ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଜାରି : ଅପରାହ୍ନ ୩ଟା ସୁଦ୍ଧା ୪୭% ମତଦାନ

Published: Apr 23, 2019, 4:44 pm IST
3rd phase election in odisha

ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ମତଦାନ ଜାରି ରହିଚି । ଅପରାହ୍ନଣ ୩ଟା ସୁଦ୍ଧା ୪୭% ମତଦାନ ହୋଇଥିବାର ସିଇଓ ସୂଚନା ଦେଇଛନ୍ତି । ଓଡିଶାର ୬ଟି ଲୋକସଭା ଆସନ ଯଥା ସମ୍ବଲପୁର, ଢେଙ୍କାନାଳ, କେନ୍ଦୁଝର, ଭୁବନେଶ୍ୱର, କଟକ, ଓ ପୁରୀ ସମେତ ଦେଶର ୧୩ଟି ରାଜ୍ୟରେ ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇ ଯାଇଛି ।  ଢେଙ୍କାନାଳ ୪୪%, କେନ୍ଦୁଝର ୪୨% ଓ ସମ୍ବଲପୁରରେ ୪୦% ମତଦାନ, ଭୁବନେଶ୍ବରରେ ୩୫%, ପୁରୀରେ ୪୮%, କଟକରେ ୪୪% ମତଦାନ ହୋଇଛି । ଇଭିଏମ୍‌ ଅଚଳ ତଥା ଖରାପ ନେଇ କେତେକ ସ୍ଥାନରେ ଭୋଟିଂ ବହୁତ ବିଳମ୍ବରେ ଆରମ୍ଭ ହୋଇଥିଲା ।  ବଡମ୍ବା ଝାଟିଆ ୧୯୬ ନମ୍ବର ବୁଥରେ ଉତ୍ତେଜନା ଦେଖିବାକୁ ମିଳିଥିବାବେଳେ ଗୋଟିଏ ଚିହ୍ନରେ ଭୋଟ ଦେଲେ ଅନ୍ୟ ଗୋଟିଏ ଚିହ୍ନକୁ ଭୋଟ ଯାଉଥିବା ଅଭିଯୋଗ ହୋଇଥିଲା ।  ଇଭିଏମ୍ ସଂଯୋଗରେ ତ୍ରୁଟି ଯୋଗୁଁ ଏପରି ହେଉଥିବା ଜଣାପଡିଲା ପରେ ଭୋଟ ଗ୍ରହଣ ସ୍ଥଗିତ ରହିଥିବା ଜଣାପଡିଛି ।

Related posts