Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ମାଛ ମାରୁଥିବା ସମୟରେ ଭାସିଗଲେ ଭୀମସେନ ଏ ଯାଏଁ ମିଳିନି ଶବ

କନ୍ଦର୍ପ ବେହେରା
ରେଢାଖୋଲ: ପହିଲି ଆଷାଢରେ ବର୍ଷା ହେଉଥିଲା ଜୋରଜାର। ପ୍ରଥମ ବର୍ଷାରେ ମାଛ ମାରିବାର ଯେଉଁ ଆନନ୍ଦଥାଏ ତାକୁ ଉପଭୋଗ କରିବା ପାଇଁ କଦଳିଗଡ ପଂଚାୟତର ସମାସିଙ୍ଗା ଗ୍ରାମର ଭୀମସେନ ପ୍ରଧାନ(୬୦) ହାତରେ ଜାଲ ଧରି ବାହାରି ପଡିଲେ ମାଛ ମାରିବା ପାଇଁ କେରାଣ୍ଡି ଜୋରକୁ। ଆନନ୍ଦ ମନରେ ମାଛ ମାରୁଥିବା ସମୟରେ ନିଜର ଅଜାଣତରେ କେରାଣ୍ଡି ଜୋରର ପ୍ରଖର ସ୍ରୋତରେ ଭାସିଗଲେ ଯେ, ଆଜିଯାଏ ତାଙ୍କର ମୃତ ଦେହ ମିଳିପାରିଲା ନାହିଁ। ଏ ଘଟଣା ଟି ଘଟିଛି ଗତ ଜୁନ୍ ମାସ ୨୧ ତାରିଖରେ। ଘଟଣାର ପାଂଚ ଦିନ ପରେ ଧରିଥିବା ମାଛ ଜାଲ କୁ କେବଳ ଜୋରର କୈାଣସି ଏକ ଗଛର ଚେରରେ ଲାଗିଥିବାର ଦେଖିବାକୁ ପାଇଥିଲେ ଗ୍ରାମବାସୀ। ଏହାକୁ ଆଧାର କରି ଗ୍ରାମବାସୀ ସେ ମରିଯାଇଥିବା ସନ୍ଦେହରେ ତାଙ୍କ ପରିବାରକୁ ଶୁଦ୍ଧିକ୍ରିୟା କରିବାକୁ ପଡିଛି। ସ୍ୱାମୀର ମୃତ ଦେହ ମିଳି ନ ଥିଲେ ମଧ୍ୟ ସ୍ତ୍ରୀର ମଥାରୁ ସିନ୍ଦୁର ପୋଛିବାକୁ ପଡିଛି। ସମାଜ କଟକଣା ଯୋଗୁଁ ପରିବାର କ୍ରିୟାକର୍ମ କରିବାକୁ ବାଧ୍ୟ ହୋଇଛନ୍ତି।

ମୃତ ଭୀମସେନ ଯେଉଁ ଦିନ ଠାରୁ ନିଖୋଜ ଥିଲେ ରେଢାଖୋଲ ଦମକଳ ବାହିନୀ, ଗାଁ ଲୋକେ, ପୁଲିସ୍ ବାହିନୀ ଆପ୍ରାଣ ଚେଷ୍ଟା ସତ୍ତ୍ୱେ ଶବ ମିଳିପାରି ନ ଥିଲା। ବର୍ତ୍ତମାନ ସେଇ ଜୋରରେ ବହୁତ ପାଣି ଆସୁଥିବାରୁ ଭୀମସେନର ଏ ପର୍ଯ୍ୟନ୍ତ କୈାଣସି ଖୋଜଖବର ମିଳିପାରି ନାହିଁ। ଶବ ନ ମିଳିଲେ ମଧ୍ୟ ବାଧ୍ୟ ହୋଇ ପରିବାର ଲୋକେ ଶୁଦ୍ଧିକର୍ମ କରିଥିବା ଭଳି ଘଟଣା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଶବ ନ ପାଇ ମଧ୍ୟ ସ୍ତ୍ରୀ ମଥାର ସିନ୍ଦୁର ପୋଛିବାକୁ ବାଧ୍ୟ ହୋଇଛି। ଏପରିକି ନିଜ ପୁଅ ମାନେ ମଧ୍ୟ ଲଣ୍ଡା ହେବାକୁ ବାଧ୍ୟ ହୋଇଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବାଲ୍ୟବିବାହ ରୋକିବାରେ ସଫଳ ହେଲା ଚାଇଲଡ୍ ଲାଇନ୍‌

କନ୍ଦର୍ପ ବେହେରା
ରେଢାଖୋଲ: ସରକାର କମ୍ ବୟସରୁ ବାହାଘର ନ ହେବା ପାଇଁ ଗଣ ମାଧ୍ୟମରେ ବାରମ୍ବାର ସଚେତନ କଲେ ମଧ୍ୟ ଗ୍ରାମାଂଚଳର ଲୋକମାନେ ମାନୁ ନାହାନ୍ତି। ବରପାତ୍ର ମିଳିଗଲା ପରେ ଅତି କମ୍ ବୟସରୁ ବାହାଘର କରି ନିଜ ମୁଣ୍ଡରୁ ବୋଝ ଗଲା ବୋଲି ଭାବୁଛନ୍ତି। ଏମିତି ଏକ ଘଟଣା ଘଟିଛି ଯାହାକି କମ୍ ବୟସର ବାଳିକାକୁ ବାପଘର ବାହାଘର କରିଦେବା ସମୟରେ ଚାଇଲଡ୍ ଲାଇନ୍ ଦ୍ୱାରା ଧରା ପଡି ଶେଷରେ ବାହାଘର ବନ୍ଦ ହେବା ଭଳି ଘଟଣା ଘଟିଛି ଚାରମାଳ ଥାନା ଅଂଚଳରେ।

ପ୍ରକାଶ ଯେ, ରେଢାଖୋଲ ସବ୍‌ଡିଭିଜନ୍ ଚାରମାଳ ଥାନା ବଂଶାଜାଲ ପଂଚାୟତର କୋଇଲିପଦର ଗ୍ରାମର ଜନୈକ ନାବାଳିକାର ବାହାଘର ବୀରମହାରାଜପୁର ଥାନା ଚୁମକାଦାଦର ଗ୍ରାମର ସୁମନ୍ତ ପ୍ରଧାନଙ୍କ ସହ ହେବାର ଥିଲା। ବରପକ୍ଷ ମଧ୍ୟ ପହଂଚି ସାରିଥିଲେ। ଏ ସଂପର୍କରେ ଚାରମାଳ ଚାଇଲଡ୍ ଲାଇନ୍ ଖବର ପାଇ ରେଢାଖୋଲ ସିଡିପିଓ(ବାଲ୍ୟବିବାହ ନିରୋଧ ଅଧିକାରୀ), ଚାରମାଳ ପୋଲିସ୍ ସହାୟତାରେ ଶିଶୁ କନ୍ୟାର ଘରକୁ ଯାଇ ନାବାଳିକାର ବାପା ଓ ମାଆଙ୍କୁ ଝିଅଟିର ବୟସ ପ୍ରମାଣ ପତ୍ର ମାଗିଥିଲେ ହେଲେ ଝିଅର ବାପା ଓ ମାଆ କୌଣସି ପ୍ରମାଣ ପତ୍ର ଦେଇ ପାରି ନ ଥିଲେ। ଝିଅର ଆଧାର କାର୍ଡ ଅନୁଯାୟୀ ୧୬ ବର୍ଷ ୧୦ ମାସ ହେଉଥିବା ସୂଚନାମ ମିଳିଥିଲା। ଝିଅର ବାପା ଓ ମାଆଙ୍କୁ ବୁଝା ସୁଝା ପରେ ବାଲ୍ୟ ବିବାହ କୁ ରୋକାଯାଇ ପାରିଥିଲା।

ବାଲ୍ୟବିବାହ ଏକ ଦଣ୍ଡନୀୟ ଅପରାଧ ହୋଇଥିବା ବେଳେ ଗ୍ରାମାଂଚଳର ଲୋକମାନେ ସଚେତନତାର ଅଭାବ ଯୋଗୁଁ ଝିଅକୁ ବାହାଘର କରିଦେଉଥିବା ନିତିଦିନିଆ ଘଟଣା ହୋଇଗଲାଣି। ଆଜି ଝିଅର ବାପା ଓ ମାଆ ତଥା ବର ପକ୍ଷ ଏକ ଚୁକ୍ତିନାମା ଲେଖିଦେବା ପରେ ଝିଅର ବାହାଘରକୁ ବନ୍ଦ କରିଦିଆଯାଇଥିଲା। ଏଥିରେ ଚାରମାଳ ଚାଇଲଡ୍ ଲାଇନ୍ ର କର୍ମକର୍ତ୍ତା ତଥା ଚାରମାଳ ଥାନା ସହଯାଗ କରିଥିଲା। କନ୍ୟାପକ୍ଷ ମଧ୍ୟ ପ୍ରଶାସନ ଠାରୁ ଏହି ବାହାଘର ସଂପର୍କରେ କୌଣସି ଅନୁମତି ପତ୍ର ଆଣି ନଥିଲେ ବୋଲି ଜଣା ପଡିଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଚୀନ୍ ଆକ୍ରମଣ ବିରୁଦ୍ଧରେ ରେଢାଖୋଲରେ ଆମ୍ ଆଦମୀ ପାର୍ଟିର ବିରୋଧ ପ୍ରଦର୍ଶନ

କନ୍ଦର୍ପ ବେହେରା
ରେଢାଖୋଲ: ଭାରତ-ଚୀନ୍ ସୀମା ବିବାଦ ସଂପର୍କରେ କେନ୍ଦ୍ର ସରକାରଙ୍କର ଭୂମିକା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ। ଏ ସଂପର୍କରେ ସମସ୍ତ ତଥ୍ୟକୁ ଜନସାଧାରଣଙ୍କ ସମ୍ମୁଖରେ ଉପସ୍ଥାପନା କରିବା ଆବଶ୍ୟକ। ଦିଲ୍ଲୀର ସର୍ବଦଳୀୟ ବୈଠକକୁ ପ୍ରଧାନମନ୍ତ୍ରୀ ଆମ୍ ଅଦମୀ ପାର୍ଟିକୁ ନିମନ୍ତ୍ରଣ ନ କରିବା ଆଦିକୁ ନେଇ ଆମ୍ ଆଦମୀ ପାର୍ଟି ବିରୋଦ୍ଧ ପ୍ରଦର୍ଶନ କରିଛି। ଲଦାଖର ଏଲ୍‌ଏସିରେ ୨୦ ଭାରତୀୟ ଯବାନ ଶହୀଦ ହେବା ତଥା ଅନେକ ଆହତ ହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏ ସଂକ୍ରାନ୍ତରେ ଦେଶବାସୀ ତଥା ଆମ୍ ଆଦମୀ ପାର୍ଟି ପ୍ରଧାନମନ୍ତ୍ରୀଙ୍କ ଠାରୁ ଉତ୍ତର ଚାହିଁବା ସହିତ ଚୀନର ବର୍ବର କାଣ୍ଡର ଉପଯୁକ୍ତ ଜବାବ ପାଇଁ ଦାବୀ କରୁଛି।

ସହିଦ୍ ପରିବାରଙ୍କୁ ୧ କୋଟି ପ୍ରଦାନ, ପରିବାରର ଜଣଙ୍କୁ ନିଯୁକ୍ତି ଦେବା ଓ ୧ ଅପ୍ରେଲ୍ ୨୦୨୦ ପୂର୍ବବତ ସ୍ଥିତି ସୀମାରେ ବାହାର କରିବା ପାଇଁ ଆପ୍ ଦାବୀ କରୁଛି। ଆଜି ରେଢାଖୋଲ ଭୀମଭୋଇ ଛକ ଠାରେ ଆମ୍ ଆଦମୀ ପାର୍ଟି ତରଫରୁ ଏ ପ୍ରସଙ୍ଗକୁ ନେଇ ଏକ ବିରୋଦ୍ଧ ପ୍ରଦର୍ଶନ କରିବା ସହ ଶହୀଦ ବୀର ସୈନିକମାନଙ୍କ ପ୍ରତି ୨ ମିନିଟ୍ ନିରବ ପ୍ରାର୍ଥନା ସହ ଶ୍ରଦ୍ଧାଞଳୀ ଅର୍ପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଆମ୍ ଆଦମୀ ପାର୍ଟିର ବ୍ଲକ୍ ପ୍ରଭାରୀ ଅଜୟ କୁମାର ସାହୁ, ନାକଟିଦେଉଳ ପ୍ରଭାରୀ ଅନ୍ତର୍ଯ୍ୟାମୀ ପ୍ରଧାନ, ସଂସାର ନାଏକ, ନିର୍ମଳା ସାହୁ, ସୁଦର୍ଶନ ସାହୁ, ଭ୍ରମରବର କିସାନ୍, ସାମୁଏଲ୍ ପୁର୍ତି, ଅଶୋକ ଦେହୁରୀ ପ୍ରମୁଖ ସାମିଲ୍ ହୋଇଥିଲେ। ଜିଲ୍ଲା ଆବାହକ ଆନନ୍ଦ ସାମଲ୍ ଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Categories
ଆଞ୍ଚଳିକ

ରେଢାଖୋଲରେ ପଙ୍ଗପାଳ ଆଗମନକୁ ନେଇ ଚିନ୍ତାରେ ଚାଷୀ : କୃଷି ବିଭାଗର ସ୍ପଷ୍ଟୀକରଣ

କନ୍ଦର୍ପ ବେହେରା
ରେଢାଖୋଲ : କିଛି ଦିନ ହେଲା ପଙ୍ଗପାଳ ଭାରତ ଭିତରକୁ ପଶିଆସି ଚାଷୀ ମାନଙ୍କର ବହୁ ଫସଲ ନଷ୍ଟ କରିଦେବା ସହ ମୂଲ୍ୟବାନ ଗଛ ସବୁ ନଷ୍ଟ କରିଦେଉଥିବାର ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଲୋକଙ୍କ ମଧ୍ୟରେ ଛନକା ପଶିଯାଇଛି । ଛତିଶଗଡ ,ବିହାର, ମଧ୍ୟପ୍ରଦେଶ ଦେଇ ପଙ୍ଗପାଳ ମାନେ ଓଡିଶାକୁ ପ୍ରବେଶ କରିବାର ସମ୍ଭାବନା ରହିଛି ବୋଲି ମଧ୍ୟ ଖବର ହସ୍ତଗତ ହୋଇଛି ।

ଆଜି ରେଢାଖୋଲ ରେଳଷ୍ଟେସନ ପାଖରେ ବହୁ ଗୁଡିଏ ଝିଟିକା କେତୋଟି ଗଛରେ ବସିଥିବାର ନଜରକୁ ଆସିବା ପରେ ଏହା ପଙ୍ଗପାଳ ବୋଲି ଲୋକମାନେ ଦାବି କରିଥିଲେ । ତେବେ କୃଷି ବିଭାଗର ବରିଷ୍ଠ ଅଧିକାରୀ ଏହାକୁ ଖଣ୍ଡନ କରିଛନ୍ତି । ଝିଣ୍ଟିକା ପରି ଦେଖାଯାଉଥିବା ଏହି ଜୀବଟି ପଙ୍ଗପାଳ ନୁହେଁ ବରଂ ଏକ ପ୍ରକାର ଝିଣ୍ଟିକା ବୋଲି ଅଧିକାରୀ ଜଣକ ପ୍ରକାଶ କରିଛନ୍ତି । ବର୍ଷା ଋତୁ ଆରମ୍ଭରେ ଏହି ଝିଂଟିକା ମାନେ ଆସିଥାନ୍ତି । ରେଢାଖୋଲକୁ ପଙ୍ଗପାଳ ଆସି ନାହାନ୍ତି ଏହା ଲୋକମାନଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରାଯାଇଛି ବୋଲି ଜନୈକ ଅଧିକାରୀ ପ୍ରକାଶ କରିଛନ୍ତି । ଏପଟେ ଏଠାକାର ଜନସାଧାରଣ ଏହା ପଙ୍ଗପାଳ ବୋଲି ଦାବୀ କରିଛନ୍ତି । ଏଠାରେ ପ୍ରଶ୍ନ ଉଠେ ଯେ ଚାଷୀ ଠିକ୍ କହୁଛି ନା କୃଷି ବିଭାଗ ଠିକ୍ କହୁଛି ତାହା ସମୟ କହିବ ବୋଲି ଲୋକମାନେ ପ୍ରକାଶ କରିଛନ୍ତି ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ରେଢାଖୋଲ ଘଟଣା: ତେରବେଡା ଗ୍ରାମରେ ମହୁଲ ଗୋଟାଇବାକୁ ଯାଇ ମହିଳା ନିଖୋଜ

କନ୍ଦର୍ପ ବେହେରା
ରେଢାଖୋଲ: ଗତକାଲି ତେରବେଡା ଗ୍ରାମର ଜନୈକା ବିବାହିତା ମହିଳା ଜଙ୍ଗଲକୁ ମହୁଲ ଗୋଟାଇବାକୁ ଯାଇ ଆଉ ଘରକୁ ଫେରି ନ ଥିବା ଖବର ହସ୍ତଗତ ହୋଇଛି। ପ୍ରକାଶ ଯେ ଗତକାଲି ସକାଳେ ରେଢାଖୋଲ ଥାନା ତେରବେଡା ଗ୍ରାମର ଅଶ୍ୱିନୀ କୁମାର ସାହୁଙ୍କ ପତ୍ନୀ ନିଜ ସ୍ୱାମୀ ଏବଂ ନିଜର ଜନୈକ ସଂପର୍କିୟଙ୍କ ସହ ନିକଟସ୍ଥ ଜଙ୍ଗଲକୁ ମହୁଲ ଗୋଟାଇବାକୁ ଯାଇଥିଲେ। ସେମାନେ ମହୁଲ ଗୋଟାଉଥିବା ସମୟରେ ନିଖୋଜ ମହିଳା ତାଙ୍କ ସ୍ୱାମୀଙ୍କୁ ଘରକୁ ଯାଇ ଭାତ ଆଣିବାକୁ କହିଥିଲେ। ତାଙ୍କ ସ୍ୱାମୀ ଭାତ ପାଇଁ ଘରକୁ ଯାଇଥିଲେ। ସେମାନେ ଦି ଜଣ ମହିଳା ମହୁଲ ଗୋଟାଉଥିବା ସମୟରେ ହଠାତ୍ ମହିଳା ଜଣଙ୍କ ଜଙ୍ଗଲରୁ ନିଖୋଜ ହୋଇଯାଇଥିଲେ। ସ୍ୱାମୀ ଭାତ ଧରି ଜଙ୍ଗଲରେ ପହଂଚିଲା ବେଳକୁ ସେମାନେ ଆଉ ତାକୁ ପାଇ ନଥିଲେ। ଘରକୁ ଆସି ଗାଁ ଲୋକଙ୍କ ସାମ୍ନାରେ ପ୍ରକାଶ କରିଥିଲେ। ଗ୍ରାମର ୫୦ ଜଣ ଲୋକ ଜଙ୍ଗଲକୁ ଯାଇ ସକାଳ ୯ ଟାରୁ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ଖୋଜାଖୋଜି କରି ଫେରି ଆସିଥିଲେ। ହେଲେ ନିଖୋଜ ମହିଳାଙ୍କର କୌଣସି ପତା ପାଇ ପାରି ନ ଥିଲେ। ଆଜି ଗ୍ରାମବାସୀ ପୁଣି ସକାଳୁ ଜଙ୍ଗଲକୁ ଖୋଜିବାକୁ ଯାଇଛନ୍ତି। ଖବର ଲେଖା ହେବା ପର୍ଯ୍ୟନ୍ତ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ଜଣା ପଡିଛି। ଖବର ଲେଖା ହେବା ପର୍ଯ୍ୟନ୍ତ ନିଖୋଜ ମହିଳାକୁ ଗ୍ରାମବାସୀ ପାଇ ନ ଥିବା ଜଣା ପଡିଛି।

Categories
ଆଜିର ଖବର ଆଞ୍ଚଳିକ

ହାଇକୋର୍ଟ ବେଂଚ ପ୍ରତିଷ୍ଠା ଦାବୀରେ ରେଢାଖୋଲରେ ଓ ୧୨ଘଂଟିଆ ବନ୍ଦ

କନ୍ଦର୍ପ ବେହେରା

ରେଢାଖୋଲ: ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଂଚ ପ୍ରତିଷ୍ଠା ଦାବୀରେ ବହୁ ବର୍ଷ ହେଲା ଆନ୍ଦୋଳନ ଜାରି ରହିଛି। ହେଲେ ସରକାର ଏଥିପ୍ରତି ଆଦ୍ମୌ କର୍ଣ୍ଣପାତ କରୁନାହାନ୍ତି। ଏନେଇ ଆଜି ପଶ୍ଚିମ ଓଡିଶାରେ ବନ୍ଦ ପାଳନ କରାଯାଇଥିବା ବେଳେ ରେଢାଖୋଲରେ ମଧ୍ୟ ଆଜି ୧୨ଘଂଟିଆ ବନ୍ଦ କରାଯାଇଛି। ରେଢାଖୋଲ ସହରର ସବୁ ଦୋକାନ ବଜାର ସହ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଥିଲା। ଏହି ବନ୍ଦକୁ ସଫଳ କରିବା ପାଇଁ ରେଢାଖୋଲ ଓକିଲ ସଂଘ ସମେତ ବିଭନ୍ନ୍ ରାଜନୈତିକ ଦଳର ନେତା, ସାମ୍ବାଦିକ ତଥା ବରିଷ୍ଠ ନାଗରିକ ଆଦି ବ୍ୟକ୍ତି ବିଶେଷ ସାମିଲ ହୋଇଥିଲେ।