ ଆପ୍ଲିକେସନ୍, ଯାହା ସଚେତନ ନାଗରିକମାନଙ୍କୁ ଜିଲ୍ଲା ନିୟନ୍ତ୍ରଣ କକ୍ଷ, ରିଟର୍ଣ୍ଣିଂ ଅଫିସର ଏବଂ ଫ୍ଲାଇଂ ସ୍କ୍ୱାଡ୍ ଟିମ୍ ସହିତ ସଂଯୋଗ କରେ। ଏହି ଆପ୍ ବ୍ୟବହାର କରି ନାଗରିକମାନେ କିଛି ମିନିଟ୍ ମଧ୍ୟରେ ଏବଂ ରିଟର୍ଣ୍ଣିଂ ଅଫିସରଙ୍କ କାର୍ଯ୍ୟାଳୟକୁ ନଯାଇ ରାଜନୈତିକ ଅସଦାଚରଣ ଘଟଣା ସମ୍ପର୍କରେ ତୁରନ୍ତ ରିପୋର୍ଟ କରିପାରିବେ। ସିଭିଜିଲ୍ ଆପ୍ ରେ ଅଭିଯୋଗ ପଠାଯିବା ମାତ୍ରେ ଅଭିଯୋଗକାରୀଙ୍କୁ ଏକ ୟୁନିକ୍ ଆଇଡି ମିଳିବ, ଯାହା ଜରିଆରେ ବ୍ୟକ୍ତି ଜଣକ ନିଜ ମୋବାଇଲରେ ଅଭିଯୋଗ ଟ୍ରାକ୍ କରିପାରିବେ।

ଏକା ସାଙ୍ଗରେ କାର୍ଯ୍ୟ କରୁଥିବା କାରକଗୁଡ଼ିକ ସିଭିଜିଲ୍‌ କୁ ସଫଳ କରିଥାଏ। ଉପଭୋକ୍ତାମାନେ ରିୟଲ ଟାଇମରେ ଅଡିଓ, ଫଟୋ କିମ୍ବା ଭିଡିଓ କ୍ୟାପ୍ଚର କରନ୍ତି ଏବଂ ଅଭିଯୋଗର ସମୟଭିତ୍ତିକ ପ୍ରତିକ୍ରିୟା ପାଇଁ “100 ମିନିଟ୍” କାଉଣ୍ଟଡାଉନ୍ ସୁନିଶ୍ଚିତ କରାଯାଏ । ଉଲ୍ଲଂଘନ ବିଷୟରେ ଜଣାଇବା ପାଇଁ ଉପଭୋକ୍ତା ସିଭିଜିଲରେ ସେମାନଙ୍କ କ୍ୟାମେରା ଅନ୍ କରିବା ମାତ୍ରେ ଏହି ଆପ୍ ସ୍ୱତଃସ୍ପୃତ ଭାବରେ ଏକ ଜିଓ-ଟ୍ୟାଗିଂ ଫିଚର୍ ସକ୍ଷମ କରିଥାଏ। ଏହାର ଅର୍ଥ ହେଉଛି ଫ୍ଲାଇଂ ସ୍କ୍ୱାଡ୍ ରିପୋର୍ଟ ହୋଇଥିବା ଉଲ୍ଲଂଘନର ସଠିକ ସ୍ଥାନ ଜାଣିପାରିବେ ଏବଂ ନାଗରିକଙ୍କ ଦ୍ୱାରା ଉଠା ହୋଇଥିବା ଫଟୋକୁ ଅଦାଲତରେ ପ୍ରମାଣ ଭାବରେ ବ୍ୟବହାର କରାଯାଇପାରିବ। ନାଗରିକମାନେ ବେନାମୀ ଭାବେ ମଧ୍ୟ ଅଭିଯୋଗ ଜଣାଇପାରିବେ। ଏହାର ଅପବ୍ୟବହାର ରୋକିବା ପାଇଁ ସିଭିଆଇଜିଆଇଏଲ୍ ଆପ୍ ରେ ଭୌଗୋଳିକ କଟକଣା, ରିପୋର୍ଟିଂ ରେ ସମୟ ସୀମା ଏବଂ ନକଲି କିମ୍ବା ଅଯଥା ଅଭିଯୋଗକୁ ଫିଲ୍ଟର କରିବାର ବ୍ୟବସ୍ଥା ସମେତ ଅନେକ ସୁରକ୍ଷା ବ୍ୟବସ୍ଥା ଅନ୍ତର୍ଭୁକ୍ତ କରାଯାଇଛି। ଟେକ୍ନୋଲୋଜିର ଉପଯୋଗ କରିବା ଏବଂ ଭୋଟର ତଥା ରାଜନୈତିକ ଦଳଗୁଡ଼ିକର ସୁବିଧା ପାଇଁ ଆୟୋଗ ଦ୍ୱାରା ନିର୍ମିତ ଆପ୍ ଗୁଡ଼ିକ ମଧ୍ୟରୁ ଏହି ଆପ୍ ଅନ୍ୟତମ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର

ପ୍ରଥମ ୪ଟି ପର୍ଯ୍ୟାୟରେ ୬୬.୯୫% ମତଦାନ: ଏପର୍ଯ୍ୟନ୍ତ ଭୋଟ୍ ଦେଇଛନ୍ତି ୪୫୧ ନିୟୁତ ଲୋକ

ନୂଆଦିଲ୍ଲୀ: ଯଦି ଆପଣଙ୍କୁ କ୍ରିକେଟ୍ କିମ୍ବଦନ୍ତୀ ତଥା ଇସିଆଇ ନେସନାଲ ଆଇକନ୍ ସଚିନ ତେନ୍ଦୁଲକରଙ୍କ ଫୋନ୍ ଆସେ, ତେବେ ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ, କାରଣ ଚଳିତ ଲୋକସଭା ନିର୍ବାଚନରେ ଭୋଟରମାନଙ୍କୁ ଭୋଟ୍ ଦେବାକୁ ସେ ନିବେଦନ କରୁଛନ୍ତି। ମତଦାନ ହାର ବଢ଼ାଇବା ଉଦ୍ଦେଶ୍ୟରେ ନିର୍ବାଚନ ଆୟୋଗ ଚଳିତ ନିର୍ବାଚନ ସମୟରେ ଭୋଟରଙ୍କୁ ମତଦାନ ପ୍ରତି ଆକୃଷ୍ଟ କରିବା ଏବଂ ଉତ୍ସାହିତ କରିବା ପାଇଁ ବିଭିନ୍ନ ପଦକ୍ଷେପ ଆରମ୍ଭ କରିଛନ୍ତି। ଚଳିତ ସାଧାରଣ ନିର୍ବାଚନର ପ୍ରଥମ ୪ଟି ପର୍ଯ୍ୟାୟରେ ପାଖାପାଖି ୪୫୧ ନିୟୁତ ଲୋକ ମତଦାନ କରିଥିବାରୁ ୨୦୨୪ ଲୋକସଭା ନିର୍ବାଚନରେ ଏପର୍ଯ୍ୟନ୍ତ ମତଦାନ କେନ୍ଦ୍ରରେ ପ୍ରାୟ ୬୬.୯୫% ମତଦାନ ହୋଇଛି।

ପ୍ରତ୍ୟେକ ଯୋଗ୍ୟ ମତଦାତାଙ୍କ ନିକଟରେ ପହଞ୍ଚିବା ପାଇଁ ଭାରତର ନିର୍ବାଚନ ଆୟୋଗ (ଇସିଆଇ) ଏହାର ଲକ୍ଷ୍ୟବଦ୍ଧ ହସ୍ତକ୍ଷେପ ବୃଦ୍ଧି କରିଛି। ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ରାଜୀବ କୁମାର, ନିର୍ବାଚନ ଆୟୁକ୍ତ (ଇସି) ଜ୍ଞାନେଶ କୁମାର ଏବଂ ସୁଖବୀର ସିଂ ସାନ୍ଧୁଙ୍କ ନେତୃତ୍ୱରେ ଆୟୋଗ ପଞ୍ଚମ, ଷଷ୍ଠ ଏବଂ ସପ୍ତମ ପର୍ଯ୍ୟାୟରେ ମତଦାନ ହେବାକୁ ଯାଉଥିବା ରାଜ୍ୟର ସିଇଓମାନଙ୍କୁ ସମସ୍ତ ଭୋଟରଙ୍କୁ ଠିକ୍ ସମୟରେ ଭୋଟର ସୂଚନା ସ୍ଲିପ୍ ବଣ୍ଟନ କରିବା ଏବଂ ପ୍ରଚାର କାର୍ଯ୍ୟକଳାପକୁ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଭୋଟର ସଚେତନତା କାର୍ଯ୍ୟକ୍ରମର ଅତ୍ୟାବଶ୍ୟକ ସ୍ତମ୍ଭ ହେଉଛି ସହଭାଗିତା ଓ ସହଯୋଗ ବୋଲି ଆୟୋଗ ଦୃଢ଼ ଭାବରେ ବିଶ୍ୱାସ କରନ୍ତି। ଆୟୋଗଙ୍କ ଅନୁରୋଧ କ୍ରମେ ବିଭିନ୍ନ ଅନୁଷ୍ଠାନ, ପ୍ରଭାବଶାଳୀ ବ୍ୟକ୍ତିବିଶେଷ ଓ ସେଲିବ୍ରିଟିମାନେ ଉତ୍ସାହର ସହ କାର୍ଯ୍ୟ କରୁଛନ୍ତି ବୋଲି ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର କହିଛନ୍ତି। ଏହାବ୍ୟତୀତ ଅଧିକ ମତଦାନ ହାର ରହିବା ଦ୍ୱାରା ଭାରତୀୟ ଭୋଟରଙ୍କ ଠାରୁ ଭାରତୀୟ ଗଣତନ୍ତ୍ରର ଶକ୍ତି ବିଷୟରେ ବିଶ୍ୱକୁ ବାର୍ତ୍ତା ଯିବ ବୋଲି ସେ କହିଛନ୍ତି। ଗଣତନ୍ତ୍ରର ପର୍ବରେ ଅଂଶଗ୍ରହଣ କରି ମତଦାନ ଦିବସକୁ ଛୁଟି ଦିନ ନୁହେଁ ବରଂ ଗର୍ବର ଦିନ ଭାବେ ଗ୍ରହଣ କରିବା ସହିତ ବିପୁଳ ସଂଖ୍ୟାରେ ମତଦାନ କରିବାକୁ ସିଇସି ସମସ୍ତ ଭୋଟରଙ୍କୁ ଅନୁରୋଧ କରିଛନ୍ତି।

ଅଂଶୀଦାରଙ୍କ ଦ୍ୱାରା କରାଯାଉଥିବା ବିଭିନ୍ନ ଭୋଟର ସଚେତନତା ଅଭିଯାନ ଏବଂ ଅଭିଯାନ ନିମ୍ନଲିଖିତ ଅଟେ:

୧- ଭାରତ ସଞ୍ଚାର ନିଗମ ଲିମିଟେଡ୍, ଭାରତୀ ଏୟାରଟେଲ ଲିମିଟେଡ୍, ଜିଓ ଟେଲିକମ୍ୟୁନିକେସନ୍, ଭୋଡାଫୋନ୍-ଆଇଡିଆ ଲିମିଟେଡ୍ ଭଳି ଦୂରସଞ୍ଚାର ସେବା ପ୍ରଦାନକାରୀମାନେ ସମ୍ପୃକ୍ତ ସଂସଦୀୟ ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ମୋବାଇଲ୍ ବ୍ୟବହାରକାରୀଙ୍କ ନିକଟରେ ପୁସ୍ ଏସ୍ଏମ୍ଏସ୍/ଫ୍ଲାସ୍ ଏସ୍ଏମ୍ଏସ୍, ମୋବାଇଲ୍ ବ୍ୟବହାରକାରୀଙ୍କୁ ଆଉଟ୍ବାଉଣ୍ଡ୍ ଡାଏଲିଂ କଲ୍, ଆର୍ସିଏସ୍ (ରିଚ୍ କମ୍ୟୁନିକେସନ୍ ସର୍ଭିସେସ୍) ମେସେଜିଂ ଏବଂ ହ୍ଵାଟ୍ସଆପ୍ ମେସେଜ୍/ଆଲର୍ଟ ମାଧ୍ୟମରେ ଯୋଗାଯୋଗ କରୁଛନ୍ତି । ମତଦାନର ଦୁଇ ତିନି ଦିନ ପୂର୍ବରୁ ଏବଂ ଏପରିକି ନିର୍ବାଚନ ଦିନ, ଆଞ୍ଚଳିକ ଭାଷାରେ ମତଦାନ ପାଇଁ ଆହ୍ୱାନ ଦେଇ ଏହି କାର୍ଯ୍ୟକଳାପ କରାଯାଏ।

୨- ଆଇପିଏଲ୍ ମ୍ୟାଚ୍ ସମୟରେ ଭୋଟର ସଚେତନତା: ଚଳିତ ଆଇପିଏଲ୍ ଋତୁରେ ଭୋଟର ସଚେତନତା କାର୍ଯ୍ୟକ୍ରମ ପାଇଁ ବିସିସିଆଇ ସହ ନିର୍ବାଚନ ଆୟୋଗ ସହଭାଗିତା ସ୍ଥାପନ କରିଛନ୍ତି। କ୍ରିକେଟ ମ୍ୟାଚ୍ ସମୟରେ ବିଭିନ୍ନ ଷ୍ଟାଡିୟମରେ ଭୋଟର ସଚେତନତା ବାର୍ତ୍ତା ଓ ଗୀତ ବଜାଯାଉଛି। ଏହି ଅଭିଯାନର ସବୁଠାରୁ ଅଭିନବ ଦିଗ ହେଉଛି କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ବିଭିନ୍ନ ସ୍ଥାନରେ ଆଇପିଏଲ ମ୍ୟାଚ୍ ଚାଲିଥିବା ସମୟରେ ଏକ ଭିଡିଓ ବାର୍ତ୍ତାରେ ଭୋଟରଙ୍କୁ ଶପଥ ପାଠ କରାଇବା। ଏହାବ୍ୟତୀତ ଭୋଟର ସଚେତନତା ବାର୍ତ୍ତାକୁ କ୍ରିକେଟ କମେଣ୍ଟ୍ରିରେ ସାମିଲ କରାଯାଇଛି। ୧୦ଟି ଆଇପିଏଲ୍ ଦଳର କ୍ରିକେଟରମାନେ ସେମାନଙ୍କ ଦ୍ୱାରା ରେକର୍ଡ ହୋଇଥିବା ଭୋଟର ସଚେତନତା ବାର୍ତ୍ତା ମାଧ୍ୟମରେ ଭୋଟରମାନଙ୍କୁ ଲୋକସଭା ନିର୍ବାଚନ ୨୦୨୪ରେ ଅଂଶଗ୍ରହଣ କରିବାକୁ ଉତ୍ସାହିତ କରିଛନ୍ତି।

୩- ସାଧାରଣ ନିର୍ବାଚନ ସମ୍ପର୍କରେ ଭୋଟରମାନଙ୍କୁ ଅବଗତ କରାଇବା ଏବଂ ଗଣତନ୍ତ୍ରର ପର୍ବରେ ଅଂଶଗ୍ରହଣ କରିବାକୁ ପ୍ରୋତ୍ସାହିତ କରିବା ପାଇଁ ସାରା ଭାରତରେ ସମସ୍ତ ଫେସବୁକ ବ୍ୟବହାରକାରୀଙ୍କୁ ମତଦାନ ଦିବସ ଆଲର୍ଟ ସୂଚନା ପଠାଯାଇଥିଲା।

୪- ମତଦାନ ଦିନ ହ୍ୱାଟସ୍ ଆପ୍ ବ୍ୟକ୍ତିଗତ ମେସେଜ୍ ଆରମ୍ଭ ହୋଇଛି  ଗୁଗଲ ଇଣ୍ଡିଆ ନିର୍ବାଚନ ଦିବସରେ ଗୁଗୁଲ ଡୁଡଲର ଆଇକନିକ ଫିଚର ଏବଂ ୟୁଟ୍ୟୁବ, ଗୁଗୁଲ ପେ ଏବଂ ଅନ୍ୟ ଗୁଗୁଲ ପ୍ଲାଟଫର୍ମରେ ଦେଖାଯାଉଥିବା ବ୍ୟାନର ମାଧ୍ୟମରେ ଯୋଗଦାନ କରୁଛି।

୫- ରିଟେଲ ଆସୋସିଏସନ ଅଫ୍ ଇଣ୍ଡିଆ ସେମାନଙ୍କ ରିଟେଲ ନେଟୱର୍କ ମାଧ୍ୟମରେ ଭୋଟର ସଚେତନତା କାର୍ଯ୍ୟକଳାପରେ ସକ୍ରିୟ ଭାବରେ ଜଡିତ ଅଛି, ଯେଉଁଥିରେ ଖୁଚୁରା ଶୃଙ୍ଖଳାଗୁଡ଼ିକୁ ନିର୍ବାଚନକୁ ପର୍ବ ଭାବରେ ପାଳନ କରିବାକୁ ଉତ୍ସାହିତ କରାଯାଉଛି।

୬- ଡାକଘର ଏବଂ ବ୍ୟାଙ୍କିଙ୍ଗ ଅନୁଷ୍ଠାନଗୁଡ଼ିକର ବିଶାଳ ନେଟୱାର୍କକୁ ଇସିଆଇ ଦ୍ୱାରା ଦେଶର କୋଣ ଅନୁକୋଣରେ ଏବଂ ବିବିଧ ଦର୍ଶକଙ୍କ ନିକଟରେ ବାର୍ତ୍ତା ପହଞ୍ଚାଇବା ପାଇଁ ବ୍ୟବହାର କରାଯାଇଥିଲା।

କ. ଡାକ ବିଭାଗରେ ୧.୬ ଲକ୍ଷରୁ ଅଧିକ ଡାକଘର, ୧୦୦୦ ଏଟିଏମ୍ ଏବଂ ୧୦୦୦ ଡିଜିଟାଲ୍ ସ୍କ୍ରିନ୍ ରହିଛି

ଖ. ସରକାରୀ ଓ ବେସରକାରୀ ବ୍ୟାଙ୍କିଂ ଅନୁଷ୍ଠାନରେ ୧.୬୩ ଲକ୍ଷରୁ ଅଧିକ ବ୍ୟାଙ୍କ ଶାଖା ଏବଂ ୨.୨ ଲକ୍ଷ ଏଟିଏମ୍ ରହିଛି।

୭- ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ସହଯୋଗରେ ସଂସଦୀୟ ନିର୍ବାଚନ ପ୍ରଚାର ଲୋଗୋ ‘‘ଚୁନାବ କା ପର୍ବ, ଦେଶ କା ଗର୍ବ’’ କୁ ଆଇଆରସିଟିସି ପୋର୍ଟାଲ ଏବଂ ଟିକେଟ ସହିତ ସଂଯୁକ୍ତ କରାଯାଇଛି।

୮- ସମସ୍ତ ରେଳ ଷ୍ଟେସନରେ ପବ୍ଲିକ ଆଡ୍ରେସ୍ ସିଷ୍ଟମରେ ଭୋଟର ସଚେତନତା ଘୋଷଣାକୁ ସମନ୍ୱିତ କରାଯାଇଛି। ସୁପରଫାଷ୍ଟ ଟ୍ରେନ୍ ର କୋଚ୍ ରେ ଲୋଗୋ ଷ୍ଟିକର ବ୍ୟବହାର କରାଯାଏ।

୯- ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ସହଯୋଗରେ ପ୍ରାୟ ୧୬ ହଜାର ଖୁଚୁରା ଦୋକାନରେ ଭୋଟର ସଚେତନତା ଉପରେ ହୋର୍ଡିଂ ଲଗାଯାଇଛି।

୧୦- ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସହଯୋଗରେ ଏୟାରଲାଇନ୍ସ ଗୁଡ଼ିକ ଆଗାମୀ ନିର୍ବାଚନରେ ଅଂଶଗ୍ରହଣ କରିବା ପାଇଁ ଏକ ନିବେଦନ ବାର୍ତ୍ତା ସହ ଏକ ଅନଫ୍ଲାଇଟ୍ ଘୋଷଣା କରୁଛନ୍ତି। ବିମାନ ସିଟ୍ ପକେଟରେ ଭୋଟର ଗାଇଡ ରଖାଯାଉଛି। ଏହାବ୍ୟତୀତ ଅନେକ ବିମାନବନ୍ଦରରେ ଭୋଟର ସଚେତନତା ବାର୍ତ୍ତା ପ୍ରଦର୍ଶିତ କରିବା ପାଇଁ ସ୍ଥାନ ଯୋଗାଇ ଦିଆଯାଉଛି। ଦିଲ୍ଲୀ, ମୁମ୍ବାଇ, କୋଲକାତା, ବେଙ୍ଗାଲୁରୁ, ହାଇଦ୍ରାବାଦ, ଅହମ୍ମଦାବାଦ, ଲକ୍ଷ୍ନୌ, ପାଟନା, ଚଣ୍ଡିଗଡ଼, ପୁଣେ ଭଳି ୧୦ଟି ପ୍ରମୁଖ ସହରର ବିମାନବନ୍ଦରରେ ସେଲ୍ଫି ପଏଣ୍ଟ ଲଗାଯାଇଛି।

୧୧- ଜନ ସେବା ସଚେତନତା (ପିଏସ୍ଏ) ଫିଲ୍ମର ଅଂଶବିଶେଷ ଭାବରେ ଦେଶର ସିନେମା ପ୍ରେକ୍ଷାଳୟଗୁଡ଼ିକ ନିୟମିତ ବ୍ୟବଧାନରେ ଇସିଆଇ ଭୋଟର ସଚେତନତା ଚଳଚ୍ଚିତ୍ର ଏବଂ ଇସିଆଇ ଗୀତ – ମେ ଭାରତ ହୁଁ, ହମ୍ ଭାରତ କେ ମତଦାତା ହୈ ପ୍ରସାରଣ କରାଯାଉଛି।

୧୨- ସଂସଦ ଟିଭି ଦେଶର ଦୁର୍ଗମ କୋଣଅନୁକୋଣରେ ସ୍ଥାପିତ ଅଭିନବ ମତଦାନ କେନ୍ଦ୍ର ଉପରେ ନିର୍ବାଚନ ଯନ୍ତ୍ର ଦ୍ୱାରା କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରୁଛି ଏବଂ ଶେଷ ମାଇଲରେ ମତଦାନ ସୁନିଶ୍ଚିତ କରିବାରେ ରହିଥିବା ଆହ୍ୱାନକୁ ପ୍ରଦର୍ଶିତ କରୁଛି।

୧୩- ଅମୂଲ, ମଦର ଡାଏରୀ ଏବଂ ଅନ୍ୟ ଦୁଗ୍ଧ ସମବାୟ ସଂସ୍ଥାମାନେ ‘ଚୁନାବ୍ କା ପର୍ବ, ଦେଶ କା ଗର୍ବ’ ବାର୍ତ୍ତା ଦେଇ ସେମାନଙ୍କ ଦୁଗ୍ଧ ପ୍ୟାକେଟର ବ୍ରାଣ୍ଡିଂ ଆରମ୍ଭ କରିଛନ୍ତି ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ଭୋଟରମାନଙ୍କୁ ଉତ୍ସାହିତ କରୁଛନ୍ତି। ଖବରକାଗଜରେ ଅମୁଲ ଗର୍ଲ ମଧ୍ୟ ଟପିକାଲ ବିଜ୍ଞାପନ ମାଧ୍ୟମରେ ନିଜର ନିଆରା ବାର୍ତ୍ତା ଦେଇ ଭୋଟରଙ୍କୁ ଉତ୍ସାହିତ କରୁଛି।

୧୪- ପ୍ରସାର ଭାରତୀ: ଦୂରଦର୍ଶନ ଭାରତର ମାନ୍ୟବର ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନ ବିଚାରପତିଙ୍କ ଭଳି ସାମ୍ବିଧାନିକ ପଦାଧିକାରୀଙ୍କ ଆବେଦନ ସମେତ ବିଭିନ୍ନ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରିଛି। ଏହାବ୍ୟତୀତ ଅଡିଓ ଭିଜୁଆଲ ଡକ୍ୟୁମେଣ୍ଟେସନ୍ ପାଇଁ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ସ୍ୱତନ୍ତ୍ର ମତଦାନ କେନ୍ଦ୍ରଗୁଡ଼ିକୁ ଅନ୍ତର୍ଭୁକ୍ତ କରାଯାଉଛି।

୧୫- ମ୍ୟୁଜିକ୍ ଆପ୍ ସ୍ପୋଟିଫାଇ ଏକ ଅଭିଯାନ ‘ପ୍ଲେ ୟୋର୍ ପାର୍ଟ’ ଚଳାଇଛି ଏବଂ ସେମାନେ ନିଜ ଆପ୍ ରେ ନିର୍ବାଚନ ପାଇଁ ପ୍ରିଣ୍ଟ ବିଜ୍ଞାପନ ଜାରି କରିଛନ୍ତି ଏବଂ ପ୍ଲେଲିଷ୍ଟଗୁଡ଼ିକୁ କ୍ୟୁରେଟ୍ କରିଛନ୍ତି।

୧୬- ବାଇକ୍ ଆପ୍ ରାପିଡୋ ଭୋଟରଙ୍କୁ ମାଗଣାରେ ଭୋଟ ଦେବା ପାଇଁ ଉତ୍ସାହିତ କରୁଛି।

୧୭- ପେମେଣ୍ଟ୍ ଆପ୍ ଫୋନ୍ ପେ ସେମାନଙ୍କ ଆପ୍ ରେ ଭୋଟର ସଚେତନତା ବାର୍ତ୍ତାକୁ ସମନ୍ୱିତ କରିଛି ଏବଂ ଭୋଟରମାନଙ୍କୁ ସକ୍ରିୟ ଭାବରେ ଉତ୍ସାହିତ କରୁଛି।

୧୮- ଗ୍ରୋସରୀ ଆପ୍ ବ୍ଲିଙ୍କିଟ୍ ଏହାର ଲୋଗୋକୁ ନିର୍ବାଚନ ପାଇଁ ‘‘ଇନକିଟ୍’’ ରେ ପରିବର୍ତ୍ତନ କରିଛି, ଯେଉଁଥିରେ ଲୋକଙ୍କୁ ଟ୍ୟାଗ୍ ଲାଇନ୍ ଭାବରେ ‘‘ବାହାରକୁ ଯାଆନ୍ତୁ ଏବଂ ଭୋଟ୍ ଦିଅନ୍ତୁ’’ ପାଇଁ ଉତ୍ସାହିତ କରୁଥିବା ଏକ ବାର୍ତ୍ତା ଅନ୍ତର୍ଭୁକ୍ତ କରାଯାଇଛି।

୧୯- ଭୋଟରଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ବୁକ୍ ମାଇଁ ଶୋ ପକ୍ଷରୁ ‘ଆଜ ପିକ୍ଚର ନହିଁ, ବିଗ୍ ପିକ୍ଚର ଦେଖୋ’ ନାମରେ ଏକ ସମନ୍ୱିତ ଅଭିଯାନ ଆରମ୍ଭ କରାଯାଇଛି।

୨୦- ମେକ୍ ମାଇ ଟ୍ରିପ୍ ପକ୍ଷରୁ ‘ମାଇ ଭୋଟ୍ ଓ୍ଵାଲା ଟ୍ରିପ୍’ ନାମରେ ଏକ ଅଭିଯାନ ଚାଲିଛି, ଯେଉଁଥିରେ ମତଦାନ ପାଇଁ ଯାଉଥିବା ନାଗରିକମାନଙ୍କୁ ରିହାତି ପ୍ରଦାନ କରାଯାଉଛି।

୨୧- ଜୋମାଟୋ ଏବଂ ସ୍ୱିଗି ଭଳି ଫୁଡ୍ ଡେଲିଭରି ପ୍ଲାଟଫର୍ମ ସେମାନଙ୍କ ପ୍ଲାଟଫର୍ମ ଏବଂ ସୋସିଆଲ ମିଡିଆ କାର୍ଯ୍ୟକଳାପ ମାଧ୍ୟମରେ ଭୋଟର ସଚେତନତା ବାର୍ତ୍ତା ପ୍ରଚାର କରୁଛନ୍ତି।

୨୨- ଏକ ସାମଗ୍ରିକ ଉପଭୋକ୍ତା ମୋବାଇଲ୍ ଆପ୍ ଭାବେ କାର୍ଯ୍ୟ କରୁଥିବା ଟାଟା ଗ୍ରୁପ୍ ର ଟାଟା ନ୍ୟୁ ଆପ୍ ମଧ୍ୟ ଏହାର ହୋମ୍ ପେଜ୍ ରେ ‘କାଷ୍ଟ ୟୋର୍ ଭୋଟ୍’ ଆନିମେଟେଡ୍ ବ୍ୟାନର ରଖିଛି।

୨୩- ଉବେର ଇଣ୍ଡିଆ ମଲ୍ଟି-ଚ୍ୟାନେଲ ମେସେଜିଂ (ଇନ୍-ଆପ୍, ଇମେଲ୍, ପୁସ୍ ନୋଟିଫିକେସନ୍) ମାଧ୍ୟମରେ ଭୋଟରଙ୍କ ନିକଟରେ ପହଞ୍ଚିବା, ମତଦାନ କେନ୍ଦ୍ରକୁ ଯାତ୍ରା ପାଇଁ ରିହାତି ପ୍ରଦାନ କରିବା ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭୋଟର ସଚେତନତା ବାର୍ତ୍ତା ବୃଦ୍ଧି କରିବା ମାଧ୍ୟମରେ ଭୋଟରଙ୍କ ନିକଟରେ ପହଞ୍ଚୁଛି।

୨୪- ଭୋଟରଙ୍କୁ ଉତ୍ସାହିତ କରିବା ପାଇଁ ଅର୍ବାନ କମ୍ପାନୀ ‘ଆଇ ହାଭ୍ ଭୋଟେଡ୍’ କ୍ୟାମ୍ପେନ୍ ଆରମ୍ଭ କରିଛି।

୨୫- ଟ୍ରୁ-କଲର ମଧ୍ୟ ଆଉଟ୍ ବାଉଣ୍ଡ୍ କଲ୍ ସମୟରେ ଭୋଟର ସଚେତନତା ବାର୍ତ୍ତା ପ୍ରଦର୍ଶନ କରି ଏହାର ରୂପରେଖକୁ ବଢ଼ାଉଛି।

୨୬- ଅନ୍ୟ କେତେକ ସ୍ୱାଧୀନ ପଦକ୍ଷେପ ହେଉଛି ମ୍ୟାନକାଇଣ୍ଡ ଫାର୍ମାର #VotingVirgin (ଭୋଟିଂ ଭର୍ଜିନ୍) ଅଭିଯାନ, ପୋଷାକ ବ୍ରାଣ୍ଡ ନିରୁ ର ‘‘ଭୋଟ୍ କି ତୈୟାରୀ’’ ଟିଭିସି, ଟିଣ୍ଡରର ‘‘ଏଭରି ସିଙ୍ଗଲ ଭୋଟ୍ କାଉଣ୍ଟସ୍” ଅଭିଯାନ, ଜୀବନସାଥୀ ଡକ୍ଟକମ୍ ଆଦି ବୈବାହିକ ସାଇଟ୍ ଦ୍ୱାରା ସୃଜନଶୀଳ ଭାବରେ ପ୍ରସ୍ତୁତ ସୋସିଆଲ ମିଡିଆ ପୋଷ୍ଟ ଏବଂ ଶପର୍ସ ଷ୍ଟପ୍, ମେକ୍ ମାଇ ଟ୍ରିପ୍, କ୍ରୋମା ଭଳି ଲୋକପ୍ରିୟ ବ୍ରାଣ୍ଡ ଦ୍ୱାରା ମତଦାନ ପାଇଁ ରିହାତି ଆଦି ଜାରି ରହିଛି।

Categories
ଆଜିର ଖବର ଜାତୀୟ ଖବର

ରାତି ୮ଟା ସୁଦ୍ଧା ୬୨.୮୪% ମତଦାନ; ରାତି ୧୧ଟା ୪୫ରେ ସୁଦ୍ଧା ଆସିବ ଆଉ ଏକ ଅପଡେଟ୍

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ଆଜି ଦେଶର ୯୬ଟି ସଂସଦୀୟ କ୍ଷେତ୍ରରେ ମତଦାନ ଅନୁଷ୍ଠିତ ହୋଇଯାଇଛି । ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହୋଇଥିଲା। ରାତି ୮ଟା ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ ଏହି ପର୍ଯ୍ୟାୟରେ ୬୨.୮୪% ମତଦାନ ହୋଇଛି। ସନ୍ଧ୍ୟା ୬ଟାରେ ମତଦାନ ବନ୍ଦ ହୋଇଯାଇଥିଲା, କିନ୍ତୁ କେତେକ ମତଦାନ କେନ୍ଦ୍ରରେ ଆହୁରି ଭୋଟର୍ମାନେ ଭୋଟ୍ ଦେବା ଲାଗି ଧାଡ଼ିରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା।

ଅପଡେଟ୍ ହୋଇଥିବା ମତଦାନ ହାର ତଥ୍ୟ ଏବେ ବି ଅସ୍ଥାୟୀ ରହିଛି ଏବଂ ଏହା ଇସିଆଇର ଭୋଟର ଟର୍ନଆଉଟ୍ ଆପ୍ ରେ ଉପଲବ୍ଧ ହେବ। ଏଥିରୁ ରାଜ୍ୟ/ସଂସଦୀୟ କ୍ଷେତ୍ର/ବିଧାନସଭା ନିର୍ବାଚନ ମଣ୍ଡଳୀ ଭିତ୍ତିକ ତଥ୍ୟ ବ୍ୟତୀତ ପର୍ଯ୍ୟାୟଭିତ୍ତିକ ତଥ୍ୟ ମଧ୍ୟ ମିଳିବ। ଏହାବ୍ୟତୀତ ହିତାଧିକାରୀଙ୍କ ସୁବିଧା ପାଇଁ ଆୟୋଗ ଆଉ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରିବେ, ଯେଉଁଥିରେ ୨୩୪୫ ଘଣ୍ଟାରେ ମତଦାନ ତଥ୍ୟ ରହିବ।

ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟଭିତ୍ତିକ ଆନୁମାନିକ ମତଦାନ ହାର (ରାତି ୮ଟା ସୁଦ୍ଧା)

କ୍ରଂନଂ- ରାଜ୍ୟ/ କେନ୍ଦ୍ରଶାସିତ ଅଞ୍ଚଳ- ସଂସଦୀୟ କ୍ଷେତ୍ର ସଂଖ୍ୟା- ସଦ୍ୟତମ ମତଦାନ ହାର %

1- ଆନ୍ଧ୍ରପ୍ରଦେଶ- 25- 68.12
2- ବିହାର- 5- 55.90
3- ଜମ୍ମୁ-କଶ୍ମୀର- 1- 36.58
4- ଝାଡ଼ଖଣ୍ଡ- 4- 63.37
5- ମଧ୍ୟପ୍ରଦେଶ- 8- 68.63
6- ମହାରାଷ୍ଟ୍ର- 1-1 52.75
7- ଓଡ଼ିଶା- 4- 63.85
8- ତେଲେଙ୍ଗାନା- 17- 61.39
9- ଉତ୍ତର ପ୍ରଦେଶ- 13- 57.88
10- ପଶ୍ଚିମବଙ୍ଗ- 8- 75.94

୧୦ରୁ ଅଧିକ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ (୯୬ ସଂସଦୀୟ କ୍ଷେତ୍ର) 96 62

ସୁରୁଖୁରୁରେ ଓ ଶାନ୍ତିଶୃଙ୍ଖଳାର ସହ ମତଦାନ ସମ୍ପନ୍ନ ହୋଇଥିଲା। ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାରଙ୍କ ନେତୃତ୍ୱରେ ଏବଂ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର ଏବଂ ସୁଖବୀର ସିଂ ସାନ୍ଧୁଙ୍କ ସହଯୋଗରେ ଆୟୋଗ ସମସ୍ତ ପର୍ଯ୍ୟାୟରେ ନିର୍ବାଚନ ପ୍ରକ୍ରିୟାର ପ୍ରତ୍ୟେକ ଦିଗ ଉପରେ ନିୟମିତ ତୀକ୍ଷ୍ଣ ନଜର ରଖିଥିଲେ ଏବଂ ଆବଶ୍ୟକ ସ୍ଥଳେ ଆବଶ୍ୟକ ନିର୍ଦ୍ଦେଶ ନାମା ଜାରି କରିଥିଲେ । କଠୋର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇ ଭୋଟରଙ୍କ ପାଇଁ ବିନା ଭୟରେ କିମ୍ବା ଧମକରେ ମତଦାନ କରିବା ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରାଯାଇଥିଲା। ଚତୁର୍ଥ ପର୍ଯ୍ୟାୟ ମତଦାନ ଶେଷ ହେବା ପରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୩ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଓ ୩୭୯ଟି ସଂସଦୀୟ କ୍ଷେତ୍ର ରେ ମତଦାନ ସରିଛି। ଅରୁଣାଚଳ ପ୍ରଦେଶ, ସିକ୍କିମ, ଆନ୍ଧ୍ରପ୍ରଦେଶର ସମସ୍ତ ବିଧାନସଭା ଆସନ ଏବଂ ଓଡ଼ିଶାର ୨୮ଟି ବିଧାନସଭା ଆସନ ପାଇଁ ସାଧାରଣ ନିର୍ବାଚନରେ ମତଦାନ ଶେଷ ହୋଇଛି।

କାଶ୍ମୀର ଉପତ୍ୟକାରେ ଆଜି ଶ୍ରୀନଗର ସଂସଦୀୟ କ୍ଷେତ୍ର ପାଇଁ ମତଦାନ ହୋଇଥିଲା। ପର୍ଯ୍ୟାପ୍ତ ସୁରକ୍ଷା ମଧ୍ୟରେ ଭୋଟରମାନେ ଶ୍ରୀନଗରର ବିଭିନ୍ନ ମତଦାନ କେନ୍ଦ୍ରରେ ଶାନ୍ତିଶୃଙ୍ଖଳାର ସହ ଧାଡ଼ି ବାନ୍ଧି ଭୋଟ୍ ଦେଉଥିବା ଦେଖିବାକୁ ମିଳିଥିଲା। ତେଲଙ୍ଗାନାର ୧୭ଟି ସଂସଦୀୟ ନିର୍ବାଚନ ମଣ୍ଡଳୀର କେତେକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ସମୟ (ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ) ବୃଦ୍ଧି କରାଯାଇ ଭୋଟରଙ୍କ ଭାଗିଦାରୀ ବୃଦ୍ଧି କରାଯାଇଥିଲା।

ସ୍ୱଚ୍ଛତା ବଢ଼ାଇବା ପାଇଁ ଏବେ ଭୋଟର ଟର୍ନଆଉଟ୍ ଆପକୁ ଅପଗ୍ରେଡ୍ କରାଯାଇଛି, ଯାହା ଦ୍ୱାରା ଆପ୍ ର ଆଣ୍ଡ୍ରଏଡ୍ ବ୍ୟବହାରକାରୀମାନେ ସ୍କ୍ରିନ୍ ସଟ୍ ନେଇପାରିବେ। ଭୋଟର ଟର୍ନଆଉଟ୍ ଆପରେ ରାଜ୍ୟଭିତ୍ତିକ ସାମଗ୍ରିକ ମତଦାନ ଦେଖାଇବା ଏବଂ ପର୍ଯ୍ୟାୟକ୍ରମେ ଭୋଟରଙ୍କ ତଥ୍ୟ ଜାରି କରିବା ସମେତ ଆୟୋଗ ଗ୍ରହଣ କରିଥିବା ସ୍ୱଚ୍ଛତା ପଦକ୍ଷେପ ବ୍ୟତୀତ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।

ନିର୍ଦ୍ଧାରିତ ପ୍ରକ୍ରିୟା ଅନୁଯାୟୀ ମତଦାନ ଦିନର ଗୋଟିଏ ଦିନ ପରେ ପ୍ରାର୍ଥୀ କିମ୍ବା ସେମାନଙ୍କ ଅଧିକାରପ୍ରାପ୍ତ ପୋଲିଂ ଏଜେଣ୍ଟଙ୍କ ଉପସ୍ଥିତିରେ ନିର୍ବାଚନ କାଗଜପତ୍ର ଯାଞ୍ଚ କରାଯାଇଥାଏ। ଏହାପରେ ଯଦି ପୁନଃ ମତଦାନ ହେବ, ତା’ହେଲେ ମଧ୍ୟ ଏହି ନିଷ୍ପତ୍ତି ନିଆଯାଇଥାଏ।

ଭୌଗୋଳିକ/ ଲଜିଷ୍ଟିକ ପରିସ୍ଥିତି ଉପରେ ନିର୍ଭର କରି କିଛି ପୋଲିଂ ଦଳ ମତଦାନ ଦିନର ପରବର୍ତ୍ତୀ ଦିନରେ ଫେରିଥାଆନ୍ତି । ଯାଞ୍ଚ ପରେ ଏବଂ ପୁନଃମତଦାନ ସଂଖ୍ୟା/ କାର୍ଯ୍ୟସୂଚୀ ଉପରେ ନିର୍ଭର କରି ଆୟୋଗ ୧୭.୫.୨୦୨୪ ସୁଦ୍ଧା ଲିଙ୍ଗଭିତ୍ତିକ ବିଭାଜନ ସହିତ ଅପଡେଟ୍ ହୋଇଥିବା ମତଦାନ ହାର ପ୍ରକାଶ କରିବେ।

ପାଗ ମୁଖ୍ୟତଃ ଅନୁକୂଳ ଥିଲା ଏବଂ ଗ୍ରୀଷ୍ମ ପ୍ରବାହ ଭଳି କୌଣସି ଉଲ୍ଲେଖନୀୟ ପରିସ୍ଥିତି ନଥିଲା । ଭୋଟରମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ ଏବଂ ଚତୁର୍ଥ ପର୍ଯ୍ୟାୟରେ ମତଦାନ ହୋଇଥିବା ୧୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଉଜ୍ଜ୍ୱଳ ନୀଳରୁ ମେଘୁଆ ଆକାଶ ତଳେ ମତଦାନ ହେଉଥିବାର ଦୃଶ୍ୟ ସାମ୍ନାକୁ ଆସିଥିଲା। ଏହି ପର୍ଯ୍ୟାୟରେ ଆନ୍ଧ୍ରପ୍ରଦେଶ, ବିହାର, ଜମ୍ମୁ-କଶ୍ମୀର, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା, ତେଲଙ୍ଗାନା, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗରେ ମତଦାନ ହୋଇଥିଲା। ଏହି ପର୍ଯ୍ୟାୟରେ ମୋଟ ୧୭୧୭ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ।

ନିର୍ବାଚନ ଦିନର ହାଇ ରିଜୋଲ୍ୟୁସନ ଫଟୋ ଏଠାରେ ଦେଖିବାକୁ ମିଳିବ: https://www.eci.gov.in/ge-2024-photogallery । ଏକ ଦୁର୍ଭାଗ୍ୟଜନକ ଘଟଣାକ୍ରମରେ ତେଲଙ୍ଗାନାର ଚମ୍ପାପେଟରେ ଡ୍ୟୁଟି ସମୟରେ ଜଣେ ପୋଲିଂ ଅଫିସରଙ୍କ ମୃତ୍ୟୁ ଘଟିଛି। ଏହି ଦୁଃଖଦ ମୃତ୍ୟୁକୁ ତୁରନ୍ତ ଗ୍ରହଣ କରି ଆୟୋଗ ମୃତ ପୋଲିଂ ଅଫିସରଙ୍କ ପରିବାରକୁ ତୁରନ୍ତ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରିବାକୁ ତେଲଙ୍ଗାନା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଉତ୍ତର ପ୍ରଦେଶର ବାହରାଇଚ୍ର ଏକ ମତଦାନ କେନ୍ଦ୍ରରେ ପାରମ୍ପରିକ ପୋଷାକ ପିନ୍ଧିଥିବା ଥାରୁ ଜନଜାତିର ମତଦାତାମାନେ।

ପରବର୍ତ୍ତୀ ଅର୍ଥାତ୍ ପଞ୍ଚମ ପର୍ଯ୍ୟାୟ ମତଦାନ ଆସନ୍ତା ୨୦ ମଇ, ୨୦୨୪ରେ ୮ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ୪୯ଟି ସଂସଦୀୟ କ୍ଷେତ୍ରରେ ଅନୁଷ୍ଠିତ ହେବ।

Categories
ଆଜିର ଖବର ଜାତୀୟ ଖବର

୨୦୨୪ ସାଧାରଣ ନିର୍ବାଚନ: ଜାଣନ୍ତୁ ପ୍ରଥମ ଦୁଇଟି ପର୍ଯ୍ୟାୟରେ କେତେ ପ୍ରତିଶତ ହେଲା ମତଦାନ

ନୂଆଦିଲ୍ଲୀ: ଚଳିତ ସାଧାରଣ ନିର୍ବାଚନ ୨୦୨୪ରେ ୧୦୨ଟି ସଂସଦୀୟ କ୍ଷେତ୍ର ପାଇଁ ପ୍ରଥମ ପର୍ଯ୍ୟାୟରେ ୬୬.୧୪% ଓ ଦ୍ୱିତୀୟ ପର୍ଯ୍ୟାୟରେ ୮୮ଟି ସଂସଦୀୟ କ୍ଷେତ୍ର ପାଇଁ ୬୬.୭୧% ମତଦାନ ହୋଇଛି। ଦୁଇଟି ପର୍ଯ୍ୟାୟ ପାଇଁ ଲିଙ୍ଗ ଆଧାରିତମତଦାନ ହାର ତଥ୍ୟ ନିମ୍ନରେ ଦିଆଯାଇଛି:

ପର୍ଯ୍ୟାୟ ପୁରୁଷ ମତଦାନହାର ମହିଳାଙ୍କ ମତଦାନ ହାର ତୃତୀୟ ଲିଙ୍ଗୀମତଦାନ ହାର ସାମଗ୍ରିକ ମତଦାନ ହାର
ପ୍ରଥମ ପର୍ଯ୍ୟାୟ ୬୬.୨୨% ୬୬.୦୭% ୩୧.୩୨% ୬୬.୧୪%
ଦ୍ୱିତୀୟ ପର୍ଯ୍ୟାୟ ୬୬.୯୯% ୬୬.୪୨% ୨୩.୮୬% ୬୬.୭୧%

 

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର

ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ: ୮୮ ଲୋକସଭା ଆସନ ପାଇଁ ଭୋଟ ଦେବେ ୧୬ କୋଟିରୁ ଅଧିକ ମତଦାତା

ନୂଆଦିଲ୍ଲୀ: ଆଜି ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ପ୍ରସ୍ତୁତି ଚୂଡ଼ାନ୍ତ କରିଛନ୍ତି। ମତଦାନ ଦିନ ପାଣିପାଗ ସ୍ୱାଭାବିକ ରହିବ ବୋଲି ପୂର୍ବାନୁମାନ କରାଯାଇଥିବାରୁ ଭୋଟରମାନେ ଆରାମରେ ଭୋଟ୍ ଦେଇପାରିବେ। ଭୋଟରଙ୍କ ସୁବିଧା ପାଇଁ ସମସ୍ତ ମତଦାନ କେନ୍ଦ୍ରରେ ଖରା ଓ ଗରମ ମୁକାବିଲା କରିବାର ସୁବିଧା ସମେତ ସମସ୍ତ ବ୍ୟାପକ ବ୍ୟବସ୍ଥା କରାଯାଇଛି।

୧୩ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଲୋକସଭା ଆସନପାଇଁ ମତଦାନ ହେବ। ସୂଚନାଯୋଗ୍ୟ, ବହୁଜନ ସମାଜ ପାର୍ଟିର ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ ମଧ୍ୟପ୍ରଦେଶର ୨୯-ବେତୁଲ ଲୋକସଭା ଆସନ ପାଇଁ ତୃତୀୟ ପର୍ଯ୍ୟାୟରେ ମତଦାନ ସ୍ଥଗିତ ରଖାଯାଇଥିଲା। ଅବଶିଷ୍ଟ ୫ଟି ପର୍ଯ୍ୟାୟ ମତଦାନ ଜୁନ୍ ପହିଲା ପର୍ଯ୍ୟନ୍ତ ଚାଲିବ ଏବଂ ଜୁନ୍ ୪ତାରିଖରେ ଭୋଟ୍ ଗଣତି ହେବ। ଏପ୍ରିଲ ୧୯ ତାରିଖରେ ପ୍ରଥମ ପର୍ଯ୍ୟାୟର ୧୦୨ଟି ଆସନ ପାଇଁ ସୁରୁଖୁରୁରେ ଓ ଶାନ୍ତିପୂର୍ଣ୍ଣ ଢଙ୍ଗରେ ମତଦାନ ଶେଷ ହୋଇଥିଲା।

ମତଦାନ କେନ୍ଦ୍ରକୁ ଅଧିକ ସଂଖ୍ୟାରେ ଆସି ଦାୟିତ୍ୱ ଓ ଗର୍ବର ସହ ମତଦାନ କରିବାକୁ ନିର୍ବାଚନ ଆୟୋଗ ମତଦାତାଙ୍କୁ ଆହ୍ୱାନ ଦେଇଛନ୍ତି।

ଦ୍ୱିତୀୟ ପର୍ଯ୍ୟାୟ ତଥ୍ୟ

୨୦୨୪ ସାଧାରଣ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଅର୍ଥାତ୍ ୨୬ ଏପ୍ରିଲ, ୨୦୨୪ରେ ୧୩ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ସଂସଦୀୟ କ୍ଷେତ୍ର (ସାଧାରଣ- ୭୩; ଏସଟି- ୬; ଏସସି-୯) ପାଇଁ ମତଦାନ ହେବ। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ଟାରେ ଶେଷ ହେବ (ନିର୍ବାଚନ ସମୟ ସଂସଦୀୟ କ୍ଷେତ୍ର ଅନୁଯାୟୀ ଭିନ୍ନ ହୋଇପାରେ)

ବିହାରର ବାଙ୍କା, ମାଧେପୁରା, ଖଗରିଆ ଓ ମୁଙ୍ଗେର ନିର୍ବାଚନ ମଣ୍ଡଳୀର ଅନେକ ମତଦାନ କେନ୍ଦ୍ରରେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ସମୟ ବୃଦ୍ଧି କରାଯାଇଛି।

୧.୬୭ ଲକ୍ଷ ମତଦାନ କେନ୍ଦ୍ରରେ ୧୫.୮୮ କୋଟିରୁ ଅଧିକ ଭୋଟରଙ୍କୁ ସ୍ୱାଗତ କରିବେ ୧୬ ଲକ୍ଷରୁ ଅଧିକ ମତଦାନ ଅଧିକାରୀ

ଭୋଟରଙ୍କ ମଧ୍ୟରେ ୮.୦୮ କୋଟି ପୁରୁଷ, ୭.୮ କୋଟି ମହିଳା ଓ ୫୯୨୯ ତୃତୀୟ ଲିଙ୍ଗୀ ଭୋଟର ରହିଛନ୍ତି।

ପ୍ରଥମ ଥର ପାଇଁ ୩୪.୮ ଲକ୍ଷ ଭୋଟର ମତଦାନ ପାଇଁ ପଞ୍ଜୀକୃତ ହୋଇଛନ୍ତି। ଏହାବ୍ୟତୀତ ୨୦ରୁ ୨୯ ବର୍ଷ ବୟସର ୩.୨୮କୋଟି ଯୁବ ଭୋଟର ଅଛନ୍ତି।

୧୨୦୨ ପ୍ରାର୍ଥୀ (ପୁରୁଷ – ୧୦୯୮; ମହିଳା-୧୦୨; ତୃତୀୟ ଲିଙ୍ଗୀ – ୦୨) ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି।

୮୫ ବର୍ଷରୁ ଅଧିକ ବୟସ୍କ ୧୪.୭୮ ଲକ୍ଷ ପଞ୍ଜୀକୃତ ମତଦାତା ଥିବା ବେଳେ ୧୦୦ ବର୍ଷରୁ ଅଧିକ ବୟସର ୪୨,୨୨୬ ଭୋଟର ଏବଂ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୧୪.୭ ଲକ୍ଷ ଦିବ୍ୟାଙ୍ଗ ଭୋଟର ଅଛନ୍ତି ଯେଉଁମାନଙ୍କୁ ଘରେ ବସି ଭୋଟ ଦେବାର ବିକଳ୍ପ ପ୍ରଦାନ କରାଯାଇଛି। ବିକଳ୍ପ ହୋମ୍ ଭୋଟିଂ ସୁବିଧାକୁ ପୂର୍ବରୁ ବହୁତ ପ୍ରଶଂସା ଏବଂ ପ୍ରତିକ୍ରିୟା ମିଳୁଛି ।

ମତଦାନ ଓ ସୁରକ୍ଷା କର୍ମୀଙ୍କୁ ଆଣିବା ପାଇଁ ୩ଟି ହେଲିକପ୍ଟର, ୪ଟି ସ୍ୱତନ୍ତ୍ର ଟ୍ରେନ୍ ଏବଂ ପ୍ରାୟ ୮୦ ହଜାର ଗାଡ଼ି ମୁତୟନ କରାଯାଇଛି।

୫୦ ପ୍ରତିଶତରୁ ଅଧିକ ମତଦାନ କେନ୍ଦ୍ରରେ ୱେବକାଷ୍ଟିଂ କରାଯିବା ସହ ସମସ୍ତ ମତଦାନ କେନ୍ଦ୍ରରେ ମାଇକ୍ରୋ ଅବଜର୍ଭର ବା ପର୍ଯ୍ୟବେକ୍ଷକ ମୁତୟନ କରାଯିବ। ୧ ଲକ୍ଷରୁ ଅଧିକ ମତଦାନ କେନ୍ଦ୍ରରେ ୱେବକାଷ୍ଟିଂ କରାଯାଉଛି।

୨୫୧ ଜଣ ପର୍ଯ୍ୟବେକ୍ଷକ (୮୯ ଜଣ ସାଧାରଣ ପର୍ଯ୍ୟବେକ୍ଷକ, ୫୩ ଜଣ ପୁଲିସ ପର୍ଯ୍ୟବେକ୍ଷକ, ୧୦୯ ଜଣ ବ୍ୟୟ ପର୍ଯ୍ୟବେକ୍ଷକ) ନିର୍ବାଚନର କିଛି ଦିନ ପୂର୍ବରୁ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ପହଞ୍ଚି ସାରିଛନ୍ତି। ଅତ୍ୟନ୍ତ ସତର୍କତା ଅବଲମ୍ବନ କରିବା ପାଇଁ ସେମାନେ କମିଶନଙ୍କ ଆଖି ଓ କାନ ଭାବରେ କାର୍ଯ୍ୟ କରିବେ । ଏଥିସହିତ କେତେକ ରାଜ୍ୟରେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକଙ୍କୁ ମୁତୟନ କରାଯାଇଛି।

ମତଦାତାଙ୍କ ଯେକୌଣସି ପ୍ରକାର ପ୍ରଲୋଭନକୁ କଡ଼ାକଡ଼ି ଓ ତ୍ୱରାନ୍ୱିତ ଭାବେ ମୁକାବିଲା କରିବା ପାଇଁ ମୋଟ ୪୫୫୩ଟି ଫ୍ଲାଇଂ ସ୍କ୍ୱାଡ୍, ୫୭୩୧ଟି ଷ୍ଟାଟିକ୍ ସର୍ଭିଲେନ୍ସ ଟିମ୍, ୧୪୬୨ଟି ଭିଡିଓ ସର୍ଭିଲେନ୍ସ ଟିମ୍ ଓ ୮୪୪ଟି ଭିଡିଓ ଭ୍ୟୁଇଂ ଟିମ୍ ୨୪ ଘଣ୍ଟିଆ ନଜର ରଖିଛନ୍ତି।

୧୨୩୭ଟି ଆନ୍ତଃରାଜ୍ୟ ଓ ୨୬୩ଟି ଅନ୍ତର୍ଜାତୀୟ ସୀମା ଚେକ୍ ପୋଷ୍ଟ ମଦ, ନିଶାଦ୍ରବ୍ୟ, ନଗଦ ଟଙ୍କା ଓ ମାଗଣା ସାମଗ୍ରୀର ବେଆଇନ ପ୍ରବାହ ଉପରେ କଡ଼ା ନଜର ରଖିଛନ୍ତି। ସମୁଦ୍ର ଓ ଆକାଶମାର୍ଗରେ କଡ଼ା ନଜର ରଖାଯାଇଛି।

ଅଧିକ ମତଦାନ ପାଇଁ ଭୋଟର ସଚେତନତା ଓ ସୁବିଧା ବ୍ୟବସ୍ଥାକୁ ଆହୁରି ବ୍ୟାପକ କରାଯାଇଛି।

ବୟସ୍କ ଓ ଭିନ୍ନକ୍ଷମଙ୍କ ସମେତ ପ୍ରତ୍ୟେକ ଭୋଟର ଯେପରି ସହଜରେ ମତଦାନ କରିପାରିବେ ସେଥିପାଇଁ ପାଣି, ସାମିଆନା, ଶୌଚାଳୟ, ରାମ୍ପ, ସ୍ୱେଚ୍ଛାସେବୀ, ହ୍ୱିଲଚେୟାର ଓ ବିଜୁଳି ଭଳି ସର୍ବନିମ୍ନ ସୁବିଧା ରହିଛି। ଗରମ ପାଣିପାଗର ମୁକାବିଲା ପାଇଁ ପଦକ୍ଷେପ ଉପରେ ବିଶେଷ ଧ୍ୟାନ ଦିଆଯାଇଛି।

ସ୍ଥାନୀୟ ବିଷୟବସ୍ତୁକୁ ନେଇ ୮୮ଟି ନିର୍ବାଚନ ମଣ୍ଡଳୀରେ ପ୍ରାୟ ୪୧୯୫ଟି ଆଦର୍ଶ ମତଦାନ କେନ୍ଦ୍ର ସ୍ଥାପନ କରାଯାଉଛି। ସୁରକ୍ଷା କର୍ମୀଙ୍କ ସମେତ ୪୧୦୦ରୁ ଅଧିକ ମତଦାନ କେନ୍ଦ୍ରକୁ ମହିଳାମାନେ ସମ୍ପୂର୍ଣ୍ଣ ଭାବେ ପରିଚାଳନା କରିବେ ଏବଂ ଭିନ୍ନକ୍ଷମ (ପିଡବ୍ଲ୍ୟୁଡି)ଙ୍କ ଦ୍ୱାରା ୬୪୦ରୁ ଅଧିକ ମତଦାନ କେନ୍ଦ୍ର ପରିଚାଳନା କରାଯିବ।

ବିହାର ଏବଂ କେରଳ ବ୍ୟତୀତ ଅନ୍ୟ ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ମତଦାନ କେନ୍ଦ୍ରରେ ପ୍ରତି ମତଦାନ କେନ୍ଦ୍ରରେ ହାରାହାରି ୧୦୦୦ରୁ କମ୍ ଭୋଟର ଅଛନ୍ତି। ବିହାରରେ ଏହା ୧୦୦୮ ଏବଂ କେରଳରେ ପ୍ରତି ମତଦାନ କେନ୍ଦ୍ରରେ ୧୧୦୨ ଭୋଟର ଅଛନ୍ତି।

ସମସ୍ତ ପଞ୍ଜୀକୃତ ଭୋଟରଙ୍କୁ ଭୋଟର ସୂଚନା ସ୍ଲିପ ବଣ୍ଟନ କରାଯାଇଛି। ଏହି ସ୍ଲିପ୍ ଗୁଡ଼ିକ ଏକ ସୁବିଧା ପଦକ୍ଷେପ ଭାବରେ କାର୍ଯ୍ୟ କରିବ ଏବଂ ନିର୍ବାଚନ କମିସନଙ୍କ ନିମନ୍ତ୍ରଣ ଭାବରେ ମଧ୍ୟ କାର୍ଯ୍ୟ କରିବ ଏବଂ ଭୋଟ୍ ଦେବାକୁ ମଧ୍ୟ ସୁବିଧା ଯୋଗାଇବ।

https://electoralsearch.eci.gov.in/ ଏହି ଲିଙ୍କ୍ ଜରିଆରେ ଭୋଟରମାନେ ସେମାନଙ୍କ ମତଦାନ କେନ୍ଦ୍ରର ବିବରଣୀ ଏବଂ ମତଦାନ ତାରିଖ ଯାଞ୍ଚ କରିପାରିବେ

ମତଦାନ କେନ୍ଦ୍ରରେ ପରିଚୟ ଯାଞ୍ଚ ପାଇଁ ଆୟୋଗ ଭୋଟର ପରିଚୟ ପତ୍ର (ଇପିଆଇସି) ବ୍ୟତୀତ ଅନ୍ୟ ୧୨ଟି ବିକଳ୍ପ କାଗଜପତ୍ର ପ୍ରଦାନ କରିଛନ୍ତି। ଯଦି କୌଣସି ମତଦାତା ଭୋଟର ତାଲିକାରେ ପଞ୍ଜୀକୃତ ହୁଅନ୍ତି, ତେବେ ସେଥିମଧ୍ୟରୁ ଯେକୌଣସି କାଗଜପତ୍ର ଦେଖାଇ ମତଦାନ କରାଯାଇପାରିବ।

Categories
ଆଜିର ଖବର ଜାତୀୟ ଖବର

ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ପ୍ରସ୍ତୁତି ଚୂଡ଼ାନ୍ତ କରିଛନ୍ତି । ମତଦାନ ଦିନ ପାଣିପାଗ ସ୍ୱାଭାବିକ ରହିବ ବୋଲି ପୂର୍ବାନୁମାନ କରାଯାଇଥିବାରୁ ଭୋଟରମାନେ ଆରାମରେ ଭୋଟ୍ ଦେଇପାରିବେ। ଭୋଟରଙ୍କ ସୁବିଧା ପାଇଁ ସମସ୍ତ ମତଦାନ କେନ୍ଦ୍ରରେ ଖରା ଓ ଗରମ ମୁକାବିଲା କରିବାର ସୁବିଧା ସମେତ ସମସ୍ତ ବ୍ୟାପକ ବ୍ୟବସ୍ଥା କରାଯାଇଛି।

୧୩ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଲୋକସଭା ଆସନପାଇଁ ମତଦାନ ହେବ। ସୂଚନାଯୋଗ୍ୟ, ବହୁଜନ ସମାଜ ପାର୍ଟିର ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ ମଧ୍ୟପ୍ରଦେଶର ୨୯-ବେତୁଲ ଲୋକସଭା ଆସନ ପାଇଁ ତୃତୀୟ ପର୍ଯ୍ୟାୟରେ ମତଦାନ ସ୍ଥଗିତ ରଖାଯାଇଥିଲା। ଅବଶିଷ୍ଟ ୫ଟି ପର୍ଯ୍ୟାୟ ମତଦାନ ଜୁନ୍ ପହିଲା ପର୍ଯ୍ୟନ୍ତ ଚାଲିବ ଏବଂ ଜୁନ୍ ୪ତାରିଖରେ ଭୋଟ୍ ଗଣତି ହେବ। ଏପ୍ରିଲ ୧୯ ତାରିଖରେ ପ୍ରଥମ ପର୍ଯ୍ୟାୟର ୧୦୨ଟି ଆସନ ପାଇଁ ସୁରୁଖୁରୁରେ ଓ ଶାନ୍ତିପୂର୍ଣ୍ଣ ଢଙ୍ଗରେ ମତଦାନ ଶେଷ ହୋଇଥିଲା।

ମତଦାନ କେନ୍ଦ୍ରକୁ ଅଧିକ ସଂଖ୍ୟାରେ ଆସି ଦାୟିତ୍ୱ ଓ ଗର୍ବର ସହ ମତଦାନ କରିବାକୁ ନିର୍ବାଚନ ଆୟୋଗ ମତଦାତାଙ୍କୁ ଆହ୍ୱାନ ଦେଇଛନ୍ତି।

ଦ୍ୱିତୀୟ ପର୍ଯ୍ୟାୟ ତଥ୍ୟ

1. ୨୦୨୪ ସାଧାରଣ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଅର୍ଥାତ୍ ୨୬ ଏପ୍ରିଲ, ୨୦୨୪ରେ ୧୩ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ସଂସଦୀୟ କ୍ଷେତ୍ର (ସାଧାରଣ- ୭୩; ଏସଟି- ୬; ଏସସି-୯) ପାଇଁ ମତଦାନ ହେବ। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ଟାରେ ଶେଷ ହେବ (ନିର୍ବାଚନ ସମୟ ସଂସଦୀୟ କ୍ଷେତ୍ର ଅନୁଯାୟୀ ଭିନ୍ନ ହୋଇପାରେ)

2. ବିହାରର ବାଙ୍କା, ମାଧେପୁରା, ଖଗରିଆ ଓ ମୁଙ୍ଗେର ନିର୍ବାଚନ ମଣ୍ଡଳୀର ଅନେକ ମତଦାନ କେନ୍ଦ୍ରରେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ସମୟ ବୃଦ୍ଧି କରାଯାଇଛି। ଅଧିକ ବିବରଣୀ ପାଇଁ ନିମ୍ନ ଲିଙ୍କ ଦେଖନ୍ତୁ :

https://www.eci.gov.in/eci-backend/public/api/download?url=LMAhAK6sOPBp%2FNFF0iRfXbEB1EVSLT41NNLRjYNJJP1KivrUxbfqkDatmHy12e%2Fzye%2BFD1PRcKxhOuiYZ2Ra38yzz3o0TY4laMGELkYwTaffXNh1flPiunL2kQsXmpWxyKzGsKzKlbBW8rJeM%2FfYFA%3D%3D

3. ୧.୬୭ ଲକ୍ଷ ମତଦାନ କେନ୍ଦ୍ରରେ ୧୫.୮୮ କୋଟିରୁ ଅଧିକ ଭୋଟରଙ୍କୁ ସ୍ୱାଗତ କରିବେ ୧୬ ଲକ୍ଷରୁ ଅଧିକ ମତଦାନ ଅଧିକାରୀ

4. ଭୋଟରଙ୍କ ମଧ୍ୟରେ ୮.୦୮ କୋଟି ପୁରୁଷ, ୭.୮ କୋଟି ମହିଳା ଓ ୫୯୨୯ ତୃତୀୟ ଲିଙ୍ଗୀ ଭୋଟର ରହିଛନ୍ତି।

5. ପ୍ରଥମ ଥର ପାଇଁ ୩୪.୮ ଲକ୍ଷ ଭୋଟର ମତଦାନ ପାଇଁ ପଞ୍ଜୀକୃତ ହୋଇଛନ୍ତି। ଏହାବ୍ୟତୀତ ୨୦ରୁ ୨୯ ବର୍ଷ ବୟସର ୩.୨୮କୋଟି ଯୁବ ଭୋଟର ଅଛନ୍ତି।

6. ୧୨୦୨ ପ୍ରାର୍ଥୀ (ପୁରୁଷ – ୧୦୯୮; ମହିଳା-୧୦୨; ତୃତୀୟ ଲିଙ୍ଗୀ – ୦୨) ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି।

7. ୮୫ ବର୍ଷରୁ ଅଧିକ ବୟସ୍କ ୧୪.୭୮ ଲକ୍ଷ ପଞ୍ଜୀକୃତ ମତଦାତା ଥିବା ବେଳେ ୧୦୦ ବର୍ଷରୁ ଅଧିକ ବୟସର ୪୨,୨୨୬ ଭୋଟର ଏବଂ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୧୪.୭ ଲକ୍ଷ ଦିବ୍ୟାଙ୍ଗ ଭୋଟର ଅଛନ୍ତି ଯେଉଁମାନଙ୍କୁ ଘରେ ବସି ଭୋଟ ଦେବାର ବିକଳ୍ପ ପ୍ରଦାନ କରାଯାଇଛି। ବିକଳ୍ପ ହୋମ୍ ଭୋଟିଂ ସୁବିଧାକୁ ପୂର୍ବରୁ ବହୁତ ପ୍ରଶଂସା ଏବଂ ପ୍ରତିକ୍ରିୟା ମିଳୁଛି ।

8. ମତଦାନ ଓ ସୁରକ୍ଷା କର୍ମୀଙ୍କୁ ଆଣିବା ପାଇଁ ୩ଟି ହେଲିକପ୍ଟର, ୪ଟି ସ୍ୱତନ୍ତ୍ର ଟ୍ରେନ୍ ଏବଂ ପ୍ରାୟ ୮୦ ହଜାର ଗାଡ଼ି ମୁତୟନ କରାଯାଇଛି।

9. ୫୦ ପ୍ରତିଶତରୁ ଅଧିକ ମତଦାନ କେନ୍ଦ୍ରରେ ୱେବକାଷ୍ଟିଂ କରାଯିବା ସହ ସମସ୍ତ ମତଦାନ କେନ୍ଦ୍ରରେ ମାଇକ୍ରୋ ଅବଜର୍ଭର ବା ପର୍ଯ୍ୟବେକ୍ଷକ ମୁତୟନ କରାଯିବ। ୧ ଲକ୍ଷରୁ ଅଧିକ ମତଦାନ କେନ୍ଦ୍ରରେ ୱେବକାଷ୍ଟିଂ କରାଯାଉଛି।

10. ୨୫୧ ଜଣ ପର୍ଯ୍ୟବେକ୍ଷକ (୮୯ ଜଣ ସାଧାରଣ ପର୍ଯ୍ୟବେକ୍ଷକ, ୫୩ ଜଣ ପୁଲିସ ପର୍ଯ୍ୟବେକ୍ଷକ, ୧୦୯ ଜଣ ବ୍ୟୟ ପର୍ଯ୍ୟବେକ୍ଷକ) ନିର୍ବାଚନର କିଛି ଦିନ ପୂର୍ବରୁ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ପହଞ୍ଚି ସାରିଛନ୍ତି। ଅତ୍ୟନ୍ତ ସତର୍କତା ଅବଲମ୍ବନ କରିବା ପାଇଁ ସେମାନେ କମିଶନଙ୍କ ଆଖି ଓ କାନ ଭାବରେ କାର୍ଯ୍ୟ କରିବେ । ଏଥିସହିତ କେତେକ ରାଜ୍ୟରେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକଙ୍କୁ ମୁତୟନ କରାଯାଇଛି।

11. ମତଦାତାଙ୍କ ଯେକୌଣସି ପ୍ରକାର ପ୍ରଲୋଭନକୁ କଡ଼ାକଡ଼ି ଓ ତ୍ୱରାନ୍ୱିତ ଭାବେ ମୁକାବିଲା କରିବା ପାଇଁ ମୋଟ ୪୫୫୩ଟି ଫ୍ଲାଇଂ ସ୍କ୍ୱାଡ୍, ୫୭୩୧ଟି ଷ୍ଟାଟିକ୍ ସର୍ଭିଲେନ୍ସ ଟିମ୍, ୧୪୬୨ଟି ଭିଡିଓ ସର୍ଭିଲେନ୍ସ ଟିମ୍ ଓ ୮୪୪ଟି ଭିଡିଓ ଭ୍ୟୁଇଂ ଟିମ୍ ୨୪ ଘଣ୍ଟିଆ ନଜର ରଖିଛନ୍ତି।

12. ୧୨୩୭ଟି ଆନ୍ତଃରାଜ୍ୟ ଓ ୨୬୩ଟି ଅନ୍ତର୍ଜାତୀୟ ସୀମା ଚେକ୍ ପୋଷ୍ଟ ମଦ, ନିଶାଦ୍ରବ୍ୟ, ନଗଦ ଟଙ୍କା ଓ ମାଗଣା ସାମଗ୍ରୀର ବେଆଇନ ପ୍ରବାହ ଉପରେ କଡ଼ା ନଜର ରଖିଛନ୍ତି। ସମୁଦ୍ର ଓ ଆକାଶମାର୍ଗରେ କଡ଼ା ନଜର ରଖାଯାଇଛି।

13. ଅଧିକ ମତଦାନ ପାଇଁ ଭୋଟର ସଚେତନତା ଓ ସୁବିଧା ବ୍ୟବସ୍ଥାକୁ ଆହୁରି ବ୍ୟାପକ କରାଯାଇଛି।

14. ବୟସ୍କ ଓ ଭିନ୍ନକ୍ଷମଙ୍କ ସମେତ ପ୍ରତ୍ୟେକ ଭୋଟର ଯେପରି ସହଜରେ ମତଦାନ କରିପାରିବେ ସେଥିପାଇଁ ପାଣି, ସାମିଆନା, ଶୌଚାଳୟ, ରାମ୍ପ, ସ୍ୱେଚ୍ଛାସେବୀ, ହ୍ୱିଲଚେୟାର ଓ ବିଜୁଳି ଭଳି ସର୍ବନିମ୍ନ ସୁବିଧା ରହିଛି। ଗରମ ପାଣିପାଗର ମୁକାବିଲା ପାଇଁ ପଦକ୍ଷେପ ଉପରେ ବିଶେଷ ଧ୍ୟାନ ଦିଆଯାଇଛି।

15. ସ୍ଥାନୀୟ ବିଷୟବସ୍ତୁକୁ ନେଇ ୮୮ଟି ନିର୍ବାଚନ ମଣ୍ଡଳୀରେ ପ୍ରାୟ ୪୧୯୫ଟି ଆଦର୍ଶ ମତଦାନ କେନ୍ଦ୍ର ସ୍ଥାପନ କରାଯାଉଛି। ସୁରକ୍ଷା କର୍ମୀଙ୍କ ସମେତ ୪୧୦୦ରୁ ଅଧିକ ମତଦାନ କେନ୍ଦ୍ରକୁ ମହିଳାମାନେ ସମ୍ପୂର୍ଣ୍ଣ ଭାବେ ପରିଚାଳନା କରିବେ ଏବଂ ଭିନ୍ନକ୍ଷମ (ପିଡବ୍ଲ୍ୟୁଡି)ଙ୍କ ଦ୍ୱାରା ୬୪୦ରୁ ଅଧିକ ମତଦାନ କେନ୍ଦ୍ର ପରିଚାଳନା କରାଯିବ।

16. ବିହାର ଏବଂ କେରଳ ବ୍ୟତୀତ ଅନ୍ୟ ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ମତଦାନ କେନ୍ଦ୍ରରେ ପ୍ରତି ମତଦାନ କେନ୍ଦ୍ରରେ ହାରାହାରି ୧୦୦୦ରୁ କମ୍ ଭୋଟର ଅଛନ୍ତି। ବିହାରରେ ଏହା ୧୦୦୮ ଏବଂ କେରଳରେ ପ୍ରତି ମତଦାନ କେନ୍ଦ୍ରରେ ୧୧୦୨ ଭୋଟର ଅଛନ୍ତି।

17. ସମସ୍ତ ପଞ୍ଜୀକୃତ ଭୋଟରଙ୍କୁ ଭୋଟର ସୂଚନା ସ୍ଲିପ ବଣ୍ଟନ କରାଯାଇଛି। ଏହି ସ୍ଲିପ୍ ଗୁଡ଼ିକ ଏକ ସୁବିଧା ପଦକ୍ଷେପ ଭାବରେ କାର୍ଯ୍ୟ କରିବ ଏବଂ ନିର୍ବାଚନ କମିସନଙ୍କ ନିମନ୍ତ୍ରଣ ଭାବରେ ମଧ୍ୟ କାର୍ଯ୍ୟ କରିବ ଏବଂ ଭୋଟ୍ ଦେବାକୁ ମଧ୍ୟ ସୁବିଧା ଯୋଗାଇବ।

18. https://electoralsearch.eci.gov.in/ ଏହି ଲିଙ୍କ୍ ଜରିଆରେ ଭୋଟରମାନେ ସେମାନଙ୍କ ମତଦାନ କେନ୍ଦ୍ରର ବିବରଣୀ ଏବଂ ମତଦାନ ତାରିଖ ଯାଞ୍ଚ କରିପାରିବେ
19. ମତଦାନ କେନ୍ଦ୍ରରେ ପରିଚୟ ଯାଞ୍ଚ ପାଇଁ ଆୟୋଗ ଭୋଟର ପରିଚୟ ପତ୍ର (ଇପିଆଇସି) ବ୍ୟତୀତ ଅନ୍ୟ ୧୨ଟି ବିକଳ୍ପ କାଗଜପତ୍ର ପ୍ରଦାନ କରିଛନ୍ତି। ଯଦି କୌଣସି ମତଦାତା ଭୋଟର ତାଲିକାରେ ପଞ୍ଜୀକୃତ ହୁଅନ୍ତି, ତେବେ ସେଥିମଧ୍ୟରୁ ଯେକୌଣସି କାଗଜପତ୍ର ଦେଖାଇ ମତଦାନ କରାଯାଇପାରିବ।

ବିକଳ୍ପ ପରିଚୟ ଦସ୍ତାବିଜ ପାଇଁ ଇସିଆଇ ଆଦେଶକୁ ଦେଖନ୍ତୁ ।
https://www.eci.gov.in/eci-backend/public/api/download?url=LMAhAK6sOPBp%2FNFF0iRfXbEB1EVSLT41NNLRjYNJJP1KivrUxbfqkDatmHy12e%2FzBiU51zPFZI5qMtjV1qgjFsi8N4zYcCRaQ2199MM81QYarA39BJWGAJqpL2w0Jta9CSv%2B1yJkuMeCkTzY9fhBvw%3D%3D

Categories
ଆଜିର ଖବର ଜାତୀୟ ଖବର

ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ୧୨ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ୧୩୫୧ ପ୍ରାର୍ଥୀ ଲଢ଼ିବେ ନିର୍ବାଚନ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ର ତୃତୀୟ ପର୍ଯ୍ୟାୟରେ ୧୨ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ୧୩୫୧ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ିବେ। ଏଥିରେ ମଧ୍ୟପ୍ରଦେଶର ୨୯-ବେତୁଲ (ଏସଟି) ସଂସଦୀୟ କ୍ଷେତ୍ରରେ ସ୍ଥଗିତ ନିର୍ବାଚନ ପାଇଁ ୮ ଜଣ ପ୍ରାର୍ଥୀ ରହିଛନ୍ତି। ସେହିପରି ଗୁଜରାଟର ସୁରତ ସଂସଦୀୟ କ୍ଷେତ୍ର ରୁ ଜଣେ ପ୍ରାର୍ଥୀ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି। ସମସ୍ତ ୧୨ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ୨୨ ଏପ୍ରିଲ, ୨୦୨୪ ଥିଲା।

ଲୋକସଭା ନିର୍ବାଚନ ୨୦୨୪ର ତୃତୀୟ ପର୍ଯ୍ୟାୟରେ ୧୨ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ୯୫ଟି ସଂସଦୀୟ କ୍ଷେତ୍ର (୨୯-ବେତୁଲକୁ ମିଶାଇ) ପାଇଁ ମୋଟ ୨୯୬୩ଟି ନାମାଙ୍କନ ପତ୍ର ଦାଖଲ କରାଯାଇଥିଲା। ସମସ୍ତ ୧୨ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ନିମନ୍ତେ ତୃତୀୟ ପର୍ଯ୍ୟାୟ ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ୧୯ ଏପ୍ରିଲ ୨୦୨୪ ଥିଲା। ଦାଖଲ ହୋଇଥିବା ସମସ୍ତ ନାମାଙ୍କନ ପତ୍ର ଯାଞ୍ଚ ପରେ ୧୫୬୩ଟି ନାମାଙ୍କନପତ୍ର ବୈଧ ବୋଲି ଜଣାପଡ଼ିଥିଲା।

ତୃତୀୟ ପର୍ଯ୍ୟାୟରେ ଗୁଜରାଟର ୨୬ଟି ସଂସଦୀୟ ନିର୍ବାଚନ ମଣ୍ଡଳୀରୁ ସର୍ବାଧିକ ୬୫୮ଟି ନାମାଙ୍କନ ପତ୍ର ଦାଖଲ ହୋଇଛି । ମହାରାଷ୍ଟ୍ରର ୧୧ଟି ସଂସଦୀୟ କ୍ଷେତ୍ରରୁ ୫୧୯ଟି ନାମାଙ୍କନ ପତ୍ର ଦାଖଲ ହୋଇଥିବା ବେଳେ ଏହି ରାଜ୍ୟର ୪୦-ଓସମାନାବାଦ ସଂସଦୀୟ ନିର୍ବାଚନ ମଣ୍ଡଳୀରେ ସର୍ବାଧିକ ୭୭ଟି ନାମାଙ୍କନ ପତ୍ର ଭରାଯାଇଛି । ଛତିଶଗଡ଼ର ୫-ବିଳାସପୁର ସଂସଦୀୟ ନିର୍ବାଚନ ମଣ୍ଡଳୀରେ ୬୮ଟି ନାମାଙ୍କନ ଫର୍ମ ଦାଖଲ କରାଯାଇଛି।

Categories
ନିର୍ବାଚନ ଖବର ବିଶେଷ ଖବର

ଆଜି ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ, ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ପର୍ବ ପାଳନ କରିବ ଭାରତ

ନୂଆଦିଲ୍ଲୀ: ଗଣତନ୍ତ୍ରର ସବୁଠାରୁ ବଡ଼ ପର୍ବରେ ଭୋଟରଙ୍କୁ ସ୍ୱାଗତ କରିବା ପାଇଁ ନିର୍ବାଚନ ଆୟୋଗ ସମସ୍ତ ପ୍ରସ୍ତୁତି କରିଛନ୍ତି। ଆଜି ଠାରୁ ୪ଟି ରାଜ୍ୟରେ ଅଷ୍ଟାଦଶ ଲୋକସଭା ଓ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ସହିତ ଗଣତନ୍ତ୍ରର ଏହି ପର୍ବ ଆରମ୍ଭ ହେବ। ଏହି ଅବସରରେ ନିର୍ବାଚନ ଆୟୋଗ ଏକ ଅବାଧ, ନିରପେକ୍ଷ, ଶାନ୍ତିପୂର୍ଣ୍ଣ, ସୁଲଭ, ସହଭାଗୀ ଏବଂ ପ୍ରଲୋଭନମୁକ୍ତ ନିର୍ବାଚନ କରାଇବା ପାଇଁ ନିଜର ସାଲିସବିହୀନ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ଗତ ଦୁଇ ବର୍ଷ ମଧ୍ୟରେ ଆୟୋଗ ଏବଂ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ସହଯୋଗୀମାନେ ଭାରତର ମତଦାତାମାନଙ୍କୁ ସର୍ବୋତ୍ତମ ଅଭିଜ୍ଞତା ଦେବା ପାଇଁ ଆବଶ୍ୟକ କଠିନ ପରିଶ୍ରମ ଏବଂ ସତର୍କ ହସ୍ତକ୍ଷେପ କରିଛନ୍ତି।

ଅନେକ ବିଚାର ବିମର୍ଶ, ସମୀକ୍ଷା, କ୍ଷେତ୍ର ପରିଦର୍ଶନ, ଅଧିକାରୀମାନଙ୍କର ବ୍ୟାପକ ପ୍ରଶିକ୍ଷଣ ଏବଂ ନୂତନ ତଥା ସମୟ ଉପଯୁକ୍ତ ଅପରେଟିଂ ପ୍ରକ୍ରିୟା ନିର୍ମାଣ ପରେ ମତଦାନ ହୋଇଛି। ଏହା ଦେଶବ୍ୟାପୀ ବିଭିନ୍ନ ଏଜେନ୍ସି, ସଂଗଠନ ସହ ମଧ୍ୟ ସହଯୋଗ କରିଛି। ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ରାଜୀବ କୁମାର, ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର ଏବଂ ସୁଖବୀର ସିଂ ସାନ୍ଧୁଙ୍କୁ ନେଇ ଗଠିତ ଆୟୋଗ ଆଜି ମଧ୍ୟାହ୍ନ ୧୨ଟାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ନିର୍ବାଚନ ପ୍ରସ୍ତୁତି ପ୍ରକ୍ରିୟାକୁ ଚୂଡ଼ାନ୍ତ ସ୍ପର୍ଶ ଦେଇଛନ୍ତି। ଅବଶିଷ୍ଟ ୬ଟି ପର୍ଯ୍ୟାୟ ମତଦାନ ଜୁନ ପହିଲା ପର୍ଯ୍ୟନ୍ତ ଚାଲିବ ଏବଂ ପ୍ରାୟ ୯୭ କୋଟି ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବା ଲାଗି ପ୍ରସ୍ତୁତ ରହିଛନ୍ତି। ଜୁନ୍ ୪ ତାରିଖରେ ଭୋଟ୍ ଗଣତି କରାଯାଇ ଫଳାଫଳ ପ୍ରକାଶ ପାଇବ।

ଏବେ ମତଦାତାମାନେ କାର୍ଯ୍ୟ କରିବାର ସମୟ ଆସିଛି ବୋଲି ଆୟୋଗ ବିଚାର କରୁଛନ୍ତି। ମତଦାତାମାନେ ଘରୁ ବାହାରି ମତଦାନ କେନ୍ଦ୍ରକୁ ଯାଇ ଦାୟିତ୍ୱ ଓ ଗର୍ବର ସହ ଭୋଟ୍ ଦେବା ପାଇଁ ଆୟୋଗ ନିବେଦନ କରିଛନ୍ତି।  ଜାତୀୟ ସ୍ତରରେ ପ୍ରସାରିତ ବାର୍ତ୍ତାରେ ସିଇସି ରାଜୀବ କୁମାର ସମସ୍ତ ଭୋଟରଙ୍କୁ ବିନା ସଂକୋଚରେ ମତଦାନ କରିବାକୁ ନିବେଦନ କରିଛନ୍ତି।

ପ୍ରଥମ ପର୍ଯ୍ୟାୟ ତଥ୍ୟ

ସାଧାରଣ ନିର୍ବାଚନ ୨୦୨୪ର ପ୍ରଥମ ପର୍ଯ୍ୟାୟ ୨୧ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ସଂସଦୀୟ କ୍ଷେତ୍ର (ସାଧାରଣ- ୭୩; ଏସଟି- ୧୧; ଏସସି ୧୮) ଏବଂ ଅରୁଣାଚଳ ଓ ସିକ୍କିମ ବିଧାନସଭା ପାଇଁ ୯୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ହେବ। ସମସ୍ତ ପର୍ଯ୍ୟାୟ ମଧ୍ୟରେ ଏହି ପର୍ଯ୍ୟାୟରେ ସର୍ବାଧିକ ସଂସଦୀୟ ନିର୍ବାଚନ ମଣ୍ଡଳୀ ରହିଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ଟାରେ ଶେଷ ହେବ (ନିର୍ବାଚନ ସମୟ ସଂସଦୀୟ ନିର୍ବାଚନ ମଣ୍ଡଳୀ ଅନୁଯାୟୀ ଭିନ୍ନ ହୋଇପାରେ)।

୧.୮୭ ଲକ୍ଷ ମତଦାନ କେନ୍ଦ୍ରରେ ୧୬.୬୩ କୋଟିରୁ ଅଧିକ ଭୋଟରଙ୍କୁ ମତଦାନ ପାଇଁ ସ୍ୱାଗତ କରିବା ଲାଗି ୧୮ ଲକ୍ଷରୁ ଅଧିକ ମତଦାନଅଧିକାରୀ ପ୍ରସ୍ତୁତ ରହିଛନ୍ତି ।

ଭୋଟରଙ୍କ ମଧ୍ୟରେ ୮.୪ କୋଟି ପୁରୁଷ, ୮.୨୩ କୋଟି ମହିଳା ଓ ୧୧,୩୭୧ ତୃତୀୟ ଲିଙ୍ଗୀ ଭୋଟର ରହିଛନ୍ତି।

ଏହି ପର୍ଯ୍ୟାୟରେ ପ୍ରଥମ ଥର ମତଦାନ ପାଇଁ ୩୫.୬୭ ଲକ୍ଷ ନୂଆ ଭୋଟର ପଞ୍ଜୀକୃତ ହୋଇଛନ୍ତି। ଏହାବ୍ୟତୀତ ୨୦ରୁ ୨୯ ବର୍ଷ ବୟସ ବର୍ଗର ୩.୫୧ କୋଟି ଯୁବ ଭୋଟର ରହିଛନ୍ତି।

୧୬୨୫ ପ୍ରାର୍ଥୀ(ପୁରୁଷ – ୧୪୯୧ ; ମହିଳା-୧୩୪) ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି।

ମତଦାନ ଓ ସୁରକ୍ଷା କର୍ମୀଙ୍କୁ ନେବା ଆଣିବା ପାଇଁ ୪୧ଟିହେଲିକପ୍ଟର, ୮୪ଟି ସ୍ପେଶାଲ ଟ୍ରେନ୍ ଓ ପ୍ରାୟ ୧ ଲକ୍ଷ ଗାଡ଼ି ନିୟୋଜିତ କରାଯାଇଛି।

ଶାନ୍ତି ଏବଂ ପବିତ୍ରତା ସୁନିଶ୍ଚିତ କରିବା

ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ ଆୟୋଗ ଅନେକ ନିର୍ଣ୍ଣାୟକ ପଦକ୍ଷେପ ନେଇଛନ୍ତି। ମତଦାନ ପ୍ରକ୍ରିୟାକୁ ସୁରକ୍ଷିତ ରଖିବା ପାଇଁ ମତଦାନ କେନ୍ଦ୍ରଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣରେ କେନ୍ଦ୍ରୀୟ ଫୋର୍ସ ମୁତୟନ କରାଯାଇଛି।

୫୦ ପ୍ରତିଶତରୁ ଅଧିକ ମତଦାନ କେନ୍ଦ୍ରରେ ୱେବକାଷ୍ଟିଂ କରାଯିବାସହ ସମସ୍ତ ମତଦାନ କେନ୍ଦ୍ରରେ ମାଇକ୍ରୋ ପର୍ଯ୍ୟବେକ୍ଷକ ମୁତୟନ କରାଯିବ।

୩୬୧ ପର୍ଯ୍ୟବେକ୍ଷକ (୧୨୭ ସାଧାରଣ ପର୍ଯ୍ୟବେକ୍ଷକ, ୬୭ ପୁଲିସ ପର୍ଯ୍ୟବେକ୍ଷକ, ୧୬୭ ବ୍ୟୟ ପର୍ଯ୍ୟବେକ୍ଷକ)ନିର୍ବାଚନର କିଛି ଦିନ ପୂର୍ବରୁ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ପହଞ୍ଚି ସାରିଛନ୍ତି। ଅତ୍ୟନ୍ତ ସତର୍କତା ଅବଲମ୍ବନ କରିବା ପାଇଁ ସେମାନେ କମିଶନଙ୍କ ଆଖି ଓ କାନ ଭାବରେ କାର୍ଯ୍ୟ କରନ୍ତି । ଏଥିସହିତ କେତେକ ରାଜ୍ୟରେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକଙ୍କୁ ମୁତୟନ କରାଯାଇଛି।

ଭୋଟରଙ୍କୁ ଦିଆଯାଉଥିବା ଯେକୌଣସି ପ୍ରକାର ପ୍ରଲୋଭନକୁ କଡ଼ାକଡ଼ି ଓ ସକ୍ରିୟ ଭାବେ ମୁକାବିଲା କରିବା ପାଇଁ ମୋଟ ୪୬୨୭ ଫ୍ଲାଇଂ ସ୍କ୍ୱାଡ୍, ୫୨୦୮ ଷ୍ଟାଟିଷ୍ଟିକ୍ ସର୍ଭିଲେନ୍ସ ଟିମ୍, ୨୦୨୮ ଭିଡିଓ ସର୍ଭିଲାନ୍ସ ଟିମ୍ ଏବଂ ୧୨୫୫ ଭିଡିଓ ଭ୍ୟୁଇଂ ଟିମ୍ ୨୪ ଘଣ୍ଟିଆ ନଜର ରଖିଛନ୍ତି।

୧୩୭୪ଟି ଆନ୍ତଃରାଜ୍ୟ ଓ ୧୬୨ଟି ଅନ୍ତର୍ଜାତୀୟ ସୀମା ଚେକ୍ ପୋଷ୍ଟ ମଦ, ନିଶାଦ୍ରବ୍ୟ, ନଗଦ ଟଙ୍କା ଓ ମାଗଣା ସାମଗ୍ରୀର ବେଆଇନ ପ୍ରବାହ ଉପରେ କଡ଼ା ନଜର ରଖିଛନ୍ତି। ସମୁଦ୍ର ଓ ଆକାଶମାର୍ଗରେ କଡ଼ା ନଜର ରଖାଯାଇଛି।

ଭୋଟର ସୁବିଧା ଓ ସମର୍ଥନ 

୧୦୨ଟି ସଂସଦୀୟ କ୍ଷେତ୍ରରେ ୧୪.୧୪ ଲକ୍ଷ ପଞ୍ଜୀକୃତ ୮୫ ବର୍ଷରୁ ଅଧିକ ବୟସ୍କ ଏବଂ ୧୩.୮୯ ଲକ୍ଷ ଦିବ୍ୟାଙ୍ଗ ଭୋଟର ଅଛନ୍ତି ଯେଉଁମାନଙ୍କୁ ଘରେ ବସି ଭୋଟ ଦେବାର ବିକଳ୍ପ ପ୍ରଦାନ କରାଯାଇଛି। ବିକଳ୍ପ ହୋମ୍ ଭୋଟିଂ ସୁବିଧା କୁ ପୂର୍ବରୁ ବହୁତ ପ୍ରଶଂସା ଏବଂ ପ୍ରତିକ୍ରିୟା ମିଳୁଛି ।

୮୫+ ବର୍ଷରୁ ଅଧିକ ଓ ଦିବ୍ୟାଙ୍ଗ ଭୋଟରଙ୍କ ମଧ୍ୟରୁ ଯେଉଁମାନେ ମତଦାନ କେନ୍ଦ୍ରକୁ ଆସିବାକୁ ନିଷ୍ପତ୍ତି ନେଇଛନ୍ତି ସେମାନଙ୍କୁ ଘରୁ ନେବା ଓ ପୁଣି ଘରେ ନେଇ ଛାଡ଼ିବା ସୁବିଧା, ସାଇନେଜ୍, ଇଭିଏମ୍ ରେ ବ୍ରେଲ୍ ସାଇନେଜ୍, ସ୍ୱେଚ୍ଛାସେବୀ ଆଦି ସମସ୍ତ ସୁବିଧା ଯୋଗାଇ ଦିଆଯିବ। ଦିବ୍ୟାଙ୍ଗ ଭୋଟରମାନେ ଇସିଆଇ ସକ୍ଷମ ଆପ୍ ମାଧ୍ୟମରେ ହ୍ୱିଲଚେୟାର ସୁବିଧା ମଧ୍ୟ ବୁକ୍ କରିପାରିବେ ।

ବୟସ୍କ ଓ ଦିବ୍ୟାଙ୍ଗ ସମେତ ପ୍ରତ୍ୟେକ ଭୋଟର ଯେପରି ସହଜରେ ମତଦାନ କରିପାରିବେ ସେଥିପାଇଁ ପାଣି, ଶେଡ୍, ଶୌଚାଳୟ, ରାମ୍ପ, ସ୍ୱେଚ୍ଛାସେବୀ, ହ୍ୱିଲଚେୟାର ଓ ବିଜୁଳି ଭଳି ସର୍ବନିମ୍ନ ସୁବିଧା ରହିଛି।

ସ୍ଥାନୀୟ ବିଷୟବସ୍ତୁକୁ ନେଇ ୧୦୨ଟି ସଂସଦୀୟ କ୍ଷେତ୍ରରେ ମଡେଲ ପୋଲିଂ ଷ୍ଟେସନ ସ୍ଥାପନ କରାଯାଉଛି । ସୁରକ୍ଷା କର୍ମୀଙ୍କ ସମେତ ୫୦୦୦ରୁ ଅଧିକ ମତଦାନ କେନ୍ଦ୍ରକୁ ମହିଳାମାନେ ସମ୍ପୂର୍ଣ୍ଣ ଭାବେ ପରିଚାଳନା କରିବେ ଏବଂ ଭିନ୍ନକ୍ଷମ (ପିଡବ୍ଲ୍ୟୁଡି) ଦ୍ୱାରା ୧୦୦୦ରୁ ଅଧିକ ମତଦାନ କେନ୍ଦ୍ର ପରିଚାଳନା କରିବେ।

ସମସ୍ତ ପଞ୍ଜୀକୃତଭୋଟରଙ୍କୁ ଭୋଟର ସୂଚନା ସ୍ଲିପ ବଣ୍ଟନ କରାଯାଇଛି। ଏହି ସ୍ଲିପ୍ ଗୁଡ଼ିକ ଏକ ସୁବିଧା ପଦକ୍ଷେପ ଭାବରେ କାର୍ଯ୍ୟ କରେ ଏବଂ ନିର୍ବାଚନ କମିସନଙ୍କ ନିମନ୍ତ୍ରଣ ଭାବରେ ମଧ୍ୟ କାର୍ଯ୍ୟ କରେ ଏବଂ ଭୋଟ୍ ଦେବାକୁ ମଧ୍ୟ କାର୍ଯ୍ୟ କରେ ।

ଏହି ଲିଙ୍କ୍ https://electoralsearch.eci.gov.in/ଜରିଆରେ ଭୋଟରମାନେ ସେମାନଙ୍କ ମତଦାନ କେନ୍ଦ୍ରର ବିବରଣୀ ଏବଂ ମତଦାନ ତାରିଖ ଯାଞ୍ଚ କରିପାରିବେ ।

ମତଦାନ କେନ୍ଦ୍ରରେ ପରିଚୟ ଯାଞ୍ଚ ପାଇଁ ଆୟୋଗ ଭୋଟର ପରିଚୟ ପତ୍ର (ଇପିଆଇସି) ବ୍ୟତୀତ ଅନ୍ୟ ୧୨ଟି ବିକଳ୍ପ କାଗଜପତ୍ର ପ୍ରଦାନ କରିଛନ୍ତି। ଯଦି କୌଣସି ଭୋଟର ଭୋଟର ତାଲିକାରେ ପଞ୍ଜୀକୃତ ହୁଅନ୍ତି, ତେବେ ସେଥିମଧ୍ୟରୁ ଯେକୌଣସି କାଗଜପତ୍ର ଦେଖାଇ ମତଦାନ କରାଯାଇପାରିବ।

ଭୋଟରଙ୍କ ପାଇଁ ସୂଚନା

ଭୋଟରମାନେ ଭୁଲ ସୂଚନା ଏବଂ ମିଥ୍ୟା ଖବର ଦ୍ୱାରା ପ୍ରଭାବିତ ହୋଇ ଏହି ନିର୍ବାଚନରେ ଭାଗ ନେବାରୁ ନିବୃତ୍ତ ରହିବା ଅନୁଚିତ୍। ବିଶେଷକରି ସୋସିଆଲ ମିଡିଆରେ ପ୍ରସାରିତ ହେଉଥିବା ମିଥ୍ୟା ଖବର ବିରୋଧରେ ଭୋଟର୍‌ମାନେ ସତର୍କ ରହିବା ଆବଶ୍ୟକ। ସମସ୍ତ ପ୍ରଶ୍ନ, ସ୍ପଷ୍ଟୀକରଣ ଏବଂ ଭୁଲ ଧାରଣାକୁ ସ୍ପଷ୍ଟ ଭାବେ ସମାଧାନ କରାଯାଇଛି। ଆୟୋଗଙ୍କ ମିଥ୍ୟା ବନାମ ବାସ୍ତବତା ରେଜିଷ୍ଟରରେ https://mythvsreality.eci.gov.in/ଏହାର ସମାଧାନ କରାଯାଇଛି। ଭୋଟରମାନଙ୍କୁ ଅନୁରୋଧ କରାଯାଉଛି ଯେ ସେମାନେ କୌଣସି ନିଷ୍ପତ୍ତି ଗ୍ରହଣ କରିବା ପୂର୍ବରୁ ଏହି ପ୍ରମାଣିତ ଏବଂ ବିଶ୍ୱସନୀୟ ଉତ୍ସଗୁଡ଼ିକୁ ଯାଞ୍ଚ କରନ୍ତୁ।

ନିର୍ବାଚନ ଆୟୋଗ କେୱାଇସି ଆପ୍ ଏବଂ ପ୍ରାର୍ଥୀ ସତ୍ୟପାଠ ପୋର୍ଟାଲ (https://affidavit.eci.gov.in/)ରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ସମ୍ପତ୍ତି, ଦାୟିତ୍ୱ, ଶିକ୍ଷାଗତ ପୃଷ୍ଠଭୂମି ଏବଂ ଅପରାଧିକ ପୃଷ୍ଠଭୂମି ସମେତ ସମସ୍ତ ବିବରଣୀ ପ୍ରଦାନ କରିଛନ୍ତି ।

ଗଣମାଧ୍ୟମ ସୁବିଧା

ଏହି ୨୧ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ପାଖାପାଖି ୪୭,୦୦୦ ମଞ୍ଜୁରି ପତ୍ର ଜାରି କରି ମତଦାନ କେନ୍ଦ୍ରଗୁଡ଼ିକରେ ମତଦାନର କଭରେଜ୍ ପାଇଁ ଆୟୋଗ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୁବିଧା ପ୍ରଦାନ କରିଛନ୍ତି। ଅନ୍ତର୍ଜାତୀୟ ଗଣମାଧ୍ୟମକୁ ବିଶେଷ ଭାବେ ସୁବିଧା ଯୋଗାଇ ଦିଆଯାଇଛି।

ନିର୍ବାଚନ ଦିନ ଗଣମାଧ୍ୟମ ଏବଂ ସମସ୍ତ ଅଂଶୀଦାର ଇସିଆଇଙ୍କ ଭୋଟର ଟର୍ଣ୍ଣଆଉଟ୍‌ ଆପ୍ ମାଧ୍ୟମରେ ମତଦାନ ହାର ଯାଞ୍ଚ କରିପାରିବେ ଯାହା ନିୟମିତ ଭାବେ ଅପଡେଟ୍ ହେବ ।

ନିର୍ବାଚନ ୨୦୨୪ ସମ୍ବନ୍ଧୀୟ ସମସ୍ତ ପ୍ରାସଙ୍ଗିକ ସୂଚନା ଗୋଟିଏ ସ୍ଥାନରେ ପ୍ରଦାନ କରିବା ପାଇଁ ଆୟୋଗ ନିର୍ବାଚନ ୨୦୨୪ ପାଇଁ ଏକ ଉତ୍ସର୍ଗୀକୃତ ୱେବସାଇଟ୍ https://elections24.eci.gov.in/ ମଧ୍ୟ ଉନ୍ମୋଚନ କରିଛନ୍ତି।

ପୃଷ୍ଠଭୂମି

ଗତ ଦୁଇ ବର୍ଷ ମଧ୍ୟରେ ଆୟୋଗ ଅନେକ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଗସ୍ତ କରି ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଆୟୋଗ ରାଜନୈତିକ ଦଳ, ପ୍ରବର୍ତ୍ତନ ଏଜେନ୍ସି, ସମସ୍ତ ଜିଲ୍ଲା ଅଧିକାରୀ, ଏସଏସପି/ଏସପି, ଡିଭିଜନାଲ କମିଶନର, ରେଞ୍ଜ ଆଇଜି, ସିଏସ/ଡିଜିପି ଏବଂ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।

ସେଗୁଡ଼ିକୁ ପୂରଣ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ଏବଂ ସେମାନଙ୍କ ଟିମ୍ ସହିତ ଏକାଧିକ ସମ୍ମିଳନୀ ଏବଂ ସମୀକ୍ଷା ବୈଠକ ହୋଇଥିଲା। ଆଇନ ଶୃଙ୍ଖଳା ପରିସ୍ଥିତି, ଚିନ୍ତାର ନିର୍ଦ୍ଦିଷ୍ଟ କ୍ଷେତ୍ର ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳର ଆବଶ୍ୟକତା ସମେତ ନିର୍ବାଚନ ବ୍ୟବସ୍ଥାର ସାମଗ୍ରିକ ପ୍ରସ୍ତୁତିର ସମୀକ୍ଷା କରିବା ପାଇଁ ବରିଷ୍ଠ ଅଧିକାରୀଙ୍କ ଏକ ଟିମ୍ ବିଭିନ୍ନ ରାଜ୍ୟ ଗସ୍ତ କରିଥିଲେ।

ଏହି ସମୀକ୍ଷାର ଏକ ଅଂଶ ଭାବରେ ଭାରତର ନିର୍ବାଚନ ଆୟୋଗ ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଇ ଏକ ଅବାଧ, ନିରପେକ୍ଷ, ଶାନ୍ତିପୂର୍ଣ୍ଣ ଏବଂ ପ୍ରଲୋଭନମୁକ୍ତ ନିର୍ବାଚନ ପାଇଁ ଚଳିତ ଲୋକସଭା ଏବଂ ରାଜ୍ୟ ବିଧାନସଭା ନିର୍ବାଚନ ୨୦୨୪ରେ ଆନ୍ତଃରାଜ୍ୟ ଏବଂ ଅନ୍ତର୍ଜାତୀୟ ସୀମାରେ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା ଏବଂ ଆକଳନ କରିଛନ୍ତି। ମିଳିତ ସମୀକ୍ଷାର ଉଦ୍ଦେଶ୍ୟ ଥିଲା ପଡ଼ୋଶୀ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ଅଧିକାରୀଙ୍କ ସହିତ ସୀମା ରକ୍ଷଣାବେକ୍ଷଣ କରୁଥିବା କେନ୍ଦ୍ରୀୟ ଏଜେନ୍ସିମାନଙ୍କ ମଧ୍ୟରେ ଏକ ନିରବଚ୍ଛିନ୍ନ ସମନ୍ୱୟ ଏବଂ ସହଯୋଗ ପାଇଁ ସମସ୍ତ ସମ୍ପୃକ୍ତ ଅଂଶୀଦାରଙ୍କୁ ଏକ ମଞ୍ଚରେ ଏକାଠି କରିବା । ଆୟୋଗ ପ୍ରତ୍ୟେକ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ସହ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକର ବିସ୍ତୃତ ସମୀକ୍ଷା କରିଥିଲେ।

ସାଧାରଣ ନିର୍ବାଚନ ଘୋଷଣା ପୂର୍ବରୁ ଆୟୋଗ ସାଧାରଣ ନିର୍ବାଚନ ପାଇଁ ୨୧୦୦ରୁ ଅଧିକ ସାଧାରଣ, ପୋଲିସ ଏବଂ ବ୍ୟୟ ପର୍ଯ୍ୟବେକ୍ଷକମାନଙ୍କୁ ମଧ୍ୟ ଅବଗତ କରାଇଥିଲେ ।

ଚଳିତ ସାଧାରଣ ନିର୍ବାଚନ ୨୦୨୪ରେ ମତଦାନ ପୂର୍ବରୁ ମତଦାନ ହାର ବୃଦ୍ଧି କରିବା ଉଦ୍ଦେଶ୍ୟରେ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ସଂସଦୀୟ ନିର୍ବାଚନ ମଣ୍ଡଳୀ (ପିସି)କୁ ଫୋକସ୍ କରି କମ୍ ମତଦାନ ହାର ଉପରେ ଏକ ସମ୍ମିଳନୀ ମଧ୍ୟ ଆୟୋଜନ କରିଥିଲେ।

ନିର୍ବାଚନ ପରିଚାଳନାର ସମସ୍ତ ଦିଗ ଉପରେ ସମଗ୍ର ନିର୍ବାଚନ ବ୍ୟବସ୍ଥାକୁ ତାଲିମ ଦିଆଯାଇଛି। ସମସ୍ତ ନିର୍ଦ୍ଦେଶାବଳୀ / ମାନୁଆଲ / ହ୍ୟାଣ୍ଡବୁକ୍ ବିସ୍ତୃତ ଭାବରେ ଅପଡେଟ୍ ହୋଇଛି ଏବଂ ଇସିଆଇ ୱେବସାଇଟରେ ଉପଲବ୍ଧ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା: ଘରେ ରହି ଭୋଟ ଦେବେ ୮୫ ବର୍ଷରୁ ଉର୍ଦ୍ଧ୍ଵ ଏବଂ ଦିବ୍ୟାଙ୍ଗ ଭୋଟର, ଶତାୟୁ ଭୋଟରଙ୍କୁ ଜିଲ୍ଲାପାଳଙ୍କ ନିମନ୍ତ୍ରଣ

ଚିଲିକା (ସୀତାରାମ ଅଗ୍ରୱାଲ): ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଓ ଖୋର୍ଦ୍ଧା ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ନିର୍ଦ୍ଦେଶ ଅନୁଯାୟୀ ଶତାୟୁ ଭୋଟର, ୮୫ ବର୍ଷରୁ ଉର୍ଦ୍ଧ୍ୱ ଏବଂ ୪୦ ଶତକଡାରୁ ଉର୍ଦ୍ଧ୍ଵ ଦିବ୍ୟାଙ୍ଗ ଭିନ୍ନକ୍ଷମ ଭୋଟର ମାନଙ୍କୁ ଘରେ ରହି ପୋଷ୍ଟାଲ ମତଦାନ ଦେବା ନିମନ୍ତେ ସମସ୍ତ ବ୍ଲକ ପ୍ରଶାସନ ପକ୍ଷରୁ ନୂତନ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ବାଣପୁର ଓ ଚିଲିକା ବ୍ଲକ ପ୍ରଶାସନ ପକ୍ଷରୁ ଉକ୍ତ ଅଭିଯାନର ଆରମ୍ଭ କରାଯାଇଛି।

ଚିଲିକା ବିଡ଼ିଓ ହଳଧର ଶବର, ବାଲୁଗାଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ, ବିଜ୍ଞାପିତ ଅଞ୍ଚଳ ପରିଷଦରେ ଉକ୍ତ ପ୍ରକ୍ରିୟାର ତଦାରଖ କରିଥିଲେ। ୮୫ ବର୍ଷରୁ ଉର୍ଦ୍ଧ୍ଵ ଏବଂ ଦିବ୍ୟାଙ୍ଗ ଭୋଟରଙ୍କୁ ଘରେ ରହି ମତଦାନ ଦେବାର ସୁବିଧା ନିମନ୍ତେ ସମ୍ପୃକ୍ତ ବୁଥ ଅଫିସର ଓ ସେକ୍ଟର ଅଫିସରଙ୍କ ଦ୍ୱାରା ଫର୍ମ ୧୨ ଡି ସେମାନଙ୍କ ଘରେ ପ୍ରଦାନ କରାଯାଇଥିଲା। ଯାହାକି ସେମାନେ ନିଜର ମତଦାନ ପୋଷ୍ଟାଲ ବ୍ୟାଲଟ ପେପରରେ ଦେବାକୁ ପରାମର୍ଶ ଦିଆଯାଇଛି। ଦୁଇରୁ ତିନି ଦିନ ମଧ୍ୟରେ ସମ୍ପୃକ୍ତ ବୁଥ ଅଫିସର ମତଦାନ କରିଥିବା ବ୍ୟାଲଟ ପେପର ସଂଗ୍ରହ କରି ସେକ୍ଟର ଅଫିସରଙ୍କୁ ପ୍ରଦାନ କରିବେ। ଯାହା ଚିଲିକା ବିଧାନସଭା ରିଟର୍ଣ୍ଣିଂ ଅଫିସର ଓ ପୁରୀ ଲୋକସଭା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ଆସନ୍ତା ୨୦ ତାରିଖ ସୁଦ୍ଧା ଦାଖଲ କରାଯିବା ନେଇ ନିର୍ଦ୍ଦେଶ ଦିଆଯାଇଛି।

ଅନୁରୂପ ଭାବେ ବାଣପୁର ବ୍ଲକ ଅଞ୍ଚଳରେ ମଧ୍ୟ ୪୦ ଶତକଡାରୁ ଉର୍ଦ୍ଧ୍ଵ ଦିବ୍ୟାଙ୍ଗ ଏବଂ ୮୫ ବର୍ଷରୁ ଉର୍ଦ୍ଧ୍ଵ ବୟସ୍କ ଭୋଟରମାନଙ୍କ ସୁବିଧା ନିମନ୍ତେ ଇଛୁକ ବ୍ୟକ୍ତିମାନଙ୍କ ପାଇଁ ଘରେ ରହି ମତଦାନ କରିବାର ସମସ୍ତ ବ୍ୟବସ୍ଥା କରାଯାଇଥିବା ବିଡ଼ିଓ ଶୀତଲ ଅଗ୍ରୱାଲ କହିଛନ୍ତି।  ତେଣୁ ୧୨ଡି ଫର୍ମରେ ଆବେଦନ କରିବାକୁ ପରାମର୍ଶ ଦେଇଛନ୍ତି ଶ୍ରୀମତୀ ଅଗ୍ରୱାଲ।

ଆବେଦନ କରିଥିବା ମତଦାତା ମାନଙ୍କର ମେ ମାସରେ ମତଦାନ କରାଯିବାର ବ୍ୟବସ୍ଥା ହୋଇଛି। ତତସହିତ ବାଣପୁର ବ୍ଲକରେ ୧୦୦ ବର୍ଷରୁ ଉର୍ଦ୍ଧ୍ଵ ୨୨ଜଣ ମତଦାତାଙ୍କୁ ଚିହ୍ନଟ କରାଯାଇଥିବା ବେଳେ ନିର୍ବାଚନ ଅଧିକାରୀ, ଖୋର୍ଦ୍ଧାଙ୍କ ତରଫରୁ ୧୯ଜଣଙ୍କୁ ମତଦାନ ପ୍ରକ୍ରିୟାରେ ଅଂଶ ଗ୍ରହଣ କରିବାକୁ ଅନୁରୋଧ କରାଯାଇଛି କି ନିଜର ମୌଳିକ କର୍ତ୍ତବ୍ୟକୁ ସମ୍ପାଦନ କରି ବିଶ୍ୱର ବୃହତମ ଗଣତନ୍ତ୍ରକୁ ମଜବୁତ କରିବା। ଅବଶିଷ୍ଟ ୩ଜଣ ମତଦାତାଙ୍କର ମୃତ୍ୟୁ ହୋଇଥିବା ବିଡ଼ିଓ ଶ୍ରୀମତୀ ଅଗ୍ରୱାଲ କହିଛନ୍ତି।

ସୂଚନା ଥାଉକି ଶତାୟୁ ଭୋଟରଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଦ୍ୱାରା ମତ ସାବ୍ୟସ୍ତ କରିବା ନିମନ୍ତେ ସ୍ୱତନ୍ତ୍ର ନିମନ୍ତ୍ରଣ ପତ୍ର ପ୍ରଶାସନ ପକ୍ଷରୁ ବଣ୍ଟନ କରାଯାଇ ସେମାନଙ୍କୁ ଉତ୍ସାହିତ କରାଯାଉଛି।

Categories
ଆଜିର ଖବର ଜାତୀୟ ଖବର

ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ: ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ସାଂସଦ-ବିଧାୟକ

ଭୁବନେଶ୍ଵର: ଫେବ୍ରୁଆରିରେ ରାଜ୍ୟସଭାର ୫୦ଟି ଆସନ ପାଇଁ ନିର୍ବାଚନ ହୋଇଥିଲା। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଓ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସମେତ ୪୧ ଜଣ ନେତା ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି। ରାଜ୍ୟସଭା ନିର୍ବାଚନରେ ଏଭଳି ସ୍ଥିତି ପ୍ରାୟ ସ୍ୱାଭାବିକ ବୋଲି କୁହାଯାଉଛି। ତେବେ ସାଧାରଣତଃ ଲୋକସଭା ଓ ବିଧାନସଭା ନିର୍ବାଚନରେ ଏହା ଦେଖିବାକୁ ମିଳେ ନାହିଁ କାରଣ ଏହି ନିର୍ବାଚନ ସିଧାସଳଖ ସରକାର ଗଠନ ପାଇଁ ହୋଇଥାଏ । ଆସନ୍ତୁ ଜାଣିବା, ଲୋକସଭା ଓ ବିଧାନସଭା ନିର୍ବାଚନରେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ଜିତିବାର ଚିତ୍ର କେମିତି ରହିଛି…

କେମିତି ଥିଲା ଲୋକସଭା ନିର୍ବାଚନରେ ସ୍ଥିତି?

ଲୋକସଭା ନିର୍ବାଚନରେ ଏପର୍ଯ୍ୟନ୍ତ ୨୮ ଜଣ ସାଂସଦ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି।

ପ୍ରଥମ ଓ ଦ୍ୱିତୀୟ ସାଧାରଣ ନିର୍ବାଚନରେ ୫ ଜଣ ସାଂସଦ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଥିଲେ।

୧୯୬୭ ମସିହାର ଚତୁର୍ଥ ସାଧାରଣ ନିର୍ବାଚନରେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ୫ ଜଣ ସାଂସଦ ନିର୍ବାଚିତ ହୋଇଥିଲେ।

ଏପର୍ଯ୍ୟନ୍ତ ସର୍ବାଧିକ ଜମ୍ମୁ-କଶ୍ମୀରରୁ ୪ ସାଂସଦ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି।

ୟୁପି, ତାମିଲନାଡୁ, ଆସାମ ସମେତ ୭ଟି ରାଜ୍ୟରେ ୨ରୁ ୨ ଜଣ ସାଂସଦ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି।

କେବଳ ୨ଟି ଆସନ (ସିକିମ ଓ ଶ୍ରୀନଗର) ଯେଉଁଠାରେ ଏକାଧିକ ଥର ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚନ ହୋଇଥିଲା।

ଦଳଗୁଡ଼ିକର ସ୍ଥିତି କ’ଣ?

ସ୍ୱାଧୀନତା ପରଠାରୁ ବିନା ପ୍ରତିଦ୍ୱନ୍ଦ୍ୱିତାରେ କଂଗ୍ରେସର ୨୦ ସାଂସଦ ନିର୍ବାଚିତ ହୋଇଛନ୍ତି।

ନ୍ୟାସନାଲ କନଫରେନ୍ସ ଓ ସମାଜବାଦୀ ପାର୍ଟିରୁ ୨-୨ ଜଣ ସାଂସଦ ନିର୍ବାଚିତ ହୋଇଛନ୍ତି।

ଏପର୍ଯ୍ୟନ୍ତ ମାତ୍ର ଜଣେ ସ୍ୱାଧୀନ ପ୍ରାର୍ଥୀ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି।

ଏପର୍ଯ୍ୟନ୍ତ ବିଜେପିର କୌଣସି ସାଂସଦ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇନାହାନ୍ତି।

କେଉଁ ପ୍ରମୁଖ ନେତା ବିନା ପ୍ରତିଦ୍ୱନ୍ଦ୍ୱିତାରେ ସାଂସଦ ହୋଇଥିଲେ?

ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା, ନାଗାଲାଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍ ସି ଜାମିର, ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇବି ଚୌହାନ, ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ପିଏମ୍ ସୟିଦ ଏବଂ ସମାଜବାଦୀ ପାର୍ଟି ନେତା ଡିମ୍ପଲ ଯାଦବ ପ୍ରମୁଖଙ୍କ ନାମ ରହିଛି।

ବିଧାନସଭା ନିର୍ବାଚନରେ ସ୍ଥିତି କ’ଣ?

ବର୍ତ୍ତମାନ ସୁଦ୍ଧା ୨୯୮ ଜଣ ବିଧାୟକ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି।

ନାଗାଲାଣ୍ଡ ୭୭ ବିଧାୟକଙ୍କ ସହ ତାଲିକାର ଶୀର୍ଷରେ ରହିଛି।

ଜମ୍ମୁ-କଶ୍ମୀରରୁ ଏପର୍ଯ୍ୟନ୍ତ ୬୩ ଜଣ ବିଧାୟକ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି।

ଅରୁଣାଚଳ ପ୍ରଦେଶରୁ ୪୦ ଜଣ ବିଧାୟକ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି।

ଆନ୍ଧ୍ରପ୍ରଦେଶର ୩୪ ଓ ଆସାମରୁ ୧୮ ବିଧାୟକ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି।

ୟୁପି ଓ ରାଜସ୍ଥାନରୁ ୬ ଜଣ ବିଧାୟକ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି।

୧୯୬୨ରେ ୬ଟି ରାଜ୍ୟରେ ୪୭ ଜଣ ବିଧାୟକ ନିର୍ବାଚିତ ହୋଇଥିଲେ, ଯାହା ଗୋଟିଏ ବର୍ଷରେ ସର୍ବାଧିକ।

୧୯୯୮ରେ ୪୫ ବିଧାୟକ ନିର୍ବାଚିତ ହୋଇଥିବାବେଳେ ୧୯୬୭ ଓ ୧୯୭୨ରେ ୩୩ରୁ ୩୩ ବିଧାୟକ ନିର୍ବାଚିତ ହୋଇଥିଲେ।

ଚଳିତ ଅରୁଣାଚଳ ପ୍ରଦେଶ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁଙ୍କ ସମେତ ୧୦ ଜଣ

ବିଜେପି ବିଧାୟକ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇସାରିଛନ୍ତି।

ଦଳଗୁଡ଼ିକର ଆକଳନ କ’ଣ?

କଂଗ୍ରେସ ୧୯୫ ବିଧାୟକଙ୍କୁ ନେଇ ଏହି ମାମଲାରେ ଆଗରେ ରହିଛି।

ନ୍ୟାସନାଲ କନଫରେନ୍ସର ୩୪ ଓ ବିଜେପିର ୧୫ ବିଧାୟକ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ୨୯ ଜଣ ସ୍ୱାଧୀନ ବିଧାୟକ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ସଂରକ୍ଷିତ ଆସନରେ କେଉଁ ଦଳ କେତେ ଜିତିଛି

ଭୁବନେଶ୍ଵର: ୫୪୩ ଆସନ ବିଶିଷ୍ଟ ଲୋକସଭାରେ ୮୪ଟି ଆସନ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ଥିବାବେଳେ ୪୭ଟି ଆସନ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ରହିଛି। ଏକଦା ଏହି ଆସନଗୁଡ଼ିକରେ କଂଗ୍ରେସର ଆଧିପତ୍ୟ ଥିଲା। ନବେ ଦଶକର ଶେଷବେଳକୁ ଆଞ୍ଚଳିକ ଦଳ ଓ ବିଜେପିର ଦଖଲ ସୁଦୃଢ଼ ହୋଇଥିଲା। ଗଣିତ ଏପରି ଯେ ସଂରକ୍ଷିତ ବର୍ଗର ଭୋଟ୍ ବିଭାଜିତ ହେଲେ ଅନ୍ୟ ବର୍ଗର ଭୋଟର ନିର୍ଣ୍ଣାୟକ ହୋଇଯାଆନ୍ତି। ସଂରକ୍ଷିତ ଆସନରେ କଂଗ୍ରେସ ନିଜର ଆଧିପତ୍ୟ ହରାଇବାରୁ ବିଜେପି ଏବଂ ଆଞ୍ଚଳିକ ଦଳଗୁଡ଼ିକ ବୃଦ୍ଧି ପାଇଲେ।

କେମିତି ଥିଲା ୨୦୧୪ ନିର୍ବାଚନ?

ବିଜେପି ୨୦୧୪ରେ ୬୬ଟି ସଂରକ୍ଷିତ ଆସନ ଜିତି ରେକର୍ଡ କରିଥିଲା।

୨୦୧୪ରେ ବିଜେପି ୪୦ଟି ଏସସି ଓ ୨୬ଟି ଏସଟି ଆସନ ରେ ବିଜୟୀ ହୋଇଥିଲା।

୧୯୯୧ ପରେ କୌଣସି ଦଳକୁ ଏତେ ସଂରକ୍ଷିତ ଆସନ ମିଳିନଥିଲା।

୨୦୧୪ ନିର୍ବାଚନରେ କଂଗ୍ରେସ ମାତ୍ର ୭ଟି ଏସସି ଓ ୫ଟି ଏସଟି ଆସନ ଜିତିପାରିଥିଲା।

ତୃଣମୂଳ କଂଗ୍ରେସ ୧୦ଟି ଏସସି ଓ ୨ଟି ଏସଟି ଆସନ ଜିତି ତୃତୀୟ ସ୍ଥାନରେ ରହିଥିଲା।

ସଂରକ୍ଷିତ ଲୋକସଭା ଆସନ

ଗଣତନ୍ତ୍ରରେ ଅଧାରୁ ଅଧିକ ଭୋଟ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ କୌଣସି ଦଳ କେବେ ୫୦% ଭୋଟ୍ ପାଇଛନ୍ତି କି?

୨୦୧୯ ନିର୍ବାଚନରେ ବିଜେପି କେତେ ଦୂର ଯାଇଥିଲା?

୨୦୧୯ ନିର୍ବାଚନରେ ବିଜେପି ୭୭ଟି ସଂରକ୍ଷିତ ଆସନ ଜିତି ସବୁଠୁ ଆଗରେ ରହିଥିଲା।

୨୦୧୯ରେ ବିଜେପି ୪୬ଟି ଏସସି ଓ ୩୧ଟି ଏସଟି ଆସନରେ ବିଜୟୀ ହୋଇଥିଲା।

ଏହି ନିର୍ବାଚନରେ କଂଗ୍ରେସ ମାତ୍ର ୫ଟି ଏସସି ଓ ୪ଟି ଏସଟି ଆସନରେ ବିଜୟୀ ହୋଇପାରିଥିଲା।

ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ୫ଟି ଆସନରେ ବିଜୟୀ ହୋଇ ଟିଏମସି ତୃତୀୟ ସ୍ଥାନରେ ରହିଛି।

ମଧ୍ୟପ୍ରଦେଶ, କର୍ଣ୍ଣାଟକ, ଗୁଜରାଟ ଓ ରାଜସ୍ଥାନରେ ସମସ୍ତ ସଂରକ୍ଷିତ ଆସନରେ ବିଜେପି ବିଜୟୀ ହୋଇଛି।

ଉତ୍ତରପ୍ରଦେଶରେ ବିଜେପି ୧୭ଟି ଏସସି ଆସନରୁ ୧୪ଟିରେ ବିଜୟୀ ହୋଇଥିଲା।

Categories
ଆଜିର ଖବର ଜାତୀୟ ଖବର

ପ୍ରଥମ ଭୋଟ୍ କେଉଁଠାରେ ପଡ଼ିଥିଲା?: ଜାଣନ୍ତୁ ନିର୍ବାଚନ ବିଷୟରେ କିଛି ଅଜଣା ତଥ୍ୟ

ଭୁବନେଶ୍ଵର: ୧୯୫୨ ମସିହାରେ ଭାରତରେ ପ୍ରଥମ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ତେବେ ଏହି ନିର୍ବାଚନ ପାଇଁ ଦେଶରେ ପ୍ରଥମ ଭୋଟ୍ ୧୯୫୧ ମସିହା ଅକ୍ଟୋବର ୨୫ ତାରିଖରେ ହିମାଚଳ ପ୍ରଦେଶର ଚିନି ତହସିଲରେ ହୋଇଥିଲା। ତେବେ ଏଠାକାର ଭୋଟରଙ୍କୁ ସେମାନଙ୍କ ଭୋଟର ଫଳାଫଳ ଜାଣିବା ପାଇଁ ମାସ ମାସ ଅପେକ୍ଷା କରିବାକୁ ପଡ଼ିଥିଲା।

ସେହିପରି ଦେଶର ପ୍ରଥମ ସାଧାରଣ ନିର୍ବାଚନରେ ସର୍ବାଧିକ ମତଦାନ କେରଳର କୋଟ୍ଟାୟମ ନିର୍ବାଚନ ମଣ୍ଡଳୀରେ ହୋଇଥିଲା। ଏଠାରେ ୮୦ ପ୍ରତିଶତ ମତଦାନ ହୋଇଥିଲା।

ସେହିପରି ମଧ୍ୟପ୍ରଦେଶର ସେହଡୋଲରେ ସର୍ବନିମ୍ନ ମତଦାନ ହୋଇଥିଲା। ଏଠାରେ ମାତ୍ର ୨୦ ପ୍ରତିଶତ ମତଦାନ ହୋଇଥିଲା।

Categories
ଆଜିର ଖବର ଜାତୀୟ ଖବର

ଲୋକସଭା ନିର୍ବାଚନରେ ମତଦାନ ହାର ବୃଦ୍ଧି ପାଇଁ ନିର୍ବାଚନ ଆୟୋଗଙ୍କ ପ୍ରୟାସ

ନୂଆଦିଲ୍ଲୀ: କମ୍‌ ମତଦାନ ହାର ରହିଥିବା ୧୧ଟି ରାଜ୍ୟର ନିର୍ଦ୍ଦିଷ୍ଟ ସହରାଞ୍ଚଳ ମହାନଗର ନିଗମ ଆୟୁକ୍ତ ଏବଂ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ସହ ନିର୍ବାଚନ ଆୟୋଗ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ। ମତଦାନ ହାର ବୃଦ୍ଧି ପାଇଁ ପ୍ରଥମ ଥର ପାଇଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଏଭଳି ଏକ ପ୍ରୟାସ କରାଯାଉଛି। ନୂଆଦିଲ୍ଲୀସ୍ଥିତ ନିର୍ବାଚନ ସଦନରେ ଆସନ୍ତାକାଲି ବୈଠକ ଆୟୋଜନ କରାଯିବ। ଏଥିରେ ଆସନ୍ତା ଲୋକସଭା ନିର୍ବାଚନ ୨୦୨୪ରେ ମତଦାନ ହାର ବୃଦ୍ଧି ପାଇଁ ଉପାୟ ସମ୍ପର୍କରେ ଆଲୋଚନା ହେବ। ନିର୍ଦ୍ଦିଷ୍ଟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ କମ୍‌ ମତଦାନ ହାର ସମସ୍ୟା ଉପରେ ଆଲୋଚନା କରାଯିବା ସହିତ ଲକ୍ଷ୍ୟ ଆଧାରିତ ଓ ନିର୍ଦ୍ଦିଷ୍ଟ କାର୍ଯ୍ୟ ଯୋଜନା ପ୍ରସ୍ତୁତି ପାଇଁ ବିଚାରବିମର୍ଶ କରାଯିବ। ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର ଏବଂ ସୁଖବୀର ସିଂ ସାନ୍ଧୁ ଯୋଗ ଦେବେ।

ପୂର୍ବରୁ ଅନୁଷ୍ଠିତ କେତେକ ବିଧାନସଭା ନିର୍ବାଚନରେ ଯେପରି ସ୍ଥିତି ଦେଖିବାକୁ ମିଳିଛି, ତାହାକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୁକ୍ତ ରାଜୀବ କୁମାର କମ୍‌ ମତଦାନ ହାର ପାଇଁ ଅନେକ ସମୟରେ ସହରାଞ୍ଚଳ ଅନିଚ୍ଛା ଏବଂ ଗ୍ରାମାଞ୍ଚଳରୁ ପ୍ରବାସକୁ ଦାୟୀ କରିଛନ୍ତି।

୨୦୧୯ ଲୋକସଭା ସାଧାରଣ ନିର୍ବାଚନରେ ଜାତୀୟ ସ୍ତରରେ ମତଦାନ ହାର ୬୭.୪୦% ରହିଥିବା ବେଳେ ବିହାର, ଉତ୍ତରପ୍ରଦେଶ, ଦିଲ୍ଲୀ ଜାତୀୟ ରାଜଧାନୀ କ୍ଷେତ୍ର, ମହାରାଷ୍ଟ୍ର, ଉତ୍ତରାଖଣ୍ଡ, ତେଲଙ୍ଗାନା, ଗୁଜରାଟ, ପଞ୍ଜାବ, ରାଜସ୍ଥାନ, ଜମ୍ମୁ ଓ କାଶ୍ମୀର ଏବଂ ଝାଡ଼ଖଣ୍ଡ ଆଦି ୧୧ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ଏହା ଠାରୁ କମ୍‌ ମତଦାନ ହାର ଦେଖିବାକୁ ମିଳିଥିଲା। ଯେଉଁଠି ୫୦ଟି ସଂସଦୀୟ କ୍ଷେତ୍ରରେ କମ୍‌ ମତଦାନ ହାର ଥିଲା ସେଥିମଧ୍ୟରୁ ୧୭ଟି କ୍ଷେତ୍ର ବଡ଼ ମହାନଗର ଅଞ୍ଚଳ ଥିଲା ଯାହାକି ସହରାଞ୍ଚଳ ଅନିଚ୍ଛାର ଏକ ଦୁର୍ଭାଗ୍ୟଜନକ ଧାରାକୁ ପ୍ରତିଫଳନ କରିଥାଏ।

କମ ମତଦାନ ହାର ରହିଥିବା ୯ଟି ରାଜ୍ୟର ୫୦ରୁ ଅଧିକ ଗ୍ରାମୀଣ ସଂସଦୀୟ କ୍ଷେତ୍ରକୁ ଚିହ୍ନଟ କରାଯାଇଛି ଏବଂ ଏସବୁ କ୍ଷେତ୍ରରେ ମତଦାନ ହାର ସୁଧାର ପାଇଁ ବୈଠକରେ ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ବିଚାରବିମର୍ଶ କରାଯିବ ଓ ରଣନୀତି ବିକାଶ କରାଯିବ।

ଏହି ବୈଠକରେ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ, ଅହମ୍ମଦାବାଦ, ପୁଣେ, ଠାଣେ, ନାଗପୁର, ପଟନାସାହିବ, ଲକ୍ଷ୍ନୌ ଓ କାନପୁରର ମହାନଗର ନିଗମ ଆୟୁକ୍ତଙ୍କ ସମେତ ବିହାର ଓ ଉତ୍ତରପ୍ରଦେଶର ନିର୍ଦ୍ଦିଷ୍ଟ ଜିଲ୍ଲା ନିର୍ବାଚନ ଅଧିକାରୀମାନେ ଉପସ୍ଥିତ ରହିବେ। ଏହି ଅବସରରେ ଆୟୋଗଙ୍କ ଦ୍ୱାରା ମତଦାତାଙ୍କ ଉଦାସୀନତା ଉପରେ ଏକ ପୁସ୍ତିକା ଉନ୍ମୋଚନ କରାଯିବ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର

୧ ଶିଶି, ୧ କମ୍ପାନୀ, ୭୦୦ ଭୋଟର… ଭୋଟ୍ ଚିହ୍ନ ଥିବା କାଳିର କାହାଣୀ

ନୂଆଦିଲ୍ଲୀ: ଚଳିତ ବର୍ଷ ଦେଶରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ଖୁବଶୀଘ୍ର ନିର୍ବାଚନ ତାରିଖ ଘୋଷଣା ହେବାକୁ ଯାଉଛି। ଏଭଳି ସ୍ଥିତିରେ ପୁଣିଥରେ ଚର୍ଚ୍ଚାରେ ରହିଛି ମହୀଶୂରର ନାମ। ଏହାର କାରଣ ହେଉଛି ନିର୍ବାଚନରେ ଭୋଟ ଦେବା ପରେ ଭୋଟରଙ୍କ ତର୍ଜନୀ ଆଙ୍ଗୁଠିରେ ଥିବା ସ୍ୱତନ୍ତ୍ର କାଳି। ଦେଶର ଏକମାତ୍ର ମହୀଶୂର ସ୍ଥିତ କମ୍ପାନି ମହୀଶୂର ପେଣ୍ଟସ୍ ଆଣ୍ଡ୍ ୱାର୍ନିଶ ଲିମିଟେଡ୍ ପକ୍ଷରୁ ଏହି ସ୍ୱତନ୍ତ୍ର କାଳି ପ୍ରସ୍ତୁତ କରାଯାଇଛି। ଗଣତନ୍ତ୍ରର ପ୍ରତୀକ ଏହି କାଳିର ଇତିହାସ ଦେଶରେ ୫୦ ବର୍ଷରୁ ଅଧିକ ପୁରୁଣା। ଏହି କାଳି ବିନା ଦେଶରେ ନିର୍ବାଚନ ସମ୍ପୂର୍ଣ୍ଣ ହୋଇପାରୁନାହିଁ। ନିର୍ବାଚନରେ ଜାଲିଆତି ରୋକିବା ପାଇଁ ୧୯୬୨ ମସିହାରେ ପ୍ରଥମେ ଏହି ବାଇଗଣି ରଙ୍ଗ କାଳି ବ୍ୟବହାର କରାଯାଇଥିଲା।
ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ଅର୍ଡର

ମହୀଶୂର ପେଣ୍ଟସ୍ ଆଣ୍ଡ୍ ୱାର୍ନିସେସ୍ ଲିମିଟେଡ୍ (ଏମପିଭିଏଲ୍)ରେ ଏହା ଏକ ବ୍ୟସ୍ତବହୁଳ ସମୟ। ଆଗାମୀ ଲୋକସଭା ନିର୍ବାଚନ ପାଇଁ ଏପର୍ଯ୍ୟନ୍ତ ସବୁଠାରୁ ବଡ ଆଦେଶ ମିଳିଛି। ପ୍ରତି ନିର୍ବାଚନ ସହିତ ଭୋଟରଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଅବିସ୍ମରଣୀୟ କାଳିର ଚାହିଦା ମଧ୍ୟ ବଢ଼ିବାରେ ଲାଗିଛି। ଏଥର ସାଧାରଣ ନିର୍ବାଚନରେ ଏହି କାଳିର ୨୬.୬ ଲକ୍ଷ ଶିଶି ଆବଶ୍ୟକ ହେବ। ୟୁପିକୁ ସବୁଠାରୁ ଅଧିକ ନିର୍ବାଚନୀ କାଳି ଦରକାର। ନିର୍ବାଚନ ପାଇଁ କାଳି ଉତ୍ପାଦନ ଖର୍ଚ୍ଚ ହେବ ୫୫ କୋଟି ଟଙ୍କା। ୭୦୦ ଭୋଟରଙ୍କ ପାଇଁ ୧୦ ମିଲିଗ୍ରାମର ଭାଏଲ ବ୍ୟବହାର କରାଯାଇପାରିବ। ଏହାର ନିର୍ଦ୍ଦେଶ ପରେ, ଏମପିଭିଏଲ କହିଛି ଯେ ଉତ୍ପାଦନର ଆବଶ୍ୟକତାର ଅତି କମରେ ୭୦% ସମ୍ପୂର୍ଣ୍ଣ ହୋଇଛି। ଅବଶିଷ୍ଟ କାର୍ଯ୍ୟ ମାର୍ଚ୍ଚ ୧୫ ସୁଦ୍ଧା ଶେଷ ହେବ।

କେମିତି ତିଆରି କରାଯାଏ ଅବିସ୍ମରଣୀୟ କାଳି?

ଏହି ସାହିରେ ସିଲଭର ନାଇଟ୍ରେଟ୍ ରହିଥାଏ। ଏହାକୁ ଗୁପ୍ତଭାବେ ପ୍ରସ୍ତୁତ କରାଯାଏ। କାଳି ପ୍ରସ୍ତୁତ କରିବାରେ ସମ୍ପୂର୍ଣ୍ଣ ସୁରକ୍ଷା ଓ ଗୋପନୀୟତା ପ୍ରତି ଧ୍ୟାନ ଦିଆଯାଏ। ଗୁଣବତ୍ତା ପରିଚାଳକଙ୍କ ପାଖରେ କାଳିର ଫର୍ମୁଲା ରହିଛି। ଏହାକୁ କାହା ସହ ସେୟାର କରାଯାଏ ନାହିଁ। ଏହି କାରଣରୁ କମ୍ପାନୀ ଗତ ପାଞ୍ଚଦଶନ୍ଧି ଧରି ନିଜର ବିଶ୍ୱସନୀୟତା ବଜାୟ ରଖିଛି। ପାଖାପାଖି ୧୦ ଦିନ ପର୍ଯ୍ୟନ୍ତ ଉଜ୍ଜ୍ୱଳ ରହିଥାଏ ଏହି କାଳି। ଏହାପରେ ଏହା ଫିକା ହେବାକୁ ଲାଗିଥାଏ। ପ୍ରାରମ୍ଭରେ କାଚ ବୋତଲରେ ଭର୍ତ୍ତି କରି କାଳି ଯୋଗାଇ ଦିଆଯାଉଥିଲା।

ତେବେ ନୂଆ ଜ୍ଞାନକୌଶଳ ର ଆବିର୍ଭାବ ପରେ ଏମପିଭିଏଲ ୧୯୬୦ ଦଶକର ଶେଷ ଭାଗରୁ ଆମ୍ବର ରଙ୍ଗର ପ୍ଲାଷ୍ଟିକ (ଏଚଡିପିଇ) କଣ୍ଟେନର ବ୍ୟବହାର କରିବା ଆରମ୍ଭ କରିଥିଲା। ପ୍ରତି ୧୦ ଗ୍ରାମ ଭାଏଲର ମୂଲ୍ୟ ୧୭୪ ଟଙ୍କା। ଗତ ନିର୍ବାଚନରେ ଏହା ଭାଏଲ ପିଛା ୧୬୦ ଟଙ୍କା ଥିଲା। ରୂପା ନାଇଟ୍ରେଟ୍ ମୂଲ୍ୟରେ ଅସ୍ଥିରତା କାରଣରୁ ଏଭଳି ଏକ ପ୍ରମୁଖ ଉପାଦାନ ରହିଛି। କମ୍ପାନୀ ପ୍ଲାଷ୍ଟିକ୍ ଭାଏଲ ବଦଳରେ କାଳି ଲଗାଇବା ପାଇଁ ମାର୍କର ପେନ୍ ତିଆରି କରିବାର ବିକଳ୍ପ ଉପରେ ମଧ୍ୟ ବିଚାର କରୁଛି। ଏହାର ଉତ୍ପାଦନ ଏବେବି ବିକାଶ ପର୍ଯ୍ୟାୟରେ ରହିଛି।

ଦେଶରେ ତିଆରି ହୋଇଥିବା ଗଣତନ୍ତ୍ରର କାଳି କେବଳ ଦେଶରେ ନୁହେଁ ବରଂ ବିଦେଶରେ ମଧ୍ୟ ଯୋଗାଇ ଦିଆଯାଉଛି। ଇଂଲଣ୍ଡ, ତୁର୍କୀ, ମାଲେସିଆ, ନେପାଳ, ଘାନା, ଦକ୍ଷିଣ ଆଫ୍ରିକା ଏବଂ ଡେନମାର୍କ ଭଳି ଦେଶରେ ମେଡ୍ ଇନ୍ ମହୀଶୂର ସାହି ବ୍ୟବହାର କରାଯାଏ। ବର୍ତ୍ତମାନ ଘରୋଇ ଚାହିଦା ବ୍ୟତୀତ କମ୍ପାନି ପାଖରେ ରପ୍ତାନି ଅର୍ଡର ମଧ୍ୟ ରହିଛି। କାରଣ ଚଳିତ ବର୍ଷ ହେବାକୁ ଥିବା ୬୦ଟି ଦେଶ ମଧ୍ୟରୁ ଅଧିକାଂଶ ଦେଶରେ ମତଦାନ ପ୍ରକ୍ରିୟା ପାଇଁ ଏହି ଅବିସ୍ମରଣୀୟ କାଳିର ଆବଶ୍ୟକତା ରହିଛି। କମ୍ପାନୀକୁ ଅନ୍ୟ ଦେଶରୁ ମାର୍କର ଭାଏଲ ପାଇଁ ଅନେକ ଅନୁରୋଧ ମିଳିଛି। ଆଶା କରାଯାଉଛି ଆଗାମୀ କିଛି ମାସ ମଧ୍ୟରେ ଅଧିକ ଅର୍ଡର ଆସିବ। “ଗତ କିଛି ମାସ ମଧ୍ୟରେ ଆମେ କାମ୍ବୋଡିଆ, ଫିଜି ଦ୍ୱୀପପୁଞ୍ଜ, ସିଏରା ଲିଓନ ଏବଂ ଗିନି-ବିସାଉରୁ କ୍ଷୁଦ୍ର ରପ୍ତାନୀ ଅର୍ଡର ପୂରଣ କରିଛୁ। ଆମେ ବର୍ତ୍ତମାନ ମଙ୍ଗୋଲିଆ, ଫିଜି ଦ୍ୱୀପପୁଞ୍ଜ, ମାଲେସିଆ ଏବଂ କାମ୍ବୋଡିଆ ପାଇଁ ଅର୍ଡର ଦେଉଛୁ।
ମହୀଶୂର ରାଜାଙ୍କ ଦ୍ଵାରା ସ୍ଥାପିତ

ମହାରାଜା କୃଷ୍ଣରାଜା ୱାଡିଆର ଚତୁର୍ଥଙ୍କ ଦ୍ୱାରା ୧୯୩୭ ମସିହାରେ ମହୀଶୂର ପେଣ୍ଟସ୍ ପ୍ରତିଷ୍ଠା କରାଯାଇଥିଲା। ୧୯୬୨ ମସିହାରେ ନିର୍ବାଚନ ଆୟୋଗ ଆଇନ ମନ୍ତ୍ରାଳୟ, ନ୍ୟାସନାଲ ଫିଜିକାଲ ଲାବୋରେଟୋରି ଅଫ୍ ଇଣ୍ଡିଆ ଏବଂ ନ୍ୟାସନାଲ ରିସର୍ଚ୍ଚ ଡେଭଲପମେଣ୍ଟ କର୍ପୋରେସନର ମିଳିତ ସହଯୋଗରେ ମହୀଶୂର ପେଣ୍ଟସ ଆଣ୍ଡ ୱାର୍ନିସ ଲିମିଟେଡ ସହ ଏଭଳି କଳା ତିଆରି ପାଇଁ ଚୁକ୍ତି କରିଥିଲେ। ସେଣ୍ଟର ଫର୍ ସାଇଣ୍ଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ ଏହି କାଳିର ଫର୍ମୁଲା ପ୍ରସ୍ତୁତ କରିଛି। ଖାସ୍ କଥା ହେଉଛି ଏହି କାଳିକୁ ସହଜରେ ଲିଭାଇ ଦିଆଯାଇ ପାରିବ ନାହିଁ। ବର୍ତ୍ତମାନ ଏହି କାରଖାନାରେ ପାଖାପାଖି ୧୦୦ ଜଣିଆ ଟିମ୍ କାମ କରୁଛନ୍ତି। କାରଖାନାରେ ବାହାର ଲୋକଙ୍କ ପ୍ରବେଶ ନିଷେଧ କରାଯାଇଛି। ଏହାବ୍ୟତୀତ କାରଖାନାରେ ତ୍ରିସ୍ତରୀୟ ସୁରକ୍ଷା ଯାଞ୍ଚ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ଏହି ତାରିଖରେ ହୋଇପାରେ ଲୋକସଭା ନିର୍ବାଚନ ଘୋଷଣା, ୭ ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ସମ୍ଭବ

ନୂଆଦିଲ୍ଲୀ: ମାର୍ଚ୍ଚ ୧୪-୧୫ ତାରିଖରୁ ଲୋକସଭା ନିର୍ବାଚନ ସମ୍ପର୍କରେ ନିର୍ବାଚନ ଆଚରଣ ବିଧି ଲାଗୁ କରାଯାଇପାରେ। ବିଶେଷ ସୂତ୍ରଋ ଏହି ସୂଚନା ମିଳିଛି। ସୂତ୍ରରୁ ପ୍ରକାଶ ଯେ, ନିର୍ବାଚନ ଆୟୋଗ ଖୁବ ଶୀଘ୍ର ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି। ପ୍ରଥମ ପର୍ଯ୍ୟାୟ ପାଇଁ ଭୋଟ୍ ଏପ୍ରିଲର ଦ୍ୱିତୀୟ ସପ୍ତାହରେ ହୋଇପାରେ। ୨୦୧୯ ପରି ଏଥର ମଧ୍ୟ ୭ ଟି ପର୍ଯ୍ୟାୟରେ ନିର୍ବାଚନ ହୋଇପାରେ।

ଲୋକସଭା ନିର୍ବାଚନର ପ୍ରସ୍ତୁତି ସମ୍ପର୍କରେ ନିର୍ବାଚନ ଆୟୋଗ ଆଜି ଏକ ସାମ୍ବାଦିକ ସମ୍ମିଳନୀ ମଧ୍ୟ କରିବାକୁ ଯାଉଛି। ତେବେ ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନ ଆୟୋଗ ଲୋକସଭା ନିର୍ବାଚନ ତାରିଖ ଘୋଷଣା କରିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।

ଆସନ୍ତା ସପ୍ତାହରେ ତାରିଖ ଘୋଷଣା କରାଯାଇପାରେ:

ସୂଚନାନୁସାରେ, ଆସନ୍ତା ସପ୍ତାହରେ ନିର୍ବାଚନ କମିଶନ ଲୋକସଭା ନିର୍ବାଚନର ତାରିଖ ଘୋଷଣା କରିପାରନ୍ତି। ବର୍ତ୍ତମାନ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତିର ଆକଳନ ପାଇଁ ନିର୍ବାଚନ ଆୟୋଗ ଅନେକ ରାଜ୍ୟ ଗସ୍ତରେ ଅଛନ୍ତି। ସମସ୍ତ ରାଜ୍ୟରେ ପ୍ରସ୍ତୁତିର ଆକଳନ ପରେ ହିଁ ଆୟୋଗ ନିର୍ବାଚନ ତାରିଖ ଘୋଷଣା କରିବେ।

ସୂତ୍ରରୁ ପ୍ରକାଶ ଯେ, ବର୍ତ୍ତମାନ ନିର୍ବାଚନ ଆୟୋଗଙ୍କ ଟିମ ପଶ୍ଚିମବଙ୍ଗରେ ଅଛି। ଏହା ପରେ ଦଳ ଉତ୍ତରପ୍ରଦେଶ ଏବଂ ପରେ ଜମ୍ମୁ କାଶ୍ମୀର ଗସ୍ତ କରିବ। ସୂଚନା ଅନୁଯାୟୀ, ନିର୍ବାଚନ ଅଧିକାରୀ ମାର୍ଚ୍ଚ ୧୩ ତାରିଖ ସୁଦ୍ଧା ତାଙ୍କର ଯାତ୍ରା ଶେଷ କରିବେ। ଏହି ସମୟରେ ନିର୍ବାଚନ ଆୟୋଗ ସବୁ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସହ ନିରନ୍ତର ବୈଠକ କରୁଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଦେଶର ଉଚ୍ଚ ଶିକ୍ଷାନୁଷ୍ଠାନ ମାନଙ୍କରେ ‘ମେରା ପେହଲା ଭୋଟ୍ ଦେଶ କେ ଲିଏ’ ଅଭିଯାନ

ନୂଆଦିଲ୍ଲୀ: ନିର୍ବାଚନରେ ଯୁବ ବର୍ଗଙ୍କ ସାର୍ବଜନୀନ ଭାଗିଦାରୀକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଶିକ୍ଷା ମନ୍ତ୍ରଣାଳୟ ଫେବୃଆରୀ ୨୮ ରୁ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ‘ମେରା ପେହଲା ଭୋଟ୍ ଦେଶ କେ ଲିଏ’ ଅଭିଯାନର ଆୟୋଜନ କରୁଛି।

କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ଓ  ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଶର ଯୁବ ପିଢ଼ିଙ୍କୁ ସେମାନଙ୍କ ସ୍ୱର ଉତ୍ତୋଳନ କରିବାକୁ ଆହ୍ୱାନ ଦେଇଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଆମର ଯୁବଗୋଷ୍ଠୀ ଏବଂ ପ୍ରଥମ ଥର ପାଇଁ ମତଦାନ କରୁଥିବା ମତଦାତାଙ୍କୁ ଆହ୍ୱାନ ସମ୍ପର୍କରେ ଉଲ୍ଲେଖ କରି ସେମାନେ ବହୁ ସଂଖ୍ୟାରେ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବା ପାଇଁ  କହିଛନ୍ତି।

ଫେବୃଆରୀ ୨୮ ରୁ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଦେଶର ସମସ୍ତ ଏଚ୍‌ଇଆଇ (ଉଚ୍ଚ ଶିକ୍ଷାନୁଷ୍ଠାନ) ଗୁଡ଼ିକୁ ସେମାନଙ୍କ କ୍ୟାମ୍ପସରେ ବ୍ୟାପକ ଭୋଟର ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବା, ଆମ ଯୁବ ଶକ୍ତିକୁ ଉତ୍ସାହିତ କରିବା, ସେମାନଙ୍କୁ ମତଦାନର ମୂଲ୍ୟ ଉପରେ ଗୁରୁତ୍ୱ ଦେବାକୁ ବୁଝାଇବା, ଭଲ ଭାବରେ ସୂଚିତ ହୋଇ ପ୍ରାର୍ଥୀ ଚୟନ କରିବା ଏବଂ ଅଧିକ ପ୍ରତିନିଧିତ୍ୱପୂର୍ଣ୍ଣ ଗଣତନ୍ତ୍ର ପାଇଁ ନିର୍ବାଚନ ପ୍ରକ୍ରିୟାରେ ଅଂଶଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଥିବା ସମ୍ପର୍କରେ ସୂଚନା ଦେଇଥିଲେ।

ଯୁବ ଭୋଟର ମାନଙ୍କୁ ଆଗକୁ ଆଗେଇ ଆସି ଭୋଟ୍ ଦେବା ପାଇଁ ଉତ୍ସାହିତ କରିବା ଏବଂ ଦେଶର ବୃହତ୍ତର ମଙ୍ଗଳ ପାଇଁ ମତଦାନର ଗୁରୁତ୍ୱ ଜଣାଇବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। ଏହି ପଦକ୍ଷେପ ନିର୍ବାଚନର ମହତ୍ତ୍ୱ ଏବଂ ବିଶ୍ୱର ସର୍ବବୃହତ ଗଣତନ୍ତ୍ରରେ ମତଦାନର ଗୌରବର ପ୍ରତୀକ।

ଏହି ପଦକ୍ଷେପରେ ଦେଶର ଉଚ୍ଚ ଶିକ୍ଷାନୁଷ୍ଠାନ (ଏଚ୍‌ଇଆଇ)ଗୁଡ଼ିକ ଅଂଶଗ୍ରହଣ କରିବେ। ବିଶ୍ୱବିଦ୍ୟାଳୟ/ ମହାବିଦ୍ୟାଳୟ/ ଏଚଇଆଇ ଗୁଡ଼ିକରେ ନିର୍ଦ୍ଦିଷ୍ଟ ସ୍ଥାନମାନ ଚିହ୍ନଟ କରାଯିବ ଯେଉଁଠାରେ ସମ୍ପୃକ୍ତ ଅନୁଷ୍ଠାନଙ୍କ ଦ୍ୱାରା ଭୋଟର ସଚେତନତା ସମ୍ପର୍କିତ କାର୍ଯ୍ୟକ୍ରମ ହାତକୁ ନିଆଯିବ। ଏହି ପଦକ୍ଷେପ ମାଇଁ ଗଭ ପ୍ଲାଟଫର୍ମରେ ଉଭୟ ତୃଣମୂଳ ସ୍ତରରେ ଆୟୋଜିତ କାର୍ଯ୍ୟକ୍ରମ ଏବଂ ଅନଲାଇନ ପ୍ରତିଯୋଗିତାର ସାକ୍ଷୀ ରହିବ।

ବିଷୟବସ୍ତୁ ସୃଷ୍ଟି କରିବାରେ ସେମାନଙ୍କର ସୃଜନଶୀଳତାକୁ ପ୍ରଦର୍ଶନ କରିବା ପାଇଁ ବ୍ଲଗ୍ ଲିଖନ, ପଡକାଷ୍ଟ, ବିତର୍କ, ପ୍ରବନ୍ଧ ଲେଖିବା, କୁଇଜ୍‌, ଏକ୍ସଟେମ୍ପୋର, ବ୍ୟାଟେଲ୍ ଅଫ୍ ବ୍ୟାଣ୍ଡ୍ ଇତ୍ୟାଦି ପ୍ରତିଯୋଗିତା ସମେତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ।

ଶିକ୍ଷାନୁଷ୍ଠାନ ଗୁଡ଼ିକରେ ମତଦାନର ମୂଲ୍ୟ, ନିର୍ବାଚନ ପ୍ରକ୍ରିୟାକୁ ବୁଝିବା ଇତ୍ୟାଦି ଉପରେ ଗୁରୁତ୍ୱାରୋପ କରି ଆଲୋଚନାଚକ୍ର ଓ ସେମିନାର ଆୟୋଜନ କରାଯିବ। ଏହା ବ୍ୟତୀତ ନିର୍ବାଚନ ପ୍ରକ୍ରିୟା ପ୍ରତି ନିଜର ପ୍ରତିବଦ୍ଧତାକୁ ଆହୁରି ଦୃଢ଼ କରିବା ପାଇଁ  ସରକାରୀ ୱେବସାଇଟ https://ecisveep.nic.in/pledge/ ରେ ଭୋଟରଙ୍କୁ ଶପଥ ନେବାକୁ ଯୁବ ପିଢ଼ିଙ୍କୁ ଏହି ଅଭିଯାନ ପ୍ରୋତ୍ସାହିତ କରିବ। ସେମାନଙ୍କୁ ଭୋଟର ହେଲ୍ପଲାଇନ ଆପ୍ ଡାଉନଲୋଡ୍ କରିବାକୁ ମଧ୍ୟ ପ୍ରୋତ୍ସାହିତ କରାଯିବ।

ଏନ୍‌ଏସ୍‌ଏସ୍ ଏବଂ ଏହାର ସ୍ୱେଚ୍ଛାସେବୀମାନେ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଏହି କାର୍ଯ୍ୟକ୍ରମର ନେତୃତ୍ୱ ନେବେ ଏବଂ ବ୍ୟାପକ ପ୍ରଚାର ପ୍ରସାର ପାଇଁ ‘ମାଇଁ ଗଭ’ ପୋର୍ଟାଲରେ କାର୍ଯ୍ୟକଳାପ ଗୁଡ଼ିକର ନଥିକରଣ କରାଯିବ। ଏହି ଅଭିଯାନରେ ଶିକ୍ଷାନୁଷ୍ଠାନ କ୍ଲବ୍ ଗୁଡ଼ିକ ମଧ୍ୟ ଅଂଶଗ୍ରହଣ କରିବେ।

Categories
ଆଜିର ଖବର ଜାତୀୟ ଖବର

ଏପ୍ରିଲ ୧୯ରେ ଲୋକସଭା ନିର୍ବାଚନ, ମଇ ୨୨ରେ ଫଳାଫଳ?: ସ୍ପଷ୍ଟ କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଖେଇ ଆସୁଥିବାରୁ ନିର୍ବାଚନ ତାରିଖ ଉପରେ ସମସ୍ତଙ୍କ ନଜର ରହିଛି। ରାଜନୈତିକ ଦଳ ହେଉ କିମ୍ବା ସାଧାରଣ ଜନତା ହୁଅନ୍ତୁ, ନିର୍ବାଚନ କେବେ ହେବ ତାହା ସମସ୍ତେ ଜାଣିବାକୁ ଚାହାଁନ୍ତି। ଆଜିକାଲି ଏକ ବାର୍ତ୍ତା ଭାଇରାଲ ହେଉଛି ଯେଉଁଥିରେ ଲୋକସଭା ନିର୍ବାଚନ ଏପ୍ରିଲ ୧୯ ତାରିଖରେ ହେବ ବୋଲି ଦାବି କରାଯାଇଛି। ନିର୍ବାଚନ ଆୟୋଗ ଏହି ବାର୍ତ୍ତାକୁ ସମ୍ପୂର୍ଣ୍ଣ ନକଲି ବୋଲି କହିଛନ୍ତି। ନିର୍ବାଚନ ଆୟୋଗ କହିଛନ୍ତି ଯେ, ହ୍ଵାଟସ୍ ଆପ୍ ମେସେଜ୍ ମାଧ୍ୟମରେ ନୁହେଁ ବରଂ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ନିର୍ବାଚନ ତାରିଖ ଘୋଷଣା କରାଯାଇଥାଏ।

ବାସ୍ତବରେ, ସାଧାରଣ ନିର୍ବାଚନର ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ନକଲି ବାର୍ତ୍ତା ସେୟାର ହୋଇଛି, ଯେଉଁଥିରେ ମାର୍ଚ୍ଚ ୧୨ ତାରିଖରେ ନିର୍ବାଚନ ପାଇଁ ଏକ ବିଜ୍ଞପ୍ତି ଜାରି କରାଯିବ ବୋଲି କୁହାଯାଇଛି, ଯେଉଁଥିପାଇଁ ଆଦର୍ଶ ଆଚରଣ ବିଧି କାର୍ଯ୍ୟକାରୀ ହେବ। ନକଲି ବାର୍ତ୍ତାରେ କୁହାଯାଇଛି ଯେ, ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ମାର୍ଚ୍ଚ ୨୮ ଥିଲା। ମତଦାନ ତାରିଖ ଏପ୍ରିଲ ୧୯ ତାରିଖ ଏବଂ ଫଳାଫଳ ମଇ ୨୨ ତାରିଖରେ ଘୋଷଣା କରାଯିବ। ଏହି ନକଲି ବାର୍ତ୍ତାରେ ନିର୍ବାଚନ ଆୟୋଗଙ୍କ ଚିଠି ମଧ୍ୟ ଦୃଶ୍ୟମାନ ହେଉଛି। ଏହି ବାର୍ତ୍ତା ହ୍ଵାଟସ୍ ଆପ୍ ଗ୍ରୁପ୍ ଗୁଡିକରେ ଶୀଘ୍ର ପ୍ରସାରିତ ହେଉଛି। ଏହା ପରେ ଅନେକ ଲୋକ ଗୋଟିଏ ପର୍ଯ୍ୟାୟରେ ସାଧାରଣ ନିର୍ବାଚନ କିପରି କରାଯାଇପାରିବ ସେନେଇ ପ୍ରଶ୍ନ ଉଠିଛି।

ନିର୍ବାଚନକୁ ପ୍ରଶଂସା କରିବା ନେଇ କ’ଣ କହିଲେ ନିର୍ବାଚନ ଆୟୋଗ?:

ଏହି ଦ୍ୱନ୍ଦ୍ୱ ମଧ୍ୟରେ ଭାଇରାଲ ହେଉଥିବା ବାର୍ତ୍ତା ନକଲି ବୋଲି ଶନିବାର ନିର୍ବାଚନ ଆୟୋଗ ସ୍ପଷ୍ଟ କରିଛନ୍ତି। ହ୍ଵାଟସ୍ ଆପ୍ ରେ ଏକ ପୋଷ୍ଟରେ ନିର୍ବାଚନ ଆୟୋଗ କହିଛନ୍ତି ଯେ, “ଲୋକସଭା ନିର୍ବାଚନ ୨୦୨୪ର କାର୍ଯ୍ୟସୂଚୀ ସମ୍ବନ୍ଧରେ ହ୍ଵାଟସ୍ ଆପ୍ ରେ ଏକ ନକଲି ବାର୍ତ୍ତା ସେୟାର କରାଯାଉଛି।

ନିର୍ବାଚନ ଆୟୋଗ କହିଛନ୍ତି ଯେ, ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଏହାକୁ ଆୟୋଗ ଘୋଷଣା କରନ୍ତି। ଲୋକମାନେ ବାର୍ତ୍ତା ପଠାଇବା ପୂର୍ବରୁ ଯାଞ୍ଚ କରିବା ଉଚିତ ବୋଲି କୁହାଯାଇଛି। ସ୍ପଷ୍ଟ ହେବା ପାଇଁ ଏହାକୁ ହ୍ୟାସଟ୍ୟାଗ “#VerifyBeforeYouAmplify” ମଧ୍ୟ ବ୍ୟବହାର କରନ୍ତୁ।

Categories
ଆଜିର ଖବର ରାଜ୍ୟ ଖବର

କାଠ ପୋଲ ହିଁ ୯ଟି ଗାଁର ସାହା ଭରସା: ସ୍ଥାନୀୟ ବାସିନ୍ଦାଙ୍କ ଚେତାବନୀ, “ସେତୁ ନାହିଁ ତ ଭୋଟ ନାହିଁ”

କନ୍ଦର୍ପ ବେହେରା
ରେଢାଖୋଲ: ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ବହୁ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ସ୍ବାଧୀନତାର ବହୁ ବର୍ଷ ପରେ ମଧ୍ୟ ଲୋକ ମାନେ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗୁଛନ୍ତି। କେଉଁଠି ରାସ୍ତା ନାହିଁ ତ କେଉଁଠି ପୋଲ ନାହିଁ। ଯାହା ଫଳରେ ଗ୍ରାମାଞ୍ଚଳର ଲୋକ ମାନେ ବ୍ଲକ୍ ଅଫିସ୍ ହେଉ ବା ଡାକ୍ତରଖାନା ହେଉ ଯିବା ଆସିବାରେ ଅସୁବିଧାର ସମ୍ମୁଖିନ ହେଉଛନ୍ତି।

ସେମିତି ଗାଁ କେତୋଟି ରହିଛି ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ଅଞ୍ଚଳରେ। ଯାହାକି କାଠ ପୋଲ ତିଆରି କରି ଗ୍ରାମବାସୀ ଯିବା ଆସିବା କରୁଛନ୍ତି। ବ୍ଲକ୍ ର ବାଟଗାଁ ଏବଂ ସାଲେଭଟା ପଂଚାୟତ ଦେଇ ଯାଇଥିବା ଟିକିରା ନଦୀ ଉଭୟ ପଂଚାୟତର ଅଧିବାସୀ ମାନଙ୍କ ପାଇଁ ବାଧକ ସାଜିଛି। ନଦୀ ଉପରେ ପୋଲ ଟିଏ ନଥିବାରୁ ସାଲେଭଟା ପଂଚାୟତ ର କଂଢଳ, ବସାଲୋଇ, ବାବୁତଇଲା, ନେଭରାପାଳ, ରୋହିନିଗାଡ଼ିଆ, ଗୋହିରାନାଲି, ତୁଳସୀତଇଲା, ଡେରାପଥର, ଶଙ୍କରପାଲି ଆଦି ଗ୍ରାମବାସୀଙ୍କୁ ଟିକିରା ନଦୀପାଇଁ ତିନି କିଲୋମିଟର ରାସ୍ତାକୁ ୨୦ କିଲୋମିଟର ରାସ୍ତା ବୁଲିକି ଯିବାକୁ ପଡୁଛି। ଏହି ନଅ ଖଣ୍ଡ ଗ୍ରାମରେ ପ୍ରାୟ ତିନି ହଜାର ଆଦିବାସୀ ଓ ହରିଜନ ଲୋକ ବସବାସ କରନ୍ତି।

ଉକ୍ତ ଗ୍ରାମବାସୀ ମାନେ ସାଲେଭଟା ପଂଚାୟତ ଅଧୀନରେ ଥିଲେବି ସ୍କୁଲ, କଲେଜ, ଡାକ୍ତରଖାନା, ବ୍ୟାଙ୍କ ଓ ବଜାର ଆଦି ବିଭିନ୍ନ କାର୍ଯ୍ୟ ପାଇଁ ବାଟଗାଁ ପଂଚାୟତ ଉପରେ ନିର୍ଭର କରିଥାନ୍ତି। ଏହା ସହ କଣ୍ଢଳ ଗ୍ରାମରେ ଏକ ସେବାଶ୍ରମ ସ୍କୁଲ ରହିଥିବା ବେଳେ ଶହେ ଶଯ୍ୟା ବିଶିଷ୍ଟ ଏକ ଛାତ୍ରବାସ ମଧ୍ୟ ରହିଛି। ଯାହା ଫଳରେ କଣ୍ଢଳ ଓ ଗଦାଧରପୁର ରାସ୍ତାର ଟିକିରା ନଦୀରେ ପୋଲଟିଏ ନଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ଷା ଦିନେ ଲୋକମାନେ ଜୀବନକୁ ବାଜି ଲଗେଇ ନଦୀରେ ଯାତାୟାତ କରନ୍ତି।

ଏହି ଗ୍ରାମ ଗୁଡିକୁ ବର୍ଷାଦିନେ ରୋଗୀ ଏବଂ ଗର୍ଭବତୀଙ୍କ ପାଇଁ ଆମ୍ବୁଲାନ୍ସ ଆସିପାରେ ନାହିଁ।  ଯାହା ଫଳରେ ରୋଗୀ ମୃତ୍ୟୁମୁଖରେ ପଡେ। ପ୍ରଶାସନ ଏବଂ ସ୍ଥାନୀୟ ବିଧାୟକଙ୍କୁ ବାରମ୍ବାର ଅବଗତ କରିଥିଲେ ମଧ୍ୟ ଶୁଣୁ ନ ଥିବା ଅଭିଯୋଗ କରିଛନ୍ତି ସଂପ୍ରୁକ୍ତ ଗ୍ରାମବାସୀ। ଯଦି ଏହି ନାଳ ଉପରେ ଏକ ପୋଲ ତିଆରି କରା ନ ଯାଏ ଆଗାମୀ ବିଧାନସଭା ଓ ଲୋକସଭା ନିର୍ବାଚନରେ ଭୋଟବର୍ଜନ କରିବାକୁ ଧମକ ଦେଇଛନ୍ତି ୯ ଖଣ୍ଡ ଗ୍ରାମର ବାସିନ୍ଦା।

Categories
ବିଶେଷ ଖବର

ନୂଆ ବର୍ଷରେ ବନ୍ଦ ହେବ କି ନିର୍ବାଚନୀ ମାଗଣା ସଂସ୍କୃତି?: ଅନେକ ରାଜ୍ୟର ଆର୍ଥିକ ସ୍ଥିତି ବେହାଲ

ନୂଆଦିଲ୍ଲୀ: ନିର୍ବାଚନ ଦୃଷ୍ଟିରୁ ନୂଆବର୍ଷ ବେଶ୍ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି। ସାଧାରଣ ନିର୍ବାଚନ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି। ଏଥିସହିତ ଚଳିତ ବର୍ଷ ୭ଟି ରାଜ୍ୟର ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଓଡ଼ିଶା, ଝାଡ଼ଖଣ୍ଡ, ସିକ୍କିମ, ମହାରାଷ୍ଟ୍ର ଓ ହରିୟାଣାରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ସୁପ୍ରିମକୋର୍ଟଙ୍କ ଦ୍ୱାରା ଧାର୍ଯ୍ୟ ସମୟସୀମାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଜମ୍ମୁ-କଶ୍ମୀର ବିଧାନସଭାର ନିର୍ବାଚନ ମଧ୍ୟ ହେବ। ଲୋକସଭା ହେଉ କି ବିଧାନସଭା ନିର୍ବାଚନ, ଗୋଟିଏ କଥା ସାଧାରଣ ହେବାକୁ ଯାଉଛି। ଏହି ନିର୍ବାଚନରେ ଲୋକପ୍ରିୟ ପ୍ରତିଶ୍ରୁତି ବନ୍ଦ ହୋଇପାରେ।

ଶକ୍ତି-କେନ୍ଦ୍ରୀତ ଆଭିମୁଖ୍ୟ

ଭୋଟ୍ ଏକ ନିର୍ବାଚନୀ ଫସଲରେ ପରିଣତ ହୋଇଛି, ଯେଉଁଥିପାଇଁ ରାଜନୈତିକ ଦଳମାନେ ଲୋକମାନଙ୍କ ଉପରେ ଲୋଭନୀୟ ପ୍ରତିଶ୍ରୁତିର ସାର ବ୍ୟବହାର କରି ପୂର୍ଣ୍ଣ ଅମଳ କରୁଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି ପ୍ରତ୍ୟେକ ଦଳ ପ୍ରତିଶ୍ରୁତିକୁ ରାଜ୍ୟର ଖରାପ ଅର୍ଥନୈତିକ ସ୍ୱାସ୍ଥ୍ୟର ଦାୟିତ୍ୱ ବୋଲି ବିବେଚନା କରୁଛନ୍ତି, କିନ୍ତୁ କ୍ଷମତାର ଲୋଭରେ ସେମାନେ ଏଭଳି ପ୍ରତିଶ୍ରୁତି ଘୋଷଣା କରିବାରୁ ନିଜକୁ ଅଟକାଇ ପାରୁନାହାନ୍ତି।

ଅର୍ଥନୈତିକ ବୋଝ

ଆଗାମୀ ଦିନରେ ଲୋକପ୍ରିୟ ପ୍ରତିଶ୍ରୁତି କଷ୍ଟସାଧ୍ୟ ସାବ୍ୟସ୍ତ ହେବ ବୋଲି ଏହି ଦଳଗୁଡ଼ିକ ଭୁଲି ଯାଇଛନ୍ତି। ଏହାଦ୍ୱାରା ରାଜ୍ୟର ଆର୍ଥିକ ସ୍ଥିତି ଖରାପ ହେବା ସହ ଶେଷରେ ଭୋଟରଙ୍କୁ ଏହାର ମୂଲ୍ୟ ଦେବାକୁ ପଡ଼ିବ।

ଯୁକ୍ତିତର୍କ ଓ ବିବାଦ

ଗତ କିଛି ନିର୍ବାଚନରେ ବିଜେପି ଲୋଭନୀୟ ମାଗଣା ପ୍ରତିଶ୍ରୁତିକୁ ବିରୋଧ କରି ଆସୁଛି। ତେବେ ଅନ୍ୟ ପକ୍ଷଙ୍କୁ ମାଗଣାରେ ରିହାତି ଦେବା ଉପରେ ରୋକ ଲଗାଇବା ପାଇଁ ତାଙ୍କର ଯୁକ୍ତି ଫଳପ୍ରଦ ହୋଇନଥିଲା। ଯଦି ବିଜେପି ସରକାର ୮୦ କୋଟି ଲୋକଙ୍କୁ ମାଗଣା ରାସନ ଦିଅନ୍ତି, କୃଷକମାନଙ୍କୁ ସମ୍ମାନ ନିଧି ଦିଅନ୍ତି କିମ୍ବା ଜନଧନ ଆକାଉଣ୍ଟରେ ମହିଳାମାନଙ୍କୁ ସମ୍ମାନ ରାଶି ଦିଅନ୍ତି, ତେବେ ଏହାକୁ କାହିଁକି ଗ୍ୟାରେଣ୍ଟିଭାବେ ବିବେଚନା କରାଯିବ, ଏହାକୁ ଲୋକପ୍ରିୟ ମାଗଣା ବୋଲି କାହିଁକି ବିବେଚନା କରାଯିବ ନାହିଁ ବୋଲି ବିରୋଧୀ ଦଳମାନେ ଯୁକ୍ତି ବାଢ଼ିଛନ୍ତି। କିନ୍ତୁ ବିଜେପି ଏହାକୁ ଗ୍ୟାରେଣ୍ଟି ବୋଲି କହୁଛି।

ସତ କ’ଣ

ଯଦିଓ ନିର୍ବାଚନୀ ଗ୍ୟାରେଣ୍ଟି ରାଜ୍ୟଗୁଡ଼ିକର ଅର୍ଥନୈତିକ ସ୍ଥିତିକୁ ଖରାପ କରୁଛି, କିନ୍ତୁ ଏହା ମାଧ୍ୟମରେ କ୍ଷମତା ହାସଲ କରିବା ମାତ୍ରେ ଦଳଗୁଡ଼ିକ ଏହାକୁ ରାଜ୍ୟର କଲ୍ୟାଣକାରୀ ଭୂମିକାର ସମ୍ପ୍ରସାରଣ ବୋଲି କହିବା ଆରମ୍ଭ କରିଦିଅନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି, ଜନକଲ୍ୟାଣକାରୀ ବୋଲି ବିବେଚନା କରାଯାଉଥିଲେ ମଧ୍ୟ କ୍ଷମତାକୁ ଆସିଥିବା ଦଳଗୁଡ଼ିକ ଏହି ମାଗଣାକୁ ଅର୍ଥନୈତିକ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବୋଲି ବିବେଚନା କରନ୍ତି ନାହିଁ।

୫ ଟି ରାଜ୍ୟର ପରିଚୟ

୨୦୨୨ ମସିହାରେ ରିଜର୍ଭ ବ୍ୟାଙ୍କର ଏକ ରିପୋର୍ଟରୁ ମଧ୍ୟ ଏହା ନିଶ୍ଚିତ ହୋଇଛି। ରିଜର୍ଭ ବ୍ୟାଙ୍କ ରାଜ୍ୟଗୁଡ଼ିକର ଅର୍ଥନୈତିକ ସ୍ୱାସ୍ଥ୍ୟ ଉପରେ ‘ଷ୍ଟେଟ୍ ଫାଇନାନ୍ସ: ଏ ରିସ୍କ ଆନାଲିସିସ୍’ ଶୀର୍ଷକ ଏକ ରିପୋର୍ଟ ଜାରି କରିଥିଲା। ଏହି ରିପୋର୍ଟରେ କୁହାଯାଇଛି ଯେ ୫ଟି ରାଜ୍ୟ ପଞ୍ଜାବ, ରାଜସ୍ଥାନ, ବିହାର, କେରଳ ଓ ପଶ୍ଚିମବଙ୍ଗର ଆର୍ଥିକ ସ୍ଥିତି କ୍ରମାଗତଭାବେ ଖରାପ ହେବାରେ ଲାଗିଛି।

ସବସିଡି ବୃଦ୍ଧି

ସିଏଜି ତଥ୍ୟକୁ ଆଧାର କରି ପ୍ରସ୍ତୁତ ଏହି ରିପୋର୍ଟରେ ରିଜର୍ଭ ବ୍ୟାଙ୍କ କହିଛି ଯେ ଲୋକପ୍ରିୟ ପ୍ରତିଶ୍ରୁତି ପୂରଣ ଯୋଗୁଁ ରାଜ୍ୟଗୁଡ଼ିକର ସବସିଡି ଉପରେ ଖର୍ଚ୍ଚ କ୍ରମାଗତଭାବେ ବୃଦ୍ଧି ପାଉଛି। ୨୦୨୦-୨୧ରେ ରାଜ୍ୟଗୁଡ଼ିକ ସେମାନଙ୍କ ମୋଟ ଖର୍ଚ୍ଚର ପ୍ରାୟ ୧୧.୨ ପ୍ରତିଶତ ସବସିଡି ବାବଦରେ ଖର୍ଚ୍ଚ କରିଥିବାବେଳେ ୨୦୨୧-୨୨ରେ ଏହା ୧୨.୯ ପ୍ରତିଶତକୁ ବୃଦ୍ଧି ପାଇଛି। ଝାଡ଼ଖଣ୍ଡ, କେରଳ, ଓଡ଼ିଶା, ତେଲେଙ୍ଗାନା ଓ ଉତ୍ତରପ୍ରଦେଶରେ ଏହି ଖର୍ଚ୍ଚ ବୃଦ୍ଧି ପାଇଛି ବୋଲି ସେହି ରିପୋର୍ଟରେ ଦର୍ଶାଯାଇଛି।

ମାଗଣା ବିଜୁଳି, ପାଣି, ଯାତ୍ରା

ଗୁଜରାଟ, ପଞ୍ଜାବ ଓ ଛତିଶଗଡ଼ ସେମାନଙ୍କ ରାଜସ୍ୱର ଦଶଭାଗରୁ କିଛି ଅଧିକ କେବଳ ସବସିଡିରେ ଖର୍ଚ୍ଚ କରିଛନ୍ତି। ମାଗଣା ବିଜୁଳି, ପାଣି, ଯାତ୍ରା, ବିଲ ଓ ଋଣ ଛାଡ଼ ଭଳି ପ୍ରସଙ୍ଗରେ ଯେତିକି ଖର୍ଚ୍ଚ କରୁଛନ୍ତି ସେଥିରୁ ରାଜ୍ୟଗୁଡ଼ିକ କୌଣସି ଅର୍ଥନୈତିକ ଲାଭ ପାଉନାହାନ୍ତି।

ବଢ଼ୁଛି ଟ୍ରେଣ୍ଡ

ପଞ୍ଜାବ ଏବଂ ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି ଦ୍ୱାରା ଆରମ୍ଭ କରାଯାଇଥିବା ପ୍ରାୟ ମାଗଣା ବିଜୁଳି, ପାଣି ଏବଂ ମହିଳା ବସ୍ ଯାତ୍ରାର ମଡେଲ ପ୍ରାୟ ସମସ୍ତ ଅଣ-ବିଜେପି ସରକାର ଗ୍ରହଣ କରୁଛନ୍ତି। କର୍ଣ୍ଣାଟକ, ହିମାଚଳ ଓ ବର୍ତ୍ତମାନ ତେଲେଙ୍ଗାନାରେ କଂଗ୍ରେସ ସମାନ ପଦକ୍ଷେପ ନେଉଛି।

ପଞ୍ଜାବ, ରାଜସ୍ଥାନର ସ୍ଥିତି

ପଞ୍ଜାବ ସଡ଼କ ଓ ବିଦ୍ୟୁତ୍ ବିଭାଗର ଅବସ୍ଥା ଶୋଚନୀୟ। ମୁଣ୍ଡପିଛା ଋଣ ଦୃଷ୍ଟିରୁ ପଞ୍ଜାବ ଦେଶର ସବୁଠାରୁ ବଡ଼ ଋଣଗ୍ରସ୍ତ ରାଜ୍ୟ ପାଲଟିଛି। ପଞ୍ଜାବ ଉପରେ ମୋଟ ୩.୨୭ ଲକ୍ଷ କୋଟି ଟଙ୍କାର ଋଣ ରହିଛି। ପଞ୍ଜାବର ମୋଟ ଋଣ ମୋଟ ଜିଡିପିର ପ୍ରାୟ ଅଧା ରହିଛି। ଋଣଗ୍ରସ୍ତ ରାଜ୍ୟ ତାଲିକାରେ ରାଜସ୍ଥାନ ଦ୍ୱିତୀୟ ସ୍ଥାନରେ ରହିଛି। ରିଜର୍ଭ ବ୍ୟାଙ୍କ ରିପୋର୍ଟ ଅନୁଯାୟୀ, ୨୦୨୨-୨୩ ରେ ରାଜସ୍ଥାନର ମୋଟ ଋଣ ୫ ଲକ୍ଷ କୋଟି ଅତିକ୍ରମ କରିଛି।

କ୍ଷତି ବୃଦ୍ଧି ପାଇବ

ଋଣ ଦୃଷ୍ଟିରୁ ବିହାର ତୃତୀୟ ସ୍ଥାନରେ ରହିଛି। ଶସ୍ତା ଗ୍ୟାସ, ମହିଳାଙ୍କୁ ସମ୍ମାନ ଅର୍ଥ ଆଦି ଗ୍ୟାରେଣ୍ଟି ପୂରଣ କରିବା ପାଇଁ ମଧ୍ୟପ୍ରଦେଶ ଉପରେ ଚାପ ବଢ଼ିବା ନିଶ୍ଚିତ। ମଧ୍ୟପ୍ରଦେଶ ଉପରେ ୩.୩୧ ଲକ୍ଷ କୋଟି ଟଙ୍କାର ଋଣ ରହିଛି। ସେହିପରି କର୍ଣ୍ଣାଟକରେ କଂଗ୍ରେସ ନିଜ ଘୋଷିତ ଗ୍ୟାରେଣ୍ଟି ପୂରଣ କରିବାରେ ବ୍ୟସ୍ତ ଥିବାବେଳେ ରାଜ୍ୟକୁ ୫ ବର୍ଷରେ ୬୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ବୋଲି ଆକଳନ କରାଯାଇଛି। ଏହାଦ୍ୱାରା ରାଜ୍ୟର ରାଜସ୍ୱ ନିଅଣ୍ଟ ୧ ଲକ୍ଷ ୧୪ ହଜାର କୋଟି ଟଙ୍କାକୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି।

ଆନ୍ଧ୍ର ଆଗୁଆ

ଆନ୍ଧ୍ରପ୍ରଦେଶର ମୋଟ ବକେୟା ଦେୟ ହେଉଛି ୪,୪୨,୪୪୨ କୋଟି ଟଙ୍କା। ଏହା ସତ୍ତ୍ୱେ ଲୋକପ୍ରିୟ ଯୋଜନାରେ ଖର୍ଚ୍ଚ କରିବାରେ ଆନ୍ଧ୍ର ଏକ ନମ୍ବର ସ୍ଥାନରେ ରହିଛି। ଏହି ସବୁ ଯୋଜନାରେ ଏହାର ବାର୍ଷିକ ଖର୍ଚ୍ଚ ପ୍ରାୟ ୨୭,୫୪୧ କୋଟି ଟଙ୍କା। ଏହା ପରେ ମଧ୍ୟପ୍ରଦେଶ ୨୧ ହଜାର କୋଟି ବ୍ୟୟ କରି ଦ୍ୱିତୀୟ ସ୍ଥାନରେ ଥିବାବେଳେ ପଞ୍ଜାବ ୧୭ ହଜାର କୋଟି ଖର୍ଚ୍ଚ କରୁଛି।

ଜନସ୍ୱାର୍ଥ ପାଇଁ ଚିନ୍ତା କରନ୍ତୁ

ଏହି ନୂଆ ନିର୍ବାଚନ ବର୍ଷରେ ରାଜନୈତିକ ଦଳମାନେ ସାମୂହିକଭାବେ ମାଗଣା ପ୍ରତିଶ୍ରୁତିରୁ ଦୂରେଇ ରହିବାକୁ ସଂକଳ୍ପ ନେଇପାରିବେ କି? ଲୋକପ୍ରିୟ ପ୍ରତିଶ୍ରୁତି ବଦଳରେ ଦୃଢ଼ ରଣନୀତି ଓ ନୀତି ଆଧାରରେ ନିର୍ବାଚନ ଲଢ଼ି ଜନସମର୍ଥନ ହାସଲ ପାଇଁ ଠୋସ୍ ପଦକ୍ଷେପ ନେବେ କି? ଦୀର୍ଘମିଆଦୀ ଜନସ୍ୱାର୍ଥ ଦୃଷ୍ଟିରୁ ଯଦି ଆଜି ନୁହେଁ, ତେବେ ଆସନ୍ତାକାଲି ସେମାନଙ୍କୁ ଏହା କରିବାକୁ ପଡ଼ିବ।

Categories
ଆଜିର ଖବର ଜାତୀୟ ଖବର

କରୋନା କଟକଣା ମଧ୍ୟରେ ବିହାରରେ ଚାଲିଛି ପ୍ରଥମ ପର୍ଯ୍ୟାୟ ମତଦାନ

ବିହାର :  କରୋନା କଟକଣା ମଧ୍ୟରେ ବିହାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେଉଛି । ସକାଳ 7ଟାରୁ କୋଭିଡ୍‌ କଟକଣା ମଧ୍ୟରେ ଆରମ୍ଭ ହୋଇଛି ମତଦାନ । ମୋଟ 243ଟି ଆସନ ମଧ୍ୟରୁ ଆଜି 16ଟି ଜିଲ୍ଲାର 71ଟି ଆସନରେ ମତଦାନ ଅନୁଷ୍ଠିତ ହେଉଛି । ପ୍ରଥମ ପର୍ଯ୍ୟାୟରେ 1 ହଜାର 66 ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେଉଛି ।  71ଟି ଆସନ ମଧ୍ୟରୁ ନୀତିଶ କୁମାରଙ୍କ ଜେଡିୟୁ 35ଟି ଆସନରେ ପ୍ରାର୍ଥୀ ଦେଇଥିବାବେଳେ ବିଜେପି 29ଟି ଆସନରେ ପ୍ରାର୍ଥୀ ଦେଇଛି । ଆରଜେଡି 42 ଓ କଂଗ୍ରେସ 20ଟି ଆସନରେ ପ୍ରାର୍ଥୀ ଦେଇଛି । ଚିରାଗ ପାଶଓ୍ଵାନଙ୍କ ଏଲଜେପି 45ଟି ଆସନରେ ଲଢୁଛି । ଜେଡିୟୁର 35 ପ୍ରାର୍ଥୀଙ୍କ ବିରୋଧରେ ପ୍ରାର୍ଥୀ ଦେଇଛି ଏଲଜେପି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ରଣାଙ୍ଗନରେ 114 ଜଣ ମହିଳା ପ୍ରାର୍ଥୀ ରହିଛନ୍ତି । ନୀତିଶ ସରକାରରେ ଥିବା 6 ମନ୍ତ୍ରୀଙ୍କର ଆଜି ଭାଗ୍ୟ ପରୀକ୍ଷା । କରୋନା ବ୍ୟାପିବା ପରେ ଏହା ଦେଶର ପ୍ରଥମ ବଡ଼ ନିର୍ବାଚନ । କୋଭିଡ କଟକଣା ମଧ୍ୟରେ ଭୋଟର ମତଦାନ ସାବ୍ୟସ୍ତ କରୁଛନ୍ତି । ପ୍ରତି ବୁଥରେ ଥର୍ମାଲ ସ୍କ୍ରିନିଂ ଓ ସାନିଟାଇଜର ଉପଲବ୍ଧ ରହିଛି । (ଏଜେନ୍ସି)

Categories
ଫଟୋ ଖବର

ଝାରଖଣ୍ଡ ନିର୍ବାଚନ ପରେ ଆଙ୍ଗୁଠି ଦେଖାଉଛନ୍ତି କିଛି ମହିଳା

PALAMU, NOV 30 (UNI):-Ladies showing their inked finger after casting his vote during during 1st phase of Assembly Election at, in Palamu on Saturday. UNI PHOTO-54U