Categories
ଆଜିର ଖବର ଜାତୀୟ ଖବର ଧର୍ମ

ସୁରେଶ ୱାଡେକରଙ୍କ ଏକ ଭକ୍ତି ଗୀତ ସେୟାର କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁରେଶ ୱାଡେକର ଏବଂ ଆର୍ଯ୍ୟ ଆମ୍ବେଦକରଙ୍କ  ଏକ ଭକ୍ତିଗୀତକୁ ସେୟାର କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ପୂରା ଦେଶ ରାମ ଭକ୍ତିରେ ଭାବବିହ୍ୱଳିତ।

ପ୍ରଧାନମନ୍ତ୍ରୀ ଏକ୍ସ ପୋଷ୍ଟରେ କହିଛନ୍ତି ଯେ, ‘ଅଯୋଧ୍ୟାରେ ହେବାକୁ ଥିବା ପ୍ରାଣ-ପ୍ରତିଷ୍ଠା ସମାରୋହ ପାଇଁ ପୂରା ଦେଶ ପ୍ରଭୁ ଶ୍ରୀରାମଙ୍କ ଭକ୍ତି ରଙ୍ଗରେ ରଙ୍ଗୀନ ହୋଇଛି। ସୁରେଶ ୱାଡେକର ଜୀ ଏବଂ ଆର୍ଯ୍ୟ ଆମ୍ବେଦକର ଜୀ ଏହି ଗୀତରେ ନିଜ ସୁମଧୁର ସ୍ୱରରେ ଏହି ଭାବନାକୁ ପ୍ରକାଶ କରିଛନ୍ତି।’

Categories
ଆଜିର ଖବର ଜାତୀୟ ଖବର ଧର୍ମ

ଗୁୟାନାରୁ ଶ୍ରୀ ରାମ ଭଜନ ସେୟାର କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁୟାନାରୁ ଶ୍ରୀ ରାମ ଭଜନ ସେୟାର କରିଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

‘ଏହା ଗୁୟାନାରୁ ଶ୍ରୀ ରାମ ଭଜନ! ଏହି ପ୍ରୟାସ ପାଇଁ ଗୁୟାନା ହିନ୍ଦୁ ଧାର୍ମିକ ସଭାକୁ ପ୍ରଶଂସା କରୁଛି ଏବଂ ହିନ୍ଦୁ ସଂସ୍କୃତି ଓ ନୈତିକାତକୁ ଲୋକପ୍ରିୟ କରିବା ଲାଗି ସେମାନଙ୍କ ଉଦ୍ୟମ ବେଶ୍ ପ୍ରଶଂସନୀୟ।’

Categories
ଆଜିର ଖବର ଜାତୀୟ ଖବର

ଭାରତ ଏବଂ ନେଦରଲ୍ୟାଣ୍ଡ ମଧ୍ୟରେ ବୁଝାମଣାପତ୍ରକୁ କ୍ୟାବିନେଟ୍ ମଞ୍ଜୁରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ (ସିଡିଏସସିଓ) ଏବଂ ନେଦରଲ୍ୟାଣ୍ଡର ସ୍ୱାସ୍ଥ୍ୟ, କଲ୍ୟାଣ ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ମଧ୍ୟରେ ଔଷଧ ମୂଲ୍ୟାୟନ ବୋର୍ଡ, ସ୍ୱାସ୍ଥ୍ୟ ଏବଂ ଯୁବ ଯତ୍ନ ନିରୀକ୍ଷକଙ୍କ ତରଫରୁ ସ୍ୱାକ୍ଷରିତ ଏକ ବୁଝାମଣାପତ୍ର ବିଷୟରେ ଅବଗତ କରାଯାଇଥିଲା । ମାନବ ସମ୍ବନ୍ଧୀୟ ଗବେଷଣା ଉପରେ କେନ୍ଦ୍ରୀୟ କମିଟି “ଚିକିତ୍ସା ଉତ୍ପାଦ ନିୟନ୍ତ୍ରଣ କ୍ଷେତ୍ରରେ ସହଯୋଗ ଉପରେ” ଏହି ବୁଝାମଣାପତ୍ର 7 ନଭେମ୍ବର, 2023 ରେ ସ୍ୱାକ୍ଷରିତ ହୋଇଥିଲା।

ଏହି ବୁଝାମଣା ପତ୍ରରେ କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ (ସିଡିଏସସିଓ) ଏବଂ ନେଦରଲ୍ୟାଣ୍ଡର ସ୍ୱାସ୍ଥ୍ୟ, କଲ୍ୟାଣ ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ତରଫରୁ ଔଷଧ ମୂଲ୍ୟାୟନ ବୋର୍ଡ, ସ୍ୱାସ୍ଥ୍ୟ ଏବଂ ଯୁବ ଯତ୍ନ ନିରୀକ୍ଷକ, ଗବେଷଣା ଉପରେ କେନ୍ଦ୍ରୀୟ କମିଟି ସେମାନଙ୍କ ଅନ୍ତର୍ଜାତୀୟ ଦାୟିତ୍ୱ ଅନୁଯାୟୀ ଡାକ୍ତରୀ ଉତ୍ପାଦ ନିୟନ୍ତ୍ରଣ ସମ୍ବନ୍ଧୀୟ ପ୍ରସଙ୍ଗରେ ଫଳପ୍ରଦ ସହଯୋଗ ଏବଂ ସୂଚନା ଆଦାନପ୍ରଦାନ ପାଇଁ ଏକ ଢାଞ୍ଚା ସ୍ଥାପନ କରିବାକୁ ଚାହୁଁଛି ।

ଦୁଇ ଦେଶର ନିୟାମକ କର୍ତ୍ତୃପକ୍ଷଙ୍କ ମଧ୍ୟରେ ବୁଝାମଣା ପତ୍ର ଔଷଧ ବ୍ୟବହାର ପାଇଁ କଞ୍ଚାମାଲ, ଜୈବିକ ଉତ୍ପାଦ, ଚିକିତ୍ସା ଉପକରଣ ଏବଂ କସ୍ମେଟିକ୍ ଉତ୍ପାଦ ସମେତ ଔଷଧ ସମ୍ବନ୍ଧରେ ଡାକ୍ତରୀ ଉତ୍ପାଦ ନିୟନ୍ତ୍ରଣକୁ ଭଲ ଭାବରେ ବୁଝିବାରେ ସହାୟକ ହେବ ।

ନିୟାମକ ଅଭ୍ୟାସର ସମନ୍ୱୟ ଭାରତରୁ ଔଷଧର ରପ୍ତାନି ବୃଦ୍ଧି କରିବାରେ ସହାୟକ ହୋଇପାରିବ ଏବଂ ଫଳସ୍ୱରୂପ ଔଷଧ କ୍ଷେତ୍ରରେ ଶିକ୍ଷିତ ବୃତ୍ତିଜୀବୀମାନଙ୍କ ପାଇଁ ଉନ୍ନତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ସାହାଯ୍ୟ କରିପାରିବ।

ଏହି ବୁଝାମଣା ପତ୍ର ଦ୍ୱାରା ଚିକିତ୍ସା ଉତ୍ପାଦର ରପ୍ତାନି ସହଜ ହେବ ଯାହା ଦ୍ୱାରା ବୈଦେଶିକ ମୁଦ୍ରା ଆୟ ହେବ । ଆତ୍ମନିର୍ଭର ଭାରତ ଦିଗରେ ଏହା ଏକ ପଦକ୍ଷେପ ହେବ।

Categories
ଆଜିର ଖବର ଜାତୀୟ ଖବର

ଭାରତ ଏବଂ କେନିଆ ମଧ୍ୟରେ ବୁଝାମଣାପତ୍ରକୁ କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଡିଜିଟାଲ ରୂପାନ୍ତରଣ ପାଇଁ ଜନସଂଖ୍ୟା ସ୍କେଲରେ କାର୍ଯ୍ୟକାରୀ ସଫଳ ଡିଜିଟାଲ ସମାଧାନ ଆଦାନପ୍ରଦାନ କ୍ଷେତ୍ରରେ ସହଯୋଗ ନିମନ୍ତେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ମାଧ୍ୟମରେ ଭାରତ ସରକାର ଏବଂ ସୂଚନା, ଯୋଗାଯୋଗ ଏବଂ ଡିଜିଟାଲ ଅର୍ଥନୀତି ମନ୍ତ୍ରଣାଳୟ ମାଧ୍ୟମରେ କେନିଆ ସରକାରଙ୍କ ମଧ୍ୟରେ ଡିସେମ୍ବର ୫, ୨୦୨୩ରେ ସ୍ୱାକ୍ଷରିତ ବୁଝାମଣାପତ୍ର ବିଷୟରେ ଅବଗତ କରାଯାଇଥିଲା  ଏବଂ ବୁଝାମଣାପତ୍ରକୁ କ୍ୟାବିନେଟ କେନ୍ଦ୍ର ଅନୁମୋଦନ କରିଛନ୍ତି ।

ବିବରଣୀ :

ଏହି ବୁଝାମଣାପତ୍ରର ଉଦ୍ଦେଶ୍ୟ ହେଉଛି ଉଭୟ ଦେଶର ଡିଜିଟାଲ ରୂପାନ୍ତରଣମୂଳକ ପଦକ୍ଷେପର କାର୍ଯ୍ୟକାରିତାରେ ଘନିଷ୍ଠ ସହଯୋଗ ଏବଂ ଅଭିଜ୍ଞତା ଏବଂ ଡିଜିଟାଲ ପ୍ରଯୁକ୍ତି ଭିତ୍ତିକ ସମାଧାନର ଆଦାନ ପ୍ରଦାନକୁ ପ୍ରୋତ୍ସାହିତ କରିବା ।

କାର୍ଯ୍ୟକାରିତା ରଣନୀତି ଏବଂ ଲକ୍ଷ୍ୟ :

ଏହି ବୁଝାମଣା ପତ୍ର ଉଭୟ ପକ୍ଷଙ୍କ ଦସ୍ତଖତ ଦିନ ଠାରୁ କାର୍ଯ୍ୟକାରୀ ହେବ ଏବଂ ୩ ବର୍ଷ ପାଇଁ ବଳବତ୍ତର ରହିବ ।

ପ୍ରଭାବ :

ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି (ଡିପିଆଇ) କ୍ଷେତ୍ରରେ ଉଭୟ ଜି୨ଜି ଏବଂ ବି୨ଜି ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି କରାଯିବ ।

ହିତାଧିକାରୀଙ୍କ ସଂଖ୍ୟା :

ଏହି ବୁଝାମଣାପତ୍ରରେ ଆଇଟି କ୍ଷେତ୍ରରେ ଉନ୍ନତ ସହଯୋଗର ପରିକଳ୍ପନା କରାଯାଇଛି , ଯାହା ଦ୍ୱାରା ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ପୃଷ୍ଠଭୂମି :

ଏମ୍‌ଇଆଇଟିୱାଇ ଆଇସିଟି କ୍ଷେତ୍ରରେ ଦ୍ୱିପାକ୍ଷିକ ଏବଂ ବହୁପାକ୍ଷିକ ସହଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ଅନେକ ଦେଶ ଏବଂ ବହୁପାକ୍ଷିକ ଏଜେନ୍ସି ସହିତ ସହଯୋଗ କରୁଛି । ଏହି ସମୟ ମଧ୍ୟରେ, ଏମ୍‌ଇଆଇଟିୱାଇ ଆଇସିଟି କ୍ଷେତ୍ରରେ ସହଯୋଗ ଏବଂ ସୂଚନାର ଆଦାନ ପ୍ରଦାନକୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ଦେଶରୁ ଏହାର ସମକକ୍ଷ ଅନୁଷ୍ଠାନ / ଏଜେନ୍ସି ମାନଙ୍କ ସହିତ ବୁଝାମଣାପତ୍ର / ଅନୁବନ୍ଧନ ପତ୍ର / ରାଜିନାମା ସ୍ୱାକ୍ଷର କରିଛି । ଦେଶକୁ ଡିଜିଟାଲ ସଶକ୍ତ ସମାଜ ଏବଂ ଜ୍ଞାନ ଅର୍ଥନୀତିରେ ପରିଣତ କରିବା ପାଇଁ ଏହା ଡିଜିଟାଲ ଇଣ୍ଡିଆ, ଆତ୍ମନିର୍ଭର ଭାରତ, ମେକ୍ ଇନ୍ ଇଣ୍ଡିଆ ଇତ୍ୟାଦି ପରି ଭାରତ ସରକାରଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସହିତ ସମାନ ଅଟେ । ଏହି ପରିବର୍ତ୍ତିତ ଧାରାରେ ବ୍ୟବସାୟିକ ସୁଯୋଗ ଖୋଜିବା, ସର୍ବୋତ୍ତମ ଅଭ୍ୟାସ ବାଣ୍ଟିବା ଏବଂ ପାରସ୍ପରିକ ସହଯୋଗ ବୃଦ୍ଧି ଉଦ୍ଦେଶ୍ୟରେ ଡିଜିଟାଲ କ୍ଷେତ୍ରରେ ପୁଞ୍ଜି ନିବେଶ ଆକୃଷ୍ଟ କରିବାର ନିହାତି ଆବଶ୍ୟକତା ରହିଛି ।

ଗତ କିଛି ବର୍ଷ ମଧ୍ୟରେ ଭାରତ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି (ଡିପିଆଇ) ର କାର୍ଯ୍ୟକାରିତାରେ ନିଜର ନେତୃତ୍ୱ ପ୍ରଦର୍ଶନ କରିଛି ଏବଂ କୋଭିଡ ମହାମାରୀ ସମୟରେ ମଧ୍ୟ ଜନସାଧାରଣଙ୍କୁ ସଫଳତାର ସହ ସେବା ପ୍ରଦାନ କରିଛି । ଫଳସ୍ୱରୂପ, ଅନେକ ଦେଶ ଭାରତର ଅଭିଜ୍ଞତାରୁ ଶିକ୍ଷା ଗ୍ରହଣ କରି ଭାରତ ସହିତ ଏମ୍‌ଓୟୁ  କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ।

ଇଣ୍ଡିଆ ଷ୍ଟେକ୍ ସଲ୍ୟୁସନ୍ ହେଉଛି ଜନସଂଖ୍ୟା ସ୍ତରରେ ଭାରତ ଦ୍ୱାରା ବିକଶିତ ଏବଂ କାର୍ଯ୍ୟକାରୀ ହେଉଥିବା ଏକ ଡିପିଆଇ । ଏହାର ଉଦ୍ଦେଶ୍ୟ ହେଉଛି ଯୋଗାଯୋଗ ବୃଦ୍ଧି କରିବା, ଡିଜିଟାଲ ଅନ୍ତର୍ଭୁକ୍ତିକରଣକୁ ପ୍ରୋତ୍ସାହିତ କରିବା ଏବଂ ସର୍ବସାଧାରଣ ସେବାକୁ ନିରବଚ୍ଛିନ୍ନ ଭାବେ ପାଇବାକୁ ସକ୍ଷମ କରିବା । ଏଗୁଡିକ ମୁକ୍ତ ଜ୍ଞାନକୌଶଳ ଉପରେ ନିର୍ମିତ, ପରସ୍ପର ମଧ୍ୟରେ କାର୍ଯ୍ୟଯୋଗ୍ୟ ଏବଂ ଉଦ୍ୟୋଗ ଏବଂ ଗୋଷ୍ଠୀର ଅଂଶଗ୍ରହଣକୁ ଉପଯୋଗ କରିବା ପାଇଁ ଡିଜାଇନ୍ କରାଯାଇଛି , ଯାହା ଅଭିନବ ଏବଂ ଅନ୍ତର୍ଭୁକ୍ତ ସମାଧାନକୁ ପ୍ରୋତ୍ସାହିତ କରେ । ଯଦିଓ ମୌଳିକ କାର୍ଯ୍ୟକାରିତା ସମାନ , ଯାହା ବିଶ୍ୱସ୍ତରୀୟ ସହଯୋଗକୁ ଅନୁମତି ଦେଇଥାଏ, ଡିପିଆଇ ନିର୍ମାଣରେ ପ୍ରତ୍ୟେକ ଦେଶର ସ୍ୱତନ୍ତ୍ର ଆବଶ୍ୟକତା ଏବଂ ଆହ୍ୱାନ ରହିଛି ।

Categories
ଆଜିର ଖବର ଜାତୀୟ ଖବର

ଷୋଡ଼ଶ ଅର୍ଥ ଆୟୋଗ ପାଇଁ ପଦବୀ ସୃଷ୍ଟି କୁ କ୍ୟାବିନେଟ୍ ମଞ୍ଜୁରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଡିସେମ୍ବର ୩୧, ୨୦୨୩ ତାରିଖର ବିଜ୍ଞପ୍ତି ଜରିଆରେ ସମ୍ବିଧାନର ଧାରା ୨୮୦ ଅନୁଯାୟୀ ଗଠିତ ୧୬ତମ ଅର୍ଥ ଆୟୋଗ ପାଇଁ ଯୁଗ୍ମ ସଚିବ ସ୍ତରରେ ୩ ଟି ପଦବୀ ଅର୍ଥାତ୍ ଯୁଗ୍ମ ସଚିବ ଙ୍କ ୨ଟି ପଦବୀ ଏବଂ ଅର୍ଥନୈତିକ ପରାମର୍ଶଦାତା ପଦବୀ ସୃଷ୍ଟି କୁ ଅନୁମୋଦନ ମିଳିଛି ।

ନୂତନ ଭାବେ ସୃଷ୍ଟି ହୋଇଥିବା ପଦବୀଗୁଡ଼ିକ ଆୟୋଗର କାର୍ଯ୍ୟ ସମ୍ପାଦନରେ ସାହାଯ୍ୟ କରିବା ଆବଶ୍ୟକ । ଆୟୋଗର ଅନ୍ୟ ସମସ୍ତ ପଦବୀ ନିର୍ଦ୍ଧାରିତ କ୍ଷମତା ଅନୁଯାୟୀ ସୃଷ୍ଟି ହୋଇସାରିଛି।

Categories
ଆଜିର ଖବର ଜାତୀୟ ଖବର

ଏସ୍‌ଇସିଏଲ ଏବଂ ଏମ୍‌ସିଏଲ ଦ୍ୱାରା ତାପଜ ବିଦ୍ୟୁତ ପ୍ଲାଣ୍ଟ ସ୍ଥାପନ ପାଇଁ ଇକ୍ୟୁଟି ନିବେଶକୁ ମଞ୍ଜୁର କଲା କ୍ୟାବିନେଟ୍‌

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍‌ କମିଟି ଆଜି ଦୁଇଟି ତାପଜ ବିଦ୍ୟୁତ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଇକ୍ୟୁଟି ନିବେଶ ପ୍ରସ୍ତାବକୁ ମଞ୍ଜୁର କରିଛି। ପ୍ରଥମ ପ୍ରକଳ୍ପ ଭାବେ ସାଉଥ୍‌ ଇଷ୍ଟର୍ଣ୍ଣ କୋଲ୍‌ଫିଲ୍ଡସ୍‌ ଲିମିଟେଡ୍‌ (ଏସଇସିଏଲ) ଏବଂ ଏମପିପିଜିସିଏଲର ଯୌଥ ଉଦ୍ୟୋଗ ଆକାରରେ ୧×୬୬୦ ମେଗାୱାଟ୍‌ ତାପଜ ବିଦ୍ୟୁତ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ। ମହାନଦୀ ବେସିନ୍‌ ପାୱାର୍‌ ଲିମିଟେଡ୍‌ (ଏମବିପିଏଲ) ଜରିଆରେ ମହାନଦୀ କୋଲ୍‌ ଫିଲ୍ଡସ୍‌ ଲିମିଟେଡ୍‌ (ଏମସିଏଲ) ପକ୍ଷରୁ ସୁନ୍ଦରଗଡ଼ ଜିଲ୍ଲାରେ ୨x୮୦୦ ମେଗାୱାଟ୍‌ କ୍ଷମତା ବିଶିଷ୍ଟ ତାପଜ ବିଦ୍ୟୁତ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବାର ପ୍ରସ୍ତାବ ରହିଛି। ଏମବିପିଏଲ୍‌ ହେଉଛି ଏମସିଏଲର ଏକ ସହଯୋଗୀ କମ୍ପାନୀ।

ଏସଇସିଏଲ, ଏମସିଏଲ ଏବଂ ସିଆଇଏଲ୍‌ ଦ୍ୱାରା ଇକ୍ୟୁଟି ନିବେଶ ପ୍ରସ୍ତାବକୁ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍‌ କମିଟି ନିମ୍ନ ମତେ ମଞ୍ଜୁର କରିଛି:

(କ).   ମଧ୍ୟପ୍ରଦେଶ ଅନୁପ୍ପୁର ଜିଲ୍ଲା ଚାଚାଇ ଗ୍ରାମରେ ଅମରକଣ୍ଟକ ତାପଜ ବିଦ୍ୟୁତ କେନ୍ଦ୍ର ଠାରେ ଏସଇସିଏଲ ଏବଂ ଏମପିପିଜିସିଏଲର ଯୌଥ ଉଦ୍ୟୋଗ ଜରିଆରେ ପ୍ରସ୍ତାବିତ ୧×୬୬୦ ମେଗାୱାଟ୍‌ ସୁପର୍‌ କ୍ରିଟିକାଲ ତାପଜ ବିଦ୍ୟୁତ କେନ୍ଦ୍ର ସ୍ଥାପନ ପାଇଁ ଆନୁମାନିକ ୫,୬୦୦ କୋଟି ଟଙ୍କାର ପ୍ରକଳ୍ପ ପୁଞ୍ଜିବ୍ୟୟ (±୨୦%ର ଶୁଦ୍ଧତା) ସହିତ ୭୦:୩୦ ଋଣ-ଇକ୍ୟୁଟି ଅନୁପାତ ଏବଂ ୪୯% ଇକ୍ୟୁଟୀ ନିବେଶକୁ ବିଚାର କରି ଏସଇସିଏଲ୍‌ ଦ୍ୱାରା ଯୌଥ ଉଦ୍ୟୋଗ କମ୍ପାନୀରେ ୮୨୩ କୋଟି (± 20%) ଟଙ୍କାର ଇକ୍ୟୁଟି ପୁଞ୍ଜି ନିବେଶ।

(ଖ).   ଏମବିପିଏଲ୍‌ ଜରିଆରେ ଆନୁମାନିକ ୧୫,୯୪୭ କୋଟି ଟଙ୍କା (±୨୦% ସଠିକତା) ର ପ୍ରକଳ୍ପ ପୁଞ୍ଜିବ୍ୟୟ ସହିତ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାରେ ପ୍ରସ୍ତାବିତ ୨×୮୦୦ ମେଗାୱାଟ୍‌ ସୁପର୍‌ କ୍ରିଟିକାଲ ତାପଜ ବିଦ୍ୟୁତ କେନ୍ଦ୍ର ପାଇଁ ଏମସିଏଲ ଦ୍ୱାରା ୪,୭୮୪ କୋଟି ଟଙ୍କା (±୨୦%)ର ଇକ୍ୟୁଟି ପୁଞ୍ଜିନିବେଶ।

(ଗ). ୨×୮୦୦ ମେଗାୱାଟ୍‌ ସୁପର-କ୍ରିଟିକାଲ୍‌ ତାପଜ ବିଦ୍ୟୁତ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ  ଏମସିଏଲର ଏସପିଭି ଏମବିପିଏଲକୁ ଅନୁମତି।

(ଘ).  ଉପରୋକ୍ତ ପ୍ରକାରରେ ବିନ୍ଦୁ (କ) ଠାରେ ଏସଇସିଏଲ-ଏମପିପିଜିସିଏଲର ଯୌଥ ଉଦ୍ୟୋଗରେ ସିଆଇଏଲ୍‌ ଦ୍ୱାରା ନିଜ ମୋଟ୍‌ ମୂଲ୍ୟର ୩୦% ଠାରୁ ଅଧିକ ଇକ୍ୟୁଟି ନିବେଶ ଏବଂ ଉପରୋକ୍ତ ପ୍ରକାରରେ ବିନ୍ଦୁ (ଖ) ଭଳି ଏମସିଏଲ୍‌ର ଶତପ୍ରତିଶତ ମାଲିକାନାରେ ଥିବା ସହାୟକ କମ୍ପାନୀ ଏମବିପିଏଲ୍ ଦ୍ୱାରା ଇକ୍ୟୁଟି ନିବେଶ (୪,୭୮୪ କୋଟି ଟଙ୍କା ± 20%)।

ବିଶ୍ୱର ସର୍ବବୃହତ କୋଇଲା ଖଣି କମ୍ପାନି କୋଲ୍ ଇଣ୍ଡିଆ ଲିମିଟେଡ୍ (ସିଆଇଏଲ୍) ଦେଶକୁ ଶସ୍ତା ବିଜୁଳି ଯୋଗାଇବା ଉଦ୍ଦେଶ୍ୟରେ ଏହାର ସହାୟକ ସଂସ୍ଥା ଜରିଆରେ ଦୁଇଟି ପିଟ୍ ହେଡ୍ ତାପଜ ବିଦ୍ୟୁତ ପ୍ଲାଣ୍ଟ ସ୍ଥାପନ କରିବ –

(କ). ମଧ୍ୟପ୍ରଦେଶର ଅନୁପପୁର ଜିଲ୍ଲାର ଚଚାଇ ଗ୍ରାମର ଅମରକଣ୍ଟକ ତାପଜ ବିଦ୍ୟୁତ ଷ୍ଟେସନରେ ଏସଇସିଏଲ ଏବଂ ମଧ୍ୟପ୍ରଦେଶ ବିଦ୍ୟୁତ ଉତ୍ପାଦନ କମ୍ପାନୀ ଲିମିଟେଡ (ଏମପିପିଜିସିଏଲ) ମଧ୍ୟରେ ଜେଭି ମାଧ୍ୟମରେ ୧×୬୬୦ ମେଗାୱାଟ ସୁପରକ୍ରିଟିକାଲ କୋଇଲା ଭିତ୍ତିକ ତାପଜ ବିଦ୍ୟୁତ ପ୍ଲାଣ୍ଟ (ଟିପିପି);

(ଖ). ଏମସିଏଲ୍‌ର ସମ୍ପୂର୍ଣ୍ଣ ମାଲିକାନାରେ ଥିବା ସହାୟକ ସଂସ୍ଥା ‘ମହାନଦୀ ବେସିନ୍ ପାୱାର ଲିମିଟେଡ୍’ (ଏମ୍‌ବିପିଏଲ୍) ଜରିଆରେ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାରେ ୨×୮୦୦ ମେଗାଓ୍ଵାଟ୍ ସୁପରକ୍ରିଟିକାଲ ତାପଜ ବିଦ୍ୟୁତ ପ୍ଲାଣ୍ଟ ସ୍ଥାପନ।

Categories
ଆଜିର ଖବର ଜାତୀୟ ଖବର

ଲତା ମଙ୍ଗେସକର ଗାଇଥିବା ଶ୍ରୀ ରାମ ରକ୍ଷା ସଙ୍ଗୀତର ଶ୍ଲୋକ ସେୟାର କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲତା ମଙ୍ଗେସକର ଗାଇଥିବା ଶ୍ରୀ ରାମ ରକ୍ଷା ଗୀତର ଶ୍ଲୋକ ‘ମାତା ରାମୋ ମାତାପିତା ରାମଚନ୍ଦ୍ର’ ସେୟାର କରିଛନ୍ତି।

ଏହା ମହାନ ଗାୟିକାଙ୍କ ଦ୍ୱାରା ରେକର୍ଡ କରାଯାଇଥିବା ଶେଷ ଶ୍ଲୋକ ଥିଲା।

ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି ଯେ, ‘ଦେଶ ବଡ଼ ଉତ୍ସାହର ସହ ଜାନୁଆରୀ ୨୨କୁ ଅପେକ୍ଷା କରିଥିବାବେଳେ ଯେଉଁ ଲୋକଙ୍କ ଅଭାବ ଅନୁଭୂତ ହେଉଛି ସେମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ଆମ ପ୍ରିୟ ଲତା ଦିଦି।

ଏହା ତାଙ୍କ ଦ୍ୱାରା ଗାନ କରାଯାଇଥିବା ଏକ ଶ୍ଲୋକ। ତାଙ୍କ ପରିବାର ମୋତେ କହିଥିଲେ ଯେ ଏହା ତାଙ୍କ ଶେଷ ଶ୍ଲୋକ ଥିଲା ଯାହାକୁ ସେ ରେକର୍ଡ କରିଥିଲେ।’

Categories
ଆଜିର ଖବର ଜାତୀୟ ଖବର

ଜାତୀୟ ସୀମା ଶୁଳ୍କ, ପରୋକ୍ଷ ଟିକସ ଏବଂ ନାର୍କୋଟିକ୍ସ ଏକାଡେମୀର ନୂତନ କ୍ୟାମ୍ପସକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆନ୍ଧ୍ରପ୍ରଦେଶର ଶ୍ରୀ ସତ୍ୟ ସାଇ ଜିଲ୍ଲାର ପାଲାସମୁଦ୍ରମଠାରେ ଜାତୀୟ ସୀମା ଶୁଳ୍କ, ପରୋକ୍ଷ ଟିକସ ଏବଂ ନାର୍କୋଟିକ୍ସ ଏକାଡେମୀର ନୂତନ କ୍ୟାମ୍ପସକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ପ୍ରଦର୍ଶିତ ପ୍ରଦର୍ଶନୀକୁ ସେ ମଧ୍ୟ ପରିଦର୍ଶନ କରିଥିଲେ। ପ୍ରଧାନମନ୍ତ୍ରୀ ଭାରତୀୟ ରାଜସ୍ୱ ସେବା (କଷ୍ଟମ ଏବଂ ପରୋକ୍ଷ ଟିକସ)ର ୭୪ତମ ଏବଂ ୭୫ତମ ବ୍ୟାଚର ଅଧିକାରୀ ପ୍ରଶିକ୍ଷାର୍ଥୀ ଏବଂ ଭୁଟାନର ରୟାଲ୍ ସିଭିଲ୍ ସର୍ଭିସର ଅଧିକାରୀ ପ୍ରଶିକ୍ଷାର୍ଥୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ।

ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ପାଲାସମୁଦ୍ରମଠାରେ ଜାତୀୟ ସୀମା ଶୁଳ୍କ, ପରୋକ୍ଷ ଟିକସ ଏବଂ ନାର୍କୋଟିକ୍ସ ଏକାଡେମୀର ଉଦଘାଟନ ପାଇଁ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ । ପାଲାସମୁଦ୍ରମ ଅଞ୍ଚଳର ବିଶେଷତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ଆଧ୍ୟାତ୍ମିକତା, ରାଷ୍ଟ୍ର ନିର୍ମାଣ ଏବଂ ସୁଶାସନ ସହିତ ଜଡ଼ିତ ଏବଂ ଭାରତର ଐତିହ୍ୟକୁ ପ୍ରତିନିଧିତ୍ୱ କରେ । ପୁଟ୍ଟପର୍ଥିରେ ଶ୍ରୀ ସତ୍ୟ ସାଇ ବାବାଙ୍କ ଜନ୍ମସ୍ଥାନ, ମହାନ ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ କଲ୍ଲୁର ସୁବା ରାଓ, ପ୍ରସିଦ୍ଧ କଣ୍ଢେଇ ଶିଳ୍ପୀ ଦଲାବାଇ ଚଲାପତି ରାଓ ଏବଂ ଗୌରବମୟ ବିଜୟନଗର ସାମ୍ରାଜ୍ୟର ସୁଶାସନକୁ ସେ ଏହି ଅଞ୍ଚଳର ପ୍ରେରଣାର ଉତ୍ସ ଭାବରେ ଉଲ୍ଲେଖ କରିଥିଲେ । ଏନଏସିଆଇଏନର ନୂତନ କ୍ୟାମ୍ପସ ସୁଶାସନର ନୂତନ ଦିଗ ସୃଷ୍ଟି କରିବ ଏବଂ ଦେଶରେ ବାଣିଜ୍ୟ ଏବଂ ଶିଳ୍ପକୁ ପ୍ରୋତ୍ସାହନ ଦେବ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଥିଲେ ।

ଆଜି ଥିରୁଭାଲ୍ଲୁଭର ଦିବସ କୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମହାନ ତାମିଲ ଋଷିଙ୍କୁ ଉଦାହରଣ ଦେଇ ଗଣତନ୍ତ୍ରରେ ଲୋକଙ୍କ କଲ୍ୟାଣ ପାଇଁ ଟିକସ ଆଦାୟ କରିବାରେ ରାଜସ୍ୱ ଅଧିକାରୀଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ ପୂର୍ବରୁ ଲେପାକ୍ଷୀର ବୀରଭଦ୍ର ମନ୍ଦିର ଯାଇ ରଙ୍ଗନାଥ ରାମାୟଣର ଶବ୍ଦ ଶୁଣିଥିଲେ। ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଳୁଙ୍କ ସହ ଭଜନ କୀର୍ତ୍ତନରେ ଅଂଶଗ୍ରହଣ କରିଥିଲେ। ନିକଟରେ ରାମ ଜଟାୟୁ ସମ୍ବାଦ ଅନୁଷ୍ଠିତ ହୋଇଥିଲା ବୋଲି ବିଶ୍ୱାସ କୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅଯୋଧ୍ୟା ଧାମରେ ଥିବା ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ସେ ୧୧ ଦିନିଆ ସ୍ୱତନ୍ତ୍ର ଅନୁଷ୍ଠାନ କରୁଛନ୍ତି । ଏହି ପବିତ୍ର ସମୟରେ ମନ୍ଦିରରେ ଆଶୀର୍ବାଦ ପାଇଥିବାରୁ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି। ଦେଶରେ ବ୍ୟାପୁଥିବା ରାମ ଭକ୍ତିର ବାତାବରଣକୁ ସ୍ୱୀକାର କରି ପ୍ରଧାନମନ୍ତ୍ରୀ ଦର୍ଶାଇଥିଲେ ଯେ ଶ୍ରୀରାମଙ୍କ ପ୍ରେରଣା ଭକ୍ତିଠାରୁ ଅଧିକ । ସେ କହିଥିଲେ ଯେ ଶ୍ରୀରାମ ସୁଶାସନର ଏତେ ମହାନ ପ୍ରତୀକ ଯେ ସେ ଏନଏସିଆଇଏନ ପାଇଁ ମଧ୍ୟ ଏକ ବଡ଼ ପ୍ରେରଣା ହୋଇପାରିବେ ।

ମହାତ୍ମା ଗାନ୍ଧିଙ୍କ ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରକୃତ ଗଣତନ୍ତ୍ର ପଛରେ ରାମରାଜ୍ୟର ଧାରଣା ହିଁ ରହିଛି। ସେ ମହାତ୍ମା ଗାନ୍ଧୀଙ୍କ ଜୀବନ ଅନୁଭୂତିକୁ ରାମରାଜ୍ୟ ବିଚାରଧାରାକୁ ସମର୍ଥନ କରିବା ପଛର କାରଣ ବୋଲି ଆଲୋକପାତ କରିଥିଲେ ଏବଂ ଏପରି ଏକ ଦେଶ ବିଷୟରେ କହିଥିଲେ ଯେଉଁଠାରେ ପ୍ରତ୍ୟେକ ନାଗରିକଙ୍କ ସ୍ୱର ଶୁଣାଯାଏ ଏବଂ ସମସ୍ତଙ୍କୁ ସେମାନଙ୍କର ଉଚିତ ସମ୍ମାନ ମିଳିଥାଏ । “ଏହା ରାମ ରାଜ୍ୟର ନାଗରିକଙ୍କ ବିଷୟରେ କୁହାଯାଏ”, ଏକ ସଂସ୍କୃତ ଶ୍ଲୋକକୁ ଉଦ୍ଧୃତ କରି ପ୍ରଧାନମନ୍ତ୍ରୀ କହିଥିଲେ, “ରାମ ରାଜ୍ୟ ବାସି (ନାଗରିକ), ସମ୍ମାନର ସହିତ ରୁହନ୍ତୁ ଏବଂ ନ୍ୟାୟ ପାଇଁ ଲଢ଼େଇ କରନ୍ତୁ, ସମସ୍ତଙ୍କୁ ସମାନ ଭାବରେ ବ୍ୟବହାର କରନ୍ତୁ, ଦୁର୍ବଳମାନଙ୍କୁ ସୁରକ୍ଷା ଦିଅନ୍ତୁ, ଧର୍ମକୁ ସର୍ବୋଚ୍ଚ ସ୍ତରରେ ରଖନ୍ତୁ, ଆପଣ ରାମ ରାଜ୍ୟ ବାସି”। ଏହି ୪ଟି ସ୍ତମ୍ଭ ଉପରେ ରାମରାଜ୍ୟ ପ୍ରତିଷ୍ଠା ହୋଇଛି, ଯେଉଁଠି ସମସ୍ତେ ମୁଣ୍ଡ ଟେକି ଚାଲିପାରିବେ ଏବଂ ସମ୍ମାନର ସହ ଚାଲିପାରିବେ, ପ୍ରତ୍ୟେକ ନାଗରିକଙ୍କୁ ସମାନ ଭାବରେ ବ୍ୟବହାର କରାଯାଏ, ଦରିଦ୍ରଙ୍କୁ ସୁରକ୍ଷା ଦିଆଯାଏ ଏବଂ ଧର୍ମକୁ ସର୍ବାଧିକ ଗୁରୁତ୍ୱ ଦିଆଯାଏ । ଏକବିଂଶ ଶତାବ୍ଦୀରେ ଏହି ଆଧୁନିକ ଅନୁଷ୍ଠାନଗୁଡ଼ିକର ନିୟମାବଳୀ କୁ କାର୍ଯ୍ୟକାରୀ କରୁଥିବା ପ୍ରଶାସକ ହିସାବରେ ଆପଣ ଏହି ଚାରିଟି ଲକ୍ଷ୍ୟ ଉପରେ ଧ୍ୟାନ ଦେବା ଉଚିତ ଏବଂ ଏହାକୁ ଧ୍ୟାନରେ ରଖିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ରାମ ରାଜ୍ୟରେ ଟିକସ ବ୍ୟବସ୍ଥା ସମ୍ପର୍କରେ ସ୍ୱାମୀ ତୁଳସୀଦାସଙ୍କ ବର୍ଣ୍ଣନା ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ରାମଚରିତ ମାନସକୁ ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ ଟିକସର କଲ୍ୟାଣ ଦିଗ ଉପରେ ଆଲୋକପାତ କରିଥିଲେ ଏବଂ ସମୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ଲୋକଙ୍କଠାରୁ ମିଳୁଥିବା ପ୍ରତ୍ୟେକ ପଇସା ଟିକସ ଲୋକଙ୍କ କଲ୍ୟାଣରେ ବ୍ୟବହୃତ ହେବ । ଏହାକୁ ଆହୁରି ବିସ୍ତୃତ ଭାବେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ମୋଦୀ ଗତ ୧୦ ବର୍ଷ ମଧ୍ୟରେ ଟିକସ ସଂସ୍କାର ବିଷୟରେ କହିଥିଲେ। ପୂର୍ବ ସମୟର ଏକାଧିକ, ଅଣସ୍ୱଚ୍ଛ ଟିକସ ବ୍ୟବସ୍ଥାକୁ ସେ ମନେ ପକାଇଥିଲେ। ଆମେ ଦେଶକୁ ଜିଏସଟି ଆକାରରେ ଏକ ଆଧୁନିକ ବ୍ୟବସ୍ଥା ଦେଇଛୁ ଏବଂ ଆୟକରକୁ ସରଳ କରିଛୁ ଏବଂ ଫେସଲେସ୍ ମୂଲ୍ୟାୟନ ଆରମ୍ଭ କରିଛୁ । ଏହି ସମସ୍ତ ସଂସ୍କାର ଫଳରେ ରେକର୍ଡ ଟିକସ ଆଦାୟ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ବିଭିନ୍ନ ଯୋଜନା ମାଧ୍ୟମରେ ଆମେ ଲୋକଙ୍କ ଟଙ୍କା ଫେରସ୍ତ କରୁଛୁ ବୋଲି ସେ କହିଛନ୍ତି। ଆଇଟି ଛାଡ଼ ସୀମା କୁ ୨ ଲକ୍ଷରୁ  ୭ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି। ୨୦୧୪ ପରେ ଟିକସ ସଂସ୍କାର ଫଳରେ ନାଗରିକମାନଙ୍କ ପାଇଁ ପ୍ରାୟ ୨.୫ ଲକ୍ଷ କୋଟି ଟଙ୍କାର ଟିକସ ସଞ୍ଚୟ ହୋଇଛି। ସେ କହିଛନ୍ତି ଯେ ଦେଶରେ ଟିକସଦାତାଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଛି କାରଣ ସେମାନେ ଖୁସି ଅନୁଭବ କରୁଛନ୍ତି ଯେ ସେମାନଙ୍କର ଟିକସ ଅର୍ଥର ସଦୁପଯୋଗ କରାଯାଉଛି । “ଆମେ ଲୋକଙ୍କଠାରୁ ଯାହା କିଛି ନେଇଥିଲୁ, ତାହାକୁ ଆମେ ଲୋକଙ୍କୁ ଫେରାଇ ଦେଉଛୁ ଏବଂ ଏହା ହେଉଛି ସୁଶାସନ ଏବଂ ରାମ ରାଜ୍ୟର ବାର୍ତ୍ତା”।

ରାମ ରାଜ୍ୟରେ ସମ୍ବଳର ସର୍ବୋତ୍ତମ ଉପଯୋଗ ଉପରେ ବିଶେଷ ଧ୍ୟାନ ଦିଆଯାଉଥିବା ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ଅତୀତର ସରକାର ଯେଉଁମାନେ ଦେଶକୁ ବ୍ୟାପକ କ୍ଷତି ପହଞ୍ଚାଇଥିବା ପ୍ରକଳ୍ପଗୁଡ଼ିକୁ ଅଟକାଇବା, ସ୍ଥଗିତ ରଖିବା ଏବଂ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଚେଷ୍ଟା କରୁଥିଲେ, ତାହାକୁ ଦର୍ଶାଇ ପ୍ରଧାନମନ୍ତ୍ରୀ ଭରତଙ୍କ ସହ ଭଗବାନ ରାମଙ୍କ କଥାବାର୍ତ୍ତାକୁ ଉଲ୍ଲେଖ କରି କହିଥିଲେ, “ମୋର ବିଶ୍ୱାସ ଯେ ଆପଣ ମାନେ କମ୍ ଖର୍ଚ୍ଚ କରୁଥିବା କାର୍ଯ୍ୟଗୁଡ଼ିକୁ ସମ୍ପୂର୍ଣ୍ଣ କରନ୍ତୁ ଏବଂ ସମୟ ନଷ୍ଟ ନକରି ଅଧିକ ଲାଭ ଦେବେ। ଗତ ୧୦ ବର୍ଷ ମଧ୍ୟରେ ବର୍ତ୍ତମାନର ସରକାର ଖର୍ଚ୍ଚକୁ ଦୃଷ୍ଟିରେ ରଖି ପ୍ରକଳ୍ପଗୁଡ଼ିକୁ ଠିକ୍ ସମୟରେ ଶେଷ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି।

ପୁଣି ଥରେ ଗୋସ୍ୱାମୀ ତୁଳସୀଦାସଙ୍କ ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ ମୋଦୀ ଏପରି ଏକ ବ୍ୟବସ୍ଥା ସୃଷ୍ଟି କରିବାର ଆବଶ୍ୟକତା ଉପରେ ଆଲୋକପାତ କରିଛନ୍ତି ଯାହା ଗରିବମାନଙ୍କୁ ସମର୍ଥନ କରିବ ଏବଂ ଅଯୋଗ୍ୟମାନଙ୍କୁ ବାହାର କରିବ । ଗତ ୧୦ ବର୍ଷ ମଧ୍ୟରେ ୧୦ କୋଟି ନକଲି ନାମ କାଗଜପତ୍ରରୁ ବାହାର କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି। ଆଜି ପ୍ରତ୍ୟେକ ପଇସା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ପହଞ୍ଚୁଛି। ଦୁର୍ନୀତି ବିରୋଧରେ ଲଢ଼େଇ ଏବଂ ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସରକାରଙ୍କ ପ୍ରାଥମିକତା ରହିଛି।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଏହି ବିଶ୍ୱାସର ସକାରାତ୍ମକ ଫଳାଫଳ ଦେଶରେ କରାଯାଇଥିବା ବିକାଶ ମୂଳକ କାର୍ଯ୍ୟରେ ଦେଖିବାକୁ ମିଳିପାରେ କାରଣ ସେ ଗତକାଲି ନୀତି ଆୟୋଗ ଦ୍ୱାରା ପ୍ରକାଶିତ ସଦ୍ୟତମ ରିପୋର୍ଟ ବିଷୟରେ ଦେଶବାସୀଙ୍କୁ ଅବଗତ କରାଇଥିଲେ ଯେଉଁଥିରେ କୁହାଯାଇଛି ଯେ ବର୍ତ୍ତମାନର ସରକାରଙ୍କ ପ୍ରୟାସ ଦ୍ୱାରା ଗତ ୯ ବର୍ଷ ମଧ୍ୟରେ ପାଖାପାଖି ୨୫ କୋଟି ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରାଯାଇଛି । ବିଶେଷ କରି ଯେଉଁ ଦେଶରେ ଦଶନ୍ଧି ଧରି ଦାରିଦ୍ର୍ୟ ଦୂରୀକରଣ ପାଇଁ ସ୍ଲୋଗାନ୍ ଦିଆଯାଉଛି, ସେଠାରେ ଏହା ଏକ ଐତିହାସିକ ଏବଂ ଅଭୂତପୂର୍ବ ଉପଲବ୍ଧି ବୋଲି କହି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ୨୦୧୪ରେ କ୍ଷମତାକୁ ଆସିବା ପରଠାରୁ ଗରିବଙ୍କ କଲ୍ୟାଣ ପାଇଁ ସରକାରଙ୍କ ପ୍ରାଥମିକତାର ଫଳ। ଏହି ଦେଶର ଗରିବ ମାନଙ୍କୁ ସାଧନ ଓ ସମ୍ବଳ ଦିଆଗଲେ ସେମାନେ ଦାରିଦ୍ର୍ୟକୁ ପରାସ୍ତ କରିବାର ସାମର୍ଥ୍ୟ ରଖିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ବିଶ୍ୱାସ ବ୍ୟକ୍ତ କରିଥିଲେ । ଆଜି ଏହା ବାସ୍ତବରୂପ ନେଉଥିବା ଆମେ ଦେଖିପାରୁଛୁ ବୋଲି ସେ କହିଛନ୍ତି। ସ୍ୱାସ୍ଥ୍ୟ, ଶିକ୍ଷା, ରୋଜଗାର ଓ ସ୍ୱରୋଜଗାର ଏବଂ ଗରିବଙ୍କ ସୁବିଧା ବୃଦ୍ଧି ପାଇଁ ସରକାର ଖର୍ଚ୍ଚ କରୁଛନ୍ତି ବୋଲି ସେ କହିଛନ୍ତି। ଜାନୁଆରୀ ୨୨ ରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପୂର୍ବରୁ ଏହା ଆଉ ଏକ ଖୁସି ଖବର ବୋଲି ଉଲ୍ଲେଖ କରି ସେ କହିଥିଲେ, “ଯେତେବେଳେ ଗରିବଙ୍କ ସାମର୍ଥ୍ୟ ସୁଦୃଢ଼ ହେଲା ଏବଂ ସୁବିଧା ଯୋଗାଇ ଦିଆଗଲା, ସେମାନେ ଦାରିଦ୍ର୍ୟରୁ ମୁକୁଳିବା ଆରମ୍ଭ କଲେ”। ଭାରତରେ ଦାରିଦ୍ର୍ୟ ହ୍ରାସ କରାଯାଇପାରିବ, ଏହା ସମସ୍ତଙ୍କୁ ଏକ ନୂତନ ବିଶ୍ୱାସରେ ଭରିବାକୁ ଯାଉଛି ଏବଂ ଦେଶର ଆତ୍ମବିଶ୍ୱାସ ବୃଦ୍ଧି କରିବ ବୋଲି ସେ କହିଛନ୍ତି। ଦାରିଦ୍ର୍ୟ ହ୍ରାସକୁ ନବ-ମଧ୍ୟବିତ୍ତ ଶ୍ରେଣୀର ଉତ୍ଥାନ ଏବଂ ମଧ୍ୟବିତ୍ତଙ୍କ ପ୍ରସାରକୁ ଶ୍ରେୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସେ କହିଥିଲେ ଯେ ଅର୍ଥନୀତି ଦୁନିଆର ଲୋକମାନେ ନବ-ମଧ୍ୟବିତ୍ତଙ୍କ ଅଭିବୃଦ୍ଧିର ସମ୍ଭାବନା ଏବଂ ଅର୍ଥନୈତିକ କାର୍ଯ୍ୟକଳାପରେ ସେମାନଙ୍କର ଅବଦାନକୁ ଅନୁଭବ କରନ୍ତି । ଏଭଳି ପରିସ୍ଥିତିରେ ଏନଏସିଆଇଏନ ନିଜ ଦାୟିତ୍ୱକୁ ଅଧିକ ଗମ୍ଭୀରତାର ସହ ପାଳନ କରିବା ଦରକାର ।

ପ୍ରଧାନମନ୍ତ୍ରୀ ମୋଦୀ ଲାଲକିଲ୍ଲା ପ୍ରାଚୀରରୁ ତାଙ୍କର ସବକା ପ୍ରୟାସ ଆହ୍ୱାନକୁ ଭଗବାନ ରାମଙ୍କ ଜୀବନ ସହିତ ଚିତ୍ରିତ କରି ବିସ୍ତୃତ କରିଥିଲେ । ରାବଣ ବିରୁଦ୍ଧରେ ଲଢ଼େଇରେ ଶ୍ରୀରାମ ସମ୍ବଳର ବୁଦ୍ଧିମାନ ବ୍ୟବହାର କରିଥିଲେ ଏବଂ ଏହାକୁ ଏକ ବିଶାଳ ଶକ୍ତିରେ ପରିଣତ କରିଥିଲେ ବୋଲି ସେ ସ୍ମରଣ କରିଥିଲେ । ଶେଷରେ ସେ ଅଧିକାରୀମାନଙ୍କୁ ରାଷ୍ଟ୍ର ନିର୍ମାଣରେ ସେମାନଙ୍କ ଭୂମିକାକୁ ଅନୁଭବ କରିବାକୁ କହିଥିଲେ ଏବଂ ଦେଶର ଆୟ ବୃଦ୍ଧି, ପୁଞ୍ଜିନିବେଶ ଏବଂ ବ୍ୟବସାୟ ରେ ସହଜତା ବୃଦ୍ଧି ପାଇଁ ସାମୂହିକ ପ୍ରୟାସ କରିବାକୁ ଆହ୍ୱାନ ଦେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଶ୍ରୀ ଏସ ଅବଦୁଲ ନାଜିର, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ୱାଇଏସ ଜାହାଁ ମୋହନ ରେଡ୍ଡୀ, କେନ୍ଦ୍ର ଅର୍ଥ ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଏବଂ କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ ସୀମା ଶୁଳ୍କ ବୋର୍ଡର ଅଧ୍ୟକ୍ଷ ଶ୍ରୀ ସଞ୍ଜୟ କୁମାର ଅଗ୍ରୱାଲ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ପ୍ରଶାସନିକ ସେବା ଦକ୍ଷତା ବିକାଶ ମାଧ୍ୟମରେ ଶାସନରେ ଉନ୍ନତି ଆଣିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନକୁ ସାକାର କରିବା ଦିଗରେ ଏକ ପଦକ୍ଷେପ ସ୍ୱରୂପ ଆନ୍ଧ୍ରପ୍ରଦେଶର ଶ୍ରୀ ସତ୍ୟ ସାଇ ଜିଲ୍ଲାର ପାଲାସମୁଦ୍ରମଠାରେ ଜାତୀୟ ସୀମା ଶୁଳ୍କ, ପରୋକ୍ଷ କର ଏବଂ ନାର୍କୋଟିକ୍ସ ଏକାଡେମୀ (ଏନଏସିଆଇଏନ)ର ନୂତନ ଅତ୍ୟାଧୁନିକ କ୍ୟାମ୍ପସର ପରିକଳ୍ପନା ଓ ନିର୍ମାଣ କରାଯାଇଥିଲା । ପରୋକ୍ଷ ଟିକସ (ସୀମା ଶୁଳ୍କ, କେନ୍ଦ୍ରୀୟ ଉତ୍ପାଦ ଓ ଦ୍ରବ୍ୟ ଓ ସେବା ଟିକସ) ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ଆଡମିନିଷ୍ଟ୍ରେସନ କ୍ଷେତ୍ରରେ ଦକ୍ଷତା ବୃଦ୍ଧି ପାଇଁ ଏହି ଏକାଡେମୀ ଭାରତ ସରକାରଙ୍କ ସର୍ବୋଚ୍ଚ ଅନୁଷ୍ଠାନ। ଜାତୀୟସ୍ତରର ଏହି ବିଶ୍ୱସ୍ତରୀୟ ପ୍ରଶିକ୍ଷଣ ଅନୁଷ୍ଠାନ ଭାରତୀୟ ରାଜସ୍ୱ ସେବା (କଷ୍ଟମ ଓ ପରୋକ୍ଷ ଟିକସ) ଅଧିକାରୀଙ୍କ ସହିତ କେନ୍ଦ୍ରୀୟ ଆନୁଷଙ୍ଗିକ ସେବା, ରାଜ୍ୟ ସରକାର ଏବଂ ସହଯୋଗୀ ରାଷ୍ଟ୍ରଗୁଡ଼ିକୁ ପ୍ରଶିକ୍ଷଣ ପ୍ରଦାନ କରିବ।

ଏହି ନୂତନ କ୍ୟାମ୍ପସ୍ ଯୋଡ଼ିବା ସହିତ ଏନଏସିଆଇଏନ୍ ପ୍ରଶିକ୍ଷଣ ଏବଂ ଦକ୍ଷତା ବିକାଶ ପାଇଁ ଅଗମେଣ୍ଟେଡ୍ ଏବଂ ଭର୍ଚୁଆଲ୍ ରିଆଲିଟି, ବ୍ଲକଚେନ୍ ସହିତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ଅନ୍ୟାନ୍ୟ ଉଦୀୟମାନ ଟେକ୍ନୋଲୋଜିର ବ୍ୟବହାର ଉପର ଧ୍ୟାନ ଦେବ।

Categories
ଆଜିର ଖବର ଜାତୀୟ ଖବର

ଶର୍ମିଷ୍ଠା ମୁଖାର୍ଜୀଙ୍କ ଠାରୁ ‘ପ୍ରଣବ ମାଇଁ ଫାଦର : ଏ ଡଟର ରିମେମ୍ବର୍ସ’ ପୁସ୍ତକ ଗ୍ରହଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପୂର୍ବତନ ରାଷ୍ଟ୍ରପତିଙ୍କ କନ୍ୟା ଶର୍ମିଷ୍ଠା ମୁଖାର୍ଜୀ  ‘ପ୍ରଣବ ମାଇଁ ଫାଦର: ଏ ଡଟର ରିମେମ୍ବର୍ସ’  ପୁସ୍ତକ ପ୍ରଦାନ କରିଥିଲେ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି-

“ଶର୍ମିଷ୍ଠାଜୀ, ଆପଣଙ୍କୁ ଭେଟିବା ସବୁବେଳେ ଆନନ୍ଦ ଦେଇଥାଏ ଏବଂ ପ୍ରଣବ ବାବୁଙ୍କ ସହ ସ୍ମରଣୀୟ କଥାବାର୍ତ୍ତା ମନେ ପଡୁଛି। ତାଙ୍କ ମହାନତା, ଜ୍ଞାନ ଓ ବୌଦ୍ଧିକ ଗଭୀରତା ଆପଣଙ୍କ ପୁସ୍ତକରେ ସ୍ପଷ୍ଟ ଭାବରେ ପରିଦୃଶ୍ୟ ହେଉଛି!”

Categories
ଆଜିର ଖବର ଜାତୀୟ ଖବର

ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ପରିଦର୍ଶନ କଲେ ରାଷ୍ଟ୍ରପତି: ଖୁସି ବ୍ୟକ୍ତ କଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଗସ୍ତକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି ଯେ, “ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ , ଯାହା ଭାରତର ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିବାର ଗୌରବ ପାଇଥିବା ସମସ୍ତଙ୍କ ଜୀବନ ଏବଂ କାର୍ଯ୍ୟର ଝଲକ ପ୍ରଦାନ କରୁଛି  ତାହାକୁ ପରିଦର୍ଶନ କରିଥିବାରୁ ମୁଁ ଖୁସି ଅନୁଭବ କରୁଛି। ମୁଁ ଅନ୍ୟ ମାନଙ୍କୁ, ବିଶେଷ କରି ଯୁବପିଢ଼ିଙ୍କୁ ମଧ୍ୟ ଅନୁରୋଧ କରିବି ଯେ ସେମାନେ ସଂଗ୍ରହାଳୟ ପରିଦର୍ଶନ କରନ୍ତୁ।

Categories
ଆଜିର ଖବର ଜାତୀୟ ଖବର

ଭାରତୀୟ ପାଣିପାଗ ବିଭାଗର ୧୫୦ ବର୍ଷ ପୂର୍ତ୍ତି ପାଳନ କଲେ ପ୍ରଧାନମନ୍ତ୍ରୀ 

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ପାଣିପାଗ ବିଭାଗର ଆମ ଦେଶ ପାଇଁ ଅସାଧାରଣ ସେବାକୁ ପ୍ରଶଂସା କରିଛନ୍ତି। ଆଜି ଏହି ବିଭାଗର ୧୫୦ ବର୍ଷ ପୂରଣ ହୋଇଛି।

ପ୍ରଧାନମନ୍ତ୍ରୀ ଏକ୍ସ ପୋଷ୍ଟରେ ଲେଖିଛନ୍ତି ଯେ, ଆଜି ଆମେ ଭାରତୀୟ ପାଣିପାଗ ବିଭାଗର ଦେଶ ପାଇଁ ଅସାଧାରଣ ସେବାର ୧୫୦ ବର୍ଷ ପୂର୍ତ୍ତି ପାଳନ କରୁଛୁ। ଅଗ୍ରଣୀ ପାଣିପାଗ ପୂର୍ବାନୁମାନ ଠାରୁ ଆରମ୍ଭ କରି ଜଳବାୟୁ ଗବେଷଣାକୁ ଆଗେଇ ନେବା ପର୍ଯ୍ୟନ୍ତ, ଆଇଏମ୍‌ଡି ଜୀବନକୁ ସୁରକ୍ଷିତ ରଖିବା ଏବଂ ପରିବେଶ ବିଷୟରେ ଆମର ବୁଝାମଣା ବୃଦ୍ଧି କରିବାରେ ସହାୟକ ହୋଇଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ରାଷ୍ଟ୍ରପତି ପୁଟିନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରୁଷ ରାଷ୍ଟ୍ରପତି ମହାମହିମ ଭ୍ଲାଦିମିର ପୁଟିନଙ୍କ ସହ ଟେଲିଫୋନ ଯୋଗେ ଆଲୋଚନା କରିଛନ୍ତି।

ଉଭୟ ନେତା ନିକଟରେ ଦୁଇ ଦେଶ ମଧ୍ୟରେ ହୋଇଥିବା ଉଚ୍ଚସ୍ତରୀୟ ବିଷୟରେ ଦ୍ୱିପାକ୍ଷିକ ସହଯୋଗର ଅନେକ ପ୍ରସଙ୍ଗର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ।

ସେମାନେ ଦ୍ୱିପାକ୍ଷିକ ସମ୍ପର୍କର ବିକାଶକୁ ସକାରାତ୍ମକ ଭାବରେ ଆକଳନ କରିଥିଲେ ଏବଂ ଭାରତ-ରୁଷିଆ ସ୍ୱତନ୍ତ୍ର ଏବଂ ରଣନୈତିକ ଭାଗିଦାରୀକୁ ଅଧିକ ସୁଦୃଢ଼ କରିବା ପାଇଁ ଭବିଷ୍ୟତ ପଦକ୍ଷେପ ପାଇଁ ଏକ ରୋଡମ୍ୟାପ୍ ବିକଶିତ କରିବାକୁ ରାଜି ହୋଇଥିଲ ।

ପାରସ୍ପରିକ ସ୍ୱାର୍ଥ ସମ୍ବନ୍ଧୀୟ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମଧ୍ୟ ସେମାନେ ମତ ବିନିମୟ କରିଥିଲେ।

ପ୍ରଧାନମନ୍ତ୍ରୀ ୨୦୨୪ ରେ ବ୍ରିକ୍ସରେ ରୁଷିଆର ଅଧ୍ୟକ୍ଷତା ପାଇଁ ଶୁଭେଚ୍ଛା ଜଣାଇଥିଲେ ଏବଂ ଭାରତର ସମ୍ପୂର୍ଣ୍ଣ ସମର୍ଥନ ପାଇଁ ପ୍ରତିଶ୍ରୁତି ଦେଇଥିଲେ।

ଦୁଇ ନେତା ଯୋଗାଯୋଗରେ ରହିବାକୁ ରାଜି ହୋଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ଡଃ ଏମ୍ ବାଳମୁରଲୀକୃଷ୍ଣଙ୍କ ଶାସ୍ତ୍ରୀୟ କର୍ଣ୍ଣାଟକୀ ସଙ୍ଗୀତର ଏକ ପରିବେଷଣକୁ ପୋଷ୍ଟ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡଃ ଏମ୍ ବାଳମୁରଲୀକୃଷ୍ଣଙ୍କ ଶାସ୍ତ୍ରୀୟ କର୍ଣ୍ଣାଟକୀ ସଙ୍ଗୀତ ପଲୁକେ ବଙ୍ଗାରମୟେନାର ଏକ ପରିବେଷଣକୁ ପୋଷ୍ଟ କରିଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି: “ବିଶିଷ୍ଟ ବ୍ୟକ୍ତିତ୍ୱ ଡ. ଏମ୍ ବାଳମୁରଲୀକୃଷ୍ଣ ଜୀଙ୍କର ସଙ୍ଗୀତ ପଲୁକେ ବଙ୍ଗାରମାୟେନାର ଏହି ଉଦାହରଣ ଯୋଗ୍ୟ ଉପସ୍ଥାପନାକୁ ପୋଷ୍ଟ କରୁଛି’।

Categories
ଆଜିର ଖବର ଜାତୀୟ ଖବର

ମକର ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମକର ସଂକ୍ରାନ୍ତି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସ ପୋଷ୍ଟରେ ଲେଖିଛନ୍ତି ଯେ, ସାଧନା – ଧ୍ୟାନ ଏବଂ ଦାନ – ପୁଣ୍ୟର ପବିତ୍ର ପରମ୍ପରା ସହିତ ଯୋଡି ହୋଇଥିବା ପବିତ୍ର ପର୍ବ ମକର ସଂକ୍ରାନ୍ତିର ଅନେକ ଅନେକ ଶୁଭେଚ୍ଛା। ପ୍ରକୃତିର ଏହି ଉତ୍ସବରେ ଉତ୍ତରାୟଣ ସୂର୍ଯ୍ୟଦେବଙ୍କ ନିକଟରେ ଏହି କାମନା କରୁଛି ଯେ, ସେ ଦେଶରେ ବସବାସ କରୁଥିବା ମୋର ସମସ୍ତ ପରିବାର ପରିଜନଙ୍କୁ ସୁଖ – ସମୃଦ୍ଧି, ସୌଭାଗ୍ୟ ଏବଂ ଉତ୍ତମ ସ୍ୱାସ୍ଥ୍ୟ ପ୍ରଦାନ କରନ୍ତୁ।

“ଶୁଭେଚ୍ଛା ସଂକ୍ରାନ୍ତି। “ସଂକ୍ରାନ୍ତିର ଶୁଭେଚ୍ଛା।

Categories
ଆଜିର ଖବର ଜାତୀୟ ଖବର

ଆଜି ପିଏମଏୱାଇ (ଜି)ର ୧ ଲକ୍ଷ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟାହ୍ନ ୧୨ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଜନଜାତି ନ୍ୟାୟ ମହା ଅଭିଯାନ ଅଧୀନରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା – ଗ୍ରାମୀଣ (ପିଏମଏୱାଇ – ଜି) ର ୧ ଲକ୍ଷ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ପ୍ରଦାନ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ-ଜନମନର ହିତାଧିକାରୀଙ୍କ ସହ ଆଲୋଚନା କରିବେ ।

ଅନ୍ତିମ ପର୍ଯ୍ୟାୟରେ ଶେଷ ବ୍ୟକ୍ତିଙ୍କୁ ସଶକ୍ତ କରିବା ପାଇଁ ଅନ୍ତ୍ୟୋଦୟର ଲକ୍ଷ୍ୟ ଦିଗରେ ପ୍ରଧାନମନ୍ତ୍ରୀଙ୍କ ପ୍ରୟାସ ଅନୁଯାୟୀ, ୧୫ ନଭେମ୍ବର ୨୦୨୩ ରେ ଜନଜାତିୟ ଗୌରବ ଦିବସ ଅବସରରେ ବିଶେଷ ଭାବରେ ଦୁର୍ବଳ ଜନଜାତି ଗୋଷ୍ଠୀ (ପିଭିଟିଜି)ର ସାମାଜିକ-ଅର୍ଥନୈତିକ କଲ୍ୟାଣ ପାଇଁ ପିଏମ-ଜନମନର ଶୁଭାରମ୍ଭ କରାଯାଇଥିଲା ।

ପାଖାପାଖି ୨୪,୦୦୦ କୋଟି  ଟଙ୍କାର ବଜେଟ ସହିତ ପିଏମ-ଜନମନ ୯ଟି ମନ୍ତ୍ରଣାଳୟ ମାଧ୍ୟମରେ ୧୧ଟି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଗୁରୁତ୍ୱାରୋପ କରୁଛି ଏବଂ ପିଭିଟିଜି ପରିବାର ଏବଂ ଘର ଗୁଡ଼ିକୁ ସୁରକ୍ଷିତ ଆବାସ, ବିଶୁଦ୍ଧ ପାନୀୟ ଜଳ ଏବଂ ପରିମଳ, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ପୋଷଣ, ବିଦ୍ୟୁତ୍, ସଡ଼କ ଏବଂ ଟେଲିକମ୍ ଯୋଗାଯୋଗ ଭଳି ମୌଳିକ ସୁବିଧା ପ୍ରଦାନ କରି ପିଭିଟିଜିର ସାମାଜିକ-ଅର୍ଥନୈତିକ ସ୍ଥିତିରେ ଉନ୍ନତି ଆଣିବା ଏବଂ ସ୍ଥାୟୀ ଜୀବିକା ସୁଯୋଗ ସୃଷ୍ଟି କରିବାର ଲକ୍ଷ୍ୟ ରଖିଛି।

Categories
ଆଜିର ଖବର ରାଜ୍ୟ ଖବର

ବାଲେଶ୍ୱର ରେମୁଣାଠାରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ସାମିଲ ହେଲେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର: କେନ୍ଦ୍ର ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ୍‌ ହନୁମାନ କଲ୍ୟାଣ ମଣ୍ଡପରେ ଆୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ସାମିଲ ହୋଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଶ୍ରୀ ବୈଷ୍ଣବ ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହ ମତବିନିମୟ କରିଥିଲେ ଏବଂ ସେମାନଙ୍କୁ ମିଳୁଥିବା ବିଭିନ୍ନ କେନ୍ଦ୍ରୀୟ ଯୋଜନାର ସୁଫଳ ସମ୍ପର୍କରେ ପଚାରି ବୁଝିଥିଲେ। ଶ୍ରୀ ବୈଷ୍ଣବ ଜଣେ ପିଏମ ସ୍ୱନିଧି ଯୋଜନାର ହିତାଧିକାରୀ ବିଜୟ ଗିରିଙ୍କ ସହ କଥା ହୋଇଥିଲେ । ଶ୍ରୀ ଗିରି ଜଣେ ଉଠାଦୋକାନୀ ଭାବେ ପରିବା ବିକ୍ରି କରୁଛନ୍ତି। ପିଏମ୍‌ ସ୍ୱନିଧି ଯୋଜନାରେ ମିଳିଥିବା ଋଣ ସହାୟତା ତାଙ୍କୁ ବ୍ୟବସାୟ ବଢ଼ାଇବାରେ ସହାୟକ ହୋଇଛି ବୋଲି ସେ କହିଥିଲେ। କେନ୍ଦ୍ର ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଥିଲେ, ଶ୍ରୀ ଗିରିଙ୍କ ଭଳି ସ୍ୱାଭିମାନୀ ଭାଇମାନଙ୍କ ବିଷୟରେ କେହି କେବେ ଚିନ୍ତା କରିନଥିଲେ। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେମାନଙ୍କ ପାଇଁ ସହଜରେ ବନ୍ଧକମୁକ୍ତ ଋଣ ସୁବିଧା ଯୋଗାଇ ଦେଇଛନ୍ତି।

ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଶ୍ରୀ ବୈଷ୍ଣବ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ୧୦ ବର୍ଷ ମଧ୍ୟରେ ଗରିବ କଲ୍ୟାଣ ପାଇଁ ଏକାଧିକ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ସେସବୁ ଯୋଜନା ଦ୍ୱାରା ଦେଶର କୋଟି କୋଟି ଗରିବ ଲୋକ ଲାଭ ପାଉଛନ୍ତି। ଗରିବ କଲ୍ୟାଣ ଅନ୍ନ ଯୋଜନାର ଉଦାହରଣ ଦେଇ ସେ କହିଥିଲେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ସରକାର ଗରିବ ଲୋକଙ୍କ ପାଇଁ ବ୍ୟକ୍ତି ପିଛା ମାସିକ ୫ କିଲୋଗ୍ରାମ ଲେଖାଏଁ ଚାଉଳ ଯୋଗାଇ ଦେଉଛନ୍ତି। ଆହୁରି ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଦେଶର ଗରିବ ଲୋକମାନଙ୍କୁ ମାଗଣା ଖାଦ୍ୟଶସ୍ୟ ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ଗରିବଙ୍କ ଦୁଃଖ ବୁଝିଥିବା ଜଣେ ବ୍ୟକ୍ତି କେବଳ ଏଭଳି ନିଷ୍ପତ୍ତି ନେଇପାରିବେ ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ।

ଶ୍ରୀ ବୈଷ୍ଣବ ଆହୁରି କହିଥିଲେ, ମହିଳାଙ୍କୁ ଉଜ୍ଜ୍ୱଳା ଗ୍ୟାସ, ସବୁ ଘରେ ପିଇବା ପାଣି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର, ପ୍ରତି ଗାଁରେ ସଡ଼କ, ସବୁ ଗାଁରେ ବିଦ୍ୟୁତ ସେବା, ୪-ଜି, ୫-ଜି ଦୂରସଞ୍ଚାର ସେବା, ଏସବୁ ସୁବିଧା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗାଇ ଦେଉଛନ୍ତି। ସବୁ ପରିବାରର ଦୁଃଖ ଦୂର କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଗ୍ୟାରେଣ୍ଟି ଦେଉଛନ୍ତି ବୋଲି ସେ କହିଥିଲେ। ପୂର୍ବରୁ ରାଜନୈତିକ ଇଚ୍ଛାଶକ୍ତି ଅଭାବ ଯୋଗୁ ରେଳ ଭିତ୍ତିଭୂମିର ଆଶାନୁରୂପ ବିକାଶ ହୋଇପାରୁନଥିଲା। ଏବେ ଦେଶର ରେଳ ସେବାରେ ଯଥେଷ୍ଟ ସୁଧାର ଆସିଛି। ଏହି କାର୍ଯ୍ୟକ୍ରମରେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ଅଟଳ ବିହାରୀ ବାଜପେୟୀ ସେଓ୍ଵାରୀ-ନୱା ସେୱା ଅଟଳ ସେତୁ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭି ମୁମ୍ବାଇଠାରେ ଅଟଳ ବିହାରୀ ବାଜପେୟୀ ସେଓ୍ଵରୀ-ନୱା ସେୱା ଅଟଳ ସେତୁକୁ ଉଦଘାଟନ କରିଛନ୍ତି। ଶ୍ରୀ ମୋଦୀ ଫଟୋ ଗ୍ୟାଲେରୀ ଓ ଅଟଳ ସେତୁର ଏକ ପ୍ରଦର୍ଶନୀ ମଡେଲ ପରିଦର୍ଶନ କରିଥିଲେ।

ଏମଟିଏଚଏଲ ଅଟଳ ସେତୁ ୧୭,୮୪୦ କୋଟି ରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଏବଂ ଏହା ପ୍ରାୟ ୨୧.୮ କିଲୋମିଟର ଲମ୍ବ ୬ ଲେନ୍ ବିଶିଷ୍ଟ ପୋଲ ଯାହାର ଦୂରତା ସମୁଦ୍ର ଉପରେ ପ୍ରାୟ ୧୬.୫ କିଲୋମିଟର ଏବଂ ଭୂପୃଷ୍ଠରେ ପ୍ରାୟ ୫.୫ କିଲୋମିଟର ବ୍ୟାପୀ ରହିଛି ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି :

‘‘ଆମ ନାଗରିକମାନଙ୍କ ପାଇଁ ‘ସହଜ ଜୀବନଧାରଣ’ ବୃଦ୍ଧି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟଳ ସେତୁକୁ ଉଦଘାଟନ କରି ଆନନ୍ଦିତ। ଏହି ସେତୁ ଯାତ୍ରା ସମୟ ହ୍ରାସ କରିବା ସହ ଯୋଗାଯୋଗରେ ସୁଧାର ଆଣି ଦୈନନ୍ଦିନ ଯାତାୟାତକୁ ସହଜ କରିବ ବୋଲି ପ୍ରତିଶ୍ରୁତି ଦେଇଛି।’’

ପ୍ରଧାନମନ୍ତ୍ରୀଙ୍କ ସହ ମହାରାଷ୍ଟ୍ର ରାଜ୍ୟପାଳ ରମେଶ ବୈଶ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍ ଏବଂ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଉପସ୍ଥିତ ଥିଲେ।

ଅଟଳ ବିହାରୀ ବାଜପେୟୀ ସେୱରୀନୱା ସେୱା ଅଟଳ ସେତୁ

ସହରୀ ପରିବହନ ଭିତ୍ତିଭୂମି ଏବଂ ଯୋଗାଯୋଗକୁ ସୁଦୃଢ଼ କରି ନାଗରିକମାନଙ୍କ ‘ସହଜ ପରିବହନ’ରେ ଉନ୍ନତି ଆଣିବା ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ। ଏହି ଦୃଷ୍ଟିକୋଣକୁ ଦୃଷ୍ଟିରେ ରଖି ମୁମ୍ବାଇ ଟ୍ରାନ୍ସ ହାର୍ବର ଲିଙ୍କ୍ (ଏମ୍‌ଟିଏଚ୍‌ଏଲ୍‌), ଯାହାର ନାମ ଏବେ ‘ଅଟଳ ବିହାରୀ ବାଜପେୟୀ ସେଓ୍ଵରୀ- ନହୱା ଶେଭା ଅଟଳ ସେତୁ’ ରଖାଯାଇଛି। ଡିସେମ୍ବର ୨୦୧୬ରେ ପ୍ରଧାନମନ୍ତ୍ରୀ ଏହି ସେତୁର ଶିଳାନ୍ୟାସ କରିଥିଲେ।

ମୋଟ ୧୭,୮୪୦ କୋଟି ରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଅଟଳ ସେତୁ। ସମୁଦ୍ର ଉପରେ ପ୍ରାୟ ୧୬.୫ କିଲୋମିଟର ଏବଂ ସ୍ଥଳଭାଗରେ ପ୍ରାୟ ୫.୫ କିଲୋମିଟର ବ୍ୟାପି ରହିଥିବା ଏହି ସେତୁର ମୋଟ୍‌ ଲମ୍ବ ପ୍ରାୟ ୨୧.୮ କିଲୋମିଟର ଏବଂ ଏହା ହେଉଛି ୬ ଲେନ୍ ବିଶିଷ୍ଟ। ଏହା ଭାରତର ସବୁଠାରୁ ଲମ୍ବା ସେତୁ ଏବଂ ଭାରତର ସବୁଠାରୁ ଲମ୍ବା ସମୁଦ୍ର ପୋଲ। ଏହା ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ନଭୀ ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଦ୍ରୁତ ସଡ଼କ ଯୋଗାଯୋଗ ପ୍ରଦାନ କରିବ ଏବଂ ମୁମ୍ବାଇରୁ ପୁଣେ, ଗୋଆ ଏବଂ ଦକ୍ଷିଣ ଭାରତକୁ ଯାତ୍ରା ସମୟ ମଧ୍ୟ ହ୍ରାସ କରିବ। ଏହାଦ୍ୱାରା ମୁମ୍ବାଇ ବନ୍ଦର ଏବଂ ଜବାହରଲାଲ ନେହରୁ ବନ୍ଦର ମଧ୍ୟରେ ଯୋଗାଯୋଗରେ ଉନ୍ନତି ଆସିବ।

Categories
ବିଶେଷ ଖବର

ଆଡଭାନୀ ଲେଖିଛନ୍ତି- ମନ୍ଦିର ନିର୍ମାଣ ଦିବ୍ୟ ସ୍ୱପ୍ନର ପୂରଣ: ଭାଗ୍ୟ ସ୍ଥିର ହୋଇଥିଲା, ଏଥିପାଇଁ ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ବାଛିଛନ୍ତି

ନୂଆଦିଲ୍ଲୀ: ଭାଗ୍ୟ ନିଷ୍ପତ୍ତି ନେଇଥିଲା ଯେ ଅଯୋଧ୍ୟାରେ ଭଗବାନ ରାମଙ୍କର ଏକ ଭବ୍ୟ ମନ୍ଦିର ନିର୍ମାଣ ହେବ ଏବଂ ସେ ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବାଛିଛନ୍ତି। ରାମ ମନ୍ଦିର ଆନ୍ଦୋଳନରେ ଅଗ୍ରଣୀ ଥିବା ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ ରାଷ୍ଟ୍ରଧର୍ମ ପତ୍ରିକାର ସ୍ୱତନ୍ତ୍ର ସଂସ୍କରଣରେ ଲେଖିଥିବା ତାଙ୍କ ଲେଖାରେ ଏହି କଥା କହିଛନ୍ତି। ଜାନୁଆରୀ ୧୬ତାରିଖରେ ଏହି ଲେଖା ପ୍ରକାଶ ପାଇବ।

ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗ ଦେଉଥିବା ସମସ୍ତଙ୍କୁ ପତ୍ରିକାର ସ୍ୱତନ୍ତ୍ର ସଂସ୍କରଣର କପି ପ୍ରଦାନ କରାଯିବ । ଏହି ମୁହୂର୍ତ୍ତ ଆଣିବା, ରାମଲଲାଙ୍କ ଭବ୍ୟ ମନ୍ଦିର ନିର୍ମାଣ ଏବଂ ତାଙ୍କ ସଂକଳ୍ପ ପୂରଣ କରିଥିବାରୁ ଆଡଭାନୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ରଥଯାତ୍ରା ନିଜକୁ ବୁଝିବାର ସୁଯୋଗ ଦେଇଥିଲା

ଆଡଭାନୀଙ୍କ ଦ୍ୱାରା ଲିଖିତ ଏହି ଲେଖାର ଶୀର୍ଷକ ରହିଛି ‘ରାମ ମନ୍ଦିର ନିର୍ମାଣ, ଦିବ୍ୟ ସ୍ୱପ୍ନ ପୂରଣ’। ଏହି ଲେଖାରେ ଆଡଭାନୀ ରାମ ମନ୍ଦିର ନିର୍ମାଣ ପାଇଁ ୩୩ ବର୍ଷ ପୂର୍ବେ ବାହାରିଥିବା ରଥଯାତ୍ରା ବିଷୟରେ ଉଲ୍ଲେଖ କରିଛନ୍ତି। ଅଯୋଧ୍ୟା ଆନ୍ଦୋଳନ ତାଙ୍କ ରାଜନୈତିକ ଯାତ୍ରାରେ ସବୁଠାରୁ ନିର୍ଣ୍ଣାୟକ ଏବଂ ପରିବର୍ତ୍ତନକାରୀ ଘଟଣା ବୋଲି ସେ ବିଶ୍ୱାସ କରନ୍ତି ବୋଲି ସେ ଲେଖିଛନ୍ତି। ଏହି ଗସ୍ତ ତାଙ୍କୁ ଭାରତକୁ ପୁନଃ ଆବିଷ୍କାର କରିବା ଏବଂ ଏହି ପ୍ରକ୍ରିୟାରେ ନିଜକୁ ପୁନଃ ଆବିଷ୍କାର କରିବାର ସୁଯୋଗ ଦେଇଥିଲା।
ଅଟଳଜୀଙ୍କ ଅଭାବ ଅନୁଭବ କରୁଛନ୍ତି ଆଡଭାନୀ

ଆଡଭାନୀ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ମଧ୍ୟ ମନେ ପକାଇଛନ୍ତି। ଅଯୋଧ୍ୟାରେ ରାମ ମନ୍ଦିରର ଭବ୍ୟ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପୂର୍ବରୁ ସେ ଅଟଳଜୀଙ୍କ ଅନୁପସ୍ଥିତି ଅନୁଭବ କରୁଛନ୍ତି ବୋଲି ସେ କହିଛନ୍ତି।

ଏହି ଲେଖାରେ ଆଡଭାନୀ ଲେଖିଛନ୍ତି- ଆଜି ରଥଯାତ୍ରାକୁ ୩୩ ବର୍ଷ ପୂରିଛି। ୧୯୯୦ ମସିହା ସେପ୍ଟେମ୍ବର ୨୫ ତାରିଖ ସକାଳେ ଯେତେବେଳେ ଆମେ ରଥଯାତ୍ରା ଆରମ୍ଭ କରିଥିଲୁ, ସେତେବେଳେ ଆମେ ଜାଣିନଥିଲୁ ଯେ ଯେଉଁ ବିଶ୍ୱାସରେ ଆମେ ଭଗବାନ ରାମଙ୍କ ଅଭିମୁଖେ ଏହି ଯାତ୍ରା ଆରମ୍ଭ କରୁଛୁ ତାହା ଦେଶରେ ଏକ ଆନ୍ଦୋଳନର ରୂପ ନେବ।

ରଥଯାତ୍ରା ସମୟରେ ମୋଦି ତାଙ୍କ ସହ ଥିଲେ

ଆଡଭାନୀ କହିଛନ୍ତି ଯେ, ସମଗ୍ର ରଥଯାତ୍ରା ସମୟରେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସହ ଥିଲେ। ସେତେବେଳେ ସେ ବିଶେଷ ପ୍ରସିଦ୍ଧ ନ ଥିଲେ। କିନ୍ତୁ ସେହି ସମୟରେ ଭଗବାନ ରାମ ତାଙ୍କ ଭକ୍ତ (ମୋଦି) ଙ୍କୁ ତାଙ୍କ ମନ୍ଦିରର ପୁନଃନିର୍ମାଣ ପାଇଁ ବାଛିଥିଲେ। ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ଦିରରେ ଭଗବାନ ରାମଙ୍କ ମୂର୍ତ୍ତି ପୂଜା କରିବେ, ସେ ଆମ ଭାରତର ପ୍ରତ୍ୟେକ ନାଗରିକଙ୍କ ପ୍ରତିନିଧିତ୍ୱ କରିବେ। ମୁଁ ପ୍ରାର୍ଥନା କରୁଛି ଯେ, ଏହି ମନ୍ଦିର ସମସ୍ତ ଭାରତୀୟଙ୍କୁ ଶ୍ରୀରାମଙ୍କ ଗୁଣ ଗ୍ରହଣ କରିବାକୁ ପ୍ରେରଣା ଦେଉ।

ସେହି ସମୟରେ ମୁଁ ଅନୁଭବ କରିଥିଲି ଯେ ଭାଗ୍ୟ ନିଷ୍ପତ୍ତି ନେଇଛି ଯେ ଦିନେ ଅଯୋଧ୍ୟାରେ ଶ୍ରୀରାମଙ୍କ ଏକ ଭବ୍ୟ ମନ୍ଦିର ନିଶ୍ଚିତ ଭାବରେ ନିର୍ମାଣ ହେବ। ଏବେ ଏହା କେବଳ ସମୟର କଥା। ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣପ୍ରତିଷ୍ଠା ସମାରୋହ ଜାନୁଆରୀ ୨୨ରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।

ରଥଯାତ୍ରା ମୋ ଜୀବନକୁ ପ୍ରଭାବିତ କରିଛି

ରଥଯାତ୍ରା ସମୟରେ ଅନେକ ଅନୁଭୂତି ଥିଲା ଯାହା ମୋ ଜୀବନକୁ ପ୍ରଭାବିତ କରିଥିଲା। ରଥକୁ ଦେଖି ଦୂର ଗାଁର ଅଜଣା ଲୋକମାନେ ମୋ ପାଖକୁ ଆସିଲେ। ସେମାନେ ପ୍ରଣାମ କରି ଭଗବାନ ରାମଙ୍କ ନାମ ଜପ କରି ଚାଲିଯାଉଥିଲେ। ବାର୍ତ୍ତା ଥିଲା ଯେ ଅନେକ ଲୋକ ଅଛନ୍ତି ଯେଉଁମାନେ ରାମ ମନ୍ଦିରର ସ୍ୱପ୍ନ ଦେଖନ୍ତି। ଜାନୁଆରୀ ୨୨ ତାରିଖରେ ମନ୍ଦିରର ପୂଜାର୍ଚ୍ଚନା ସହିତ ସେହି ଗ୍ରାମବାସୀଙ୍କ ଦବି ଯାଇଥିବା ଇଚ୍ଛା ମଧ୍ୟ ପୂରଣ ହେବ।

Categories
ଆଜିର ଖବର ଜାତୀୟ ଖବର

ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଏବଂ ଜାତୀୟ ଯୁବ ଦିବସ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶ୍ରୀ ମୋଦୀ ସ୍ୱାମୀ ବିବେକାନନ୍ଦଙ୍କ ଉପରେ ତାଙ୍କର ମତ ସମ୍ପର୍କରେ ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସ ପୋଷ୍ଟରେ କହିଛନ୍ତି ଯେ, “ବିଶ୍ୱ ସ୍ତରରେ ଭାରତୀୟ ଆଧ୍ୟାତ୍ମିକତା ଓ ସଂସ୍କୃତି ପ୍ରତିଷ୍ଠା କରିଥିବା ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ, ଜାତୀୟ ଯୁବ ଦିବସରେ ତାଙ୍କୁ ଶ୍ରଦ୍ଧାଞ୍ଜଳି। ଶକ୍ତି ଓ ସ୍ଫୁର୍ତ୍ତିରେ ଭରପୂର ତାଙ୍କର ଚିନ୍ତାଧାରା  ଓ ବାର୍ତ୍ତା ଯୁବପିଢ଼ିଙ୍କୁ ଯୁଗଯୁଗ ଧରି କିଛି କରିବାକୁ ପ୍ରେରଣା ଯୋଗାଇବ। “

Categories
ଆଜିର ଖବର ଜାତୀୟ ଖବର

ଶ୍ରୀ ରାମଲାଲଙ୍କ ପ୍ରାଣ ପ୍ରତିଷ୍ଠା ନିମନ୍ତେ ଏଗାରଦିନିଆ ସ୍ୱତନ୍ତ୍ର ପୂଜାବିଧି ଆରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଜାନୁୟାରୀ ୨୨ତାରିଖ ଦିନ ଅଯୋଧ୍ୟା ଧାମରେ ଶ୍ରୀ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଗାରଦିନ ବ୍ୟାପୀ ସ୍ୱତନ୍ତ୍ର ବିଧିବିଧାନ ପାଳନ ଆରମ୍ଭ କରିଛନ୍ତି। ଏହା ଏକ ବିରାଟ ଦାୟିତ୍ୱ। ଆମ ଧର୍ମ ଗ୍ରନ୍ଥରେ କୁହାଯାଇଛି ଯେ, ଭଗବାନଙ୍କ ଆରାଧନା ଓ ପୂଜା ନିମନ୍ତେ ଆମକୁ ନିଜ ମଧ୍ୟରେ ଦିବ୍ୟ ଚେତନା ଜାଗ୍ରତ କରାଇବାକୁ ପଡିବ। ସେଥିପାଇଁ ଧର୍ମଗ୍ରନ୍ଥରେ ଉପବାସ ଓ କଠିନ ନିୟମ ମାନ ଦର୍ଶାଯାଇଛି ଓ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ସେଗୁଡିକୁ ଅନୁସରଣ କରିବାକୁ ପଡିବ। ମୁଁ ଆଧ୍ୟାତ୍ମିକ ଯାତ୍ରାରେ ମହାନ୍ ବ୍ୟକ୍ତି ଓ କେତେକ ପବିତ୍ର ଆତ୍ମାମାନଙ୍କ ଠାରୁ ଯେଉଁ ମାର୍ଗଦର୍ଶନ ପାଇଛି ସେମାନଙ୍କ ଦ୍ୱାରା ପ୍ରସ୍ତାବିତ ‘ନିୟମ’ ଅନୁସାରେ ମୁଁ ଆଜିଠାରୁ ସ୍ୱତନ୍ତ୍ର ପୂଜା ବିଧିବିଧାନ ପାଳନ ଏଗାର ଦିନ ନିମନ୍ତେ ଆରମ୍ଭ କରିଛି।

ପ୍ରଧାନମନ୍ତ୍ରୀ ଏକ ଭାବପୂର୍ଣ୍ଣ ବାର୍ତ୍ତା ଦେଇ କହିଛନ୍ତି ଯେ ପ୍ରାଣପ୍ରତିଷ୍ଠା ଅବ୍ୟବହିତ ପୂର୍ବରୁ ସମଗ୍ର ଦେଶ ରାମ ଭକ୍ତିରେ ଆତ୍ମବିଭୋର ହୋଇଯାଇଛି। ଏହି କ୍ଷଣକୁ ସର୍ବ ଶକ୍ତିମାନଙ୍କ ଏକ ଆଶୀର୍ବାଦ ଭାବେ ବିବେଚନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ “ମୁଁ ଆବେଗରେ ଭାବ ବିହ୍ୱଳ ହୋଇ ଉଠିଛି। ଜୀବନରେ ପ୍ରଥମ ଥର ନିମନ୍ତେ ମୁଁ ଏହିଭଳି ଭାବନା ଦେଇ ଗତି କରୁଛି। ମୁଁ ଭକ୍ତିଭାବରେ ଏକ ଅପୂର୍ବ ପୁଲକ ଅନୁଭବ କରୁଛି। ମୋ ଅନ୍ତରରେ ଏହି ଆବେଗଭରା ଯାତ୍ରା ଅଭିବ୍ୟକ୍ତିର ଏକ ସୁଯୋଗ ନୁହେଁ, ଏହା ଏକ ଅଭିଜ୍ଞତା। ମୁଁ ଚାହିଁଲେ ମଧ୍ୟ ଏହାର ଗଭୀରତାକୁ ଶବ୍ଦ ଓ ପ୍ରଘାଢତାରେ ପ୍ରକାଶ କରିପାରୁନାହିଁ। ଆପଣମାନେ ମଧ୍ୟ ମୋ ପରିସ୍ଥିତିକୁ ଭଲଭାବେ ବୁଝି ପାରୁଥିବେ।

ପ୍ରଧାନମନ୍ତ୍ରୀ ମୋଦୀ ଏହି ସୁଯୋଗ ନିମନ୍ତେ ତାଙ୍କ କୃତଜ୍ଞତା ପ୍ରକାଶ କରିଥିଲେ, “ଏକ ସ୍ୱପ୍ନ ସାକାର ହେଉଥିବା ବେଳେ ମତେ ଉପସ୍ଥିତ ରହିବାର ସୁଯୋଗ ମିଳିଛି। ପିଢି ପରେ ପିଢି ଅନେକଙ୍କ ହୃଦୟରେ ଏହା ଏକ ସଂକଳ୍ପ ଭାବେ ରହିଆସିଛି। ଭଗବାନ ମତେ ଭାରତର ଜନସାଧାରଣଙ୍କୁ ପ୍ରତିନିଧିତ୍ୱ କରିବା ପାଇଁ ଏକ ମାଧ୍ୟମ ବନାଇଛନ୍ତି। ଏହା ଏକ ବିରାଟ ଦାୟିତ୍ୱ।”

ପ୍ରଧାନମନ୍ତ୍ରୀ ଜନସାଧାରଣ, ମୁନୀ, ଋଷି ଓ ଈଶ୍ୱରଙ୍କ ଆଶୀର୍ବାଦ ଏହି ଦାୟିତ୍ୱ ବହନ କରିବା ପାଇଁ ଭିକ୍ଷା କରିଥିଲେ। ଏହି ବିଧି ବିଧାନ ଭଗବାନ ରାମ ଅନେକ ଦିନ ବିତାଇଥିବା ନାସିକ ଧାମ-ପଞ୍ଚବଟୀରୁ ସେ ଆରମ୍ଭ କରିବେ ବୋଲି କହିଥିଲେ। ଆଜି ସ୍ୱାମୀ ବିବେକାନନ୍ଦ ଓ ମାତା ଜୀଜାବାଈଙ୍କ ଜୟନ୍ତୀ ଏକ ସୁଖଦ ସମନ୍ୱୟ ବୋଲି କହିବା ସହ ସେ ଜାତୀୟ ଚେତନାର ଏହି ଦୁଇ କର୍ଣ୍ଣଧାରକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସୀତା-ରାମଙ୍କ ପ୍ରତି ଭକ୍ତିଭାବ ରଖିଥିବା ନିଜ ମାଆଙ୍କୁ ମଧ୍ୟ ଏହି କ୍ଷଣରେ ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ।

ଭଗବାନ ରାମ ଭକ୍ତମାନଙ୍କ ତ୍ୟାଗ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ “ ସ୍ୱଦେହରେ ମୁଁ ସେ ପବିତ୍ର କ୍ଷଣରେ ଉପସ୍ଥିତ ରହିଲେ ମଧ୍ୟ ମୋ ହୃଦୟରେ ୧୪୦କୋଟି ଭାରତୀୟଙ୍କ ଧ୍ୱନି ପ୍ରତିଧ୍ୱନିତ ହେବ। ଆପଣମାନେ ମୋ ସହ ରହିବେ….ପ୍ରତ୍ୟେକ ରାମଭକ୍ତ ମୋ ସହିତ ରହିବେ। ସେହି ସଚେତନ କ୍ଷଣ ଆମ ସମସ୍ତଙ୍କ ନିମନ୍ତେ ଏକ ଅଭିଜ୍ଞତାର କ୍ଷଣ ହେବ। ରାମ ମନ୍ଦିର ପାଇଁ ଯେଉଁ ଅସଂଖ୍ୟ ବ୍ୟକ୍ତି ସେମାନଙ୍କ ଜୀବନ ଉତ୍ସର୍ଗ କରିଛନ୍ତି ମୁଁ ସେମାନଙ୍କ ପ୍ରେରଣାକୁ ମୋ ସହିତ ବହନ କରିବି।

ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ତାଙ୍କ ସହ ସହଯୋଗ କରିବାକୁ ନିବେଦନ କରିବା ସହ ଜନସାଧାରଣଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। “ଆମେ ସମସ୍ତେ ଜାଣୁ ଈଶ୍ୱର “ନିରାକାର” ମାତ୍ର ସ୍ୱଦେହରେ ଭଗବାନ ଆମ ଆଧ୍ୟାତ୍ମିକ ଯାତ୍ରାକୁ ମଜବୁତ କରିଥାନ୍ତି। ମୁଁ ବ୍ୟକ୍ତିଗତଭାବେ ଲୋକଙ୍କ ମଧ୍ୟରେ ଈଶ୍ୱରଙ୍କୁ ଦେଖିଛି ଓ ଅନୁଭବ ମଧ୍ୟ କରିଛି। ଜନସାଧାରଣ ଯେଉଁମାନେ ଈଶ୍ୱରଙ୍କ ପ୍ରତିରୂପ, ସେମାନେ ଯେତେବେଳେ ନିଜର ଅନୁଭବକୁ ଶବ୍ଦରେ ବଖାଣନ୍ତି ଓ ଆଶୀର୍ବାଦ କରନ୍ତି, ସେତେବେଳେ ମୋ ଭିତରେ ଏକ ନୂତନ ଶକ୍ତି ଜାଗି ଉଠେ। ଆଜି ମୁଁ ଆପଣମାନଙ୍କ ଆଶୀର୍ବାଦ କାମନା କରୁଛି”ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

Categories
ଆଜିର ଖବର ଜାତୀୟ ଖବର

‘ମେଡ୍ ଇନ୍ ଇଣ୍ଡିଆ’ ବ୍ରାଣ୍ଡିଂକୁ ସମଗ୍ର ବିଶ୍ୱରେ ପରିଚିତ କରୁଛି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ସୁଶାସନ, ଗୁଣାତ୍ମକ ନିୟନ୍ତ୍ରଣ ଆଦେଶ ଏବଂ ‘ଜିରୋ ଡିଫେକ୍ଟ, ଜିରୋ ଇଫେକ୍ଟ’ କାରଣରୁ ‘ମେଡ୍ ଇନ୍ ଇଣ୍ଡିଆ’ ବ୍ରାଣ୍ଡିଂ ଉଭୟ ଘରୋଇ ଏବଂ ସମଗ୍ର ବିଶ୍ୱରେ ପରିଚିତ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱୀକାର କରିଛନ୍ତି।

କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲଙ୍କ ଦ୍ୱାରା ଟ୍ବିଟର ଉପରେ ଏକ ପୋଷ୍ଟ ସେୟାର କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲ ସୁଶାସନ, ଗୁଣାତ୍ମକ ନିୟନ୍ତ୍ରଣ ଆଦେଶ ଏବଂ ‘ଜିରୋ ଡିଫେକ୍ଟ, ଜିରୋ ଇଫେକ୍ଟ’ ନୀତି ଉପରେ କେନ୍ଦ୍ରର ଗୁରୁତ୍ୱ କିପରି ‘ମେଡ୍ ଇନ୍ ଇଣ୍ଡିଆ’ ବ୍ରାଣ୍ଡିଂକୁ ଉଭୟ ଘରୋଇ ଏବଂ ସମଗ୍ର ବିଶ୍ୱରେ ପରିଚିତ କରୁଛି ସେ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଛନ୍ତି।