
ସମୀକ୍ଷା ବ୍ୟୁରୋ
ଗତକାଲି ଓଡିଶାରେ ଅନୁଷ୍ଠିତ ପ୍ରଥମ ପର୍ୟାୟ ସାଧାରଣ ନିର୍ବାଚନରେ ୭୦% ରୁ ଅଧିକ ମତଦାନ ହୋଇଛି। କୋରାପୁଟ, ବ୍ରହ୍ମପୁର,ନବରଙ୍ଗପୁର ଓ କଳାହାଣ୍ଡି ଲୋକସଭା ଓ ଏହା ଅଧୀନରେ ଥିବା ୨୮ ଟି ବିଧାନସଭା ଆସନରେ ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ଶାସକ ବିଜୁ ଜନତା ଦଳ ପୁଣିଥରେ ଭଲ ଫଳାଫଳ କରିବ ବୋଲି ବିଭିନ୍ନ ସୂତ୍ର କହୁଛି। ନିର୍ବାଚନ ପ୍ରକ୍ରିୟା ଚାଲୁଥିବାରୁ ଏବେ ଫଳାଫଳ ବିଷୟରେ କୌଣସି ରିପୋର୍ଟ ଦେବା ସଠିକ ହେବ ନାହିଁ। ତେବେ ବିଭିନ୍ନ ସୂତ୍ରରୁ ଯାହା ଜଣା ପଡୁଛି, ବିଜେଡ଼ିକୁ ପଞ୍ଚମଥର ଲାଗି ସଫଳତା ମିଳିବାରେ ବିଶେଷ ଅସୁବିଧା ହେବାର ନାହିଁ।
Tags: