Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କଂଗ୍ରେସ ନେତାଙ୍କ ଦାବି: ଗାଈ ବାଛୁରୀର ସେରମ୍ ରୁ ପ୍ରସ୍ତୁତ ହେଉଛି କୋଭାକ୍ସିନ ଟୀକା, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦେଲା ପ୍ରତିକ୍ରିୟା

ନୂଆଦିଲ୍ଲୀ: କରୋନା ଭୂତାଣୁ ସହ ଲଢେଇ ପାଇଁ ଦେଶରେ ଲୋକଙ୍କୁ କୋଭାକ୍ସିନ ଟୀକା ଦିଆଯାଉଛି। ଏହି ଟୀକାକୁ ନେଇ ବିଭିନ୍ନ ପ୍ରକାରର ଆଲୋଚନା ହେଉଛି। ଏହା ଭିତରେ ଭାରତ ବାୟୋଟେକର କୋଭାକ୍ସିନ ଟୀକକୁ ନେଇ କଂଗ୍ରେସ ନେତା ଗୌରଭ ପାନ୍ଧୀ ଏକ ଦାବି କରିଛନ୍ତି।

ଗୌରବଙ୍କ ଦାବି ଅନୁଯାୟୀ, କୋଭାକ୍ସିନ ଟୀକାକୁ ଗାଈ ବାଛୁରିରୀ ସିରମ୍ ରୁ ପ୍ରସ୍ତୁତ କରାଯାଇଛି। ଆରଟିଆଇର ତଥ୍ୟ ଅନୁଯାୟୀ ସେ ଏହି ଦାବି କରିଛନ୍ତି। ଗୌରଭଙ୍କ ଏହି ମନ୍ତବ୍ୟ ପରେ ଟୀକାକୁ ନେଇ ତର୍କ ଆରମ୍ଭ ହୋଇଯାଇଛି।

ତେବେ ଏହାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପ୍ରତିକ୍ରିୟା ରଖିଛି। ଏହାର କୌଣସି ସତ୍ୟତା ନାହିଁ। ମନ୍ତ୍ରାଳୟ ସ୍ପଷ୍ଟ କରିଛି ଯେ, ନବଜାତ ବାଛୁରୀର ସେରମ୍ କୁ କେବଳ ବେରୋ ସେଲ୍ସକୁ ବିକଶିତ କରିବା ପାଇଁ ବ୍ୟବହାର କରାଯାଇଛି। ଏହି କୌଶଳ ପୋଲିଓ, ଏନଫ୍ଳୁଏଞ୍ଜା ଟୀକା ପାଇଁ ବହୁ ବର୍ଷ ପୂର୍ବରୁ ବ୍ୟବହାର କରାଯାଉଛି ବୋଲି ମନ୍ତ୍ରାଳୟ ସ୍ପଷ୍ଟ କରିଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଆଜି ଦେଶରେ ହେଲା ରେକର୍ଡ ସଂଖ୍ୟକ କୋଭିଡ ପରୀକ୍ଷା: ଏପର୍ଯ୍ୟନ୍ତ ଦିଆଯାଇଛି ୧୯ କୋଟିରୁ ଉର୍ଦ୍ଧ୍ଵ ଟୀକା

ନୂଆଦିଲ୍ଲୀ: ଆଜି ଦେଶରେ ରେକର୍ଡ ସଂଖ୍ୟକ କୋଭିଡ ପରୀକ୍ଷା କରାଯାଇଛି। ଆଜି ଗୋଟିଏ ଦିନରେ ସର୍ବାଧିକ ୨୧ ଲକ୍ଷ ୨୩ ହଜାର ୭୮୨ ନମୁନା ପରୀକ୍ଷା କରାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏନେଇ ସୂଚନା ଦେଇଛନ୍ତି। କ୍ରମାଗତ ପଞ୍ଚମ ଦିନରେ ୨୦ ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରାଯାଇଛି ବୋଲି ମନ୍ତ୍ରାଳୟ କହିଛି। ସେହିଭଳି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ, ଦେଶରେ ଏପର୍ଯ୍ୟନ୍ତ ୧୯ କୋଟି ୫୦ ଲକ୍ଷ ୪ ହଜାର ୧୮୪ ଡୋଜ ଟୀକା ଦିଆଯାଇଛି।

Categories
ଆଜିର ଖବର ଜାତୀୟ ଖବର

କରୋନା ଟିକାର ସୁରକ୍ଷା ସୁନିଶ୍ଚିତ କରିବା ସରକାରର ପ୍ରାଥମିକତା: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଠାରୁ ଦେଶରେ ୧୧୬ ଜିଲ୍ଲାର ୨୫୯ଟି ସ୍ଥାନରେ ଡ୍ରାଏ ରନ୍ ଆରମ୍ଭ ହୋଇଯାଇଛି। ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଦିଲ୍ଲୀର ଜିଟିବି ହସ୍ପିଟାଲ ପହଁଚି ସ୍ଥିତିର ସମୀକ୍ଷା କରିଛନ୍ତି। ସେ କହିଛନ୍ତି ଯେ, ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କରୋନା ଟିକାର ଡ୍ରାଏ ରନ୍ ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି। ବାସ୍ତବ ଟିକାକରଣ ଭଳି ଡ୍ରାଏ ରନ୍ ଚାଲିଛି। ଡ୍ରାଏ ରନ୍ ବେଳେ ଟିକାକରଣ ଅଭିଯାନ ସହ ଜଡିତ ସମସ୍ତ ପ୍ରକ୍ରିୟାକୁ ପାଳନ କରାଯାଉଛି।

ହସ୍ପିଟାଲରୁ ବାହାରକୁ ଆସିବା ପରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ଲୋକେ ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ। ଟିକାର ସୁରକ୍ଷା ସୁନିଶ୍ଚିତ କରିବା ସରକାରଙ୍କର ପ୍ରାଥମିକତା ଅଟେ। ପୋଲିଓ ଟିକାକାରଣ ବେଳେ ମଧ୍ୟ ଗୁଜବ ସୃଷ୍ଟି କରାଯାଉଥିଲା। କିନ୍ତୁ ସେହି ଟିକା ଏବେ ସଫଳ ହୋଇଛି। ଏବଂ ଦେଶ ଆଜି ପୋଲିଓ ମୁକ୍ତ ହୋଇଛି। ଏହି ଅବସରରେ ପ୍ରତ୍ୟେକ ଭାରତୀୟଙ୍କ ପାଇଁ କରୋନା ଟୀକା ମୁକ୍ତରେ ମିଳିବ ବୋଲି କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ଘୋଷଣା କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍‌: ଗତ ୨୪ ଘଣ୍ଟାରେ ୨୩ ହଜାର ୯୫୦ ଆକ୍ରାନ୍ତ ଚିହ୍ନଟ, ୩୩୩ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ କମିବାରେ ଲାଗିଛି। ଏହା ଦେଶବାସୀଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୩ ହଜାର ୯୫୦ କୋରନା ରୋଗୀ ଚିହ୍ନଟ ହୋଇଥିବାବେଳେ ୩୩୩ ଜଣଙ୍କର ମୃତ୍ୟୁ ହୋଇଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୯୯ ହଜାରକୁ ୬୬ କୁ ବୃଦ୍ଧି ହୋଇଛି। ସେହିପରି ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୬ ହଜାର ୪୪୪ ରେ ପହଞ୍ଚିଛି। ତେବେ ଦେଶରେ ୨ ଲକ୍ଷ ୮୯ ହଜାର ୨୪୦ ଟି ଆକ୍ଟିଭ କେସ ରହିଥିବା ବେଳେ ସୁସ୍ଥ ହୋଇଛନ୍ତି ୯୬ ଲକ୍ଷ ୬୩ ହଜାର ୩୮୨ ଜଣ। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଳାୟ ପକ୍ଷରୁ ସୁଚନା ମିଳିଛି।