Categories
ଆଜିର ଖବର ରାଜ୍ୟ ଖବର

ବେଆଇନ ଚିଙ୍ଗୁଡି ଘେରି ମାମଲା: ଚାରି ଜିଲ୍ଲାପାଳଙ୍କୁ ହାଜର ହେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ବେଆଇନ ଚିଙ୍ଗୁଡି ଘେରି ମାମଲାରେ ଚାରି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଅଦାଲତରେ ହାଜର ହେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଚାରି ଜିଲ୍ଲାପାଳଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଏବଂ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ହୋଇଛି। କୋର୍ଟଙ୍କ ନିର୍ଦ୍ଦେଶକୁ କିପରି କାର୍ଯ୍ୟକାରୀ କରାଯାଇଛି, ତାହା ନେଇ ଅଦାଲତଙ୍କୁ ଜିଲ୍ଲାପାଳମାନେ ଜଣାଇବା ପାଇଁ କୁହାଯାଇଛି। ତେବେ ଆସନ୍ତା ୨୨ ତାରିଖରେ ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ହେବ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଗଞ୍ଜାମର ସବୁ ଧାର୍ମିକ ଅନୁଷ୍ଠାନ ଉପରେ ଲାଗିଲା କଟକଣା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପ୍ରଶାସନ ସବୁ ଧାର୍ମିକ ଅନୁଷ୍ଠାନ ଉପରେ କଟକଣା ଲଗାଇଛି। ଏପ୍ରିଲ ୨୨ ତାରିଖ ଠାରୁ ମେ’ ୧୫ ତାରିଖ ପର୍ଯ୍ୟନ୍ତ ସବୁ ଧାର୍ମିକ ଅନୁଷ୍ଠାନଗୁଡିକ ବନ୍ଦ ରହିବ। ଶ୍ରଦ୍ଧାଳୁମାନଙ୍କ ପ୍ରବେଶ ପାଇଁ ଜିଲ୍ଲା ପ୍ରଶାସନ ରୋକ୍ ଲଗାଇଛି। ସୀମିତ ସେବାୟତଙ୍କୁ ନେଇ କେବଳ ରୀତିକାନ୍ତି କିମ୍ବା ପୂଜାର୍ଚ୍ଚନା କରାଯାଇପାରିବ।

ସେହିଭଳି ଲୋକଙ୍କୁ ଜନଗହଳିପୂର୍ଣ୍ଣ ଅଞ୍ଚଳକୁ ଯିବା ପାଇଁ ବାରଣ କରାଯାଇଛି। ପାର୍କ, ସମୁଦ୍ର କୂଳ, ଖେଳ ପଡ଼ିଆ, ହ୍ରଦ ଆଦି ସ୍ଥାନକୁ ପ୍ରବେଶ ନିଷେଧ କରାଯାଇଛି। ଗଞ୍ଜାମ ଜିଲ୍ଲାପାଳ ଏନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଗଞ୍ଜାମ ପାଇଁ ନୂଆ ନିୟମ ଜାରି କଲେ ଜିଲ୍ଲାପାଳ: ଏହି ସବୁ ଦିନରେ ଲାଗିବ କଟକଣା

ବ୍ରହ୍ମପୁର: କୋରୋନା ସଂକ୍ରମଣକୁ ପ୍ରତିହିତ କରିବା ପାଇଁ ଗଞ୍ଜାମ ଜିଲ୍ଲାରେ ନୂଆ କଟକଣା ଜାରି କରାଯାଇଛି। ନୂଆ କଟକଣା ଅନୁଯାୟୀ, ଗୋପାଳପୁର ଓ ସୋନପୁର ବେଳାଭୂମି ଶନିବାର ଓ ରବିବାର ଦିନ ବନ୍ଦ ରହିବ। ସେହିପରି ପ୍ରତି ସୋମବାର ଦିନ ରାମଲିଙ୍ଗମ ପାର୍କ ଓ ତାମ୍ପରା ହ୍ରଦ ବନ୍ଦ ରହିବା ପାଇଁ ନିର୍ଦ୍ଦେଶ ହୋଇଥିବା ବେଳେ ମା’ ତାରାତାରିଣୀଙ୍କ ମନ୍ଦିର ପ୍ରତି ବୁଧବାର ବନ୍ଦ ରହିବ। ଏନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଟ୍ବିଟ କରି ସୂଚନା ଦେଇଛନ୍ତି। ତେବେ ଜନସାଧାରଣଙ୍କୁ ସହଯୋଗ କରିବାପାଇଁ ଜିଲ୍ଲାପାଳ ନିବେଦନ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଗଞ୍ଜାମରେ କରୋନା କଟକଣା: ବିବାହ ଭୋଜିରେ ଅତିଥିଙ୍କୁ ପ୍ୟାକେଟ ପରିବେଷଣ କରିବାକୁ ନିର୍ଦ୍ଦେଶ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନା ସଂକ୍ରମଣ ରୋକିବା ପାଇଁ ବିବାହ ଉତ୍ସବରେ କଟକଣା ଲାଗୁ କରିଛି। ଜିଲ୍ଲାପାଳ ବିଜୟ ଅମୃତା କୁଳାଙ୍ଗେ ଆଜି ଗଞ୍ଜାମ ପାଇଁ କଟକଣା ଜାରି କରିଛନ୍ତି। ସର୍ବାଧିକ ୧୦୦ ଜଣ ଅତିଥିଙ୍କୁ ନେଇ ବିବାହ କାର୍ଯ୍ୟ ସମ୍ପନ୍ନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ବିବାହ ଉତ୍ସବରେ ଅତିଥିଙ୍କ ପାଇଁ ଭୋଜିରେ ପ୍ୟାକେଟ ଖାଦ୍ୟ ପରିବେଷଣ ଲାଗି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ଯଦି କୌଣସି ବ୍ୟକ୍ତି ଏହି ନିର୍ଦ୍ଦେଶକୁ ଉଲ୍ଲଂଘନ କରନ୍ତି, ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଗଞ୍ଜାମରେ ଦଣ୍ଡ ଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ମିଳିଲା ଅନୁମତି

ଭୁବନେଶ୍ବର: ଗଞ୍ଜାମରେ ଦଣ୍ଡ ଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ଅନୁମତି ମିଳିଛି। କରୋନା କଟକଣାକୁ ମାନି ଦଣ୍ଡଯାତ୍ରା କରିବାକୁ ଅନୁମତି ମିଳିଛି। ପୂର୍ବ ନିର୍ଦ୍ଦେଶନାମାରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ସ୍ଥାନୀୟ କଳାକାରମାନଙ୍କୁ ନେଇ ଯାତ୍ରା ପରିବେଷଣ କରିବା ପାଇଁ ନିର୍ଦ୍ଦେଶ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

୧୧ ବଖରା ଜଳିଗଲା: ୬ ଗୁହାଳରେ ନିଆଁ ଲାଗି ୯୦ ଛେଳି ଜୀବନ୍ତ ଦଗ୍ଧ

ଗଞ୍ଜାମ: ଆଜି ପୂର୍ବାହ୍ନ ପ୍ରାୟ ୧୦ ଟା ସମୟରେ ଶେରଗଡ଼ ବ୍ଲକର କେ.କରଡ଼କଣା ଗ୍ରାମପଚାଂୟତ ଅନ୍ତର୍ଗତ ଲାଓଗୁଡ଼ା ଗ୍ରାମରେ ଏକ ପାଳଗଦାରେ ନିଆଁ ଲାଗି ୧୧ ବଖରା ଘର ଜଳିଯିବା ସହିତ ୬ଟି ଗୁହାଳରେ ନିଆଁ ଲାଗି ଯାଇଥିଲା। ଫଳରେ ୯୦ଟି ଛେଳି ଜୀବନ୍ତ ଦଗ୍ଧ ହୋଇଛନ୍ତି।

ଖବର ପାଇ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଶରତ ମହାପାତ୍ର, ବିଡ଼ିଓ ସୁରଞ୍ଜନ ସାହୁ, ଅତିରିକ୍ତ ତହସିଲଦାର ଅକ୍ଷୟ ମଳିକ ପ୍ରମୁଖ ଘଟଣାସ୍ଥଳରେ ପହଂଚି କ୍ଷୟକ୍ଷତିର ଆକଳନ କରିଛନ୍ତି। ଏଥି ସହିତ ଅଗ୍ନି ବିପନ୍ନଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଓ ପାଲ ଯୋଗାଇ ଦିଆଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡ଼ିଶାର ସୀମା ସୁରକ୍ଷାରେ ସରକାର ବିଫଳତା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର, କୋଟିଆ ବିବାଦ ସଂକ୍ରାନ୍ତରେ ଆଜି ରାଜ୍ୟ ସରକାରଙ୍କୁ ଶାଣିତ ଆକ୍ରମଣ କରିଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ । ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମଳନୀରେ ରାଜ୍ୟ ସରକାରଙ୍କର ସମାଲୋଚନା କରିଛନ୍ତି ନିରଂଜନ। ସେ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଅପାରଗତା ଓ ଦୂର ଦୃଷ୍ଟି ହୀନତା ପାଇଁ ଆମ ମାତୃଭୂମିର ମାଟିକୁ ଆମେ ହରାଇବାକୁ ଯାଉଛୁ । ଆଗରୁ ମହାନଦୀର ପାଣିକୁ ଆମେ ହରାଇଥିଲୁ, ଏବେ କୋଟିଆ ପରି ଅଂଚଳ ଗୁଡ଼ିକ ପାଇଁ ପ୍ରଶ୍ନବାଚୀ ହୋଇଛି । ଏହା ଦୁର୍ଭାଗ୍ୟଜନକ ଓ ଅକ୍ଷମଣୀୟ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ଓଡ଼ିଶାର ସୀମାନ୍ତରେ ୭୬ଟି ଗାଁ ବିବାଦୀୟ ବୋଲି ଚିହ୍ନଟ ହୋଇଛି । କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ମୟୁରଭଞ୍ଜ, କେଉଁଝର ଓ ବାଲେଶ୍ୱର ଜିଲ୍ଲା ମାନଙ୍କରେ ଥିବା ଏହି ୭୬ଟି ଗାଁ ଗୁଡ଼ିକ ଆନ୍ଧ୍ରପ୍ରଦେଶ, ଝାଡଖଣ୍ଡ ଓ ପଶ୍ଚିମବଙ୍ଗ ସହିତ ବିବାଦୀୟ ହୋଇ ରହିଛି । ଏହି ବିବାଦର ବର୍ତମାନ ସ୍ଥିତି କ’ଣ ଓ ରାଜ୍ୟ ସରକାର ଏହି ବିବାଦର ସମାଧାନ ଦିଗରେ କ’ଣ କରିଛନ୍ତି ଓ କରିବାକୁ ଯାଉଛନ୍ତି, ସେ ବିଷୟରେ ରାଜ୍ୟବାସୀଙ୍କୁ ଅବଗତ କରାନ୍ତୁ ବୋଲି କଂଗ୍ରେସ ଦାବି କରିଛି ।

ଆଜି ଏ ସଂକ୍ରାନ୍ତରେ ଏକ ଚିଠି ମୁଖ୍ୟମନ୍ତ୍ରୀଙ୍କୁ ଲେଖିଛନ୍ତି ଶ୍ରୀ ପଟ୍ଟନାୟକ । ଏହି ଚିଠିରେ ସେ ଉଲ୍ଲେଖ କରିଛନ୍ତି, ଆନ୍ଧ ସରକାର ଯେତେବେଳେ କୋଟିଆ ର ୨୨ଟି ଗାଁରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କଲେ ଓଡ଼ିଶା ସରକାର ଏବଂ ଜିଲ୍ଲା ପ୍ରଶାସନ କେମତି ତା’ର ସୁରାକ ପାଇଲା ନାହିଁ? ସରକାର ଏବଂ ପ୍ରଶାସନର ଦାୟିତ୍ୱ ହୀନତା ପାଇଁ କୋଟିଆ ପ୍ରସଙ୍ଗ ଆଜି ଏଭଳି ବିଷ୍ପୋରକ ସ୍ଥିତିକୁ ଯାଇଛି ଏବଂ ଆମ ହାତରୁ କୋଟିଆ ଗାଁ ଗୁଡ଼ିକୁ ଖସି ଯିବାକୁ ଯାଉଛି । ରାଜ୍ୟ ସରକାର କାହିଁକି ଠିକ୍ ସମୟରେ ସୁପ୍ରିମ କୋର୍ଟର ଦ୍ୱାରସ୍ଥ ହେଲେ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ।

ଓଡିଶାର ସୀମାବର୍ତୀ ଗାଁ ଗୁଡ଼ିକର ଲୋକଙ୍କୁ ସର୍ବନିମ୍ନ ମୌଳିକ ସୁବିଧା ସୁଯୋଗ ଯୋଗାଇ ପାରି ନାହାନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ ନିରପତା, ଜୀବିକା ଇତ୍ୟାଦି ସୁନ୍ତିଶ୍ଚିତ କରିବା କ୍ଷେତ୍ରରେ ଓଡ଼ିଶା ସରକର ବିଫଳ ହୋଇଛି ଏବଂ ତାର ସୁଯୋଗ ନେଉଛନ୍ତି ପଡୋଶୀ ରାଜ୍ୟମାନେ । କେବଳ ଆମ ଜନ୍ମ ଭୂମିର ମାଟି ନୁହେଁ , ଆମର ଭାଷା ଉପରେ ମଧ୍ୟ ଅକ୍‌ତିଆର ଜାହିର କରୁଛନ୍ତି । ପଡୋଶୀ ରାଜ୍ୟମାନେ। ପ୍ରାୟ ୨୦୦ ସ୍କୁଲ ଗୁଡ଼ିକରେ ଓଡ଼ିଶା ଶିକ୍ଷକ ନାହାନ୍ତି । ଏ ଗୁଡ଼ିକରେ ତେଲଗୁ ଶିକ୍ଷକମାନେ ନିଯୁକ୍ତି ପାଇଛନ୍ତି । ଆମ ରାଜ୍ୟରେ ପ୍ରାକୃତିକ ସଂପଦଗୁଡ଼ିକୁ ମଧ୍ୟ ଲୁଟ କରିବାକୁ ପଛାଉ ନାହାନ୍ତି ପଡ଼ୋଶୀ ରାଜ୍ୟ।ଏଥିପ୍ରତି ସରକାରଙ୍କର ନିଘା ନାହିଁ । ବିଭିନ୍ନ ନଦୀର ବାଲିକୁ ପଡ଼ୋଶୀ ରାଜ୍ୟମାନେ ଲୁଟ କରୁଛନ୍ତି । ସରକାର ନିରବ କେମିତି ଅଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକଙ୍କ ସହିତ ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନଗୋ ଓ ରାଜ୍ୟ ପ୍ରବକ୍ତା ସୁଦର୍ଶନ ଦାସ ଉପସ୍ଥିତି ଥିଲେ ।

Categories
ଆଜିର ଖବର ଆଞ୍ଚଳିକ

ଗଞ୍ଜାମରେ ଆଜି ୨୬ ନୂତନ ସଂକ୍ରମିତ ଚିହ୍ନଟ: ଚାଲିଛି ହେଲ୍‌ଥ ସ୍କ୍ରିନିଂ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ସରକାରଙ୍କ ତଥ୍ୟ ଅନୁସାରେ ଶୀତଦିନେ କରୋନାର ଦ୍ୱିତୀୟ ୱେଭ୍ ସଂକ୍ରମଣ ହେବାର ସମ୍ଭାବନା ଅଧିକ ରହିଛି। ଏହି ଦ୍ୱିତୀୟ ୱେଭ୍ ସଂକ୍ରମଣ ହେଲେ ଗଂଜାମ ଜିଲ୍ଲାରେ କରୋନା ଅଧିକ କରାଳ ରୂପ ଦେଖାଇବ। ଏଥିନିମନ୍ତେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସବୁଠାରୁ ଅଧିକ ପ୍ରଭାବିତ ହେଉଥିବା ବ୍ରହ୍ମପୁର ମହାନଗର ନିଗମରେ ହେଲ୍‌ଥ ସ୍କ୍ରିନିଂ ଚାଲୁରହିଛି। ଏଥିନେଇ ଗୋଟିଏ ଗୋଟିଏ ଟିମ୍ ଗଠନ କରାଯାଇ ସହରର ବିଭିନ୍ନ ଅଂଚଳକୁ ପଠାଯାଉଛି। ଏମାନେ ସାହି ସାହି ବୁଲି ତଥା ଦ୍ୱାର ଦ୍ୱାର ଯାଇ ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ତାପମାତ୍ରା, ଅକ୍ସିଜେନ୍ ଲେବେଲ୍ ମାପ କରୁଛନ୍ତି। ଯେଉଁମାନଙ୍କ ଅସୁବିଧା ଥିବ ସେମାନଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦିଆଯିବ। ବ୍ରହ୍ମପୁର ସହରରେ “ଜିରୋ ଆକ୍ଟିଭ୍ କେସ” ପାଇଁ କମିଶନର ଅଣ୍ଟା ଭିଡ଼ିଛନ୍ତି। ଏହା ୧୪ ନଭେମ୍ବର ପର୍ଯ୍ୟନ୍ତ ଜାରି ରହିବ।

ଗତକାଲି ଗଂଜାମ ଜିଲ୍ଲାରେ ୩୯୮୦ ଟି ସ୍ୱାବ୍ ପରୀକ୍ଷା କରାଯାଇଥିବାବେଳେ ଆଜି ନୂତନ ଭାବେ ୨୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୨୩ ଜଣ ସ୍ଥାନୀୟ ଏବଂ ୩ ଜଣ କରୋନା ଯୋଦ୍ଧା ଅଛନ୍ତି। ସ୍ଥାନୀୟ ସଂକ୍ରମିତ ମଧ୍ୟରେ ବ୍ରହ୍ମପୁର ମହାନଗର ନିଗମରେ ସର୍ବାଧିକ ୭ ଜଣ ସ୍ଥାନୀୟ ଏବଂ ଜଣେ କରୋନା ଯୋଦ୍ଧା ଅଛନ୍ତି। ସେହିପରି ଭଂଜନଗର, ଛତ୍ରପୁର, ଗଂଜାମରେ ୪ ଲେଖାଏଁ, ଜଗନ୍ନାଥପ୍ରସାଦରେ ୩, କୁକୁଡ଼ାଖଣ୍ଡିରେ ୧ ସଂକ୍ରମିତ ଚିହ୍ନଟ ହୋଇଥିବା ପ୍ରଶାସନ ସୂଚନା ଦେଇଛି। ବର୍ତ୍ତମାନ ଗଂଜାମ ଜିଲ୍ଲାରେ ୨୧୩୪୨ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜିର ୩୨ ସୁସ୍ଥକୁ ମିଶାଇ ସମୁଦାୟ ୨୦୯୭୩ ଜଣ ସୁସ୍ଥ ହେଲେଣି। ୧୩୦ ଜଣ ଚିକିତ୍ସିତ ହେଉଥିବାବେଳେ ୨୩୧ଟି ମୁଣ୍ଡ ନେଇଛି କରୋନା।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଗଞ୍ଜାମ କରୋନା ଅପଡେଟ: ୨୦ ଆକ୍ରାନ୍ତ, ୨୦ ସୁସ୍ଥ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଆଜି ଗଂଜାମ ଜିଲ୍ଲାରେ ୨୦ ଜଣ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୨୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଗତକାଲି ୩୬୫୩ ଟି ସ୍ୱାବ୍ ପରୀକ୍ଷା ହୋଇଥିବାବେଳେ ସମୁଦାୟ ସ୍ୱାବ୍ ପରୀକ୍ଷା ସଂଖ୍ୟା ୫୩୬୧୧୪ରେ ପହଞ୍ଚିଛି। ସୁସ୍ଥ ହାର ୯୮.୧ ପ୍ରତିଶତ ରହିଛି। ୧୭ ଜଣ ସ୍ଥାନୀୟ ଏବଂ ୩ ଜଣ କରୋନା ଯୋଦ୍ଧା ଆଜି ଚିହ୍ନଟ ହୋଇଛନ୍ତି। ବ୍ରହ୍ମପୁର ମହାନଗର ନିଗମ ଅଂଚଳରେ ସର୍ବାଧିକ ୯ ଜଣ ସ୍ଥାନୀୟ ସଂକ୍ରମିତ ଏବଂ ଜଣେ କରୋନା ଯୋଦ୍ଧା ଅଛନ୍ତି। ବେଗୁନିଆପଡ଼ା ବ୍ଲକ୍‌ରେ ୨, ଭଂଜନଗର, ଗଂଜାମ, ହିଂଜିଳିକାଟୁ, ପୋଲସରା ବ୍ଲକ୍‌ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ଅନ୍ୟାନ୍ୟ ସ୍ଥାନର ୨ ଜଣ ଚିହ୍ନଟ ହୋଇଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଗଞ୍ଜାମ କରୋନା ଅପଡେଟ: ୧୭ ନୂତନ ସଂକ୍ରମିତ ଚିହ୍ନଟ, ୨୨ ସୁସ୍ଥ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗତଦୁଇ ଦିନ ହେଲା କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ ଆଜି ଏଥିରେ କିଛି ହ୍ରାସ ଘଟିଛି। ଆଜି ନୂତନ ଭାବେ ୧୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୨୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏପଟେ ପ୍ରଶାସନ ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଯେପରି ନହେବ ସେ ନେଇ ପଦକ୍ଷେପମାନ ଗ୍ରହଣ କରିବା ଆରମ୍ଭ କରାଗଲାଣି। ଗତକାଲି ୩୪୨୦ଟି ନମୁନା ପରୀକ୍ଷା ପାଇଁ ପଠାଯାଇଥିବାବେଳେ ସମୁଦାୟ ୫୨୮୯୬୨ ଟି ସ୍ୱାବ୍ ପରୀକ୍ଷା କରାଗଲାଣି। ସୁସ୍ଥ ସଂଖ୍ୟା ୯୮.୧ ପ୍ରତିଶତରେ ପହଞ୍ଚିଛି।

ଆଜିର ସଂକ୍ରମିତ ମଧ୍ୟରେ ୧୫ ଜଣ ସ୍ଥାନୀୟ ଏବଂ ୨ ଜଣ କରୋନା ଯୋଦ୍ଧା ଅଛନ୍ତି। ସ୍ଥାନୀୟ ସଂକ୍ରମିତ ମଧ୍ୟରେ ଆସିକା ବ୍ଳକ୍‌ରୁ ୧, ବ୍ରହ୍ମପୁର ମହାନଗର ନିଗମରୁ ୬ ଏବଂ କରୋନା ଯୋଦ୍ଧା ୨, ଚିକିଟିରୁ ୧, ଗଂଜାମରୁ ୧, ହିଂଜିଳିକାଟୁରୁ ୨, ଖଲିକୋଟରୁ ୧, କୁକୁଡ଼ାଖଣ୍ଡିରୁ ୨ ଏବଂ ଅନ୍ୟାନ୍ୟ ୧ ଅଛନ୍ତି। ଗଂଜାମ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୨୧୦୭୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜିର ୨୨ ସୁସ୍ଥକୁ ମିଶାଇ ସମୁଦାୟ ୨୦୬୯୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ୧୪୧ ଜଣ ଆକ୍ଟିଭ୍ ରୋଗୀ ଥିବାବେଳେ ମୃତ୍ୟୁସଂଖ୍ୟା ୨୨୭ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ଆଜି 17 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ : ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 892କୁ ବୃଦ୍ଧି

ଭୁବନେଶ୍ବର : ରାଜ୍ୟରେ ଆଉ 17 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ବାଲେଶ୍ବର ଓ ଢେଙ୍କାନାଳରୁ 3 ଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଜଗତସିଂହପୁର, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରୁ 2 ଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଭଦ୍ରକ, ଗଞ୍ଜାମ, ଯାଜପୁର, ମୟୂରଭଞ୍ଜ ଓ ନୟାଗଡରୁଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 892କୁ ବୃଦ୍ଧି ହୋଇଛି ।

ବାଲେଶ୍ବରରୁ ତିନି ମୃତକଙ୍କ ମଧ୍ୟରେ ଜଣେ 65 ବର୍ଷୀୟା ମହିଳା ରହିଥିବାବେଳେ ଅନ୍ୟ ଦୁଇ ପୁରୁଷ ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ 47 ଓ 62 ବର୍ଷ । ସେହିପରି ଢେଙ୍କାନାଳରେ ତିନି ମୃତକଙ୍କ ବୟସ ଯଥାକ୍ରମେ 36, 65, 61 ବର୍ଷ । ଖୋର୍ଦ୍ଧାରଦୁଇ ମୃତକଙ୍କ ମଧ୍ୟରେ ଜଣେ 68 ବର୍ଷୀୟା ମହିଳା ଥିବାବେଳେ ଅନ୍ୟ ଜଣେ 65 ବର୍ଷୀ୍ର ପୁରୁଷ । ସେହିପରି ପୁରୀର ଦୁଇ ମୃତକଙ୍କ ମଧ୍ୟରେ ଜଣେ 70 ବର୍ଷୀୟା ମହିଳା ଥିବାବେଳେ ଅନ୍ୟ ଜଣେ 85 ବର୍ଷୀୟ ପୁରୁଷ । ଜଗତସିଂହପୁରରୁ ଦୁଇ ମୃତକଙ୍କ ମଧ୍ୟରେ ଜଣେ 62 ବର୍ଷୀୟ ପୁରୁଷ ଥିବାବେଳେ ଅନ୍ୟ ଜଣେ 49 ବର୍ଷୀୟ ପୁରୁଷ ।

ସେହିପରି ଭଦ୍ରକରୁ 56 ବର୍ଷୀୟା ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ଗଞ୍ଜାମରୁ 54 ବର୍ଷୀୟ ପୁରୁଷ, ଯାଜପୁରରୁ 57 ବର୍ଷୀୟ ପୁରୁଷ, ମୟୂରଭଞ୍ଜରୁ 56 ବର୍ଷୀୟ ପୁରୁଷ ଓ ନୟାଗଡରୁ 53 ବର୍ଷୀୟା ମହିଳାଙ୍କର ମୃତ୍ୟୁ ହୋଇଛି ।

Categories
ଆଜିର ଖବର ରାଜ୍ୟ ଖବର

କରୋନା ନିୟନ୍ତ୍ରଣ ପାଇଁ ଭୁବନେଶ୍ବରରେ ଲାଗୁ ହେବ ଗଞ୍ଜାମ ଫର୍ମୁଲା

ଭୁବନେଶ୍ବର : ଭୁବନେଶ୍ବରରେ କରୋନା ନିୟନ୍ତ୍ରଣ ନେଇ ବିଏମ୍‌ସି ପଦକ୍ଷେପ ଗ୍ରହଣ କରିଛି । ଭୁବନେଶ୍ବରରେ ଗଞ୍ଜାମ ଫର୍ମୁଲା ଲାଗୁ କରିବା ନେଇ ନିଷ୍ପତ୍ତି ହୋଇଛି । ସହରରେ ବ୍ୟାପକ ହେଲ୍‌ଥ ସ୍କ୍ରିନିଂ ପାଇଁ 565ଟି ରାପିଡ୍‌ ରେସ୍‌ପନ୍ସ ଟିମ୍‌ କାର୍ଯ୍ୟ କରିବେ। ସେହିପରି ବସ୍ତି ଓ ଅନ୍ୟାନ୍ୟ ଅଞ୍ଚଳରେ ହେଲ୍‌ଥ ସ୍କ୍ରିନିଂ କରିବ ରାପିଡ୍‌ ରେସପନ୍ସ ଟିମ୍‌ । ହୋମ୍‌ ଆଇସୋଲେସନ୍‌ରେ ଥିବା ଘରୁ ବର୍ଜ୍ୟବସ୍ତୁ ସଂଗ୍ରହ କରିବ ବିଏମ୍‌ସି ।  ଆକ୍ରାନ୍ତମାନେ କରୋନା ନିୟମ ମାନୁଛନ୍ତି କି ନାହିଁ, ତାହା ଉପରେ କଡା ନଜର ରହିବ । କରୋନାକୁ ନେଇ ସନ୍ଦେହ ହେଲେ 1929କୁ କଲ୍‌ କରି ତଥ୍ୟ ପାଇପାରିବେ । ଏନେଇ ସୂଚନା ଦେଇଛନ୍ତି କୋଭିଡ୍‌ ଦାୟିତ୍ବରେ ଥିବା ଆଇଏଏସ୍‌ ପାରୁଲ୍‌ ପଟ୍‌ଓ୍ବାରୀ ।

ସୂଚନାଯୋଗ୍ୟ, ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ ଭୁବନେଶ୍‌ବର ମହାନଗରରେ ମଧ୍ୟ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । କ୍ବାରେଣ୍‌ଟାଇନ୍‌ କେସଠାରୁ ଏଠାରେ ଲୋକାଲ୍‌ କେସ୍‌ ଅଧିକ ରହୁଛି । ଖୋର୍ଦ୍ଧା ଜିଲ୍ଲାରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 24 ହଜାରରୁ ଉର୍ଦ୍ଧ୍ବ ରହିଥିବାବେଳେ 17ହଜାର 115ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା 6 ହଜାର 812 ଜଣ ସକ୍ରିୟ ଆକ୍ରାନ୍ତ ରହିଥିବାବେଳେ 82ଜଣଙ୍କର ମୃତ୍ୟୁ ହେଲାଣି ।

Categories
ଆଜିର ଖବର ଆଞ୍ଚଳିକ

ଗଞ୍ଜାମ ଜିଲ୍ଲାରୁ ଆଜି ୧୬୯ ନୂତନ ସଂକ୍ରମିତ ଚିହ୍ନଟ, ୩ ମୃତ: ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ପୁଣି ଥରେ ଗୋଟିଏ ଦିନରେ ଗଂଜାମ ଜିଲ୍ଲାରେ ମୃତ୍ୟୁସଂଖ୍ୟା ବୃଦ୍ଧି ହୋଇଥିବା ଦେଖିବାକୁ ମିଳିଛି। ଗତକିଛି ଦିନ ହେଲା ମୃତ୍ୟୁର ସଂଖ୍ୟା କମ୍ ଥିବାବେଳେ ଆଜି ପୁଣି ୩ ଜଣଙ୍କ ମୃତ୍ୟୁ ଘଟିଛି। ଏହାସହ ୧୬୯ ଜଣ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜଣେ ୬୩ ବର୍ଷୀୟ ମହିଳା, ଜଣେ ୩୫ ବର୍ଷୀୟ ପୁରୁଷ, ଜଣେ ୫୬ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଗତକାଲି ୯୭୦୪ ଟି ପରୀକ୍ଷା ପାଇଁ ନମୁନା ସଂଗ୍ରହ ହୋଇଛି। ବର୍ତ୍ତମାନ ସୁସ୍ଥ ସଂଖ୍ୟା ୯୧ ପ୍ରତିଶତରୁ ଉର୍ଦ୍ଧ୍ୱ ହେଲାଣି। ସଂକ୍ରମିତ ମଧ୍ୟରୁ ୧୭ ଜଣ କରୋନା ଯୋଦ୍ଧାଥିବାବେଳେ ୧୫୨ ଜଣ ସ୍ଥାନୀୟ ସଂକ୍ରମିତ ବ୍ୟକ୍ତି ଅଛନ୍ତି।

ଆସିକା ବ୍ଲକ୍‌ରୁ ୫, ବେଗୁନିଆପଡ଼ାରୁ ୩, ବେଲଗୁଣ୍ଠାରୁ ୬, ବ୍ରହ୍ମପୁର ମହାନଗର ନିଗମରୁ ୧୮, ଭଂଜନଗରରୁ ୨, ବୁଗୁଡ଼ାରୁ ୧, ଛତ୍ରପୁରରୁ ୦୬, ଚିକିଟି ୨୩, ଧରକୋଟ ୧, ଦିଗପହଣ୍ଡି ୪, ଗଂଜାମ ୧୫, ହିଂଜିଳିକାଟୁ ୪, ଜଗନ୍ନାଥପ୍ରସାଦ ୪, କବିୂସର୍ଯ୍ୟନଗର ୫, ଖଲିକୋଟ ୫, କୁକୁଡ଼ାଖଣ୍ଡି ୯, ପାତ୍ରପୁର ୧୦, ପୋଲସରା ୧୦, ରଙ୍ଗେଇଲୁଣ୍ଡା ୧୧, ସାନଖେମୁଣ୍ଡି ୪, ଶେରଗଡ଼ ୧, ସୋରଡ଼ା ୩ ଏବଂ ଅନ୍ୟାନ୍ୟ ସ୍ଥାନର ୨ ଜଣ ଅଛନ୍ତି। ସମୁଦାୟ ୧୮୨୩୮ ସଂକ୍ରମଣ ଚିହ୍ନଟ ହୋଇଥିବାବେଳେ ଆଜିର ୨୦୯ ସୁସ୍ଥକୁ ମିଶାଇଲେ ସମୁଦାୟ ସୁସ୍ଥ ସଂଖ୍ୟା ୧୬୭୯୪ରେ ପହଞ୍ଚିଛି। ବର୍ତ୍ତମାନ ୧୨୪୨ ଜଣ ଆକ୍ଟିଭ୍ ରୋଗୀ ବିଭିନ୍ନ ମେଡ଼ିକାଲ୍‌ରେ ଚିକିତ୍ସିତ ହେଉଥିବାବେଳେ ୧୯୪ ଜଣଙ୍କ ମୁଣ୍ଡ ନେଲାଣି କରୋନା। ସେହିପରି ବ୍ରହ୍ମପୁର ମହାନଗର ନିଗମରେ ବର୍ତ୍ତମାନ ସୁଦ୍ଧା ୩୨୮୭ ଜଣ ରୋଗୀ ଚିହ୍ନଟ ହୋଇଥିବାବେଳେ ୨୯୭୬ ଜଣ ସୁସ୍ଥ ହୋଇଛନ୍ତି। ୨୫୫ ରୋଗୀ ବିଭିନ୍ନ ମେଡ଼ିକାଲ୍‌ରେ ଚିକିତ୍ସାଧୀନ ଥିବାବେଳେ ୫୬ ଜଣଙ୍କ ମୁଣ୍ଡ ନେଇଛି କରୋନା।

Categories
ଆଞ୍ଚଳିକ

ଗଞ୍ଜାମ ଜିଲ୍ଲାରେ ନୂତନ ୧୭୪ ସଂକ୍ରମିତ ଚିହ୍ନଟ, ୨ ମୃତ: ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଜିଲ୍ଲାରେ କରୋନାର ସ୍ଥିତି ନିୟନ୍ତ୍ରଣରେ ରହିଥିବା ଆଜି ଜିଲ୍ଲାପାଳ ଏକ ଭିଡ଼ିଓ ମାଧ୍ୟମରେ ଜଣାଇଛନ୍ତି। ସେ ଗଂଜାମରେ ସମସ୍ତ ଲୋକ କରୋନା ନିୟମ ମାନୁଥିବାରୁ ଧନ୍ୟବାଦ ଜଣାଇଥିଲେ। ଏହାସହ କରୋନା ନୂଆ ନୂଆଁ ରୂପରେ ଆସି ପୁଣିଥରେ ସଂକ୍ରମିତ ଯେପରି ନ କରିବ ସେଥିପାଇଁ ଅଧିକ ଯତ୍ନବାନ ହେବାକୁ ସେ କହିଛନ୍ତି। ଦୋକାନୀମାନେ ପଞ୍ଚସୂତ୍ର ନିୟମକୁ କଡ଼ାକଡ଼ି ପାଳନ କରନ୍ତୁ। ଯେଉଁ ପର୍ଯ୍ୟନ୍ତ ଭେକ୍‌ସିନ ନ ଆସିଛି ଏହି ଲଢ଼େଇ ଜାରି ରହିବ ବୋଲି ଜିଲ୍ଲାପାଳ ଭିଡ଼ିଓ ବାର୍ତ୍ତାରେ ଜଣାଇଥିଲେ।

ଆଜି ମଧ୍ୟ ଗଂଜାମରେ ନୂତନ ୧୭୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଏବଂ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ଗତକାଲି କାହାରି ମୃତ୍ୟୁ ଘଟିନଥିବାବେଳେ ଆଜିର ଦୁଇଜଣ ମୃତ୍ୟୁ ପୁଣି ଚିନ୍ତା ବଢ଼ାଇଛି। ଆଜିର ସଂକ୍ରମଣ ମଧ୍ୟରେ ଭଂଜନଗର ବ୍ଲକ୍‌ରୁ ୧୧, ଜଗନ୍ନାଥପ୍ରସାଦରୁ ୪, ବୁଗୁଡ଼ାରୁ ୩, ବେଲଗୁଣ୍ଠାରୁ ୧, ସୋରଡ଼ାରୁ ୪, ଧରାକୋଟରୁ ୩, ଆସିକାରୁ ୩, ପୋଲସରାରୁ ୭, ବେଗୁନିଆପଡ଼ାରୁ ୨୦, କବିସୂର୍ଯ୍ୟନଗରରୁ ୨, ଖଲିକୋଟରୁ ୧୬, ଗଂଜାମରୁ ୫, ଛତ୍ରପୁରରୁ ୧୦, ହିଂଜିଳିକାଟୁରୁ ୮, କୁକୁଡ଼ାଖଣ୍ଡିରୁ ୭, ରଙ୍ଗେଇଲୁଣ୍ଡାରୁ ୧୮, ସାନଖେମୁଣ୍ଡିରୁ ୩, ଦିଗପହଣ୍ଡିରୁ ୩, ଚିକିଟିରୁ ୪, ପାତ୍ରପୁରରୁ ୭, ବ୍ରହ୍ମପୁର ମହାନଗର ନିଗମରୁ ୩୬ ଏବଂ ଅନ୍ୟାନ୍ୟ ୨ ଅଛନ୍ତି।

ଗଂଜାମ ଜିଲ୍ଲାରେ ସମୁଦାୟ ସଂକ୍ରମିତ ସଂଖ୍ୟା ୧୭୨୮୭ ହୋଇଥିବାବେଳେ ଆଜି ୨୦୪ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ୧୪୨୮ ଟି ଆକ୍ଟିଭ୍ କେସ ଥିବାବେଳେ ୧୮୫ ଜଣଙ୍କ ମୁଣ୍ଡ ନେଲାଣି କରୋନା। ବ୍ରହ୍ମପୁର ମହାନଗର ନିଗମରେ ଆଜିର ମାମଲାକୁ ମିଶାଇଲେ ସମୁଦାୟ ୩୧୩୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୨୭୬୩ ଜଣ ସୁସ୍ଥ ହୋଇଥିବାବେଳେ ୫୫ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୩୧୬ ଜଣ ବିଭିନ୍ନ ମେଡ଼ିକାଲ୍‌ରେ ଚିକିତ୍ସାଧୀନ ଅଛନ୍ତି। ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ସମୁଦାୟ ୪୯୨ ଜଣ ପ୍ଲାଜମା ପ୍ରଦାନ ପାଇଁ ଚିହ୍ନଟ ହୋଇଥିବାବେଳେ ୧୦୨ ପ୍ୟାକେଟ୍ ପ୍ଲାଜମା ସଂଗ୍ରହ ହୋଇଛି। ଏହାଛଡ଼ା ୯୭ ଜଣଙ୍କୁ ପ୍ଲାଜମା ପ୍ରଦାନ କରାଯାଇଥିବାବେଳେ ୨୦ ଜଣ ରୋଗୀ ଠିକ୍ ହୋଇ ଘରକୁ ଫେରିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଗଞ୍ଜାମ ଜିଲ୍ଲାରେ ୨୭୧ ନୂତନ ସଂକ୍ରମିତ ଚିହ୍ନଟ: ୩ ମୃତ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗତ ଦୁଇଦିନ ହେଲା ଗଂଜାମରେ ଦୁଇଶହରୁ କମ୍ ସଂକ୍ରମିତ ଚିହ୍ନଟ ହେଉଥିବାବେଳେ ଆଜି ଏଥିରେ ବୃଦ୍ଧି ପରିଲକ୍ଷିତ ହୋଇ ଏହି ସଂଖ୍ୟା ୨୭୧ରେ ପହଞ୍ଚିଛି। ଗଂଜାମରେ ଅଧିକ ପରିମାଣରେ ଟେଷ୍ଟ ହେଉଥିବାରୁ ଏହି ସଂଖ୍ୟା ବୃଦ୍ଧି ପାଉଛି ବୋଲି ପ୍ରଶାସନ କହିଛି। ଆଜି ଗଂଜାମରେ ୩ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି। ଜଣେ ୬୦ ବର୍ଷୀୟ ବୃଦ୍ଧ, ଜଣେ ୬୧ ବର୍ଷୀୟ ବୃଦ୍ଧ ଏବଂ ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।

୨୭୧ ସଂକ୍ରମିତ ମଧ୍ୟରୁ ଭଂଜନଗର ବ୍ଲକ୍‌ରୁ ୮, ଜଗନ୍ନାଥପ୍ରସାଦରୁ ୭, ବେଲଗୁଣ୍ଠାରୁ ୫, ବୁଗୁଡ଼ାରୁ ୧୨, ସୋରଡ଼ାରୁ ୪, ପୋଲସରାରୁ ୧, ବେଗୁନିଆପଡ଼ାରୁ ୨୪, କବିସୂର୍ଯ୍ୟନଗରରୁ ୫, ଆସିକାରୁ ୬, ଧରକୋଟରୁ ୨, ସାନଖେମୁଣ୍ଡିରୁ ୮, ହିଂଜିଳିକାଟୁରୁ ୧୧, ପୁରୁଷୋତ୍ତମପୁରରୁ ୮, ଖଲିକୋଟରୁ ୧୧, ଗଂଜାମରୁ ୭, ଛତ୍ରପୁରରୁ ୪୦, ରଙ୍ଗେଇଲୁଣ୍ଡାରୁ ୨୪, କୁକୁଡ଼ାଖଣ୍ଡିରୁ ୮, ଚିକିଟିରୁ ୧୩, ପାତ୍ରପୁରରୁ ୭, ଦିଗପହଣ୍ଡି ବ୍ଲକ୍‌ରୁ ୧୭ ଜଣ ଚିହ୍ନଟ ହୋଇଥିବାବେଳେ ବ୍ରହ୍ମପୁର ମହାନଗର ନିଗମରୁ ୪୨ ଏବଂ ଅନ୍ୟାନ୍ୟ ଦୁଇଜଣ ଅଛନ୍ତି।

ସମୁଦାୟ ୧୬୩୪୯ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୧୪୧୭୯(୮୬.୭୭%) ସୁସ୍ଥ ହୋଇଛନ୍ତି। ୧୯୮୮ (୧୨.୧୭%) ଜଣ ଆକ୍ଟିଭ୍ ରୋଗୀ ଥିବାବେଳେ ୧୭୪ (୧.୦୬%) ଜଣଙ୍କ ମୁଣ୍ଡ ନେଇଛି କରୋନା। ସେହପରି ବ୍ରହ୍ମପୁରରେ ଆଜିର ନୂତନ ୪୨ ଜଣଙ୍କୁ ମିଶାଇଲେ ସମୁଦାୟ ସଂକ୍ରମିତ ସଂଖ୍ୟା ୨୯୪୩ରେ ପହଞ୍ଚିଛି। ୨୬୦୨ (୮୮.୪୧%) ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ୨୮୮ (୯.୭୯ ଜଣ ଆକ୍ଟିଭ୍ କେସ ରହିଥିବାବେଳେ ୫୩ (୧.୮୦%) ଜଣଙ୍କ ମୃତ୍ୟୁ ଘଟିଛି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟରୁ 8ଜଣଙ୍କ ମୃତ୍ୟୁ : ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 380କୁ ବୃଦ୍ଧି

ଭୁବନେଶ୍ବର : ସେହିପରି ଆଜି ରାଜ୍ୟରୁ କରୋନା ଯୋଗୁଁ ଆଜି 8 ଜଣଙ୍କର ମୃତ୍ୟୁ ହୋଇଛି। ଗଞ୍ଜାମରୁ ସର୍ବାଧିକ 4 ଜଣଙ୍କ ମୃତ୍ୟୁହୋଇଥିବାବେଳେ କଟକ, ଢେଙ୍କାନାଳ, ଖୋର୍ଦ୍ଧା ଓ ପୁରୀରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାର ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 380କୁ ବୃଦ୍ଧି ହୋଇଛି ।

ସେହିପରି ଗଞ୍ଜାମ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 166ରେ ପହଞ୍ଚିଥିବାବେଳେ ଖୋର୍ଦ୍ଧାରେ ଏହି ସଂଖ୍ୟା 52କୁ ବୃଦ୍ଧି ହୋଇଥିବାବେଳେ କଟକରେ 19, ପୁରୀରେ 10 ଓ ଢେଙ୍କାନାଳରେ 2 ଜଣ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲାରେ ଗଣେଶ ପୂଜା ବନ୍ଦ

ଭୁବନେଶ୍ବର : ଖୋର୍ଦ୍ଧା ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ନେଇ ଜିଲ୍ଲାପାଳ ସମୀକ୍ଷା କରିଛନ୍ତି । ସମୀକ୍ଷା ପରେ ଜିଲ୍ଲାପାଳ ସନତ କୁମାର ମହାନ୍ତି ଖୋର୍ଦ୍ଧା ଜିଲ୍ଲାରେ ଚଳିତ ଥର ଗଣେଶ ପୂଜା ବନ୍ଦ ହେବ ବୋଲି ସୂଚନା ଦେଇଛନ୍ତି । ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରି ସହରାଞ୍ଚଳରେ ସରପ୍ରାଇଜ୍‌ ଯାଞ୍ଚ କରାଯିବ । ସର୍ବସାଧାରଣ ସ୍ଥାନ ଓ ଅନୁଷ୍ଠାନରେ ଗଣେଶ ପୂଜା ହୋଇପାରିବନି ବୋଲି ସୂଚନା ଦେଇଛନ୍ତି । କୋଭିଡ୍‌ ଟେଷ୍ଟ ବୃଦ୍ଧି କରି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରାଯିବ । ଦରକାର ପଡିଲେ ସଟ୍‌ଡାଉନ୍‌ ପରି କଠୋର ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ।

ସୂଚନାଯୋଗ୍ୟ, କରୋନାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାରେ ମଧ୍ୟ ଗଣେଶ ଉତ୍ସବ ଅନୁଷ୍ଠିତ ହେବ ନାହିଁ ବୋଲି ଜିଲ୍ଲାପାଳ ସୂଚନା ଜାରି କରିଛନ୍ତି । ଗଣେଶ ପୂଜା ପାଳନ ଉପରେ କଟକଣା ଲଗାଇଲା ଜିଲ୍ଲା ପ୍ରଶାସନ । ଏନେଇ ଟ୍ୱିଟକରି ସୂଚନା ଦେଲେ ଗଂଜାମ ଜିଲ୍ଳପାଳ ବିଜୟ ଅମୃତା କୁଲାଙ୍ଗେ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସଂପୂର୍ଣ୍ଣ ଭାବେ ପୂଜା ବନ୍ଦ ରଖିବାକୁ ଜିଲ୍ଳାପାଳ ନିର୍ଦ୍ଦେଶ ଦେଇଛନ୍ତି । ଜନସାଧାରଣଙ୍କୁ ଏନେଇ ସହଯୋଗ କରିବାକୁ ନିବେଦନ କରିଛନ୍ତି । ଅତି ଜରୁରୀ କାମ ନଥିଲେ ଘରୁ ନବାହାରିବା ପାଇଁ ବାରମ୍ବାର ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର

30 ଜିଲ୍ଲାରୁ 2924 ପଜିଟିଭ୍‌ : ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ରହିଛନ୍ତି ଆକ୍ରାନ୍ତ

ଭୁବନେଶ୍ବର : ଆଜି ରାଜ୍ୟରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 30ଟି ଜିଲ୍ଲାରୁମୋଟ୍‌ 2 ହଜାର 924ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ସର୍ବାଧିକ 50 ହଜାରଟେଷ୍ଟ ହୋଇଥିବାବେଳେ ଆଜି 2 ହଜାର 924 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଖୋର୍ଦ୍ଧା ଜିଲ୍ଲାରୁ 400ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 10ଟି ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 100ରୁ ଉର୍ଦ୍ଧ୍ବ ରହିଛନ୍ତି ।

ଖୋର୍ଦ୍ଧାରୁ ସର୍ବାଧିକ 488 ଜଣ ଚିହ୍ନଟ ହୋଇଥିବାବେଳେ ଗଞ୍ଜାମ ଜିଲ୍ଲାରୁ 318ଜଣ, ଯାଜପୁରରୁ 200, କଟକରୁ 189, ସୁନ୍ଦରଗଡରୁ 161, ପୁରୀରୁ 144, ନୟାଗଡରୁ 142, ମୟୂରଭଞ୍ଜରୁ 136, ବାଲେଶ୍ବରରୁ 127, ରାୟଗଡାରୁ 116, ଭଦ୍ରକରୁ 107, କୋରାପୁଟରୁ 95, ମାଲକାନଗିରିରୁ 93, ଗଜପତିରୁ 71, କେନ୍ଦ୍ରାପଡାରୁ 60, କନ୍ଧମାଳରୁ 50,  ବରଗଡରୁ 48, ଜଗତସିଂହପୁରରୁ 47, ଢେଙ୍କାନାଳରୁ 40, ସୋନପୁରରୁ 38 ଓ ସମ୍ବଲପୁର ଓ ଅନୁଗୁଳରୁ 37ଜଣ ଲେଖାଏଁ, ଝାରସୁଗୁଡ଼ାରୁ 30, ବଲାଙ୍ଗିର ଓ କଳାହାଣ୍ଡିରୁ 27ଜଣ ଲେଖାଏଁ ରହିଛନ୍ତି । ସେହିପରି କେଉଁଝରଓ ନବରଙ୍ଗପୁରରୁ 26ଜଣ ଲେଖାଏଁ ରହିଛନ୍ତି।  ନୂଆପଡାରୁ 20, ଦେବଗଡରୁ 16, ବୌଦ୍ଧରୁ 8 ଜଣ ଚିହ୍ନଟ ହୋଇଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟରୁ ରେକର୍ଡ ସଂଖ୍ୟକ ପଜିଟିଭ୍‌ : ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ରହିଛନ୍ତି ଆକ୍ରାନ୍ତ

ଭୁବନେଶ୍ବର :  ଆଜି ରାଜ୍ୟରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 29ଟି ଜିଲ୍ଲାରୁମୋଟ୍‌ 2 ହଜାର 496ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 378 ଜଣ ଚିହ୍ନଟ ହୋଇଥିବାବେଳେ ଗଞ୍ଜାମ ଜିଲ୍ଲାରୁ 327ଜଣ, ବାଲେଶ୍ବରରୁ 165, ସୁନ୍ଦରଗଡରୁ 156, ରାୟଗଡାରୁ 146ଜଣ, କଟକରୁ 128 , କୋରାପୁଟରୁ 133, ବୌଦ୍ଧରୁ 115, ଭଦ୍ରକରୁ 102, କନ୍ଧମାଳରୁ 98,ପୁରୀରୁ 93, ବଲାଙ୍ଗିରରୁ 92, ସମ୍ବଲପୁରରୁ 81, ମାଲ୍‌କାନଗିରିରୁ 73, ଢେଙ୍କାନାଳରୁ 69, ଗଜପତିରୁ 68, କେଉଁଝରରୁ 51, କଳାହାଣ୍ଡିରୁ 42, ବରଗଡରୁ 36, ମୟୂରଭଞ୍ଜରୁ 23, ସୋନପୁରରୁ 20, ଝାରସୁଗୁଡାରୁ 19, ନୂଆପଡାରୁ 16, ଜଗତସିଂହପୁରରୁ 14,  କେନ୍ଦ୍ରାପଡାରୁ 13, ଅନୁଗୁଳୁରୁ 12, ଯାଜପୁରଓ ନବରଙ୍ଗପୁରରୁ 11,ନୟାଗଡରୁ 4ଜଣ ଚିହ୍ନଟ ହୋଇଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟରୁ କରୋନା ଯୋଗୁଁ 9 ମୃତ : ରାଜ୍ୟରେ ମୋଟ୍‌ ମୃତ୍ୟୁ ସଂଖ୍ୟା 314 ଟପିଲା

ଭୁବନେଶ୍ବର : ଆଜି ରାଜ୍ୟରେ କରୋନା ଯୋଗୁଁ 9 ଜଣଙ୍କ ମୃତ୍ୟୁ ଘଟିଛି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ3 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ କଟକ ଓ ମୟୂରଭଞ୍ଜ ଜିଲ୍ଲାରୁ 2ଜଣ ଲେଖାଏଁ ମୃତ୍ୟୁ ହୋଇଛନ୍ତି । ସୁନ୍ଦରଗଡ ଓ କନ୍ଧମାଳରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାର ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ଗଞ୍ଜାମର ତିନି  ମୃତକଙ୍କ ବୟସ ଯଥାକ୍ରମେ 73, 82 ଓ 36 ବର୍ଷ ବୋଲି ସୂଚନା ରହିଛି । ସେହିପରି କଟକରୁ ଆଜି ଦୁଇ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ମୃତକଙ୍କ ବୟସ ଯଥାକମେ 23 ଓ 72 ବର୍ଷ । ସେହିପରି ମୟୂରଭଞ୍ଜରୁ 60 ଓ 58ବର୍ଷୀୟ ବ୍ୟକ୍ତି ମୃତ୍ୟୁ ହୋଇଛି । ସେହିପରି ସୁନ୍ଦରଗଡରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ 81ବର୍ଷ ହୋଇଥିବାବେଳେ କନ୍ଧମାଳରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ 61ବର୍ଷ ବୋଲି ସୂଚନା ରହିଛି ।

ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 314ରେ ପହଞ୍ଚିଥିବାବେଳେ ଗଞ୍ଜାମ ଜିଲ୍ଲାରେ ଏହା 147କୁ ବୃଦ୍ଧି ହୋଇଛି । ସେହିପରି କଟକ ଜିଲ୍ଲାରେ ଏହା 13କୁ ବୃଦ୍ଧି ହୋଇଥିବାବେଳେ ସୁନ୍ଦରଗଡରେ 20 ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଛି । ସେହିପରି ମୟୂରଭଞ୍ଜରେ 3 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ କନ୍ଧମାଳରେ ମୃତ୍ୟୁ ସଂଖ୍ୟା 6କୁ ବୃଦ୍ଧି ହୋଇଛି ।

Categories
ଆଜିର ଖବର ରାଜ୍ୟ ଖବର

30ଟି ଜିଲ୍ଲାରୁ1876, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ରହିଛନ୍ତି ଆକ୍ରାନ୍ତ

ଭୁବନେଶ୍ବର : ଆଜି ରାଜ୍ୟର 30ଟି ଜିଲ୍ଲାରେ 1876ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଖୋର୍ଦ୍ଧାରୁ ସର୍ବାଧିକ 297 ଚିହ୍ନଟ ହୋଇଥିବାବେଳେ ଗଞ୍ଜାମରୁ 260, ସୁନ୍ଦରଗଡରୁ 119, କଟକରୁ 109, ନୟାଗଡରୁ 105, ରାୟଗଡାରୁ 98,  ବାଲେଶ୍ବରରୁ 81, ପୁରୀରୁ 80, କୋରାପୁଟରୁ 77, ଗଜପତିରୁ 71, ମୟୂରଭଞ୍ଜରୁ 70, କେନ୍ଦ୍ରାପଡାରୁ 58, ଯାଜପୁରରୁ 53, ଭଦ୍ରକରୁ 50, କଳାହାଣ୍ଡିରୁ 41, ଢେଙ୍କାନାଳ ଓ ସମ୍ବଲପୁରରୁ 36ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ବଲାଙ୍ଗିରୁର 31,  କନ୍ଧମାଳ ଓ ନବରଙ୍ଗପୁରରୁ 30ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁରରୁ 26, ମାଲ୍‌କାନଗିରିରୁ 24,  ସୋନପୁରରରୁ 22, କେଉଁଝରରୁ 21, ଅନୁଗଳ ଓ ବରଗଡରୁ 15 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ବୌଦ୍ଧରୁ 10, ଝାରସୁଗୁଡାରୁ 6,  ନୂଆପଡାରୁ 3 ଓ ଦେବଗଡରୁ 2 ଜଣ ଚିହ୍ନଟ ହୋଇଛନ୍ତି ।